ETV Bharat / state

ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ, ୧୫ ଶହରୁ ଊର୍ଦ୍ଧ୍ବ ପୋଷ୍ଟ ପାଇଁ ବାହାରିଲା ବିଜ୍ଞପ୍ତି - Odisha Police Recruitment

author img

By ETV Bharat Odisha Team

Published : Sep 15, 2024, 5:32 PM IST

Odisha Police Recruitment 2024: ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଁ ବିଜ୍ଞପ୍ତି । ୧୫୩୭ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

Odisha Police Recruitment
Odisha Police Recruitment (ETV Bharat Odisha)

ଭୁବନେଶ୍ବର: ଓଡ଼ିଶା ପୋଲିସ ବିଭାଗରେ ଚାକିରି କରିବା ପାଇଁ ଚାହୁଁଛନ୍ତି କି ? ଓଡ଼ିଆ ଯୁବକ ଯୁବତୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ପୋଲିସ ବିଭାଗରେ ଭର୍ତ୍ତି ପାଇଁ ବାହାରିଛି ବିଜ୍ଞପ୍ତି । ଓଡ଼ିଶା ପୋଲିସର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ମୋଟ ୧୫୩୭ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Odisha Police Recruitment
Odisha Police Recruitment (Odisha Police)
ଷ୍ଟେଟ ସିଲେକ୍ସନ ବୋର୍ଡ ଓଡ଼ିଶା ପୋଲିସରେ କେତେ ଭ୍ୟାକେନ୍ସି:

ଓଡ଼ିଶା ପୋଲିସ ପକ୍ଷରୁ ୧୪ ସେପ୍ଟେମ୍ବରରେ ଜାରି କରାଯାଇଥିବା ନୋଟିଫିକେସନ ଅନୁସାରେ, ଷ୍ଟେଟ ସିଲେକ୍ସନ ବୋର୍ଡ ଓଡ଼ିଶା ପୋଲିସ ୧୩୬୦ଟି ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ସିପୟୀ, କନଷ୍ଟେବଳ, ଓଡ଼ିଶା ଷ୍ଟେଟ୍ ଆର୍ମଡ ପୋଲିସ (OSAP), ଇଣ୍ଡିଆର ରିଜର୍ଭ (IR), ସ୍ପେଶାଲ ଇଣ୍ଡିଆନ(SIR) ରିଜର୍ଭ, ସ୍ପେଶାଲ ସିକୁରିଟି ବାଟାଲିୟନ (SS)ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି‌ ।

ଏହା ମଧ୍ୟ ପଢ଼ନ୍ତୁ...ପୂରଣ ହେବ ୫୦ ହଜାରରୁ ଅଧିକ ସରକାରୀ ପଦବୀ: ପ୍ରକାଶ ପାଇଲା ବିଜ୍ଞପ୍ତି, ଶୀଘ୍ର କରନ୍ତୁ ଆବେଦନ - Government Job Vacancies

ଏହି ଦିନଠାରୁ ଉପଲବ୍ଧ ହେବ ସମ୍ପୂର୍ଣ୍ଣ ତଥ୍ୟ:

ସେହିପରି ଓଡ଼ିଶା ପୋଲିସର ମିନିଷ୍ଟରିୟାଲ ଷ୍ଟାଫ୍ ସିଲେକ୍ସନ ବୋର୍ଡ ଦ୍ବାରା ଡିପିଓ କ୍ୟାଡ଼ର ପାଇଁ ୧୭୭ଟି ଜୁନିୟର କ୍ଲର୍କ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ପଦବୀଗୁଡ଼ିକରେ ଭର୍ତ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, କେଉଁ ବର୍ଗ ପାଇଁ କେତୋଟି ଭ୍ୟାକେନ୍ସି, ପରୀକ୍ଷା ମୋଡ୍‌, ସିଲାବସ ଇତ୍ୟାଦି ବିସୟରେ ସମ୍ପୂର୍ଣ୍ଣ ତଥ୍ୟ ଆସନ୍ତା ୨୩ ସେପ୍ଟେମ୍ବର ୨୦୨୪ ଦିନ ୧୦ଟା ସମୟରେ ଓଡ଼ିଶା ପୋଲିସ ଅଫିସିଆଲ ୱେବସାଇଟ www.odishapolice.gov.inରେ ଉପଲବ୍ଧ ହେବ । ଇଚ୍ଛୁକ ପ୍ରାର୍ଥୀମାନେ ୱେବସାଇଟ ତଥ୍ୟ ଅନୁସାରେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ତେଣୁ ଆବେଦନ କରିବାକୁ ଆଗ୍ରହୀ ଥିବା ପ୍ରାର୍ଥୀମାନେ ନିୟମିତ ଅଫିସିଆଲ ୱେବସାଇ ଯାଞ୍ଚ କରିବାକୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...Railway Vacancy: ରେଲୱେରେ ବଡ଼ ନିଯୁକ୍ତି; ଖାଲି ପଡ଼ିଛି ୧୧ ହଜାର ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ - RRB NTPC Recruitment

ଭାରତୀୟ ରେଳରେ ନିଯୁକ୍ତି:

ସେହିପରି ରେଳ ମନ୍ତ୍ରଣାଳୟ ନନ୍‌ ଟେକ୍ନିକାଲ ପପୁଲାର କ୍ୟାଟେଗୋରୀ (Non-Technical Popular Categories-NTPC) ଅଧୀନରେ ଅଣ୍ଡର ଗ୍ରାଜୁଏଟ ଓ ଗ୍ରାଜୁଏଟ ସ୍ତରରେ ୧୧,୫୫୮ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଗତକାଲି (୧୪ ସେପ୍ଟେମ୍ବର ୨୦୨୪) ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ୧୩ ଅକ୍ଟୋବର ୨୦୨୪ । ସମସ୍ତ ପୋଷ୍ଟ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ । ବିଭିନ୍ନ ବର୍ଗ ଅନୁସାରେ ଆବେଦନ ଶୁଳ୍କ ୫୦୦ରୁ ୨୫୦ଟଙ୍କା ଧାର୍ଯ୍ୟ କରାଯାଇଛି । ଆଗ୍ରହୀ ପ୍ରାର୍ଥୀମାନେ ରେଳ ନିଯୁକ୍ତି ବୋର୍ଡର ଅଫିସିଆଲ୍ ୱେବସାଇଟ୍ www.indianrailways.gov.inରେ ସମସ୍ତ ବିଷୟରେ ସୂଚନା ପାଇ ଆବେଦନ କରିପାରିବେ ।

Reference: https://www.odishapolice.gov.in/

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.