ETV Bharat / state

ଗଠନ ହେବ ଶ୍ରୀମନ୍ଦିରର ନୂତନ ପରିଚାଳନା କମିଟି, ଯୋଗ୍ୟ ବ୍ୟକ୍ତିଙ୍କୁ ସ୍ଥାନ ଦେବାକୁ ଦାବି - SHREE MANDIR MANAGEMENT COMMITTEE

author img

By ETV Bharat Odisha Team

Published : Aug 3, 2024, 7:29 PM IST

SHREE MANDIR MANAGEMENT COMMITTEE: ଶ୍ରୀମନ୍ଦିରର ନୂତନ ପରିଚାଳନା କମିଟି ଗଠନ ପାଇଁ ମନ୍ଦିର ପ୍ରଶାସନକୁ ଚିଠି । ସେପଟେ ନୂଆ ପରିଚାଳନା କମିଟିରେ ଯୋଗ୍ୟ ବ୍ୟକ୍ତିଙ୍କୁ ସ୍ଥାନ ଦେବାକୁ ସେବାୟତ ଓ ବୁଦ୍ଧିଜୀବୀଙ୍କ ଦାବି । ଅଧିକ ପଢନ୍ତୁ

SHREE MANDIR MANAGEMENT COMMITTEE
SHREE MANDIR MANAGEMENT COMMITTEE (ETV Bharat Odisha)

ପୁରୀ: ଚଳିତ ମାସ ଶେଷ ହେବାକୁ ଯାଉଛି ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ଅବଧି । ନୂଆ ପରିଚାଳନା କମିଟି ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ରାଜ୍ୟ ଆଇନ୍ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରି ଅବଗତ କରାଯାଇଛି ।‌ କେଉଁ ଆଧାରରେ ଏବଂ କିଭଳି ଭାବେ ନୂତନ ପରିଚାଳନା କମିଟି ସଦସ୍ୟଙ୍କ ମନୋନୟନ ହେବ ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରାଜ୍ୟ ଆଇନ୍ ବିଭାଗ ଚିଠିରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ।

ନୂଆ ପରିଚାଳନା କମିଟି ଗଠନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି:

ଆଇନ୍ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ ଅନୁସାରେ ମହାପ୍ରଭୁଙ୍କର ଅଧିକାଂଶ ସେବାପୂଜାରେ ପ୍ରମୁଖ ଭୂମିକା ଥିବା ସେବାୟତ ନିଯୋଗରୁ ଦୁଇଜଣ ଲେଖାଏଁ ସଦସ୍ୟଙ୍କ ନାମ ଉକ୍ତ ନିଯୋଗ ଶ୍ରୀମନ୍ଦିର ପ୍ରଶାସନକୁ ସୁପାରିଶ କରିବାକୁ ଅନୁରୋଧ କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବିଭିନ୍ନ ନିଯୋଗରୁ ସୁପାରିଶ ହୋଇଥିବା ନାମ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏକ ଦଶ ଜଣିଆ ସଦସ୍ୟ ସୂଚି ପ୍ରସ୍ତୁତ କରିବେ । ଯଦି ନାମ ଚୟନ ନେଇ କୌଣସି ଅସୁବିଧା ହୁଏ ,ତେବେ ଲଟେରୀ ମାଧ୍ୟମରେ ନାମ ଚୟନ କରାଯିବା ନେଇ ଚିଠିରେ ଉଲ୍ଲେଖ ରହିଛି । ଶ୍ରୀମନ୍ଦିର ପରିଚାଳନା କମିଟିରେ ପ୍ରମୁଖ ସେବାୟତ ନିଯୋଗକୁ ରୋଟେସନ୍ ପଦ୍ଧତିରେ ସ୍ଥାନ ଦିଆଯିବାକୁ ଚିଠିରେ ମଧ୍ୟ ଉଲ୍ଲେଖ ରହିଛି । କୌଣସି ନିଯୋଗରୁ ଦୁଇଜଣ ବ୍ୟକ୍ତି ପରିଚାଳନା କମିଟିକୁ ମନୋନୀତ ହୋଇପାରିବେ ନାହିଁ । ସେହିପରି କୌଣସି ବ୍ୟକ୍ତି ଯଦି ଲଗାତାର ଦୁଇଥର ପରିଚାଳନା କମିଟିରେ ସଦସ୍ୟ ହୋଇଥିବେ ତାଙ୍କୁ ଆଉ ମନୋନୀତ କରାଯିବ ନାହିଁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ନାମଗୁଡ଼ିକ ମନୋନୀତ କରିବା ପରେ ଗୋପନୀୟ ଭାବେ ସରକାରଙ୍କୁ ପ୍ରଦାନ କରିବେ । ପରେ ଆଇନ୍ ବିଭାଗ ଆବଶ୍ୟକ ସଦସ୍ୟ ମନୋନୀତ କରି ନୂତନ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରିବେ ।

'ପରିଚାଳନା କମିଟିକୁ ସ୍ବାଧୀନ ଭାବେ କାର୍ଯ୍ୟ କରିବାକୁ ଦିଆଯାଉ':

ଏନେଇ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି,"ଶ୍ରୀମନ୍ଦିର ପରିଚାଳନା କମିଟି ଶ୍ରୀମନ୍ଦିର ସୁରକ୍ଷା ଏବଂ ଶୃଙ୍ଖଳିତ ନୀତିକାନ୍ତି ପାଇଁ ଉତ୍ତରଦାୟୀ । ଏଣୁ ବିଭିନ୍ନ ନିଯୋଗର ସେବାୟତ ପ୍ରତିନିଧିଙ୍କ ସହ ସମାଜର ବିଭିନ୍ନ ବର୍ଗରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ପରିଚାଳନା କମିଟିରେ ସ୍ଥାନ ଦେବା ଉଚିତ୍ । ପୂର୍ବରୁ ପରିଚାଳନା କମିଟି ରାଜ୍ୟ ସରକାରଙ୍କ କ୍ରୀଡନକ ସାଜି ଶ୍ରୀମନ୍ଦିରର ସୁରକ୍ଷା ଓ ଶୃଙ୍ଖଳିତ ନୀତିକାନ୍ତି କିଭଳି ହେବ ସେନେଇ ଧ୍ୟାନ ଦେଉନଥିଲେ । ସରକାରଙ୍କ ଚାପରେ ଭୁଲ୍ ତ୍ରୁଟିକୁ ମଧ୍ୟ ପ୍ରତିବାଦ କରୁନଥିଲେ । ଏହାଦ୍ବାରା ଶ୍ରୀମନ୍ଦିରରେ ବିଶୃଙ୍ଖଳା ବଢ଼ିବା ସହ ରଥଯାତ୍ରା ଆୟୋଜନରେ ବ୍ୟାପକ ବିଶୃଙ୍ଖଳା, ମହାପ୍ରଭୁଙ୍କ ଭୂସମ୍ପତ୍ତି ସୁରକ୍ଷାରେ ସମ୍ପୂର୍ଣ୍ଣ ଅସମର୍ଥ ଥିଲା ଏହି ଶ୍ରୀମନ୍ଦିର ପରିଚାଳନା କମିଟି । ତେବେ ଆଗକୁ ଗଠନ ହେବାକୁ ଥିବା ନୂତନ ପରିଚାଳନା କମିଟିରେ ରାଜ୍ୟ ସରକାର ଅଯଥାରେ ହସ୍ତକ୍ଷେପ ନକରି ପରିଚାଳନା କମିଟିକୁ ସ୍ବାଧୀନ ଭାବେ କାର୍ଯ୍ୟ କରିବାକୁ ଦେଲେ ଶ୍ରୀମନ୍ଦିର ନୀତିକାନ୍ତିରେ ଶୃଙ୍ଖଳା ଆସିବା ସହ ଶ୍ରୀମନ୍ଦିର ସୁରକ୍ଷା ଓ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା ହୋଇପାରିବ ।"

'ସେବାୟତଙ୍କ ସହ ପୁରୀ ସହରର ବୁଦ୍ଧିଜୀବୀଙ୍କୁ କମିଟିରେ ସ୍ଥାନ ଦିଆଯାଉ ':

ସେହିପରି ପୁରୀର ଅନ୍ୟତମ ବୁଦ୍ଧିଜୀବୀ ରମେଶ ପ୍ରସାଦ ସିହ୍ନା କହିଛନ୍ତି,"ଶ୍ରୀମନ୍ଦିର ପରିଚାଳନା କମିଟି ଏକ ଗୁରୁତ୍ବପୂର୍ଣ୍ଣ କମିଟି । ଏହି କମିଟିରେ ଯୋଗ୍ୟ ବ୍ୟକ୍ତିଙ୍କୁ ମନୋନୀତ କରାଯାଉ । ସେବାୟତଙ୍କ ସହ ପୁରୀ ସହରର ବୁଦ୍ଧିଜୀବୀଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଉ । ଏହା ଦ୍ବାରା ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ସହିତ ଶ୍ରୀମନ୍ଦିରର ଉନ୍ନତୀ ହୋଇ ପାରିବ । ସରକାରଙ୍କ ଇଚ୍ଛା ଅନୁଯାୟୀ ବ୍ୟକ୍ତିଙ୍କୁ ପରିଚାଳନା କମିଟିରେ ସ୍ଥାନ ଦେଲେ ଶ୍ରୀମନ୍ଦିରର ଉନ୍ନତୀ ହୋଇ ପାରିବ ନାହିଁ । ଶ୍ରୀମନ୍ଦିର ପରିଚାଳନା କମିଟିକୁ ସ୍ଵାଧୀନ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଉ ।"

ଏହା ମଧ୍ୟ ପଢନ୍ତୁ ....ସରକାର କା ମାଲ୍... ! ଶ୍ରୀମନ୍ଦିର ପ୍ରଶାସନର ଅପାରଗତା ପାଇଁ ଖତ ଖାଉଛି 35ବ୍ୟାଟେରୀ ବସ୍, କେବେ ଆସିବ ଭକ୍ତଙ୍କ କାମରେ ? - Bus destroyed samang parking Puri

'ଖୁଣ୍ଟିଆ ନିଯୋଗର ପ୍ରତିନିଧିଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ସ୍ଥାନ ମିଳୁ':

ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟିରେ ରୋଟେସନ୍ ପଦ୍ଧତିରେ ବିଭିନ୍ନ ନିଯୋଗର ସଦସ୍ୟ ପ୍ରତିନିଧିଙ୍କୁ ସ୍ଥାନ ଦେବା ଦାବି ନେଇ ଖୁଣ୍ଟିଆ ନିଯୋଗ ହାଇକୋର୍ଟରେ ଏକ ମାମଲା ପୂର୍ବରୁ କରିଛି । ହାଇକୋର୍ଟରେ ଏନେଇ ମାମଲା ଥିବାବେଳେ ଆଗାମୀ ଦିନରେ ହାଇକୋର୍ଟ ଏନେଇ କ'ଣ ନିର୍ଦ୍ଦେଶନାମା ଦେଉଛନ୍ତି , ତାହା ଉପରେ ସମସ୍ତଙ୍କର ନଜର । ତେବେ ଖୁଣ୍ଟିଆ ନିଯୋଗର ବରିଷ୍ଠ ସେବକ ହଜୁରୀ କୃଷ୍ଣ ଚନ୍ଦ୍ର ଖୁଣ୍ଟିଆ କହିଛନ୍ତି," ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ୍ସ କିଛି ନିର୍ଦ୍ଦିଷ୍ଟ ନିଯୋଗର ପ୍ରତିନିଧି ଯିବାର ଉଲ୍ଲେଖ ନାହିଁ । 5 ଜଣ ସେବକ ସଦସ୍ୟ ଭାବେ ଯିବା ପାଇଁ ଉଲ୍ଲେଖ ରହିଛି । ଖୁଣ୍ଟିଆ ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ । ଏଣୁ ଖୁଣ୍ଟିଆ ନିଯୋଗର ପ୍ରତିନିଧି ଶ୍ରୀମନ୍ଦିର ପରିଚାଳନା କମିଟିରେ ସ୍ଥାନ ମିଳିବା ଉଚିତ୍ । ଏନେଇ ନିଯୋଗ ପକ୍ଷରୁ ପୂର୍ବ ସରକାରଙ୍କୁ ଜଣାଇଥିଲେ ମଧ୍ୟ ପୂର୍ବ ସରକାର ଶୁଣିଲେ ନାହିଁ । ଏଣୁ ଖୁଣ୍ଟିଆ ନିଯୋଗ ହାଇକୋର୍ଟର ଦ୍ଵାରସ୍ଥ ହୋଇଛି । କୋର୍ଟ ଏହାକୁ ହୃଦୟଙ୍ଗମ କରି ଉଚିତ୍ ନିର୍ଦ୍ଦେଶ ଦେବେ ।"

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.