ETV Bharat / state

ଏଣିକି ସ୍କୁଲରେ ଋତୁସ୍ରାବ ଜନିତ ସମସ୍ୟାରୁ ମୁକ୍ତି ପାଇବେ ଛାତ୍ରୀ, ସ୍କୁଲରେ ଲାଗିବ ଇନ୍‌ସିନେରେଟର ଓ ଭେଣ୍ଡିଂ ମେସିନ - Sanitary pad vending facilities - SANITARY PAD VENDING FACILITIES

Odisha School Education Programme Authority OSEPA: installation of Sanitary Napkin Vending Machines for girl students : ରାଜ୍ୟରେ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ପଢୁଥିବା ଛାତ୍ରୀମାନଙ୍କ ମାସିକ ଋତୁସ୍ରାବ ଜନିତ ପରିଷ୍କାର ପରିଚ୍ଛନ୍ନତା ନିମନ୍ତେ ପ୍ରତ୍ୟେକ ବିଦ୍ୟାଳୟରେ ଇନ୍‌ସିନେରେଟର ଓ ଭେଣ୍ଡିଂ ମେସିନ୍‌ର ବ୍ୟବସ୍ଥା କରାଯାଇଛି। ଅଧିକ ପଢନ୍ତୁ

school students
school students (ETV Bharat Odisha)
author img

By ETV Bharat Odisha Team

Published : Aug 6, 2024, 10:35 PM IST

ଭୁବନେଶ୍ବର: ସରକାରଙ୍କୁ ଘାରିଛି ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସ୍ଵଚ୍ଛତା ଚିନ୍ତା। ସ୍କୁଲରେ ଥିବା ବେଳେ ଛାତ୍ରୀମାନଙ୍କ ମାସିକ ଋତୁସ୍ରାବ ଜନିତ ସମସ୍ୟାରୁ ଏବେ ମୁକ୍ତି ପାଇବେ ଛାତ୍ରୀ। ସେମାନେ ପରିଷ୍କାର ପରିଚ୍ଛନ୍ନତା ନିମନ୍ତେ ପ୍ରତ୍ୟେକ ବିଦ୍ୟାଳୟରେ ଇନ୍‌ସିନେରେଟର (Automatic Sanitary Napkin Incinerator machine ) ଓ ଭେଣ୍ଡିଂ ମେସିନ୍‌ର ବ୍ୟବସ୍ଥା କରାଯାଇଛି। ଯାହା ଆଗାମୀ ଦିନରେ ଆହୁରି ବିଦ୍ୟାଳୟରେ ଲାଗିବ ବୋଲି କୁହାଯାଇଛି। ଏହା ସହ ବେଟି ବଚାଓ ବେଟି ପଢ଼ାଓ ସମେତ କନ୍ୟାଭୃଣ ହତ୍ୟା ଭଳି ସାଇବର ଜନିତ ସମସ୍ୟା କୁ ନେଇ ସଚେତନତା କରାଯିବା ନେଇ ନିଷ୍ପତି ନେଇଛି ଓଷେପା। ଏନେଇ ଆସନ୍ତା ୧୦ ତାରିଖରେ ସମସ୍ତ ବିଦ୍ୟାଳୟରେ ଆରମ୍ଭ ହେବ କାର୍ଯ୍ୟକ୍ରମ।

school students
school students (ETV Bharat Odisha)

*ସ୍କୁଲରେ ଥିବା ବେଳେ ଋତୁସ୍ରାବ ଜନିତ ସମସ୍ୟାରୁ ମୁକ୍ତି ପାଇବେ ଛାତ୍ରୀମାନେ*
"ସ୍କୁଲରେ କରାଯିବ କିଶୋରୀ ଛାତ୍ରୀମାନଙ୍କ ପାଇଁ ଇନ୍‌ସିନେରେଟର ଓ ଭେଣ୍ଡିଂ ମେସିନ୍ (IncInerator & Vending Machine) ର ବ୍ୟବସ୍ଥା। ତେବେ ରାଜ୍ୟରେ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ପଢୁଥିବା ଛାତ୍ରୀମାନଙ୍କ ମାସିକ ଋତୁସ୍ରାବ ଜନିତ ପରିଷ୍କାର ପରିଚ୍ଛନ୍ନତା ନିମନ୍ତେ ପ୍ରତ୍ୟେକ ବିଦ୍ୟାଳୟରେ ଇନ୍‌ସିନେରେଟର ଓ ଭେଣ୍ଡିଂ ମେସିନ୍‌ର ବ୍ୟବସ୍ଥା କରାଯାଇଛି। ଏହି ମେସିନ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ନିମନ୍ତେ ଲଗାଯାଇଛି" ବୋଲି ରାଜ୍ୟ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ସମସ୍ତ ଡିଇଓ ଏବଂ ବିଇଓ ମାନଂକୁ ନିର୍ଦ୍ଦେଶ ଦିଆଯାଇଛି।

school students
school students (ETV Bharat Odisha)
*ପ୍ରାୟ ୨୦ ହଜାର ସ୍କୁଲରେ ଲାଗିବାର ବ୍ୟବସ୍ଥା*"ରାଜ୍ୟର ପ୍ରାୟ ୨୦ ହଜାର ୩୫୬ଟି ବିଦ୍ୟାଳୟରେ ବାଳିକାମାନଙ୍କ ପାଇଁ ଉଦ୍ଦିଷ୍ଟ ଥ‌ିବା ସୌଚାଳୟରେ ଏହି ମେସିନ ଲଗାଯିବାର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟାୟ କ୍ରମେ ଏହାକୁ ସମସ୍ତ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟକୁ ସମ୍ପ୍ରସାରିତ କରାଯିବ। ମା' ମାନେ ସେମାନଙ୍କ କିଶୋରୀ ଝିଅମାନଙ୍କୁ ଏ ସମ୍ବନ୍ଧରେ ଅବଗତ କରାଇବେ। ବିଦ୍ୟାଳୟରେ ପଢୁଥ‌ିବା ଝିଅମାନେ ଏହାର ସୁବିଧା ନେଇପାରିବେ" ବୋଲି ନିର୍ଦ୍ଦେଶ ଦେଇଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ। *ବେଟି ବଚାଓ ବେଟି ପଢ଼ାଓ*
"ନାରୀ ହିଁ ଦେଶର ସଂସ୍କୃତି। ସେ ସର୍ବଦା ପୂଜନୀୟ। ନାରୀ ଶିକ୍ଷିତ ହେଲେ ଦେଶ ଶିକ୍ଷିତ ହେବ। ଏ ଦେଶକୁ ଉତ୍ତମଭାବେ ଗଢ଼ିତୋଳିବାକୁ ହେଲେ ନାରୀମାନଙ୍କର ଭୂମିକା ସର୍ବଦା ପ୍ରଶଂସନୀୟ ଓ ଅନୁକରଣୀୟ। ନାରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇନେବାକୁ ହେଲେ ସମସ୍ତ ବାଳିକାମାନଙ୍କୁ ପାଠପଢ଼ାଇ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରାଇବାକୁ ପଡ଼ିବ। ବାଳିକା ଓ ବାଳକ ମଧ୍ୟରେ କୌଣସି ଭେଦଭାବ ରଖିବା ଅନୁଚିତ୍‌" ବୋଲି ସୂଚନା ଦେଇଛି ଓସେପା । "ବାଳିକାମାନେ ଯେଭଳି, ଉତ୍ତମ ଶିକ୍ଷା ପାଇପାରିବେ ସେଥ‌ିପାଇଁ ଅଭିଭାବକମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ତେଣୁ ଅଭିଭାବକମାନେ ବାଳିକା ଶିକ୍ଷାର ପ୍ରଚାର ଓ ପ୍ରସାର ପାଇଁ ଯଥା ସର୍ବଦା ଚେଷ୍ଟିତ ହେବେ। କନ୍ୟା ସନ୍ତାନ ଏକ ଆଶୀର୍ବାଦ ଏବଂ ବାଳିକା ମାନଙ୍କ ଶିକ୍ଷାର ବିକାଶରେ ମା’ ମାନଙ୍କର ଭୂମିକା ବିଷୟରେ ବିଶଦ ଭାବେ ଅବଗତ କରାଇବେ" ବୋଲି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀ। ଏନେଇ ନିର୍ଦ୍ଦେଶ ଦେଇଛି ଓସେପା।
school students
school students (ETV Bharat Odisha)
*କନ୍ୟାଭୃଣ” ହତ୍ୟା ଉପରେ ସଚେତନତା*"ଆମ ସମାଜରେ କନ୍ୟାଭୃଣ ହତ୍ୟା ପରି ଘଟଣା ଦେଖିବାକୁ ମିଳୁଛି। ସରକାର ଏହି ସମସ୍ୟାକୁ ରୋକିବା ପାଇଁ ଏକ ଆଇନ ପ୍ରଣୟନ କରିଛନ୍ତି। ଏହା ହେଉଛି, “ଗର୍ଭଧାରଣ ପୂର୍ବ ପ୍ରସବ ଓ ପୂର୍ବ ନିଦାନ କୌଶଳ ଆଇନ" (Pre-Conception and Pre-Natal Diagnostic Techniques Act.)। ଏହି ଆଇନ ଅଧୀନରେ ଆମ ସମାଜରେ “କନ୍ୟାଭୃଣ” ହତ୍ୟା ଆଇନ ଅନୁସାରେ ଏକ ଦଣ୍ଡନୀୟ ଅପରାଧ ଅଟେ। ଯାହା ଅଭିଭାବକମାନେ ଏହାକୁ ନେଇ ସଚେତନତା ରହିବା ଆବଶ୍ୟକ। ଯେପରି, ସମସ୍ତ ବାଳିକାମାନଙ୍କର ନାମଲେଖା, ନିୟମିତ ବିଦ୍ୟାଳୟକୁ ଆସିବା ଓ ଶିକ୍ଷଣ ଅଭିବୃଦ୍ଧି ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସହ କଥାବାର୍ତ୍ତା କରି ଯତ୍ନବାନ ହେବେ" ବୋଲି କହିଛି ଓସେପା । "ବାଳିକାମାନଙ୍କର ପରିଷ୍କାର ପରିଚ୍ଛନ୍ନତା, ଉତ୍ତମ ପୁଷ୍ଟି ଉପରେ ଧ୍ୟାନ ଦେବେ। ବାଳିକା ଓ ବାଳକମାନଙ୍କର ସାମାଜିକ ଲିଙ୍ଗକୁ ନେଇ ସକାରାତ୍ମକ ମନୋଭାବ ସୃଷ୍ଟି କରିବେ। ଅଭିଭାବକମାନେ ବାଳିକା ମାନଙ୍କର ଶିକ୍ଷାରେ ଅର୍ଥ ବିନିଯୋଗ କରିବେ। ବାଳିକାମାନଙ୍କର ଶିକ୍ଷା ଓ ବୃତ୍ତି ଚୟନ ସମ୍ପର୍କିତ ଅଧିକାର ଦେବେ। ଶିଶୁ ଯୌନ ଅପରାଧ ନିର୍ଯ୍ୟାତନା ବିଷୟରେ ପିଲାମାନଙ୍କୁ ବୁଝାଇବେ ବା ସଚେତନତା କରିବେ। ବାଳିକା ଓ ବାଳକ ଉଭୟଙ୍କୁ ସମସ୍ତ କାର୍ଯ୍ୟରେ ଅଂଶଗ୍ରହଣର ସୁଯୋଗ ଦେବେ। ବାଲ୍ୟ ବିବାହକୁ ବିରୋଧ କରି ବାଳିକା ମାନଙ୍କୁ ପାଠପଢ଼ାର ସୁଯୋଗ ଦେବେ। ଶିଶୁ ଚାଲାଣକୁ ସତର୍କତାର ସହ ଅନୁଧ୍ୟାନ କରି ତା’ ବିରୋଧରେ ସଂଗ୍ରାମ କରିବେ," ବୋଲି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ଓସେପା।

*ଅନ୍‌ଲାଇନ୍ ସୁରକ୍ଷା ଓ ସାଇବର ସଚେତନତା ଉପରେ ଗୁରୁତ୍ଵ*
"ପିଲାମାନଙ୍କର ସୁରକ୍ଷା, ପିତାମାତା, ଅଭିଭାବକ, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପ୍ରଥମ କର୍ତ୍ତବ୍ୟ। ଆଜିକାଲି ଇଣ୍ଟରନେଟ୍ ସମସ୍ତଙ୍କ ପାଇଁ ଏକ ଜ୍ଞାନର ଭଣ୍ଡାର ହୋଇପାରିଛି। ପିତାମାତା ସେମାନଙ୍କ ପିଲାମାନଙ୍କ ପାଇଁ ଇଣ୍ଟରନେଟର ବ୍ୟବହାର ଏହାର ଲାଭ , କ୍ଷତି ଓ ସୁରକ୍ଷିତ ଅନଲାଇନ୍ କାର୍ଯ୍ୟକଳାପ ସମ୍ପର୍କରେ ବୁଝାଇବା ପାଇଁ ସମୟ ଦେବା ଆବଶ୍ୟକ। ଛାତ୍ରଛାତ୍ରୀଙ୍କର ମାନସିକ ସ୍ଥିତି ଓ ବ୍ୟବହାର ଉପରେ ନଜର ରଖିବେ। ସେମାନଙ୍କୁ ଯଥା ସମ୍ଭବ ସୋସିଆଲ ମିଡ଼ିଆରୁ ଦୂରେଇ ରଖିବେ। ଇଣ୍ଟରନେଟ୍ ବ୍ୟବହାର ଓ ବ୍ରାଉଜିଂ ଉପରେ ଧ୍ୟାନ ରଖିବେ। ଅଜଣା ଲୋକର ଫ୍ରେଣ୍ଡ୍ ରିକୃଷ୍ଟକୁ ଗ୍ରହଣ ନକରିବା ଇତ୍ୟାଦି ଉପରେ ନଜର ରଖିବେ। ଯଦି କୌଣସି ଛାତ୍ରଛାତ୍ରୀ ସାଇବରର ଶିକାର ହୁଅନ୍ତି ସଙ୍ଗେ ସଙ୍ଗେ ସାଇବର କ୍ରାଇମ ୟୁନିଟ୍, ସିଆଇଡ଼ି କ୍ରାଇମ ବ୍ରାଞ୍ଚ ସହ ଯୋଗାଯୋଗ କରିପାରିବେ," ବୋଲି ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ଆବଶ୍ୟକ ବୋଲି କହିଛନ୍ତି ଓସେପା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.