ETV Bharat / state

ଛାତ୍ର ସଂସଦ ନିର୍ବାଚନ ପାଇଁ ଫିଟିଲା ବାଟ ! ଏମିତି ସଙ୍କେତ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ - ODISHA Student Union Election

author img

By ETV Bharat Odisha Team

Published : Jun 27, 2024, 5:52 PM IST

Odisha Campus Elections: ରାଜ୍ୟରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ । ପୁଣି କଲେଜ କ୍ୟାମ୍ପସରେ ଶୁଭିପାରେ 'ହ୍ୱାଇ ଆଇ ଷ୍ଟାଣ୍ଡ ଫର୍' । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଦୀର୍ଘ ୬ ବର୍ଷ ପରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ

ରାଜ୍ୟରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ, ଏମିତି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ରାଜ୍ୟରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ, ଏମିତି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ । କ୍ୟାମ୍ପସରେ ଶୁଭିବ ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ! ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ନେଇ ଏବେ ଧୀରେ ଧୀରେ ଆଶା ଉଜ୍ଜଳ ହେବାରେ ଲାଗିଛି । ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଆଶାବାଦୀ ହୋଇପଡିଛନ୍ତି ଛାତ୍ର ନେତା । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଦୀର୍ଘ ୬ ବର୍ଷ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନ ଚଳିତ ବର୍ଷ ହେବାର ସମ୍ଭାବନା ବଢାଇଛି ।

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ''ଏନେଇ ବିଚାର ବିମର୍ଶ ଚାଲିଛି । ସରକାର ଯାହାବି ନିଷ୍ପତ୍ତି ନେବେ ଛାତ୍ର ସମାଜର ସକାରାତ୍ମକ ଦିଗକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ । ଛାତ୍ର ସଂଗଠନର ଦାବି ମହତ୍ତ୍ବପୂର୍ଣ୍ଣ । ଛାତ୍ରଙ୍କ ସ୍ବାର୍ଥରେ ଯାହା ଠିକ୍ ହେବ, ତାହା କରାଯିବ ।''

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସଙ୍କେତ ପରେ କଲେଜ ଛାତ୍ରୀ କହିଛନ୍ତି ଯେ, କଲେଜରେ ଛାତ୍ର ସଂସଦ ନିର୍ବାଚନ ହେଲେ ଭଲ ହେବ । ଆମେ ଆମର ପସନ୍ଦର ପ୍ରାର୍ଥୀଙ୍କୁ ଚୟନ କରିପାରିବୁ । ସେହିମାନେ ଆଗାମୀ ଦିନରେ ଜଣେ ଭଲ ନେତା ହୋଇପାରିବେ । ଯାହା ସମାଜ ପାଇଁ ଶୁଭଙ୍କର ହେବ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସମ୍ପାଦକ ଅଜିତ ପଟ୍ଟନାୟକ କହିଛନ୍ତି ଯେ, ଏବିଭିପି ପୂର୍ବରୁ ବାରମ୍ବାର ଦାବି କରିଆସିଛି କଲେଜରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ । ତେବେ ଦୀର୍ଘ ୬ ବର୍ଷ ଧରି ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ଚଳିତ ବର୍ଷ କରାଯିବା ନେଇ ସେ ଆଶାବାଦୀ ଅଛନ୍ତି । ଛାତ୍ର ସଂସଦ ନିର୍ବାଚନ ଶାନ୍ତିପୂର୍ଣ୍ଣ ଏବଂ ନିରପେକ୍ଷ ଭାବେ ହେବା ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ: ବଦଳିଲା ଲକ୍ଷ୍ମୀ ବସର ନାମ, 'ମୁଖ୍ୟମନ୍ତ୍ରୀ ବସ ସେବା' ନାମରେ ଚାଲିବ: ପରିବହନ ମନ୍ତ୍ରୀ - LACCMI BUS NAME CHANGED

ଏପଟେ ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାସିର୍ ନୱାଜ କହିଛନ୍ତି ଯେ, ବିଜେପିର ଛାତ୍ର ନେତାମାନେ ପୂର୍ବ ବର୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ ବାରମ୍ବାର ଦାବି କରୁଥିଲେ । ଏଥିପାଇଁ ସେମାନେ କୋର୍ଟରେ ଏକ ମାମଲା ମଧ୍ୟ ରୁଜୁ କରିଥିଲେ । ଏବେ ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଚୁପ୍ ନବସି ତୁରନ୍ତ ନିର୍ବାଚନ ଘୋଷଣା କରିବା ଦରକାର ।

ବିଜୁ ଛାତ୍ର ଜନତା ଦଳ ରାଜ୍ୟ ଉପସଭାପତି ଅରୂପ ଶ୍ରୀଚନ୍ଦନ କହିଛନ୍ତି ଯେ, ଯଦି କାଲି ଛାତ୍ର ସଂସଦ ନିର୍ବାଚନ ହୁଏ, ତେବେ ବିଜୁ ଛାତ୍ର ଜନତା ଦଳ କ୍ଲିନ ସୁଇପ କରିବ । କାରଣ ବିଜୁ ଛାତ୍ର ଜନତା ଦଳ ୩୬୫ ଦିନ ଛାତ୍ରଛାତ୍ରୀଙ୍କ ଲାଗି କାର୍ଯ୍ୟ କରେ । ଛାତ୍ରଛାତ୍ରୀ କିଭଳି ଶୈକ୍ଷିକ ବାତାବରଣ ପାଠ ପଢିବେ ଆମେ ବ୍ୟବସ୍ଥା କରୁ । ଛାତ୍ରଛାତ୍ରୀଙ୍କ ବୃତ୍ତି କାର୍ଯ୍ୟକ୍ରମରେ ଆମେ ଥାଉ । କଲେଜ କର୍ତ୍ତୃପକ୍ଷଙ୍କ ସହ ସରକାର ପ୍ରଥମେ ଆଲୋଚନା କରନ୍ତୁ । କିଭଳି ଶୈକ୍ଷିକ ବାତାବରଣରେ ନିର୍ବାଚନ ହେବ ବ୍ୟବସ୍ଥା କରନ୍ତୁ । ଛାତ୍ରଛାତ୍ରୀଙ୍କ ବୃହତର ସ୍ଵାର୍ଥକୁ ଦୃଷ୍ଟିରେ ରଖି ନିର୍ବାଚନ ହେଉ ।

ଏନେଇ ରମାଦେବୀ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଛନ୍ତି, ନିର୍ବାଚନକୁ ଆମେ ସ୍ୱାଗତ କରୁଛୁ । ଛାତ୍ରଛାତ୍ରୀ ତାଙ୍କର ନେତା ବାଛି ପାରିବେ । ଯଦି ଛାତ୍ର ସଂସଦ ନିର୍ବାଚନ ହୁଏ ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ । ସରକାର ଯାହା ନିଷ୍ପତି ନେବେ ଆମେ ମାନିବୁ । କଲେଜ କ୍ୟାମ୍ପସରେ ଛାତ୍ର ଅଶାନ୍ତ ନେଇ ଏବେଠାରୁ କହିବା ମୁସ୍କିଲ ହେବ । କିନ୍ତୁ ଛାତ୍ର ସଂସଦ ନିର୍ବାଚନ ହେଲେ ଭଲ ହେବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଯୁକ୍ତ ତିନି ବିଭାଗରେ ମୋଟ ୧୦୫୬ଟି କଲେଜ ରହିଥିବା ବେଳେ ସେଥିରେ ପିଲାଙ୍କ ପାଇଁ ସିଟ୍ ରହିଛି ୨ ଲକ୍ଷ ୭୪ ହଜାର ୩୩୧ । ସେହିପରି ଭାବରେ ପିଜି ବିଭାଗରେ ରାଜ୍ୟରେ ୧୧୨ଟି କଲେଜ ଥିବାବେଳେ ସେଥିରେ ସିଟ ରହିଛି ୨୮ ହଜାର ୯୦୬ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.