ETV Bharat / state

ପୁରୀ ବେଳାଭୂମିରେ Beach shacks: ବିଚ୍‌ରେ ମିଳିବ ବିୟର ମଜା, ଚେତାଇଲେ ବୁଦ୍ଧିଜୀବୀ, ପୂର୍ବରୁ ବ୍ୟାକଫୁଟକୁ ଯାଇଥିଲେ ନବୀନ ସରକାର - Oppose Beach Shacks

author img

By ETV Bharat Odisha Team

Published : Sep 1, 2024, 5:38 PM IST

Beach Shacks: ଗୋଆ ଥାଇଲାଣ୍ଡ ଭଳି ପୁରୀ ବେଳାଭୂମିରେ ଜମିର ମଦର ଆସର । ବେଳାଭୂମିରେ ଖୋଲିବ ମଦ ବାର୍‌ । ପର୍ଯ୍ୟଟକଙ୍କୁ ଖାଦ୍ୟ ସର ପରସାଯିବ ମଦ । ନୂଆ ଅବକାରୀ ନୀତିରେ ମୋହନ ସରକାର ଏହାକୁ ଲାଗୁ କରୁଛନ୍ତି । ଯାହାକୁ ନେଇ ଦେଖିବାକୁ ମିଳିଲାଣି ବିରୋଧ । ଜାଣନ୍ତୁ କଣ ଏହି ବିଚ୍‌ ସାକ୍ସ ? କାହିଁକି ଏହାକୁ କରାଯାଉଛି ବିରୋଧ ।

Beach shacks
Beach shacks (ETV Bharat Odisha)

ପୁରୀ: ରାଜ୍ୟ ସରକାର ଆଣିଛନ୍ତି ନୂଆ ଅବକାରୀ ନୀତି । ନୂଆ ନୀତି ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ନୂଆ ମଦ ଦୋକାନ ଖୋଲାଯିବ ନାହିଁ । ଗ୍ରାମାଞ୍ଚଳରେ କେବଳ ତିନି ତାରକା କିମ୍ବା ତା ଠାରୁ ଅଧିକ ବର୍ଗରେ ହୋଟେଲ ବ୍ୟତୀତ କୌଣସି ନୂଆ ଠିପି ଖୋଲା ଦୋକାନ ବ୍ୟବସ୍ଥା କରାଯାଇନାହିଁ । ବଡ କଥା ହେଉଛି ଗୋଆ ଓ ଥାଇଲାଣ୍ଡ ଢାଞ୍ଚା ଭଳି ସମୁଦ୍ର ବେଳା ଭୂମିରେ ମଦ ବାର୍‌ ଓ ରେସ୍ତୋରାଁ ଖୋଲିବାକୁ ନୂଆ ନୀତିରେ ଲାଗୁ କରାଯାଇଛି । ପୂର୍ବରୁ ଏପରି ଯୋଜନା କରି ଅକଳରେ ପଡିଥିଲେ ପୂର୍ବତନ ବିଜେଡି ସରକାର । ହେଲେ ନୂଆ ସରକାର ପୁଣି ଏହି ବ୍ୟବସ୍ଥାକୁ ଲାଗୁ କରିଛନ୍ତି । ସରକାରଙ୍କର ଏଭଳି ନିଷ୍ପତ୍ତିକୁ ନେଇ ପୁରୀରେ ବିଭିନ୍ନ ମହଲରେ ବିରୋଧ ଆରମ୍ଭ ହୋଇଛି । ସେବାୟତ, ବୁଦ୍ଧିଜୀବୀ ଓ ଆଇନଜୀବୀ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି ।

Beach shacks (ETV Bharat Odisha)

ବିଚ୍‌ ସାକ୍ସ କଣ (Beach shacks)?

ବେଳାଭୂମିରେ ଛୋଟ ଛୋଟ ଷ୍ଟଲ ବା ଚାଳିଆ, ମଦ ବାର୍‌ ନିର୍ମାଣ ସହ ଗ୍ରାହକଙ୍କୁ ମଦ ସହ ଖାଦ୍ୟ ପରସା ଯାଇଥାଏ । ତାହାକୁ ବିଚ୍‌ ସାକ୍ସ କୁହାଯାଏ । ଗୋଆ ଓ ଥାଇଲାଣ୍ଡରେ ଏଭଳି ବ୍ୟବସ୍ଥା ଅଛି । ବେଳାଭୂମିରେ ଅସ୍ଥାୟୀ ଭାବେ କୁଡିଆ କରି ମଦ ବାର୍‌ ଓ ରେସ୍ତୋରାଁ କରାଯାଏ । ସେଠାରେ ପର୍ଯ୍ୟଟକଙ୍କୁ ଖାଦ୍ୟ ସହ ମଦ ମଧ୍ୟ ପରସା ଯାଇଥାଏ । ମୁଖ୍ୟତଃ ଏହା ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ଲକ୍ଷ୍ୟ କରାଯାଏ । ତେବେ ଏଭଳି ବ୍ୟବସ୍ଥା ଓଡ଼ିଶାରେ ନାହିଁ । ବିଚ୍‌ ସାକ୍ସ ବ୍ୟବସ୍ଥା କରିବାକୁ ପୂର୍ବରୁ ଅର୍ଥାତ୍‌ 2021ରେ ବିଜେଡି ସରକାରରେ ଥିବା ସମୟରେ ଏହାକୁ ଲାଗୁ କରିବାକୁ ଯୋଜନା କରିଥିଲା । ହେଲେ ପ୍ରବଳ ବିରୋଧ ପରେ ଏଥିରୁ ନିବୃତ୍ତ ରହିଥିଲା ।

Beach shacks
Beach shacks (ETV Bharat Odisha)

କାହିଁକି ହେଉଛି ବିରୋଧ ?

ପୁରୀ ଏକ ପବିତ୍ର ଧର୍ମକ୍ଷେତ୍ର । ପଞ୍ଚତୀର୍ଥ ମଧ୍ୟରେ ମହୋଦଧି ହେଉଛି ଅନ୍ୟତମ ପବିତ୍ର ସ୍ଥାନ। ଏଠାରେ ମହାପ୍ରଭୁଙ୍କର ଅନେକ ନୀତି କାନ୍ତି ଅନୁଷ୍ଠିତ ହେଉଥିବା ବେଳେ ଭକ୍ତ ମାନେ ମଧ୍ୟ ଏଠାକୁ ଆସି ଅସ୍ଥି ବିସର୍ଜନ ସହିତ ମହୋଦଧିରେ ସ୍ନାନ କରି ନିଜକୁ ପବିତ୍ର ମନେ କରିଥାନ୍ତି। ପୁରୀ ଏକ ତୀର୍ଥକ୍ଷେତ୍ର ହୋଇଥିବା ବେଳେ ହଜାର ହଜାର ଭକ୍ତ ପ୍ରତିଦିନ ବେଳାଭୂମିକୁ ଆସିଥାନ୍ତି। ତେଣୁ ବେଳାଭୂମିରେ ମଦ ଦୋକାନ ଖୋଲିଲେ ଏହାର ପବିତ୍ରତା ନଷ୍ଟ ହେବା ସହ ଅନେକ ବିଶୃଙ୍ଖଳା ପରିସ୍ଥିତି ସହ ଅପରାଧ ମଧ୍ୟ ବଢ଼ିବ। ଏଣୁ ଏହି ତୀର୍ଥସ୍ଥଳୀକୁ ରାଜ୍ୟ ସରକାର ଭୋଗ ସ୍ଥଳୀରେ ପରିଣତ ନକରିବା ପାଇଁ ଅନୁରୋଧ କରିଛନ୍ତି ସେବାୟତ ଓ ବୁଦ୍ଧିଜୀବୀ।

Beach shacks
Beach shacks (ETV Bharat Odisha)

ଯୋଜନା କରି ବିରୋଧର ସାମ୍ନା କରିଥିଲେ ନବୀନ:

ମୋହନ ସରକାରଙ୍କ ବିଚ୍‌ ସାକ୍ସ ଆଣିବା ପୂର୍ବରୁ ଗତ ଦୁଇ ବର୍ଷ ତଳେ ଅର୍ଥାତ୍‌ 2021ରେ ଏପରି ଯୋଜନା ପ୍ରସ୍ତୁତ କରିଥିଲେ ତତ୍କାଳୀନ ବିଜେଡି ସରକାର । ସେ ସମୟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ଥାନ ଚିହ୍ନଟ କରାଯାଇଥିଲା । ମୁକ୍ତ ଆକାଶ ତଳେ ମଦ-ଖାଦ୍ୟର ଆସର ଜମିବ, ଆନନ୍ଦ ନେବେ ପର୍ଯ୍ୟଟକ ଏଥିସହ ରାଜ୍ୟ ପର୍ଯ୍ୟଟନକୁ ନୂଆ ଦିଶା ପାଇବ ବୋଲି ଏପରି ଚିନ୍ତା କରିଥିଲା ପୂର୍ବତନ ବିଜେଡି ସରକାର । ପୁରୀ ସମେତ ରାଜ୍ୟର 6ଟି ବେଳାଭୂମିରେ ବିଚ୍‌ ସାକ୍ସ ଖୋଲିବାକୁ ସେ ସମୟରେ ଯୋଜନା ହୋଇଥିଲା । ହେଲେ ସରକାରଙ୍କ ଏପରି ନିଷ୍ପତ୍ତିକୁ ଜୋରଦାର ବିରୋଧ କରିଥିଲେ ବୁଦ୍ଧିଜୀବୀ, ସେବାୟତ ଏବଂ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଶେଷରେ ଏହାକୁ ବାତିଲ୍‌ କରାଯାଇଥିଲା । ଏବେ ପୁଣି ମୋହନ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଥିବା ବେଳେ ଏହାକୁ ବିରୋଧ କରାଯାଉଛି ।

Beach shacks
Beach shacks (ETV Bharat Odisha)

ରାଜସ୍ବ ବୃଦ୍ଧି ପାଇଁ ଯୋଜନା କି ?

ଆଇନଜୀବୀଙ୍କ କହିବା ଅନୁସାରେ, ରାଜ୍ୟ ସରକାର ରାଜସ୍ବ ବୃଦ୍ଧି ଆଳରେ ଏଭଳି ମଦ ବିକ୍ରିକୁ ପ୍ରୋତ୍ସାହନ ଦେଉଛନ୍ତି । ପୁରୀକୁ ଗୋଆ ସହିତ ତୁଳନା କରି ରାଜ୍ୟ ସରକାର ଯେଉଁ ମଦ ବିକ୍ରି ପାଇଁ ନିଷ୍ପତ୍ତି ନେଇଛନ୍ତି ତାହା ଉଚିତ୍ ନୁହେଁ । ଏହାଦ୍ବାରା ପୁରୀ ଭଳି ତୀର୍ଥକ୍ଷେତ୍ର ରେ ଅରାଜକତା ବୃଦ୍ଧି ପାଇବା ସହ ବେଳାଭୂମିକୁ ବୁଲିବାକୁ ଆସୁଥିବା ମହିଳାଙ୍କ ସୁରକ୍ଷା ମଧ୍ୟ ବିପନ୍ନ ହେବ । ନିଶା କାରବାର ଯୋଗୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ପୁରୀ ଭଳି ତୀର୍ଥକ୍ଷେତ୍ରରେ ଅଶାନ୍ତି ବ୍ୟାପିବ। ଏଣୁ ପୁରୀ ବେଳାଭୂମିରେ ମଦ ବିକ୍ରିକୁ ରାଜ୍ୟ ସରକାର ବନ୍ଦ ନକଲେ ପୁରୀ ସହରର ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଆଇନଜୀବୀ ।

କଡା ବିରୋଧ କଲା ଜଗନ୍ନାଥ ସେନା:

ବେଳାଭୂମିରେ ମଦ ବିକ୍ରି ନିଷ୍ପତ୍ତିକୁ ମଧ୍ୟ କଡ଼ା ବିରୋଧ କରିଛି ଶ୍ରୀଜଗନ୍ନାଥ ସେନା। ତୁରନ୍ତ ଏହି ନିଷ୍ପତ୍ତିକୁ ରାଜ୍ୟ ସରକାର ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ। ଗତ କିଛିଦିନ ହେବ‌ ପୁରୀ ସହରରେ ବ୍ୟାପକ ନିଶା କାରବାର ଯୋଗୁ ହତ୍ୟା ଏବଂ ରାହାଜାନୀ ଭଳି ସଙ୍ଗୀନ ଅପରାଧ ବଢ଼ି ଚାଲିଛି । ସେହିପରି ନାବାଳକ ମାନେ ନିଶାଗ୍ରସ୍ତ ହୋଇ ବ୍ୟାପକ ଅପରାଧ ମଧ୍ୟ ଘଟାଉଛନ୍ତି । ତେଣୁ ପୁରୀ ଭଳି ତୀର୍ଥକ୍ଷେତ୍ରରେ ଶାନ୍ତି ବଜାୟ ରଖିବାକୁ ହେଲେ ବେଳାଭୂମି ସହିତ ସମ୍ପୂର୍ଣ୍ଣ ପୁରୀ ସହରକୁ ମଦମୁକ୍ତ କରିବାକୁ ଅନୁରୋଧ କରିଛନ୍ତି ବୁଦ୍ଧିଜୀବୀ ଓ ସେବାୟତ ।

‘ପୁରୀକୁ ଛାଡି ଅନ୍ୟ ବେଳାଭୂମିରେ କରାଯାଉ’

ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି, ଜଗନ୍ନାଥ ଧାମ ଚାରି ଧାମରେ ଶ୍ରେଷ୍ଠ ଧାମ । ଏଠାରେ ପଞ୍ଚ ତୀର୍ଥରେ ମହୋଦଧି ଅଛି। ମହୋଦଧିରେ ଭକ୍ତ ମାନେ ସ୍ନାନ କରନ୍ତି, ଅସ୍ଥି ବିସର୍ଜନ କରନ୍ତି । ଏଭଳି ପବିତ୍ରସ୍ଥାନରେ ମଦ ଦୋକାନ ଖୋଲିବା ଠିକ୍ ନୁହେଁ। ଓଡିଶାରେ ଅନେକ ବେଳାଭୂମି ରହିଛି। ଏଣୁ ପୁରୀକୁ ବାଦ ଦେଇ ଅନ୍ୟ ସ୍ଥାନ ରେ ଏହା କରାଯାଉ। ପୂର୍ବ ବିଜେଡି ସରକାର୍ ଏହି ନିଷ୍ପତ୍ତି ନେଇଥିଲେ। ଏହାକୁ ବିରୋଧ ପରେ ବନ୍ଦ ହୋଇଥିଲା। ଯଦି ପୁଣି ସରକାର ଏହା ଖୋଲିବା ପାଇଁ ଯୋଜନା କରିବେ ପୁଣି ବିରୋଧ କରାଯିବ।

‘ପୁରୀ ଗୋଆ ବିଚ୍‌ ନୁହେଁ’

ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, ବିଜେପି ସରକାର ଆସିବା ପୂର୍ବରୁ କହିଥିଲେ ଓଡିଶାକୁ ମଦ ମୁକ୍ତ କରିବେ । ତେବେ ଏବେ ଯେଉଁ ନୂଆ ମଦ ନୀତି ଆଣିଛନ୍ତି ଏହା ରାଜ୍ୟରେ ମଦ ବନ୍ୟା ସୃଷ୍ଟି କରିବ। ପୁରୀ ବିଚ୍ ଗୋଆ ନୁହେଁ। ଗୋଆ ବିଚ୍ ଅଲଗା, ପୁରୀ ବିଚ୍ ଅଲଗା। ପୁରୀ ସହର ମା’ ଭଉଣୀ ମାନେ ପୁରୀ ବେଳାଭୂମିକୁ ବୁଲି ଯାଇଥାନ୍ତି । ଶ୍ରୀମନ୍ଦିର ଅନେକ ନୀତି ଏହି ବେଳାଭୂମିରେ ଅନୁଷ୍ଠିତ ହେଇଥାଏ । ତେବେ ବିଚରେ ମଦ ବିକ୍ରି ହେଲେ ମହିଳାଙ୍କ ଉପରେ ଅତ୍ୟାଚାର ବଢିବ । ସରକାର୍ ମଦରୁ ରାଜସ୍ଵ ଆଦାୟ କରିବା ପରିବର୍ତ୍ତେ ଖଣିରେ ବ୍ୟାପକ ଦୁର୍ନୀତିକୁ ରୋକ୍ ଲଗାଇଲେ ରାଜସ୍ବ ବଢ଼ିବ। ମଦକୁ ଓଡିଶାରୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ। ମଦର ବ୍ୟାପକ ପ୍ରସାର ଫଳରେ ସାମାଜିକ ବିଶୃଙ୍ଖଳା ବଢିବା ସହ ଅପରାଧ ବଢ଼ୁଛି । ପୁରୀ ବିଚରେ ମଦ ବିକ୍ରି ହେଲେ କଡା ବିରୋଧ କରାଯିବ।

‘ପୁରୀକୁ ଗୋଆ ବିଚ୍‌ କରିବା ଦରକାର ନାହିଁ’

ଏହା ମଧ୍ୟ ପଢନ୍ତୁ: ପୁରୀରେ ବିଚ ସ୍ୟାକ୍ସ ପ୍ରକଳ୍ପ ବାତିଲ

ଆମ ଆଦମୀ ପାର୍ଟିର ପୁରୀ ଜିଲ୍ଲା ସଭାପତିସଞ୍ଜୀବ ମହାନ୍ତି କହିଛନ୍ତି, ବିଜେପି ନିର୍ବାଚନ ପୂର୍ବରୁ କହିଥିଲା ଓଡିଶାକୁ ମଦ ମୁକ୍ତ କରିବ। ହେଲେ ଏବେ ନୂଆ ମଦ ଦୋକାନ ବିଚରେ ଖୋଲିବ। ଏଣୁ ବିଜେପି ଲୋକଙ୍କୁ ଠକିଛି। ମୁଖ୍ୟମନ୍ତ୍ରୀ ତୁରନ୍ତ ଗାଦି ଛାଡ଼ିବା ଦରକାର୍। ଶଙ୍କରାଚାର୍ଯ୍ୟ କହିଥିଲେ ପୁରୀ ହେଉଚି ତୀର୍ଥ କ୍ଷେତ୍ର। ଏହା ତପ ଭୂମି । ଏହାକୁ ଭୋଗ ଭୂମି କରନ୍ତୁ ନାହିଁ। କର୍ପୋରେଟ କମ୍ପାନୀଙ୍କ ଠାରୁ ସରକାର ବିପୁଳ ଟଙ୍କା ପାଇବା ଆଶାରେ ମଦ ନୀତି ପରିବର୍ତ୍ତନ କରି ବେଳାଭୂମି ରେ ମଦ ବିକ୍ରି ପାଇଁ ନିଷ୍ପତ୍ତି ନେଇଛନ୍ତି । ନିଶା କାରବାରକୁ ନେଇ ପୁରୀରେ ଆଇନ ଶୃଙ୍ଖଳା ସ୍ଥିତି ଖୁବ୍ ଖରାପ । ପୁଣି ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିଲେ ଅପରାଧ ବଢିବ । ପର୍ଯ୍ୟଟକଙ୍କ ସହ ଅଘଟଣ ବୃଦ୍ଧି ପାଇବ । ପୁରୀକୁ ଗୋଆ କରିବା ଆମର ଦରକାର୍ ନାହିଁ । ସରକାର ବେଳାଭୂମିରେ ମଦ ଦୋକାନ ଖୋଲିବା ନିଷ୍ପତ୍ତି ବନ୍ଦ ନକଲେ ବ୍ୟାପକ ବିରୋଧ କରାଯିବ ।

‘ପୁରୀ ସମୁଦ୍ର ମହାପ୍ରଭୁଙ୍କ ଶ୍ବଶୁର ଘର’

ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ପୂର୍ବ ବିଜେଡି ସରକାର ଏହି ମଦ କୁଟୀର ବେଳାଭୂମିରେ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଶଙ୍କରାଚାର୍ଯ୍ୟ କହିଥିଲେ ପୁରୀକୁ ତପଭୂମିରୁ ଭୋଗ ଭୂମି କରାନଯାଉ। ମହାପ୍ରଭୁଙ୍କ ଶ୍ବଶୁର ଘର ହେଉଛି ପୁରୀ ସମୁଦ୍ର। ଏହା ଗୋଆ, ତାଲିମନାଡୁ, ବମ୍ବେ ସମୁଦ୍ର ନୁହେଁ । ପୁରୀ ସମୁଦ୍ର ହେଉଛି ତୀର୍ଥରାଜ ମହୋଦଧି । ଏଠାରେ ଭକ୍ତ ଅସ୍ଥି ବିସର୍ଜନ କରିବା ସହ ବାର ମାସରେ ତେର ଯାତ୍ରା ହୁଏ, ପ୍ରତି ଅମାବାସ୍ୟା ମହାପ୍ରଭୁଙ୍କ ସାଗର ଵିଜେ ନୀତି ହେଇଥାଏ । ଏହା ମହାଲକ୍ଷ୍ମୀଙ୍କ ବାପ ଘର । ଏଣୁ ଏହି ପବିତ୍ର ସ୍ଥାନରେ ଆମେ କେବେବି ମଦ ଦୋକାନ ଖୋଲିବାକୁ ଦେବୁନାହିଁ। ଏହାକୁ ଦୃଢ଼ ବିରୋଧ କରାଯିବ।

ପୂର୍ବତନ ନବୀନ ସରକାର ଏପରି ନିଷ୍ପତ୍ତି ପାଇଁ ଅଡୁଆରେ ପଡିଥିବା ବେଳେ ମୋହନ ସରକାରଙ୍କ ଏହି ନିଷ୍ପତ୍ତି ପୁରୀବାସୀ କେତେ ଗ୍ରହଣ କରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଯୋଜନା କାର୍ଯ୍ୟକାରୀ ହେଉଛି ନା ପୂର୍ବ ଭଳି ଏହାକୁ ବନ୍ଦ କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର ।

ଏହା ମଧ୍ୟ ପଢନ୍ତୁ: ଗୋପାଳପୁର ବେଳାଭୂମିରେ ପର୍ଯ୍ୟଟକଙ୍କୁ ବିୟର ମଜା, ପ୍ରକଳ୍ପ ବାତିଲ ନକଲେ ଆନ୍ଦୋଳନ ଚେତାବନୀ

ଏହା ମଧ୍ୟ ପଢନ୍ତୁ: ପୁରୀରେ Beach Shacks ପ୍ରକଳ୍ପ ଗ୍ରହଣୀୟ ନୁହେଁ: ଶଙ୍କରାଚାର୍ଯ୍ୟ

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.