ଭୁବନେଶ୍ବର: ବଜ୍ରପାତ ମୃତ୍ୟୁରେ ଦେଶରେ ଏକ ନମ୍ବର ଓଡ଼ିଶା । ଉତ୍ତରପ୍ରଦେଶ ବଡ ରାଜ୍ୟ ହୋଇ ବି ସେଠି ମୃତ୍ୟୁ ଗତ 5 ବର୍ଷରେ ମାତ୍ର 542 । ହେଲେ ଗତ 5 ବର୍ଷରେ ରାଜ୍ୟରେ 1103 ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପଶ୍ନରେ ଏହାର ଉତ୍ତର ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
5 ବର୍ଷରେ ଯାଇଛି 1103 ଜୀବନ:
ବିଧାନସଭାରେ ମନ୍ତ୍ରୀ କହିଛନ୍ତି, ଗତ 5 ବର୍ଷରେ 1103 ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶ ବଡ ରାଜ୍ୟ ହୋଇ ବି ସେଠି ମୃତ୍ୟୁ ଗତ 5 ବର୍ଷରେ ମାତ୍ର 542 । ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ଵରରେ ଅନ୍ୟ ଜିଲ୍ଲା ଠାରୁ ଅଧିକ ରହିଛି । ଓଡ଼ିଶାରେ କାହିଁକି ଏତେ ବଜ୍ରପାତ ହେଉଛି ? ଗବେଷଣା କହୁଛି ଓଡ଼ିଶାରେ ଖଣିଜ୍ ପଦାର୍ଥ ଭରପୂର ଥିବାରୁ ଏହା ଘଟୁଛି । କାରଣ ଖଣିଜ୍ ପଦାର୍ଥ ହେଲା ବିଦ୍ୟୁତର good conductor ବା ସୁପରିବାହୀ । ସେଥିଲାଗି ଏଭଳି ହେଉଛି । ଆଜିଯାଏ କୌଣସି ଜ୍ଞାନ କୌଶଳ ଆସିନାହିଁ ଯେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ବଜ୍ରପାତ ହେବ ତାହା ଆକଳନ କରିହେବ । ଝାରସୁଗୁଡ଼ାରେ 72 ଓ ବଲାଙ୍ଗୀରରେ 55 ଜଣଙ୍କ ମୃତ୍ୟୁ ହୋଇଛି ଗତ ପାଞ୍ଚ ବର୍ଷରେ । ବଜ୍ରପାତ ଜନିତ ମୃତ୍ୟୁ ପାଇଁ 4 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେଉଛନ୍ତି ସରକାର ।
ଏହା ମଧ୍ୟ ପଢନ୍ତୁ: ବଜ୍ରପାତ ନେଲା 9 ଜୀବନ, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ
ତାଳ ଗଛ ରୋପଣ ପାଇଁ ବନବିଭାଗକୁ 7 କୋଟି:
ତାଳଗଛ ଲଗାଇବାରେ ଓ ନିଜ ନିଜ ସୋସିଆଲ ମିଡିଆ ହାଣ୍ଡେଲରେ ସଚେତନ କରିବାରେ ସହଯୋଗ କରିବାକୁ ବିଧାୟକ ମାନଙ୍କୁ ନିବେଦନ କରିଛନ୍ତି ରାଜସ୍ଵ ମନ୍ତ୍ରୀ । ବନବିଭାଗକୁ 7 କୋଟି ଟଙ୍କା ରାଜସ୍ଵ ବିଭାଗ ତାଳଗଛ ଲଗାଇବାକୁ ଦେଇଥିବା ଗୃହରେ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ଏହା ମଧ୍ୟ ପଢନ୍ତୁ: ଛେଳି ଚରାଇବେ ବେଳେ ଆକାଶରୁ ଖସିଲା ମୃତ୍ୟୁ; ଚାଲିଗଲା ଜଣଙ୍କ ଜୀବନ
ରାଜ୍ୟରେ କେଉଁ ଜିଲ୍ଲାରେ ବଜ୍ରକାଳୀନ ମୃତ୍ୟୁ କେତେ ହୋଇଛି ?
ବଜ୍ରପାତର ମୃତ୍ୟୁ ସଂଖ୍ୟା 72,ସର୍ବଭାରତୀୟ ସ୍ତରରେ ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ସର୍ବାଧିକ । ବିଗତ 5 ବର୍ଷ ଭିତରେ ଓଡ଼ିଶାର ମୃତ୍ୟୁ ସଂଖ୍ୟା 1103 ରେକର୍ଡ ହୋଇଛି । ଯେଉଁ ରାଜ୍ୟରେ ଖଣିଜ ସମ୍ପଦ ବେଶି ସେଠି ବିପର୍ଯ୍ୟୟ ବେଶି ବୋଲି ମନ୍ତ୍ରୀ କହିଛନ୍ତି । ଗୃହରେ ମନ୍ତ୍ରୀ ଆହୁରି କହିଛନ୍ତି, ଆଗୁଆ ସୂଚନା ପାଇଁ ସରକାର ବନ୍ଦୋବସ୍ତ କରୁଛନ୍ତି । ସ୍ଥାୟୀ ନିରାକରଣ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇନାହିଁ ଗବେଷଣା ଜାରି ରହିଛି ।
କାହିଁକି ହୁଏ ବଜ୍ରପାତ ?
ବାଦଲ ବାଦଲ ଭିତରେ ସଂଘର୍ଷ ହେଲା ଭିତରେ ବଜ୍ରପାତ ସୃଷ୍ଟି ହୁଏ । ବାଦଲ ଯେତେବେଳେ ଧରାପୃଷ୍ଠରେ ମାଡ ହୁଏ ସେତେବେଳେ ସ୍ଥିତି ଉଦ୍ବେଗଜନକ ହୁଏ । ପୁଣେରେ ଥିବା ଭାରତୀୟ କ୍ରାନ୍ତୀୟ ବିଜ୍ଞାନ ଅନୁଷ୍ଠାନରେ ମୋବାଇଲ ଆପରେ ଜନସାଧାରଣଙ୍କୁ ସତ୍ୟ ଉପଲବ୍ଧ ସୂଚନା ମିଳୁଛି ।
ଏହା ମଧ୍ୟ ପଢନ୍ତୁ: ବଜ୍ରପାତ ଜନିତ ମୃତ୍ୟୁ ଶୂନ କରିବାକୁ ଚାଲିଛି ପ୍ରୟାସ: ରାଜସ୍ୱ ମନ୍ତ୍ରୀ
ଆଜି ବିଧାନସଭାରେ ଏସବୁ ପ୍ରସଙ୍ଗ ମଧ୍ୟ ଆଲୋଚନା ହୋଇଛି ନଜର ପକାନ୍ତୁ...
ଶକ୍ତିମନ୍ତ୍ରୀଙ୍କୁ ରାଜସ୍ବମନ୍ତ୍ରୀଙ୍କ ପରାମର୍ଶ:
ବଜ୍ରପାତର ପ୍ରାକ ସୂଚନା ଓ ଲୋକଙ୍କ ସଚେତନତା ପାଇଁ ଆବଶ୍ୟକୀୟ ପଦକ୍ଷପ ନିଆଯାଉଛି । ଏହା ଏକ ଗମ୍ଭୀର ସମସ୍ୟା ,ଏହାକୁ ମୁକାବିଲା କରିବା ପାଇଁ ସମସ୍ତଙ୍କ ମିଳିତ ଉଦ୍ୟମ ଆବଶ୍ୟକ। କ୍ଷତି ପୂରଣ ରାଶି ବୃଦ୍ଧି ବାବଦରେ ବିଚାର କରାଯାଉଛି । ବଲାଙ୍ଗୀରରେ ବଜ୍ରପାତ ଜନିତ ମୃତ୍ୟୁ ଗତବର୍ଷ 55। ବଜ୍ରପାତ ଜନିତ ଶକ୍ତି ସଂଗ୍ରକ୍ଷଣ କଲେ ଶକ୍ତି ସଙ୍କଟ ଦୂର ହୋଇପାରନ୍ତା। ବିଜୁଳି ଉତ୍ପାଦନ ନେଇ ଶକ୍ତି ମନ୍ତ୍ରୀଙ୍କ ବିଚଳିତ ମନୋଭାବର ନଜିର ଦେଇ ଏଭଳି ପରାମର୍ଶ ରଖିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ଚଳିତ ବର୍ଷଠୁ ଲାଗୁ ହେବ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚପାଣ୍ଠି:
ଚଳିତ ବର୍ଷଠୁ ଲାଗୁ ହେବ ସହିଦ ମାଧୋ ସିଂ ହାତ ଖର୍ଚ୍ଚପାଣ୍ଠି ଯୋଜନା । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପ ଆଉଟ ରୋକିବାକୁ ମୋହନ ସରକାରଙ୍କ ନୂଆ ଯୋଜନାକୁ ରାଜ୍ୟ କ୍ୟାବିନେଟର ବାଜିଲା ମୋହର।ବିଧାନସଭାରେ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଚଳିତ ବର୍ଷ ଏହି ଯୋଜନାରେ ୩ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ଅଷ୍ଟମରୁ ଉତ୍ତୀର୍ଣ୍ଣ ହୋଇ ନବମ ଯାଇଥିବେ ଏବଂ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶକୁ ଯାଇଥିବେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ୫ ହଜାର ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର। ଯୋଜନା ପାଇଁ ଖର୍ଚ୍ଚ ହେବ ୧୫୬ କୋଟି ଟଙ୍କା ।
2023-24 ଆର୍ଥିକ ବର୍ଷ ସୁଦ୍ଧା 8 ହଜାର 183 ସରକାରୀ ଗାଡ଼ି 15 ବର୍ଷ ପୁରୁଣା
2023-24 ଆର୍ଥିକ ବର୍ଷ ସୁଦ୍ଧା 8 ହଜାର 183 ସରକାରୀ ଗାଡ଼ି 15 ବର୍ଷ ପୁରୁଣା । ସେଥିରୁ 7204ଟି ଗାଡି ନିଲାମ ହୋଇଛି ଏବଂ 3159ଟି ସରକାରୀ ଗାଡି ସ୍କାର୍ପ ହୋଇଛି ବୋଲି ଗୃହରେ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭାଷଣ ଜେନା । 2023-24 ଆର୍ଥିକ ବର୍ଷ ସୁଦ୍ଧା ପେଟ୍ରୋଲ ଓ ଡିଜେଲ ଚାଳିତ ବାହାନର ଲାଇଫ ସ୍ପାନ 15 ବର୍ଷ ପୂର୍ଣ୍ଣ ହୋଇଥିବା ସରକାରୀ ବାହାନର ସଂଖ୍ୟା 8183 । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଗୋଟିଏ କାର୍ଯ୍ୟକ୍ଷମ ସ୍କାର୍ପିଂ ସେଣ୍ଟର ଖୋର୍ଦ୍ଧାରେ ଅଛି ଓ ଏହାର ଏକ ସଂଗ୍ରହ କେନ୍ଦ୍ର କେନ୍ଦୁଝରରେ ଅଛି ।
ରାଜ୍ୟରେ କେତେ ଘଟିଛି ଦୁର୍ଘଟଣା ?
ରାଜ୍ୟରେ ବଢୁଛି ସଡ଼କ ଦୁର୍ଘଟଣା । ରାଜ୍ୟରେ 2023ରେ ସଡ଼କ ଦୁର୍ଘଟଣା ନେଇଛି 5 ହଜାର 696 ମୁଣ୍ଡ । ଆହତ ହୋଇଛନ୍ତି 10 ହଜାର 419 ଜଣ । 2023ରେ ମୋଟ 12 ହଜାର 52ଟି ସଡ଼କ ଦୁର୍ଘଟଣା ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ 448 ଜଣ ମୃତ୍ୟୁ ବରଣ କରିଛନ୍ତି । 2019ରୁ 2023 ପର୍ଯ୍ୟନ୍ତ ଗତ 5 ବର୍ଷରେ 26 ହଜାର 315 ଜଣ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । 5 ବର୍ଷ ମଧ୍ୟରେ ମୋଟ 55 ହଜାର 580 ସଡ଼କ ଦୁର୍ଘଟଣା ହୋଇଛି । ବିଜେଡ଼ି ବିଧାୟକ ସନାତନ ମହାକୁଡ଼ଙ୍କ ଅଣ ତାରକା ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
୩୨ଜଣ ଖଣି ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ଅଛି:
ରାଜ୍ୟରେ କାର୍ଯ୍ୟରତ ଓ ପୂର୍ବତନ ୩୨ ଜଣ ଖଣି ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ଅଛି ବୋଲି ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଗଣ୍ଡା ଗଣ୍ଡା ସରକାରୀ ବାବୁଙ୍କ ବିରୋଧରେ ହୋଇପାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । 32 ଜଣ ଖଣି ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମାମଲା ବିଚାରାଧିନ ଥିବା ଗୃହରେ ଲିଖିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ । ସେହିପରି ଜଳସମ୍ପଦ ବିଭାଗରେ 176 ଯନ୍ତ୍ରୀ ଓ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗ ପାଖରେ ବିଚାରଧୀନ ଥିବା ଗୃହରେ ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ କାରଣରୁ ଓ ଅଭିଯୋଗକୁ ନେଇ ବାବୁ ମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚରାଧୀନ ରହିଛି ।
ହୀରାକୁଦରୁ ପାଣି ନେଇ କର ଦେଇ ନାହାନ୍ତି 8ଟି ଶିଳ୍ପ ସଂସ୍ଥା:
ହୀରାକୁଦରୁ ପାଣି ନେଇ କର ଦେଇ ନାହାନ୍ତି 8ଟି ଶିଳ୍ପ ସଂସ୍ଥା ସେମାନଙ୍କ ଉପରେ ବାକି ପଡିଛି 657 କୋଟି 34 ଲକ୍ଷ ଟଙ୍କା । ସର୍ବାଧିକ ଭୂଷଣ ଶିଳ୍ପ ସଂସ୍ଥା ଉପରେ 208 କୋଟି 34 ଲକ୍ଷ ଟଙ୍କା ବାକି ରଖିଥିବା ବେଳେ TRL କ୍ରାସୋକି ରିଫ୍ରାକ୍ଟୋରିଜ ଲିମିଟେଡ଼ ଉପରେ ବାକି ପଡିଛି 172 କୋଟି 50 ଲକ୍ଷ ଟଙ୍କା । ସେହିପରି ଶ୍ୟାମ ମେଟାଲିକ୍ସ ପାୱାର ଲିମିଟେଡ଼ ଉପରେ ବାକି ପଡିଛି 116 କୋଟି 58 ଲକ୍ଷ ଟଙ୍କା । ବିଜେପି ବିଧାୟକ ଭାସ୍କର ମଢେଇଙ୍କ ଅଣ ତାରକା ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ମୁଖମନ୍ତ୍ରୀ ।
୧୨୮୦ ଚେକ୍ ଡ୍ୟାମ୍ ନିର୍ମାଣ ପ୍ରସ୍ତାବ ଗୃହରେ ଉତ୍ତର ରଖିଲେ ସଂସଦୀୟ ମନ୍ତ୍ରୀ:
ରାଜ୍ୟରେ ୧୨୮୦ ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା। ୨୦୨୨-୨୫ ଭିତରେ ୧୨୮୦ ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ପ୍ରସ୍ତାବ' ରହିଛି।
୨୦୨୫ ସୁଦ୍ଧା ୫୮୫ ଚେକ୍ ଡ୍ୟାମ୍ ନିର୍ମାଣ ସରିବ କହିଲେ ମନ୍ତ୍ରୀ । ଆଜି ବିଧାନସଭାରେ ଜଳ ସମ୍ପଦ ବିଭାଗର ପ୍ରଶ୍ନକାଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୁପସ୍ଥିତ ଥିବାରୁ ତାଙ୍କ ସ୍ଥାନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଉତ୍ତର ରଖିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର