ETV Bharat / state

ରାଜ୍ୟରେ ଖସିଲା ଆଳୁ ଦର: କେଉଁଠି ଦର କେତେ ? ଜାଣନ୍ତୁ - ODISHA POTATO CRISIS

author img

By ETV Bharat Odisha Team

Published : Aug 11, 2024, 10:36 PM IST

ODISHA POTATO CRISIS: ରାଜ୍ୟର କିଛି ସ୍ଥାନରେ ଧିରେ ଧିରେ ଆଳୁ ସ୍ଥିତିରେ ସୁଧାର ଆସୁଛି । ଗତକାଲି ଠାରୁ ରାଜ୍ୟ ସରକାର ଡିଲରମାନଙ୍କ ଜରିଆରେ ଆଳୁ ବିକ୍ରି ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ODISHA POTATO CRISIS
ODISHA POTATO CRISIS (ETV Bharat Odisha)

କଟକ/ବୌଦ୍ଧ: ଧିରେ ଧିରେ ସୁଧୁରୁଛି ଆଳୁ ସ୍ଥିତି । ପଶ୍ଚିମବଙ୍ଗରୁ ଗତକାଲି 8 ଆଳୁ ଗାଡି ଆସିଥିଲା ବେଳେ ଆଜି 2 ଗାଡି ଆସିଛି । ବେଙ୍ଗଲ ଆଳୁ କଟକ ଛତ୍ର ବଜାରରେ ପହଞ୍ଚିବା ପରେ ଆଳୁ କିଲୋ 40 ଟଙ୍କାରେ ପହଞ୍ଚିଛି । ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରଙ୍କ ଖାଉଟିଙ୍କୁ କମ୍ ଦାମରେ ଆଳୁ ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି ।

ଆଳୁକୁ ନେଇ ଅସନ୍ତୋଷ:

ଆଳୁର ନିଆଣ୍ଟିଆ ଯୋଗାଣ ଓ ବଛା ଆଳୁକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଗ୍ରାହକ । ଏହା କେବଳ ରାଜନୈତିକ ଦଳ ମାନଙ୍କ ପାଇଁ ଏପରି ହେଉଛି ବୋଲି କହିଛନ୍ତି ଗ୍ରାହକ । ଧିରେ ଧିରେ ସ୍ୱାଭାବିକ ଆଡକୁ ଯାଉଛି ଆଳୁ ସ୍ଥିତି । କିନ୍ତୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ ବଜାର । ଆଳୁର ମୂଲ୍ୟ ବୃଦ୍ଧି ପରେ ରାଜ୍ୟ ସରକାର ଡିଲରମାନଙ୍କ ଜରିଆରେ ଗତକାଲି ଠାରୁ ଆଳୁ ବିକ୍ରି ଆରମ୍ଭ କରିଛନ୍ତି ।

କଟକରେ ଆଳୁ ସ୍ଥିତି:

କଟକ ଜିଲ୍ଲା ଯୋଗାଣ ବିଭାଗ ଛତ୍ର ବଜାରର ବିଭିନ୍ନ ହୋଲସେଲ ଆଳୁ କାଉଣ୍ଟରରୁ 30 ଟଙ୍କା ମୂଲ୍ୟରେ ଆଳୁ ଯୋଗାଇ ଦେଇଛି । ଗତ ଶନିବାର ସହରର ପାଖାପାଖି 54ଟି ଡିଲର ପଏଣ୍ଟରେ 130 କୁଇଣ୍ଟାଲ ଆଳୁ ବିକ୍ରି ହୋଇଥିବାବେଳେ, ଆଜି ମଧ୍ୟ ଏହି ପ୍ରକ୍ରିୟା ଜାରି ରହିଛି । ଯୋଗାଣ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଡିଲର ମାନେ 30 ଟଙ୍କାରେ କିଣି ନେଉଥିବା ଆଳୁକୁ 35 ଟଙ୍କାରେ ବିକ୍ରି କରୁଛନ୍ତି । ଏହାଛଡା ଆଜିଠାରୁ ଗ୍ରାମଞ୍ଚଳର ଡିଲର ପଏଣ୍ଟ ଗୁଡିକରେ ସାଧାରଣ ଲୋକଙ୍କୁ ଆଳୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଅତିରିକ୍ତ ଯୋଗାଣ ଅଧିକାରୀ ।

ଛତ୍ରବଜାର ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁଙ୍କ କହିଛନ୍ତି," ଛତ୍ର ବଜାରକୁ ଗତ ଶନିବାର 7 ଗାଡି ଏବଂ ଆଜି(ରବିବାର) ମଧ୍ୟାହ୍ନ ସୁଦ୍ଧା ଆଉ 2 ଗାଡି ଆଳୁ ପହଞ୍ଚିବା ପରେ ବଜାର ଦର ହ୍ରାସ ପାଇଛି । ଧଡ଼ା 160 ରୁ 120କୁ ଖସିଛି । ଆଳୁର ହୋଲସେଲ ଦର 32 ଟଙ୍କା ଥିବାବେଳେ ଖୁଚୁରା ବଜାରରେ 40 ଟଙ୍କାରେ ବିକ୍ରି କରାଯାଉଛି । ଆଳୁ ଅସିଥିଲେ ବି ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇନାହଁ ।

ଏହା ମଧ୍ୟ ପଢନ୍ତୁ ....ଦୂର ହେବ ଆଳୁ ସଙ୍କଟ; ମମତାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ, ଶାସକ-ବିରୋଧୀ ମୁହାଁମୁହିଁ - Mohan request Mamata patato crisis

ବୌଦ୍ଧରେ ଆଳୁ ସ୍ଥିତି:

ବଜାରରେ ଆଳୁ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସଦର ମହକୁମାର ସମସ୍ତ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ସୁଲଭ ମୂଲ୍ୟରେ ଖାଉଟିଙ୍କୁ ଆଳୁ ଯୋଗାଇବା ବ୍ୟବସ୍ଥା କରାଯାଇଛି । ବଜାରରେ ଆଳୁ ଦର କିଲୋ ପ୍ରତି ୫୦ରୁ ଉପରେ ପହଞ୍ଚି ଥିବାବେଳେ ଖାଉଟି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ଗୁଡିକରେ ଆଜି (ରବିବାର) ଠାରୁ ଗ୍ରାହକଙ୍କ ପାଇଁ ଆଳୁ କିଲୋ ପ୍ରତି ୩୭ ଟଙ୍କାରେ ଯୋଗାଇ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି ।

ଇଟିଭି ଭାରତ, କଟକ/ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.