ETV Bharat / state

ଗ୍ରେଡ ପେ' ସଂଶୋଧନ: ଦାବି ପୂରଣ ନହେଲେ କାର୍ଯ୍ୟବନ୍ଦ ଓ ଯୁକ୍ତ ଦୁଇ ପରୀକ୍ଷା ବର୍ଜନ ଚେତାବନୀ - ଓଡ଼ିଶା ଏସଏସବି ଅଧ୍ୟାପିକା ଅଧ୍ୟାପକ ସଂଘ

Odisha SSB Lecturers Association: ଓଡ଼ିଶା ଏସଏସବି ଅଧ୍ୟାପିକା ଓ ଅଧ୍ୟାପକଙ୍କ ଗ୍ରେଡ ପେ' ସଂଶୋଧନ ଦାବି । ଗ୍ରେଡ଼ ପେ'କୁ 4600 ଟଙ୍କାରୁ 5400 ଟଙ୍କା ପର୍ଯ୍ୟନ୍ତ ସଂଶୋଧନ ପାଇଁ ନ୍ୟାୟସଙ୍ଗତ ଦାବି କରିଛି ସଂଘ । ଅଧିକ ପଢ଼ନ୍ତୁ

ଗ୍ରେଡ ପେ' ସଂଶୋଧନ ପାଇଁ ଦାବି
ଗ୍ରେଡ ପେ' ସଂଶୋଧନ ପାଇଁ ଦାବି
author img

By ETV Bharat Odisha Team

Published : Jan 28, 2024, 10:17 PM IST

ଗ୍ରେଡ ପେ ସଂଶୋଧନ ପାଇଁ ଦାବି

ଭୁବନେଶ୍ବର: ଓଡ଼ିଶା ଏସଏସବି ଅଧ୍ୟାପିକା ଓ ଅଧ୍ୟାପକଙ୍କ ଗ୍ରେଡ ପେ' ସଂଶୋଧନ ଦାବି ନେଇ ସରକାରଙ୍କୁ ଚେତାବନୀ । ଯଥାଶୀଘ୍ର ଗ୍ରେଡ ପେ' ସଂଶୋଧନ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବା ସହ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ବର୍ଜନ କରିବେ ବୋଲି ଚେତାବନୀ ଦେଇଛି ଏସଏସବି ଅଧ୍ୟାପିକା ଓ ଅଧ୍ୟାପକ ସଂଘ । କଲେଜ ଅଧ୍ୟାପକଙ୍କ ହାରରେ ପ୍ରାରମ୍ଭିକ ଗ୍ରେଡ଼ ପେ'କୁ 4600 ଟଙ୍କାରୁ 5400 ଟଙ୍କା ପର୍ଯ୍ୟନ୍ତ ସଂଶୋଧନ ପାଇଁ ନ୍ୟାୟସଙ୍ଗତ ଦାବି କରିଛି ସଂଘ ।

ସୂଚନା ଅନୁଯାୟୀ, ଅନୁଦାନପ୍ରାପ୍ତ କଲେଜ୍ ଗୁଡିକରେ ଅଧ୍ୟାପକ ନିଯୁକ୍ତି ୧୯୯୨ ମସିହାରୁ ବନ୍ଦ ଥିବା ବେଳେ ଏହି କଲେଜ ଗୁଡିକରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ୨୦୧୬ ରୁ ୨୦୨୪ ମଧ୍ୟରେ ପ୍ରାୟ ୪୫୦୦ ଅଧ୍ୟାପିକା ଓ ଅଧ୍ୟାପକଙ୍କୁ ଏକ ସ୍ବଚ୍ଛ ଓ ଯୋଗ୍ୟତା ଭିର୍ତ୍ତିକ ସରକାରୀ ପଦ୍ଧତିରେ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ (ଏସ୍ଏସ୍‌ବି) ଦ୍ବାରା ଚୟନ କରାଯାଇଛି । ଏହି ଅଧ୍ୟାପିକା ଓ ଅଧ୍ୟାପକମାନେ ସ୍ବତନ୍ତ୍ର ଭାବରେ କେବଳ ସ୍ନାତକ ଶ୍ରେଣୀ ପାଇଁ ନିଯୁକ୍ତ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସେହି ଅନୁସାରେ ସୁବିଧା ସୁଯୋଗ ପ୍ରଦାନ କରାଯାଉନାହିଁ ।

ଏହା ମଧ୍ୟ ପଢ଼ନ୍ତୁ....ଅଧ୍ୟାପକ ସଂଘର ଗ୍ରେଡ ପେ' ବୃଦ୍ଧି ଦାବି, ସରକାର ନଶୁଣିଲେ କଳାବ୍ୟାଚ୍ ଆନ୍ଦୋଳନ ଚେତାବନୀ

ତେବେ ପୂର୍ବରୁ (୧୯୮୯) ହୋଇଥିବା ନିଯୁକ୍ତିରେ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକମାନଙ୍କୁ ସରକାରୀ ଅଧ୍ୟାପକଙ୍କ ସହ ସମାନ ଗ୍ରେଡ ପେ'ରେ ନିଯୁକ୍ତି ମିଳୁଥିବା ବେଳେ ୨୦୧୬ ମସିହା ପରଠାରୁ ସେମାନଙ୍କୁ ଯଥେଷ୍ଟ ତଳସ୍ତର 4600 ଟଙ୍କା ଗ୍ରେଡ ପେ'ରେ ନିଯୁକ୍ତି ମିଳିଛି, ଯାହାକି ଆଇନ ସମ୍ମତ ନୁହେଁ । ଏହାଦ୍ବାରା ସେମାନଙ୍କର ସମ୍ମାନ ମଧ୍ୟ ହାନୀ ହେଉଛି । ଏହି ବିସଙ୍ଗତି ନେଇ ଏସଏସବି ଅଧ୍ୟାପକ ଅଧ୍ୟାପିକାମାନେ ଦୀର୍ଘ ଆଠ ବର୍ଷ ଧରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସେମାନଙ୍କ ଗ୍ରେଡ ପେ'କୁ 5400 ଟଙ୍କାରେ ସଂଶୋଧନ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଯଦି ସଂଘର ଦାବିକୁ ପୂରଣ ପାଇଁ ସରକାର ଆସନ୍ତା ୧୫ ଦିନ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଆବଶ୍ୟକ ପଡ଼ିଲେ ଆଗକୁ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନରେ ମଧ୍ଯ ଅସହଯୋଗ କରିବାକୁ ଚେତାବନୀ ଦେଇଛି ଓଡ଼ିଶା ଏସଏସବି ଅଧ୍ୟାପିକା ଓ ଅଧ୍ୟାପକ ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.