ETV Bharat / state

ଅପରାଧୀକୁ ଚିହ୍ନିବାରେ ହେବନି ସମସ୍ୟା, ଫେସ୍ ଡିଟେକ୍ସନ ଆପରେ ବାହାରିଯିବ ପୁରା ଇତିହାସ - Criminal Face Detection Mobile APP - CRIMINAL FACE DETECTION MOBILE APP

Criminal Face Detection Mobile Application: ଅପରାଧିକୁ ଚିହ୍ନିବା ପାଇଁ ପୋଲିସକୁ କରିବାକୁ ପଡିବନି କସରତ । ଏଥର ଗୋଟିଏ ଫଟୋରେ ଜଣାପଡିବ ପୁରା ଇତିହାସ । ତେବେ କେଉଁ ଆପରେ ପୋଲିସ ଏଭଳି ଯାଞ୍ଚ କରୁଛି ଜାଣନ୍ତୁ...

Criminal Face Detection Mobile Application
Criminal Face Detection Mobile Application (ETV Bharat Odisha)
author img

By ETV Bharat Odisha Team

Published : Aug 6, 2024, 4:25 PM IST

ଭୁବନେଶ୍ୱର: ଏଣିକି ଭିଡ଼ ଭିତରେ ଅପରାଧି ଚିହ୍ନିବା ହେବ ସହଜ । ସନ୍ଦିଗ୍ଧ ଅପରାଧିଙ୍କୁ ଚିହ୍ନିବା ପାଇଁ ଟେକ୍ନୋଲୋଜି ବ୍ୟବହାର କରୁଛି ଓଡ଼ିଶା ପୋଲିସ । ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ହେଉ କିମ୍ବା ବିଭିନ୍ନ ଖଟି ଆଡ୍ଡା ଓ ସନ୍ଦିଗ୍ଧ ସ୍ଥାନରେ କମିଶନରେଟ ପୋଲିସ ଆପ୍ଲିକେସନର ବ୍ୟବହାର କରି ଅପରାଧିକୁ ଚିହ୍ନଟ କରୁଥିବା ଜଣାପଡିଛି । ଫୋନରେ ସେମାନଙ୍କର ଫଟୋ ଉଠାଇ ସେହି ଆପ ଜରିଆରେ ଯାଞ୍ଚ କରୁଛି । ତେବେ କେଉଁ ଆପରେ ପୋଲିସ ଏଭଳି ଯାଞ୍ଚ କରୁଛି ଜାଣନ୍ତୁ ।

Criminal Face Detection Mobile Application (ETV Bharat Odisha)

ଅପରାଧିଙ୍କର ପୃଷ୍ଠଭୂମି ଯାଞ୍ଚ କରିବା ପାଇଁ ଓଡ଼ିଶା ପୋଲିସ ଏକ ଆପର ବ୍ୟବହାର କରିବାକୁ ଯାଉଛି । ଯାହାର ନାଁ ରହିଛି IBIOS ବା ଏମବିସି । ଯାହାକୁ ଟେଷ୍ଟିଂ ପ୍ରକ୍ରିୟାରେ କମିଶନରେଟ ପୋଲିସ ଏବେ ସହରରେ ପୋଲିସ ଚେକିଂ ସମୟରେ ବ୍ୟବହାର କରୁଛି । ଯେକୋୖଣସି ସ୍ଥାନରେ ଅପରାଧିକ ତତ୍ତ୍ୱ ବା କାର୍ଯ୍ୟକଳାପରେ କାହାକୁ ସନ୍ଦେହ ହେଉଛି ତୁରନ୍ତ ସେହି ଆପ ଜରିଆରେ ସେହି ଲୋକର‌ ଫଟୋ ଉଠାଇ ଯାଞ୍ଚ କଲେ ପୁରା ତଥ୍ୟ ମିଳିପାରୁଛି ।

Criminal Face Detection Mobile Application
Criminal Face Detection Mobile Application (ETV Bharat Odisha)

ଏହାମଧ୍ୟ ପଢନ୍ତୁ... ରାଜଧାନୀରେ ମାତିଲେଣି ମଙ୍କିକ୍ୟାପ୍‌ ଚୋର: ଆଗକୁ ରଥଯାତ୍ରା, ଏବେଠୁ ବଢ଼ିଲା ଚିନ୍ତା - Theft in Bhubaneswar

ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି," ସିସିଟିଏନସରେ ଆମର ଯେତେ କେସ ହେଉଛି ଓ ଯେଉଁମାନେ ଗିରଫ ହେଉଛନ୍ତି ସେମାନଙ୍କର ତଥ୍ୟକୁ ଫଟୋ ଓ ଗିରଫ ସମୟର ତଥ୍ୟ ସଂଗ୍ରହ କରାଯାଇଥାଏ । ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋ(SCRB) ଗୋଟେ ନୂଆ ଆପ୍ଲିକେସନ ଡେଭଲପ କରିଛି । ସେହି ଆପ୍ଲିକେସନ ଦ୍ବାରା ଯେତେବେଳେ ଚେକିଂ ହେଉଛି ଆଉ କୌଣସି ଯାଗାରେ ସନ୍ଦେହଜନକ ଲୋକକୁ ପାଉଛୁ । ସେହି ବ୍ୟକ୍ତିର ଫଟୋ ନେଇକି ଫେସିଆଲ ରେକଗନାଇଜେସନ ମାଧ୍ଯମରେ ଜାଣିପାରିବୁ ସେହି ଲୋକର ପୁରୁଣା ଇତିହାସ କି ଅଛି ନାହିଁ । ଏହି ପ୍ରକାର ଆପ୍ଲିକେସନ ଏବେ ନୂଆ ଡେଭଲପ କରଯାଇଛି । ବହୁତ ବେନଫିଟ ରହିବ ଆମର ପିସିଆର ଏବଂ ଏନଫୋର୍ସମେଣ୍ଟ ସମୟରେ । ଲୋକଙ୍କର ପରିଚୟ ଜାଣିହେବ ବା ତାର ଚରିତ୍ର ବା ଅପରାଧିକ କାର୍ଯ୍ୟକଳାପ ବିଷୟରେ ଅନ ସ୍ପଟ ଜାଣିହେବ।"

କେତେ ଫଳପ୍ରଦ ହେବ ଏହି ଆପ୍:
ଅନେକ ସମୟରେ ରାଜ୍ୟ ବାହାରର ଅନେକ ପେଷାଦାର ଅପରାଧି ଅପରାଧ ଘଟାଇଥାନ୍ତି ଲୁଚିବା ପାଇଁ ଅନ୍ୟରାଜ୍ୟକୁ ପଳାଇ ଆସିଛନ୍ତି । ଏହି ସମୟରେ ଆପ ବେଶ ଫଳପ୍ରଦ । ମୁହଁକୁ ଚିହ୍ନଟ କରି ଏହା ବିରୋଧରେ ପୂର୍ବରୁ କୌଣସି ମାମଲା ଅଛି କି ନାହିଁ ତାହା ଜାଣିହେବ । ସେ କୋୖଣସି ଅପରାଧ ଘଟାଇବା ପୂର୍ବରୁ ଠାବ କରଯାଇପାରିବ‌ । ବିଶେଷ କରି ରାଜ୍ୟ ବାହାରୁ ତାମିଲ ଗ୍ୟାଙ୍ଗ ,ମୋ ବସ ଲୁଟେରା ଓ ଡକାୟତି ଗ୍ୟାଙ୍ଗ ଭଳି ଅନେକ ଅପରାଧି ଲୁଟ ପାଇଁ ବୁଲୁଥାନ୍ତି । ଆପ ମାଧ୍ୟମରେ ଯାଞ୍ଚ କରିବା ଦ୍ୱାରା ସେମାନଙ୍କୁ ପୋଲିସ ସହଜରେ ଟ୍ରାକକରି ପାରିବ ।

ଏସସିଆରବି( SCRB) କଣ:

SCRB ହେଉଛି ଷ୍ଟେଟ କ୍ରାଇମ୍ ରେକର୍ଡ ବ୍ୟୁରୋ ବା ଅପରାଧ ନଥିପତ୍ର ରେକର୍ଡ ସଂସ୍ଥାନ । ଯେଉଁଠି ରାଜ୍ୟ ପୋଲିସର ସମସ୍ତ ତଥ୍ୟ ସେହିଠାରେ ରଖାଯାଏ ବା ଡିଜିଟାଲ ଡାଟା ବେସ ଦ୍ବାରା ରଖାଯାଇଥାଏ । ଅର୍ଥାତ୍ ଥାନାରେ ରିପୋର୍ଟ ହେଉଥିବା ସମସ୍ତ ପ୍ରକାର ରିପୋର୍ଟ ଏଫ୍ଆଇଆର ଓ ଗିରଫ ହେଉଥିବା ଅଭିଯୁକ୍ତମାନଙ୍କର ଫିଙ୍ଗର ପ୍ରିଣ୍ଟ ଓ ଫଟୋ ଓ ବାଇମେଟ୍ରିକ ଯାହା ଥାନାରେ ସଂଗୃହିତ ହୋଇଥାଏ ତାହା ଏସସିଆରବିରେ ସୁରକ୍ଷିତ ରଖାଯାଇଥଏ ।

ଫେସ ରେକଗନାଇଜେସନ ଆପ୍:
ରାଜ୍ୟରେ ପ୍ରଥମ କରି ଏପରି ଫେସ ରେକ୍ଗନାଇଜେସନ ଆପ୍ ବ୍ୟବହାର ହେବାକୁ ହେଉଛି । ଏହି ଆପ ସାହାଯ୍ୟରେ କେବଳ ଗୋଟିଏ ଫୋଟ ଉଠାଇ ତତକ୍ଷଣାତ ପୁରା ଡାଟା ମିଳିପାରିବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.