ETV Bharat / state

ଆନେମିଆ ମୁକ୍ତ ଭାରତ; ଦେଶରେ ୪ ନମ୍ବର ରାଙ୍କରେ ଓଡ଼ିଶା, ଜାଣନ୍ତୁ ରାଜ୍ୟରେ କିପରି ହାସଲ ହେବ ଲକ୍ଷ୍ୟ ? - Anemia Mukt Bharat Scorecard - ANEMIA MUKT BHARAT SCORECARD

Odisha ranked fourth in Anemia Mukt Bharat Scorecard: ଆଇଏଫ୍ଏ ରିପୋର୍ଟ ଅନୁଯାୟୀ ୨୦୨୨-୨୩ ରେ ଓଡ଼ିଶା ୭ ନମ୍ବର ରହିଥିବା ବେଳେ ୨୦୨୩-୨୪ ମସିହାରେ ଓଡ଼ିଶା ଦେଶରେ ୪ ନମ୍ବର ସ୍ଥାନରେ ରହିଛି । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat Odisha)
author img

By ETV Bharat Odisha Team

Published : Jul 19, 2024, 11:14 AM IST

ଭୁବନେଶ୍ବର: ଆନେମିଆ ମୁକ୍ତ ଭାରତ ଲକ୍ଷ୍ୟ। ଚଳିତ ବର୍ଷ ଦେଶରେ 4 ନମ୍ବର ରାଙ୍କରେ ଓଡ଼ିଶା । ପୂର୍ବରୁ ଓଡ଼ିଶା ୭ ନମ୍ବର ରାଂକରେ ରହିଥିଲା। ରକ୍ତହୀନତା କେବଳ ଓଡ଼ିଶାର ନୁହେଁ, ବରଂ ଏହା ସମଗ୍ର ଦେଶର ସମସ୍ୟା ଅଟେ। ଜନସଂଖ୍ୟାର ୫୦ ପ୍ରତିଶତ ରୁ ଊର୍ଦ୍ଧ୍ବ ମହିଳା ରକ୍ତହୀନତା ଶିକାର ହେଉଛନ୍ତି । ରକ୍ତହୀନତା ଯୋଗୁଁ ମାତୃ ଓ ଶିଶୁ ମୃତ୍ୟୁ ହାର ବଢ଼ିବାରେ ଲାଗିଛି। ବ୍ୟାପକ ସଚେତନତା ଓ ନିୟମିତ ଔଷଧ ସେବନ ଦ୍ୱାରା ଏହି ସମସ୍ୟା ଦୂର କରାଯାଇପାରିବ।

Anemia Mukt Bharat Scorecard
Anemia Mukt Bharat Scorecard (ETV Bharat Odisha)

ଆଇଏଫ୍ଏ ରିପୋର୍ଟ ଅନୁଯାୟୀ ୨୦୨୨-୨୩ ରେ ଓଡ଼ିଶା ୭ ନମ୍ବର ରହିଥିବା ବେଳେ ୨୦୨୩-୨୪ ମସିହାରେ ଓଡ଼ିଶା ଦେଶରେ ୪ ନମ୍ବର ସ୍ଥାନରେ ରହିଛି । ଯାହା ଚଳିତ ବର୍ଷରେ ସମସ୍ତ ୩୦ ଟି ଜିଲ୍ଲାରେ ରିପୋର୍ଟିଂ କରାଯାଇଛି। ପ୍ରଥମ ସ୍ଥାନରେ ରହିଛି ଆନ୍ଧ୍ର ପ୍ରଦେଶ, ଦ୍ଵିତୀୟ ସ୍ଥାନରେ ରହିଛି ଛତିଶଗଡ, ତୃତୀୟ ସ୍ଥାନରେ ରହିଛି ତାମିଲନାଡୁ, ଏବଂ ଚତୁର୍ଥ ସ୍ଥାନରେ ଓଡ଼ିଶା ରହିଛି। ଏହି ରିପୋର୍ଟ ଏପ୍ରିଲ ୨୦୨୩ ମସିହାରୁ ମାର୍ଚ୍ଚ ୨୦୨୪ ମସିହା ପର୍ଯ୍ୟନ୍ତ ରିପୋର୍ଟ କରାଯାଇଛି।

ଏହି ରିପୋର୍ଟ ରେ ଓଡ଼ିଶାର ତଥ୍ୟ ଦେଖିଲେ ୬-୫୯ ମାସର ପିଲାମାନେ ୭୩.୨ ପ୍ରତିଶତ ଆଇ ଏଫ୍ ଏ କଭରେଜ କରାଯାଇଛି। ସେହିଭଳି ୫-୯ ବର୍ଷର ପିଲାମାନେ ୮୪.୧ ପ୍ରତିଶତ, ୧୦-୧୯ ବର୍ଷ ମଧ୍ୟରେ ୮୨.୭ ପ୍ରତିଶତ, ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ୯୫ ପ୍ରତିଶତ ଆଇ ଏଫ୍ ଏ ବଟିକା ସେବନ କରାଯାଇଛି। ସେହିପରି ଦେଶର ସମସ୍ତ ରାଜ୍ୟ ର ମୋଟ ତଥ୍ୟ ଉପରେ ନଜର ପକାଇଲେ ୬-୫୯ ମାସର ପିଲାମାନେ ୩୯.୩ ପ୍ରତିଶତ ଆଇ ଏଫ୍ ଏ କଭରେଜ କରାଯାଇଛି। ସେହିଭଳି ୫-୯ ବର୍ଷର ପିଲାମାନେ ୪୮.୯ ପ୍ରତିଶତ, ୧୦-୧୯ ବର୍ଷ ମଧ୍ୟରେ ୪୭.୪ ପ୍ରତିଶତ, ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ୯୫ ପ୍ରତିଶତ ଆଇ ଏଫ୍ ଏ ବଟିକା ସେବନ କରାଯାଇଛି। ଏପଟେ ରିପୋର୍ଟ ଆଧାରରେ ୬-୫୯ ମାସର ପିଲାଙ୍କୁ ଆଇ ଏଫ୍ ଏ ବଟିକା ସେବନରେ କମ ରହିଛି।

ଏହା ବି ପଢନ୍ତୁ- ଏଣିକି ସିକଲସେଲ ଆନେମିଆ ଏବଂ ଜଳାନ୍ତକରେ ଯିବନି ଜୀବନ ! ଗାଁରେ ମିଳିବ ଔଷଧ

ସୂଚନା ଅନୁଯାୟୀ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମାନଙ୍କର ଏହାକୁ ବଣ୍ଟନ କରାଯାଇଥିଲା। ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଆଇଏଫଏ (ଗୋଲାପୀ) ବଟିକା, ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଆଇଏଫ୍‌ଏ (ନୀଳ) ବଟିକା ଦିଆଯାଇଥିଲା। ଯାହାଫଳରେ ଅନେକ ପିଲାମାନେ ଅଭିଭାବକ ଏବଂ ଶିକ୍ଷକ ମାନଙ୍କ ସାମୁଖରେ ସେବନ କରିଥିଲେ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ,ଦେଶରେ ଓଡ଼ିଶା ୪ ନମ୍ବର ରାଙ୍କରେ ରହିବା ନେଇ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମ ଚାରି ମାନେ ଗର୍ବିତ। ଆନେମିଆ ମୁକ୍ତ ଭାରତ ଅଭିଯାନରେ ଓଡ଼ିଶାର ଭଲ ପ୍ରଦର୍ଶନ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Anemia Mukt Bharat
Anemia Mukt Bharat (ETV Bharat Odisha)

ଓଡିଶାରେ ଆନେମିଆ ମୁକ୍ତ ପାଇଁ କାର୍ଯ୍ୟକ୍ରମ-

ଆନେମିଆ ମୁକ୍ତ ଭାରତ ଲକ୍ଷ୍ୟ ଧାର୍ଯ୍ୟ ପାଁଇ କିଛି ଦିନ ତଳେ ଓଡ଼ିଶାରେ ପ୍ରଥମ ଥର ସିକିଲ ସେଲ କାର୍ଡ ବଣ୍ଟନ ହେବର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଜାତୀୟ ସିକିଲ ସେଲ ଆନେମିଆ ମିଶନ ଦ୍ବାରା ସିକିଲ ସେଲ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓଡ଼ିଶାରେ ସିକିଲ ସେଲ କାର୍ଡ ମିଳିବା ନେଇ ବ୍ୟବସ୍ଥା ହୋଇଛି । ସିକିଲ ସେଲ ନିୟନ୍ତ୍ରଣ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପ୍ରୟାସ ଆରମ୍ଭ କରିସାରିଛି । ଲୋକଙ୍କ ସ୍କ୍ରିନିଂ କରିବା ପରେ ଦିଆଯିବ ସିକିଲ ସେଲ କାର୍ଡ । ବିଶେଷ ଭାବରେ ଏହି କାର୍ଡ ସ୍କ୍ରିନିଂ ପରେ ରିପୋର୍ଟ ଆଧାରରେ ପଜିଟିଭ ଏବଂ ନେଗେଟିଭ ରିପୋର୍ଟ ରହିବ । ଏହି କାର୍ଡ ବିଶେଷ ଭାବରେ ସିକିଲ ସେଲକୁ କମେଇବା ପାଇଁ ଦିଆଯାଉଛି । ଯାହାର ନାମ ହେଉଛି ସିକିଲ ସେଲ କାର୍ଡ । ତେବେ ସରକାରୀ ଏହି କାର୍ଡକୁ ଯୋଗାଇ ଦେବେ । ଏହି କାର୍ଡ ଜାତୀୟ ସିକିଲ ସେଲ ଆନେମିଆ ମିଶନ ଦ୍ବାରା ଦିଆଯାଉଛି । ତେବେ ଦେଶରେ ଏହି କାର୍ଡ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ଚଳିତ ବର୍ଷ କାର୍ଡର ବ୍ୟବସ୍ଥା ଆରମ୍ଭ କରାଯାଇଛି ।

ଏହି ରୋଗ ଜଣେ ବ୍ୟକ୍ତି ତାଙ୍କ ରକ୍ତ ସମ୍ପର୍କ ମଧ୍ୟରେ ବିବାହ କରିବା ଦ୍ୱାରା ହୋଇଥାଏ । ଯଦି ଜଣେ ବ୍ୟକ୍ତିଙ୍କ ଶରୀରରେ ସିକିଲ ସେଲ ସଂକ୍ରମଣ ଥାଏ ତେବେ ଛୁଆଙ୍କୁ ମଧ୍ୟ ସିକିଲ ସେଲର ସଂକ୍ରମଣ ୨୫-୫୦ ପ୍ରତିଶତ ହେବାର ସମ୍ଭାବନା ରହିଥାଏ। ତେବେ ଏହାକୁ କିଭଳି ଭାବରେ କମ କରାଯିବ ସେନେଇ ସରକାର ସିକିଲ ସେଲ କାର୍ଡର ବ୍ୟବସ୍ଥା କରିଛନ୍ତି । ଯେଉଁ ମାନଙ୍କର ସିକିଲ ସେଲ ଟେଷ୍ଟ କରାଯିବ ସେହିମାନଙ୍କୁ ହିଁ ଏହି ସିକିଲ ସେଲ କାର୍ଡ ଦିଆଯିବ । ବିଶେଷ ଭାବରେ ଏହି କାର୍ଡ ବିଭିନ୍ନ ପ୍ରକାରର ରହିଛି । ପଜେଟିଭ ଲୋକଙ୍କ ପାଇଁ ଗୋଟିଏ କାର୍ଡ, ନେଗେଟିଭ ବ୍ୟକ୍ତିଙ୍କ ପାଇଁ ଆଉ ଏକ କାର୍ଡ, ସାଧାରଣ ଲୋକଙ୍କ ପାଇଁ ଆଉ ଏକ ପ୍ରକାରର କାର୍ଡ ରହିଛି ।

ଏହି ରୋଗର ସାଧାରଣ ଲକ୍ଷଣ

ଆଣ୍ଠୁ ଗଣ୍ଠିରେ ବ୍ୟଥା, ବାରମ୍ବାର ସଂକ୍ରମଣ, ଦେହ ସାରା ଘା ହେବା, ଗମ୍ଭୀର ଭାବରେ ରକ୍ତ ହୀନତା । ତେବେ ପିଲାମାନଙ୍କ ଠାରେ ଏହି ରୋଗର ଲକ୍ଷଣ ସାଧାରଣତଃ ୩ ମାସରୁ ୨ ବର୍ଷ ମଧ୍ୟରେ ଦେଖାଯାଇଥାଏ ।

ରୋଗର ଉପଚାର

ବାରମ୍ବାର ରକ୍ତ ପରିବର୍ତ୍ତନ, ପ୍ରତିଦିନ ଔଷଧ ସେବନ ଆଦି ଉପଚାର କରିବା ଆବଶ୍ୟକ । ତେବେ ରୋଗର ଉପଚାର ଅତ୍ୟନ୍ତ ବ୍ୟୟବହୁଳ ଏବଂ ସାରା ଜୀବନ ଚାଲିଥାଏ । ପ୍ରତିକାର ହିଁ ଏହାର ସର୍ବୋତ୍ତମ ଉପାୟ ଅଟେ । ୨୦୨୬ ସୁଦ୍ଧା ଦେଶରେ ସ୍କ୍ରିନିଂ ଶେଷ କରାଯିବ । ବର୍ତ୍ତମାନ ଦେଶରେ ବିଭିନ୍ନ ରାଜ୍ୟରେ ସ୍କ୍ରିନିଂ ଚାଲୁରହିଛି । ଚଳିତ ବର୍ଷ ରାଜ୍ୟରେ ସ୍କ୍ରିନିଂ ୮୦ ଲକ୍ଷ୍ୟ ଲୋକଙ୍କ ଚିହ୍ନଟ ପାଇଁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ୨୩ ଲକ୍ଷ ଲୋକଙ୍କର ସ୍କ୍ରିନିଂ ସରିଛି । ସେଥିମଧ୍ୟରୁ ରାଜ୍ୟରେ ସିକିଲି ସେଲ ମୋଟ ୬୬ ହଜାର ୩୪୧ ଜଣଙ୍କ ନିକଟରୁ ସିକିଲି ସେଲରେ ଶିକାର ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.