ETV Bharat / state

ହାର୍ ମାନିଲେ ହେଭିୱେଟ୍: ଦିନେ ବିଜେଡି ସରକାରରେ ମନ୍ତ୍ରୀ ଥିଲେ, ଏବେ ଶୋଚନୀୟ ପରାଜୟ - BJD Leaders Unable To Win

author img

By ETV Bharat Odisha Team

Published : Jun 4, 2024, 11:08 PM IST

Heavy Weight BJD Leaders Unable To Win: ବିଜେଡିକୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ବଡ଼ ପରାଜୟ । ନିର୍ବାଚନ ଲଢି ବାରମ୍ବାର ଜିତିଆସୁଥିବା ବହୁ ହେଭିୱେଟ୍ ଏଥର ହାର୍ ମାନିଛନ୍ତି । ଜାଣନ୍ତୁ କିଏ ଏହି ହେଭିୱେଟ୍ ନେତା ।

Heavy Weight Unable To Win
Heavy Weight Unable To Win (ETV Bharat Odisha)

ଭୁବନେଶ୍ବର: ଆସିଛି ଜନାଦେଶ । ବିଜେଡିକୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ବଡ଼ ପରାଜୟ । ବିଜେଡିରୁ ନିର୍ବାଚନ ଲଢି ଜିତିଆସୁଥିବା ବହୁ ହେଭିୱେଟ୍ ଏଥର ହାର୍ ମାନିଛନ୍ତି । ଜାଣନ୍ତୁ କେଉଁ ହେଭିୱେଟଙ୍କୁ ଏଥର ଗ୍ରହଣ କରିନାହାନ୍ତି ଜନତା ।

ନିର୍ବାଚନୀ ଇତିହାସରେ ନବୀନଙ୍କ ପ୍ରଥମ ପରାଜୟ:

ଖୋଦ ବିଜେଡି ସୁପ୍ରିମୋ ମଧ୍ୟ ହିଞ୍ଜିଳିକାଟୁ ଆସନରେ ଜିତିଥିଲେ ବି କଣ୍ଟାବାଞ୍ଜିରେ ହାରିଛନ୍ତି । 1998ରୁ ରାଜନୈତିକ କ୍ୟାରିଅରରେ ଜିତି ଆସୁଥିଲେ ସୁଦ୍ଧା କଣ୍ଟାବାଞ୍ଜିବାସୀଙ୍କ ନିକଟରେ ହାର ମାନିଛନ୍ତି ନବୀନ । ବ୍ରାଣ୍ଡ ନବୀନଙ୍କୁ ଗ୍ରହଣ କରିନାହାନ୍ତି କଣ୍ଟାବାଞ୍ଜିବାସୀ । ପୂର୍ବରୁ କଂଗ୍ରେସର ଗଡ଼ ଥିବା କଣ୍ଟାବାଞ୍ଜିରେ ଫୁଟିଛି ପଦ୍ମ ।

ପ୍ରଣବ ପ୍ରକାଶ ଦାସଙ୍କ ପରାଜୟ:

ସମ୍ବଲପୁର ଲୋକସଭା ଆସନରୁ ବିଜେଡିର ହେଭିୱେଟ୍ ତଥା ନବୀନଙ୍କ ନିକଟତର ନେତା ବି ଚାଖିଛନ୍ତି ପରାଜୟର ସ୍ବାଦ । ସେ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ପରାଜିତ ହୋଇଛନ୍ତି । ଏପରିକି ଯାଜପୁରର କୋରେଇ ଆସନରୁ ପ୍ରାର୍ଥୀ ହୋଇଥିବା ପ୍ରଣବଙ୍କ ମାଆ ସନ୍ଧ୍ୟାରାଣୀଙ୍କର ବି ଭାଗ୍ୟଦୋୟ ହୋଇପାରିନାହିଁ ।

ବିକ୍ରମ କେଶରୀ ଆରୁଖ:

ବିଜେଡି ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିବା ବିକ୍ରମ ଆରୁଖଙ୍କୁ ଗ୍ରହଣ କରିନାହାନ୍ତି ଭଞ୍ଜନଗରବାସୀ । ଖାଲି ମନ୍ତ୍ରୀ ନୁହେଁ ପୂର୍ବରୁ ବାଚସ୍ପତି ଭାବେ ଗୁରୁ ଦାୟିତ୍ବ ତୁଲାଇ ଆସିଛନ୍ତି ବିକ୍ରମ ଆରୁଖ । ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଠାରୁ ୪ ହଜାର ୬୨୧ ଖଣ୍ଡ ଭୋଟ ବ୍ୟବଧାନରେ ସେ ପରାସ୍ତ ହୋଇଛନ୍ତି ।

ହାରିଗଲେ ଦେବୀ ତ୍ରିପାଠୀ:

ବଡମ୍ବା ନିର୍ବାଚନ ମଣ୍ଡଳୀରୁ ଜିତିବାରେ ସକ୍ଷମ ହୋଇପାରିନାହାନ୍ତି ବିଜେଡିର ଏହି ତୁଙ୍ଗ ନେତା ଦେବୀ ମିଶ୍ର । ସବୁଠୁ ବଡ଼ କଥା ହେଉଛି ଏହି ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟ ଦଳବେହେରା ତାଙ୍କୁ ପରାସ୍ତ କରିଛନ୍ତି ।

ପ୍ରଦୀପ ଅମାତଙ୍କ ପରାଜୟ:

ବୌଦ୍ଧ ଆସନରୁ ଏଥର ଜିତିବାରେ ସକ୍ଷମ ହୋଇପାରିନାହାନ୍ତି ପ୍ରଦୀପ ଅମାତ । ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନଙ୍କଠାରୁ ସେ ୨ ହଜାର ୭୬୫ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି । ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଆସିଥିବା ପ୍ରଦୀପ ଅମାତ ବି ଚାଖିଛନ୍ତି ପରାଜୟର ସ୍ବାଦ ।

ରୋହିତ ପୂଜାରୀ:

ସମ୍ବଲପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରୋହିତଙ୍କୁ ହରାଇ ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ବିଜୟ ବାନା ଉଡ଼ାଇଛନ୍ତି ।

ସୁଦାମ ମାରାଣ୍ଡି:

ମୟୂରଭଞ୍ଜ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ନବ ଚରଣ ମାଝୀଙ୍କଠାରି ହାରିଛନ୍ତି ସୁଦାମ ମାରାଣ୍ଡି । ପାଖାପାଖି ୨ ଲକ୍ଷ ଭୋଟ ମାର୍ଜିନରେ ସେ ପରାଜୟ ବରଣ କରିଛନ୍ତି ।

ଏହା ବି ପଢନ୍ତୁ...କାମ ଦେଲାନି ‘ବ୍ରାଣ୍ଡ ନବୀନ’ ଷ୍ଟ୍ରାଟେଜି, ରାଜନୈତିକ କ୍ୟାରିୟରରେ ପ୍ରଥମ ପରାଜୟ ସ୍ବାଦ ଚାଖିଲେ ଅପରାଜେୟ ନବୀନ - Naveen Patnaik Loses From Kantabanji

ଅତନୁ ସବ୍ୟସାଚୀ ନାୟକ:

ମହାକାଳପଡ଼ା ଆସନରୁ ବିଧାୟକ ଓ ବିଜେଡି ସରକାରରେ ମନ୍ତ୍ରୀ ହୋଇଆସିଥିବା ଅତନୁ ସବ୍ୟସାଚୀ ଏଥର ଫେଲ୍ ମାରିଛନ୍ତି । ବିଜେପି ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ ଅତନୁଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.