ETV Bharat / state

ସାର୍ ମୋ ଗୁହାରୀ ଶୁଣନ୍ତୁ, ମୁଁ ସ୍କୁଲ ଛାଡି ଆସିଛି...

ଜିଲ୍ଲାପାଳ ବ୍ଲକକୁ ଆସିଛନ୍ତି ଜାଣିବା ପରେ ସ୍କୁଲ ଛାଡି ଧାଇଁ ଆସିଥିଲା କୁନି ପିଲାଟି । ଆଉ ତା' ପରେ ଯାହା ହେଲା ତାହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

Minor boy seeks help
Minor boy seeks help (ETV Bharat Odisha)
author img

By ETV Bharat Odisha Team

Published : 3 hours ago

Updated : 3 hours ago

ଭବାନୀପାଟଣା: ଜିଲ୍ଲାପାଳଙ୍କୁ କୁନି ପୁଅର ଗୁହାରୀ । ଜିଲ୍ଲାପାଳ ବ୍ଲକକୁ ଆସିଛନ୍ତି ଜାଣିବା ପରେ ନିଜ ଦୁଃଖ ଶୁଣାଇବାକୁ ସ୍କୁଲରୁ ସିଧା ଚାଲିଆସିଛି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟରେ । କୁନି ପିଲାଟିର ଆକୁଳ ନିବେଦନ ଯେକେହିବି ଶୁଣିବ ତା'ର ଆଖିରେ ଲୁହ ଆସିଯିବ ।

Minor boy seeks help (ETV Bharat Odisha)

ଜିଲ୍ଲାପାଳଙ୍କୁ ଛାତ୍ରର ନିବେଦନ:

"ଗୁହାରୀ ଶୁଣନ୍ତୁ ଜିଲ୍ଲାପାଳ । ମୁଁ ସ୍କୁଲ ଛାଡି ଆସିଛି । ସାର, ମୋର ଦୁଃଖ ବୁଝନ୍ତୁ । ଆପଣଙ୍କୁ ଭେଟିବାକୁ ମୁଁ ସ୍କୁଲ ବନ୍ଦ କରି ଆସିଛି । ମୋର କେହି ସାହା ଭରସା ନାହାନ୍ତି । ପିଲାଦିନରୁ ମାଆ ନାହିଁ । ତିନି ବର୍ଷ ହେଲା ଛାଡି ଚାଲିଗଲେ ବାପା । ମୋର ବୁଢ଼ୀ ଆଇ ମୋତେ ପାଳି ପୋଷି ବଡ଼ କରିଥିଲା । ଏବେ ସେ ବି ଆଉ କାମ ଦାମ କରିପାରୁନି । ରହିବାକୁ ଘର ଖଣ୍ଡିଏ ବି ନାହିଁ । ଭଙ୍ଗା କୁଡ଼ିଆରେ ମୁଣ୍ଡ ଗୁଞ୍ଜିଛୁ ଆଇ ନାତି । ତାର ଭତ୍ତା ଟଙ୍କା ଓ ଚାଉଳରେ ଆମେ ଚଳିପାରୁନୁ । ବଡ଼ କଷ୍ଟରେ ପାଠ ପଢୁଛି ମୁଁ । ସେଦିନ ସ୍କୁଲରେ ଶୁଣିଲି... ଆପଣ କୁଆଡେ ସମସ୍ତଙ୍କର ଦୁଃଖସୁଖ ବୁଝନ୍ତି । ଆଉ ଆମ ବ୍ଲକକୁ ଆସୁଛନ୍ତି ଆପଣ। ତେଣୁ କାହାକୁ କିଛି ନକହି ଚାଲି ଆସିଲି। ଆପଣଙ୍କୁ ଭେଟିବି ବୋଲି। ମୋତେ କିଛି ଦରକାର ନାହିଁ ସାର। ମୋର ଆଇ ନାଁରେ ଗୋଟେ ଘର ଆଉ ମୋର ପାଠ ପଢିବା ପାଇଁ ବ୍ୟବସ୍ଥା କରିଦିଅନ୍ତୁ"ଏଭଳି କିଛି କହି ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ।

Minor boy seeks help
Minor boy seeks help (ETV Bharat Odisha)

ଅଭିଯୋଗ ଶୁଣାଣି ବେଳେ ପହଞ୍ଚିଲେ ଛାତ୍ର:

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ନିଜର ସମସ୍ୟା ଜଣାଇବାକୁ ଆସିଥିବା ଏହି ଛାତ୍ର ଜଣକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବାବେଳେ ଖୋଦ ଜିଲ୍ଲାପାଳ ସଚିନ ପାୱାର ମଧ୍ୟ ଛାତ୍ରଟିର କଥାକୁ ମନଧ୍ୟାନ ଦେଇ ଶୁଣିଥିଲେ, ଯାହା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁଯାୟୀ, ସୋମବାର ଥିଲା କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି । ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଦୁଇ ଶହରୁ ଅଧିକ ଅଭିଯୋଗ ଦାଖଲ କରାଯାଇଥିବାବେଳେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ସ୍କୁଲ ବନ୍ଦ କରି ଆସି ପହଞ୍ଚିବା ଚର୍ଚ୍ଚାର ବିଷୟ ହୋଇଛି । ପିଲାଟି ଦିନରୁ ନିଜ ମା'କୁ ହରାଇଥିବାବେଳେ ବର୍ଷକ ତଳୁ ପିଲାଟିର ବାପାଙ୍କ ମୃତ୍ୟୁ ଘଟିଛି । ସେହିଦିନରୁ ପିଲାଟି ଆଈ ପାଖରେ ଆଶ୍ରୟ ନେଇଛି । ବୃଦ୍ଧା ଆଈ ନିଜର ଭତ୍ତା ଟଙ୍କା, ଚାଉଳ ବ୍ୟତୀତ ମାଗିଯାଚି ନିଜର ନାତିକୁ ପୋଷିବା ସହିତ ପୋଖରୀବନ୍ଧ ସ୍କୁଲରେ ପାଠ ପଢାଉଛନ୍ତି ।

କ'ଣ ଅଭିଯୋଗ କଲେ ଛାତ୍ର?

ଜିଲ୍ଲାପାଳ ପିଲାଟିର କଥା ଶୁଣିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦ୍ର ମହାପାତ୍ରଙ୍କୁ ଅଭିଯୋଗ ସମ୍ପର୍କରେ ତଦନ୍ତ ସହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଶଶାଙ୍କ ପାତ୍ର ଗାଁ ଗସ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି । ଏନେଇ ଛାତ୍ର ଜଣକ କହିଛନ୍ତି, " ମୁଁ ଶନିବାର ଦିନ ସ୍କୁଲ ଯାଇଥିଲି ସେଠାରେ ସାର୍ ମାନେ କଥା ହେବାର ଶୁଣିଥିଲି ଯେ ଜିଲ୍ଲାପାଳ ସୋମବାର ଦିନ ବ୍ଲକ ଅଫିସକୁ ଆସୁଛନ୍ତି। ତେଣୁ ମୁଁ ସାରମାନଙ୍କୁ ପଚାରି ଥିଲି ଯେ କଲେକ୍ଟର ସାର୍ କ'ଣ ପାଇଁ ଆସୁଛନ୍ତି । ସେ କହିଥିଲେ ଯେ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଆସୁଛନ୍ତି । ତେଣୁ ମୁଁ ସ୍କୁଲ ବନ୍ଦ କରିକି ଚାଲି ଚାଲି ବ୍ଲକ ଅଫିସରେ ପହଞ୍ଚି ଦରଖାସ୍ତ ଲେଖିକଲେକ୍ଟର ସାରଙ୍କୁ ଜଣାଇବା ପରେ ସେ ମତେ ପଚାରିଥିଲେ ସ୍କୁଲ ନ ଯାଇ ଏଠାକୁ କେମିତି ଆସିଲ। ସେହି ସମୟରେ ମୁଁ ମୋର ଦୁଃଖ ଓ ସମସ୍ୟା କଲେକ୍ଟର ସାରଙ୍କ ନିକଟରେ ପ୍ରକାଶ କରିବା ପରେ ସାର୍ ଅନ୍ୟ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦେଇ ମୋ କଥା ବୁଝିବାକୁ କହିଛନ୍ତି ।"

ଏହା ବି ପଢନ୍ତୁ...ଗରିବ ପରିବାରକୁ ଦଇବ ଦୁଃଖ: କାମ କରୁନି କିଡନୀ, ସାହାଯ୍ୟ ଆଶାରେ ଭାଗ୍ୟଧର - Seeking Help For Kidney Treatment

ଏହା ମଧ୍ୟ ପଢ଼ନ୍ତୁ...Family Seeks Help: ପୁଅର ଚିକିତ୍ସା ପାଇଁ ପାଖରେ କାଣି କଉଡିଟିଏ ନାହଁ, ପଣତ କାନି ପତାଇ ସାହାଯ୍ୟ ମାଗୁଛି ମା’ - Helpless Family Seeks Help

ଏହା ମଧ୍ୟ ପଢ଼ନ୍ତୁ...ବ୍ରେନ ଷ୍ଟ୍ରୋକରେ ଶିକାର ହୋଇ ମେଡ଼ିକାଲ ବେଡରେ ପଡ଼ିଛି ସ୍ବାମୀ, ସିନ୍ଦୁର ବଞ୍ଚାଇବା ପାଇଁ ସ୍ତ୍ରୀ ମାଗୁଛି ସହାୟତା - Helpless Family Seeks Help

ଏହା ମଧ୍ୟ ପଢ଼ନ୍ତୁ...ରୋଗଶଯ୍ୟାରେ ରବିନ୍ଦ୍ର; ବାପାକୁ ଭଲ କରିବା ପାଇଁ ମା' ସହ ମିଶି ଭିକ୍ଷା ମାଗୁଛି ଝିଅ - Helpless Family Seeks Help

ଗ୍ରାମବାସୀଙ୍କ ପ୍ରତିକ୍ରିୟା:

ଅନ୍ୟପଟେ ଗ୍ରାମବାସୀ ସୁରେଶ ହରିଜନ କହିଛନ୍ତି , " ପିଲାଟି ବେଳରୁ ସେ ନିଜ ମାଆଙ୍କୁ ଦେଖି ନାହିଁ। ପରେ ପରେ ତା ବାପା ବି ଚାଲିଗଲେ । ତାର ବୁଢ଼ୀ ମାଁ ହିଁ ସବୁ କଥା ବୁଝାସୁଝା କରୁଥିବାବେଳେ ବହୁ କଷ୍ଟରେ ସେ ଦୁହେଁ ଦିନ କାଟୁଛନ୍ତି । ରହିବା ପାଇଁ ଘର ନଥିବାବେଳେ ପିନ୍ଧିବା ପାଇଁ କପଡ଼ା ଖଣ୍ଡେ ମିଳିବା ମଧ୍ୟ ସେମାନଙ୍କ ପାଇଁ ମୁସ୍କିଲ । ତେଣୁ ଜିଲ୍ଲାପାଳଙ୍କ ନିକଟରେ ସେ ଅଭିଯୋଗ କରିଛି । ଆମେ ଆଶା କରୁଛୁ ଯେ ଜିଲ୍ଲାପାଳ ତାଙ୍କ ଦୁଃଖ ଦୂର କରିବେ ।"
ଇଟିଭି ଭାରତ, କଳାହାଣ୍ଡି

Last Updated : 3 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.