ETV Bharat / state

ଆଉ ଚଳିବନି ଦାଦାଗିରି: ପ୍ରତିଶ୍ରୁତି ଦେଇ ଠକିଦେଲେ ଦିଦି, ଏଣିକି ପଶ୍ଚିମବଙ୍ଗ ନୁହେଁ ୟୁପିରୁ ଆସିବ ଆଳୁ - Odisha To Import potatoes From UP

author img

By ETV Bharat Odisha Team

Published : Aug 1, 2024, 10:46 PM IST

Odisha To Import potatoes From UP: ଆଳୁ ପାଇଁ ପଶ୍ଚିମବଙ୍ଗର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଓଡିଶା ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଏଣିକି ଉତ୍ତରପ୍ରଦେଶରୁ ଆଳୁ ଆସିବା ନେଇ ନିଷ୍ପତ୍ତି ହୋଇଛି । କ'ଣ ରହିଛି ସମସ୍ୟା ? କାହିଁକି ସରକାର ଏପରି ନିଷ୍ପତ୍ତି ବଦଳାଇଲେ ଜାଣନ୍ତୁ ।

potato crisis
potato crisis (ETV Bharat Odisha)

ଭୁବନେଶ୍ବର: ଆଉ ଚଳିବ ନାହିଁ ଓଡିଶା ଉପରେ ପଶ୍ଚିମବଙ୍ଗର ଦାଦାଗିରି । ବ୍ଲାକମେଲ ଓ ଆକ୍ରମଣର ସମ୍ମୁଖୀନ ହେବେ ନାହିଁ ଓଡିଶାର ବ୍ୟବସାୟୀ । ଆଳୁ ପାଇଁ ପଶ୍ଚିମବଙ୍ଗର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଓଡିଶା ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ପଶ୍ଚିମବଙ୍ଗ ବଦଳରେ ଉତ୍ତରପ୍ରଦେଶରୁ ଆସିବ ଆଳୁ । ପ୍ରଥମ ପର୍ଯ୍ୟାୟରେ 5 ଟ୍ରକ ଆଳୁ ଓଡିଶାରେ ପହଞ୍ଚିଥିବାବେଳ ଆସୁଛି ଆଉ 10ଟି ଆଳୁ ଟ୍ରକ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେହିପରି ଆସନ୍ତାକାଲିରୁ ଓଡିଶାର ବ୍ୟବସାୟୀ ଉତ୍ତରପ୍ରଦେଶରୁ ଆଳୁ ଲାଗି ବଇନା ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

potato crisis (ETV Bharat Odisha)

ଏଣିତି ଉତ୍ତରପ୍ରଦେଶରୁ ଆସିବ ଆଳୁ:

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, "ଆଳୁ ପ୍ରସଙ୍ଗ ନେଇ ବିଧାନସଭା ହୁଲୁସ୍ତୁଲ ହେଲା । ଅବଶ୍ୟକ ପଡିଲେ ଆମେ ଉତ୍ତରପ୍ରଦେଶରୁ ଆଳୁ ଆଣିବୁ ବୋଲି ମୁଁ କହିଥିଲି । ଉତ୍ତରପ୍ରଦେଶରୁ ଆଳୁ ଆସି ଓଡିଶାରେ ପହଞ୍ଚିଛି । 5 ଟ୍ରକ ଆଳୁ ଓଡି଼ଶାରେ ପହଞ୍ଚି ସାରିଛି । ଆଉ କିଛି ଟ୍ରକ ଓଡିଶାରେ ପହଞ୍ଚିବାକୁ ଯାଉଛି । ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ଦର 30ରୁ 35 ଟଙ୍କା ମଧ୍ୟରେ ରହିବ । ଅଧିକ ଗାଡି ଆସିଲେ ଏହି ଦର ମଧ୍ୟ କମିବ । ଉତ୍ତରପ୍ରଦେଶରୁ ଆସୁଥିବାରୁ ପରିବହନ ଖର୍ଚ୍ଚ ଟିକେ ଉଚ୍ଚା ରହିବ । କିନ୍ତୁ ଆମ ବ୍ୟବସାୟୀ ଆଉ ଆକ୍ରମଣର ଶିକାର ହେବେ ନାହିଁ ।"

potato crisis
potato crisis (ETV Bharat Odisha)

ବ୍ୟବସାୟୀ ମହାସଂଘ ସହ ମନ୍ତ୍ରୀଙ୍କ ଆଲୋଚନା:
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି , "ଓଡିଶା ବ୍ୟବସାୟୀ ମହାସଂଘ ସହ ଆଜି ମୁଁ ଆଲୋଚନା କରିଛି । ଲୋକସେବା ଭବନରେ ଆମ ପଦାଧିକାରୀଙ୍କ ଉପସ୍ଥିତରେ ସେମାନଙ୍କ ସହ ଆଲୋଚନା କରିଛୁ । ଉତ୍ତରପ୍ରଦେଶରୁ ଆଣିଲେ ଆମେ ଭଲ କ୍ୱାଲିଟିର ଆଳୁ ପାଇବୁ । ଆଳୁ ଦର ମଧ୍ୟ ଅଧିକ ରହୁନାହିଁ । କେବଳ ପରିବହନ ଖର୍ଚ୍ଚ ଯାହା ଟିକେ ଅଧିକ ରହିବ । ନିଷ୍ପତ୍ତି ହୋଇଛି ଯେ, ଆସନ୍ତାକାଲି 10ରୁ 20 ଟ୍ରକ ଓଡିଶାର ବ୍ୟବସାୟୀ ବଇନା ଦେବେ । ଧୀରେ ଧୀରେ ଉତ୍ତର ପ୍ରଦେଶରୁ ଆଳୁ ଆଣିବା ସହ ପଶ୍ଚିମବଙ୍ଗରୁ ଆଳୁ ଆଣିବା ବନ୍ଦ କରିବୁ । କାରଣ ପଶ୍ଚିମବଙ୍ଗ ପ୍ରଶାସନ, ପୋଲିସ, ତୃଣମୂଳ କଂଗ୍ରେସର କର୍ମୀ ଓ କିଛି ଗୁଣ୍ଡା ଶ୍ରେଣୀୟ ଲୋକ ଓଡ଼ିଶାର ଆଳୁ ଗାଡିକୁ ସୀମାରୁ ଅଟକାଉଛନ୍ତି । ପ୍ରତ୍ୟେକ ଗାଡିରୁ 30ରୁ 50 ହଜାର ପର୍ଯ୍ୟନ୍ତ ଚାନ୍ଦା ଆଦାୟ କରୁଛନ୍ତି । ଏହାକୁ ବିରୋଧ କଲେ ଓଡ଼ିଆ ବ୍ୟବସାୟୀଙ୍କୁ ମାଡ଼ ମାରୁଛନ୍ତି ।"

'ଆଉ ବ୍ଲାକମେଲର ଶିକାର ହେବେନି ବ୍ୟବସାୟୀ'
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏ ବାବଦରେ ଜଣା ଅଛି ନା ନାହିଁ ଜାଣିନାହିଁ । କିନ୍ତୁ ଓଡ଼ିଶାର ସଚିବ ଓ ଅଧିକାରୀ ବାରମ୍ବାର ପଶ୍ଚିମବଙ୍ଗ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ସମାଧାନର ପ୍ରତିଶ୍ରୁତି ମିଳିଥିଲେ ବି ଏହା ହୋଇନାହିଁ । ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ଆମ ବ୍ୟବସାୟୀ ପ୍ରସ୍ତୁତ ଅଛନ୍ତି । ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ଆମେ ଅନୁମତି ଦେଇଦେଇଛୁ । ବାରମ୍ବାର ବ୍ଲାକମେଲର ଶିକାର ହେବା ଅପେକ୍ଷା ଆମେ ଠୋସ ପଦକ୍ଷେପ ନେଇଛୁ । ଆମେ ଆଳୁ ଆଣୁଛୁ ବୋଲି ସେମାନେ ବର୍ଷକୁ 3 ଥର ବ୍ଲାକମେଲ କରୁଛନ୍ତି । ଦର କଥା ନୁହେଁ ଏହା ସ୍ୱାଭିମାନର କଥା । ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀତି ଆୟୋଗ ବୈଠକ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମାଧାନ ଲାଗି ସେ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ହେଲା ନାହିଁ ।

ଏହା ବି ପଢନ୍ତୁ...ଆଳୁ ବଜାରରେ ନିଆଁ; ପଶ୍ଚିମବଙ୍ଗ ଦାଦାଗିରି ପାଇଁ ଆସିପାରୁନି ଆଳୁ, ଫେରିଗଲା 200 ଟ୍ରକ, ମନ୍ତ୍ରୀ କହିଲେ ୟୁପିରୁ ଆଣିବୁ - Skyrocketing potato price in Odisha

ଆଳୁ ସଙ୍କଟର ସମାଧାନ ପାଇଁ ନିଷ୍ପତ୍ତି:

potato crisis
potato crisis (ETV Bharat Odisha)

ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆଣିବା ବ୍ୟବସ୍ଥା କରାଯିବା ସଂକ୍ରାନ୍ତରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ବିଭାଗୀୟ ବରିଷ୍ଠ ଅଧିକାରୀ, ଓଡ଼ିଶା ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ଏବଂ ବିଭିନ୍ନ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଆଳୁ ଆଣିବା ନିମନ୍ତେ ଉତ୍ତରପ୍ରଦେଶ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହ ରାଜ୍ୟର ଏକ ପ୍ରତିନିଧି ମଣ୍ଡଳି ଖୁବଶୀଘ୍ର ଉତ୍ତରପ୍ରଦେଶ ଗସ୍ତ କରିବ । ଓଡ଼ିଶାର ଅସ୍ମିତା ରକ୍ଷା ସହ ପଡ଼ୋଶୀ ରାଜ୍ୟ ଉପରେ ଆଳୁ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଆଳୁ ସହ ଅନ୍ୟାନ୍ୟ ସାମଗ୍ରୀ ଉତ୍ପାଦନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶା ବ୍ୟବସାୟୀ ଏବଂ ବିଭିନ୍ନ ସଂଘର ଅନୁରୋଧକୁ ରକ୍ଷା କରି ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.