ETV Bharat / state

ଆଉ ହେବନି ଆଳୁ ସଙ୍କଟ, ଓଡ଼ିଶା ଆତ୍ମନିର୍ଭରଶୀଳ ହେବାକୁ ବଦ୍ଧପରିକର: ଉପମୁଖ୍ୟମନ୍ତ୍ରୀ - ODISHA TO BOOST POTATO PRODUCTION

ବିଧାନସଭାରେ ଆଳୁ ସଙ୍କଟ ପ୍ରସଙ୍ଗ । ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ନହେବାକୁ ଓଡ଼ିଶା ବଦ୍ଧପରିକର ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ । 58ଟି ସବଡିଭିଜନରେ କୋଲଡ୍ ଷ୍ଟୋରେଜ ।

Odisha To Boost Potato Production
Odisha To Boost Potato Production (ETV Bharat Odisha)
author img

By ETV Bharat Odisha Team

Published : Dec 11, 2024, 6:11 PM IST

ଭୁବନେଶ୍ବର: ଗୃହରେ ଉଠିଲା ଆଳୁ ପ୍ରସଙ୍ଗ । ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ନହେବାକୁ ସରକାର ବଦ୍ଧପରିକର ବୋଲି ଉପମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି । ଏହସହ 58ଟି ସବଡିଭିଜନରେ କୋଲଡ୍ ଷ୍ଟୋରେଜ ହେବା ପାଇଁ ଲକ୍ଷ୍ୟ ରହିଥିବା ନେଇ ସୂଚନା ଦେଇଛନ୍ତି ।

'ଆଳୁ ମିଶୁନ ଫେଲ୍'

Odisha To Boost Potato Production (ETV Bharat Odisha)

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି, "ଓଡ଼ିଶାକୁ ଆଳୁ ଦେବା ପାଇଁ ପଶ୍ଚିମବଙ୍ଗ ବ୍ଲାକମେଲ କରୁଛି । ଓଡ଼ିଶାରେ ବ୍ୟାପକ ଆଳୁ ଉତ୍ପାଦନ କରି ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ନ ହେବାକୁ ସରକାର ବଦ୍ଧପରିକର । କାରଣ ଗତ ସରକାରଙ୍କ ଆଳୁ ମିଶନ ଫେଲ ମାରିଛି ।" କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଲେ କୃଷି ମନ୍ତ୍ରୀ।

ଆଳୁ ଚାଷ ପାଇଁ ୬୪ କୋଟି:

ସେହିପରି ଚଳିତ ରବି ଋତୁରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୧୫ ହଜାର ୨୩ ହେକ୍ଟରରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଆଳୁ ଚାଷ କରିବା ସହ ତାକୁ ରଖିବା ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଯାଉଛି । "ଆଗାମୀ ଦିନରେ ଶୀତଳ ଭଣ୍ଡାରକୁ ଗୁରୁତ୍ଵ ଦିଆଯିବ। ସେହିପରି ବାଲେଶ୍ବର ଜିଲ୍ଲାରେ ୩୦୦ ହେକ୍ଟର ଆଳୁ ବିହନ ଯୋଗାଇ ଦିଆଯାଇଛି । ଶୀତଳ ଭଣ୍ଡାର ଗୁଡିକ ପୁନରୁଦ୍ଧାର କରାଯିବ" ବୋଲି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ଶୀତଳ ଭଣ୍ଡାର ପ୍ରସଙ୍ଗ:

ବିଜୁଳି ଦର ଅଧିକ ଥିବାରୁ ଶୀତଳ ଭଣ୍ଡାର ବନ୍ଦ ପଡିଛି । ଯାହାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା। ଏହି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି, "ବିଦ୍ୟୁତ ଦର ଯୋଗୁଁ ଏହା ବନ୍ଦ ହୋଇନଥିଲା। ପୂର୍ବ ସରକାର ବେଳେ ଚିଟଫଣ୍ଡ ସଂସ୍ଥାକୁ ତାହା ଦିଆଗଲା। ସେମାନେ ଏହାକୁ ବନ୍ଧକ ରଖିବାରୁ, ଶୀତଳ ଭଣ୍ଡାର ବନ୍ଦ ରହିଲା। ଆଳୁର ବିକଳ୍ପ ପାଇଁ ବିକଳ୍ପ ଚାଷ ବିବିଧିକରଣ କରିବାକୁ ବିଚାର କରାଯିବ। ଯେଉଁ 58 ଶୀତଳ ଭଣ୍ଡାର ନିର୍ମାଣ ହେବ, ଏହା ପିପିପି ମୋଡରେ ହାଇବ୍ରିଡ୍ ଢାଞ୍ଚାରେ ନିର୍ମାଣ ହେବ। ଯାହା ଉଭୟ ବିଦ୍ୟୁତ ଓ ସୌରଚାଳିତ ହେବ ।"

ଏହା ବି ପଢନ୍ତୁ...ଗ୍ରାହକଙ୍କୁ ଆଶ୍ବସ୍ତି: 'ଆହୁରି କମିବ ଆଳୁ ଦର, ନାସିକରୁ ଆସିବ ପିଆଜ'

ଏହା ବି ପଢନ୍ତୁ...ବିଧାନସଭାରେ ଆଳୁ ତାତି, ସରକାରଙ୍କୁ ପ୍ରଶ୍ନବାଣରେ ଘେରିଲେ ବିରୋଧୀ

ଆଳୁର ଅଭାବୀ ବିକ୍ରି:

ଆଳୁର ଅଭାବୀ ବିକ୍ରି ନେଇ ସ୍ୱର ଉଠାଇଲା କଂଗ୍ରେସ । "କୋରାପୁଟ, ରାୟଗଡା, କନ୍ଧମାଳ ଜିଲ୍ଲାର ଚାଷୀମାନେ ଆଳୁ ଚାଷ କରିବାକୁ ସରକାର ପଦକ୍ଷେପ ନେବେ । ଚଳିତ ବର୍ଷ 1ଲକ୍ଷ 37 ହଜାର ଆଳୁ ବିହନ ଚାଷୀଙ୍କୁ ଦିଆଯାଇଛି। ଗତ ସରକାରରେ ଆଳୁ ମିଶନ ଫେଲ ମାରିଥିଲା ।ବର୍ତ୍ତମାନ 58 ଟି ସବଡିଭିଜନରେ କୋଲଡ୍ ଷ୍ଟୋରେଜ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ନୂଆ ସରକାର" ବୋଲି କହିଛନ୍ତି କୃଷି ମନ୍ତ୍ରୀ କେଭି ସିଂଦେଓ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.