ETV Bharat / state

ରାଜ୍ୟ ପାଇଁ ଖୁସି ଖବର, 15ରେ ଗଡ଼ିବ ଆଉ 3 ବନ୍ଦେ ଭାରତ ଏକ୍ସପ୍ରେସ - New Vande Bharat

author img

By ETV Bharat Odisha Team

Published : Sep 11, 2024, 3:28 PM IST

Three More Vande Bharat To Run In Odisha: ରାଜ୍ୟ ପାଇଁ ଖୁସି ଖବର । ଆସନ୍ତା 15ରୁ ରାଜ୍ୟରେ ଗଡ଼ିବ 3 ଟି ନୂଆ ବନ୍ଦେ ଭାରତ ଟ୍ରେନ । କେଉଁ ରୁଟରେ ଏହା ଗଡିବ ଓ କେଉଁ ସମୟ ଧାର୍ଯ୍ୟ ହୋଇଛି, ଜାଣନ୍ତୁ ।

Vande Bharat
Vande Bharat (ETV Bharat Odisha)

ବ୍ରହ୍ମପୁର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ପାଇବ ଆଉ 3ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ । ଆସନ୍ତା 15 ତାରିଖରୁ ଏହି ଟ୍ରେନ ଗଡିବା ନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁୁ ନେଇ ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଖୁସିର ମାହୋଲ । ତେବେ ଏହି ଏକ୍ସପ୍ରେସ ଟ୍ରେନ କେଉଁ ରୁଟରେ ଯିବା ଆସିବା କରିବ ନଜର ପକାନ୍ତୁ ।

Vande Bharat (ETV Bharat Odisha)

ଏହି ରୁଟରେ ଗଡିବ:

ଟାଟା-ବ୍ରହ୍ମପୁର, ରାଉରକେଲା-ହାଓଡ଼ା ଓ ଦୁର୍ବ-ବିଶାଖାପାଟନମ ଭଳି 3ଟି ରୁଟରେ ଚଳାଚଳ କରିବ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ବର୍ତ୍ତମାନ ଓଡ଼ିଶାରେ 3ଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଥିବାବେଳେ ଏହି ସଂଖ୍ୟା 6କୁ ବୃଦ୍ଧି ପାଇବ । ରବିବାର ବ୍ରହ୍ମପୁରରେ ଏହି ବନ୍ଦେ ଭାରତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

Vande Bharat
Vande Bharat (ETV Bharat Odisha)

ବ୍ରହ୍ମପୁରରେ ଖୁସିର ଲହରୀ:

ଆସନ୍ତା ୧୫ ତାରିଖରୁ ବ୍ରହ୍ମପୁରରୁ ଟାଟାନଗର ଅଭିମୁଖେ ଆରମ୍ଭ ହେବାକୁ ଯାଉଛି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ବ୍ରହ୍ମପୁର ରେଳଷ୍ଟେସନରୁ ନୂତନ ଟ୍ରେନ ଚଳାଚଳ କରିବାକୁ ବିଭିନ୍ନ ଫୋରମରେ ଦାବି ହୋଇ ଆସୁଥିବାବେଳେ ଏହା କାର୍ଯ୍ୟକାରୀ ହେବାକୁ ଯାଉଥିବା ନେଇ ଦେଖିବାକୁ ମିଳିଛି ଖୁସିର ମାହୋଲ । ପୂର୍ବରୁ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଥିବାବେଳେ ବର୍ତ୍ତମାନ ପୁଣି ଏକ ନୂତନ ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ ପୂର୍ବରୁ ଏହି ସ୍ୱତନ୍ତ୍ର ଟ୍ରେନର ପରୀକ୍ଷାମୂଳକ ଚଳାଚଳ ମଧ୍ୟ କରାଯାଇଛି ।

Vande Bharat
Vande Bharat (ETV Bharat Odisha)

ଟ୍ରେନର ଷ୍ଟପେଜ ଓ ସମୟ:

ଏହି ଟ୍ରେନର ଗତି ଓ ବିଭିନ୍ନ ଷ୍ଟେସନରେ ରହଣି ସମୟ ମଧ୍ୟ ପରୀକ୍ଷଣ ସମୟରେ ସଠିକ ରହିଥ‌ିବାବେଳେ ଆସନ୍ତା ୧୫ ତାରିଖରୁ ବ୍ରହ୍ମପୁର ରେଳ ଷ୍ଟେସନରେ ଏହି ଟ୍ରେନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯିବ । ଝାଡଖଣ୍ଡର ଜାମଶେଦପୁର ସ୍ଥିତ ଟାଟାନଗର ଠାରୁ ବ୍ରହ୍ମପୁର ଯାଏଁ ଦୈନିକ ଏକ ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ କିଛି ଦିନ ତଳେ ରେଳ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଟ୍ରେନଟି ପ୍ରତ୍ୟେକ ଦିନ ଭୋର ୫ଟା ୨୦ ମିନଟରେ ଟାଟାନଗରରୁ ଛାଡି ଅପରାହ୍ନ ୨ଟା ୩୦ ରେ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବାକୁ ସମୟ ସ୍ଥିର ହୋଇଛି । ଏଠାରେ ୩୦ ମିନିଟ ରହିବା ପରେ ଦିନ ୩ଟା ବେଳେ ପୁଣିଥରେ ଟାଟାନଗର ଅଭିମୁଖେ ବାହାରି ସେଠାରେ ରାତି ୧୧ଟା ୫୫ ମିନିଟରେ ପହଞ୍ଚିବ । ଅର୍ଥାତ ୮ ଘଣ୍ଟା ଭିତରେ ଟ୍ରେନଟି ନିଜ ଗନ୍ତବ୍ୟ ପଥରେ ପହଞ୍ଚିବ । ମୁଖ୍ୟତଃ ଏହି ନୂତନ ଟ୍ରେନରେ ଷ୍ଟପେଜ ଭାବରେ ଟାଟା ନଗର ପରେ ଚାଇଁବସା ଷ୍ଟେସନ , ଡାଙ୍ଗୁଆପୋଷି, ବଂଶପାଣି, କେଉଁଝରଗଡ, ହରିଚନ୍ଦନପୁର, ଜଖପୁର, କଟକ, ଭୁବନେଶ୍ଵର, ଖୋଦ୍ଧାରୋଡ ଏବଂ ବାଲୁଗାଁ ଷ୍ଟେସନରେ ଅଟକି ବ୍ରହ୍ମପୁରରେ ପହଞ୍ଚିଯିବ ।

ଏହା ବି ପଢନ୍ତୁ...Vande Bharat: ରେଳଯାତ୍ରୀ ଧ୍ୟାନ ଦିଅନ୍ତୁ, ବନ୍ଦେ ଭାରତ ସ୍ଲିପର ପରେ ଆସୁଛି କବଚ ଓ ବନ୍ଦେ ମେଟ୍ରୋ - Vande Bharat Express Train

ଏହା ବି ପଢନ୍ତୁ...Vande Bharat: ବନ୍ଦେ ଭାରତ ସ୍ଲିପର ଟ୍ରେନରେ ରହିଛି ଏସବୁ ଫିଚର: ଭୁଲିଯିବେ ବିମାନ ଯାତ୍ରା ! ଜାଣନ୍ତୁ କେବେଠୁ ଗଡିବ ଟ୍ରାକରେ - Vande Bharat sleeper coach

ଏହା ବି ପଢନ୍ତୁ...ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ; ପୁରୀ-ବିଶାଖାପାଟଣା ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ...ରାଜ୍ୟରେ ଗଡିବ ତୃତୀୟ ବନ୍ଦେ ଭାରତ ଟ୍ରେନ, 41ଟି 'ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ' ଷ୍ଟଲର ହେବ ଶୁଭାରମ୍ଭ

ନୂଆ ଏକ୍ସପ୍ରେସରେ ଅତ୍ୟାଧୁନିକ ସୁବିଧା:
ନୂତନ ଭାବରେ ଚଳାଚଳ କରିବାକୁ ରହିଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ଟ୍ରେନର ଉଭୟ ପାର୍ଶ୍ବରେ ଇଞ୍ଜିନ ରହିଛି । ଟ୍ରେନରେ ମୋଟ ୮ଟି ବଗି ରହିଥିବାବେଳେ ମୋଟ ୫୫୬ ଯାତ୍ରୀଙ୍କ ପାଇଁ ସିଟ ରହିଛି । ସେଥିମଧ୍ୟରୁ ୬ଟି ବଗିରେ ୭୮ ଲେଖାଏଁ ସିଟ୍ ଅଛି । ଏହି ଟ୍ରେନରେ ଆରାମଦାୟକ ଚେୟାର ରହିଥିବାବେଳେ ଅନ୍ୟ 2 ଟି ବଗିରେ ୪୪ଟି ଲେଖାଏଁ ସିଟ୍ ରହିଛି । ତେବେ ଟ୍ରେନରେ ସିଟ ବୁକିଂ ନେଇ ସୁଟ ଉପଲବ୍ଧ ହେବା ପରେ ବ୍ରହ୍ମପୁରରୁ-ଟାଟାନଗର ଯାଏଁ ରେଳ ଭଡା କେତେ ପଡିବ ତାହା ସ୍ପଷ୍ଟ ହେବ ବୋଲି କୁହାଯାଇଛି । ରେଳ ବିଭାଗର ଖୋର୍ଦ୍ଧା ଡିଆରଏମଙ୍କ ସମେତ ରେଳ ବିଭାଗର ଏକ ଟିମ୍ ବ୍ରହ୍ମପୁର ରେଳଷ୍ଟେସନରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ରେଳ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.