ETV Bharat / state

ମୈଦାନରେ ବାପା ଥିଲେ ଓସ୍ତାଦ, ନିର୍ବାଚନୀ ବୈତରଣୀ ପାର୍‌ କରିପାରିଲେନି ପୁଅ-ଝିଅ - Former Minister Children Taste Lose

author img

By ETV Bharat Odisha Team

Published : Jun 6, 2024, 7:31 PM IST

Odisha Assembly Election Results 2024: ଚଳିତ ନିର୍ବାଚନରେ ବିଜେଡିରୁ ଶୋଚନୀୟ ପରାଜୟର ସ୍ବୀକାର କରିବାକୁ ପଡିଛି । ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସନ୍ତାନ ଏବଂ ବିଧାୟକ ମନ୍ତ୍ରୀଙ୍କ ସନ୍ତାନ ମଧ୍ୟ ଅଗ୍ନି ପରୀକ୍ଷାରେ ଫେଲ ହୋଇଛନ୍ତି । ପଢନ୍ତୁ ପୁରୀ ତଥ୍ୟ

ହାରିଲେ ପୁଅ ଝିଅ
ହାରିଲେ ପୁଅ ଝିଅ (ETV Bharat Odisha)

ହାଇଦ୍ରାବାଦ: 2024 ନିର୍ବାଚନରେ ଦମ୍ ଦେଖାଇବା ବିଜେପି । ବିଜେପିର ଅବିଶ୍ବସନୀୟ, ଅଦ୍ଭୁତପୂର୍ବ ବିଜୟରେ ଧୂଳି ଚାଟିଛି ବିଜେଡି । ବିଜେଡି ଗଡରେ ପଦ୍ମ ଫୁଟାଇବାରେ ସଫଳ ହୋଇଛି ଦଳ । ଲୋକସଭା ନିର୍ବାଚନରେ ବିଜେପି କ୍ଲିନ ସ୍ବିପ କରିଥିବା ବେଳେ ବିଜେଡି ଗଡରେ ଫରଫର ହୋଇ ଉଡୁଛି ବିଜେପିର ବିଜୟୀ ପତାକା । ବିଜେପି ହାତ ଛାଡି ସେଞ୍ଜୁରୀ ମାରୁଥିଲା ବିଜେଡି, ଏଥର ଗୋଟିଏ ଝଟକାରେ ହାଫସେଞ୍ଚୁରୀ । 2009 ମସିହାରେ 103, 2014ରେ 117 ଏବଂ 2019ରେ 113 ଆସନ ଦଖଲ କରିଥିବା ବେଳେ ଚଳିତ ଥର ବିଜେଡି ହାତକୁ ମାତ୍ର 51 ଆସନ ଯାଇଛି । ବିଗତ ଦିନରେ ଯେଉଁ ମନ୍ତ୍ରୀମାନେ ଗଡ ସମ୍ଭାଳୁଥିଲେ ଚଳିତ ନିର୍ବାଚନରେ ତାଙ୍କ ପୁଅମାନେ ନିର୍ବାଚନ ବୈତରଣୀ ମଧ୍ୟ ପାର୍ ହୋଇପାରି ନାହାନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସନ୍ତାନଙ୍କୁ ମଧ୍ୟ ପରାଜୟ ସ୍ବୀକାର କରିବାକୁ ପଡିଛି । ଏହି ରେସରେ ରହିଛନ୍ତି ପୂର୍ବତନ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ହେମାନନ୍ଦ ବିଶ୍ବାଳଙ୍କ ସନ୍ତାନ । ଅନେକ ମନ୍ତ୍ରୀଙ୍କ ପୁଅକୁ ଜୋରଦାର ଝଟକା ଲାଗିଛି । ଅନେକ ମନ୍ତ୍ରୀଙ୍କ ପୁଅକୁ ଚିତପଟାଙ୍ଗ ହେବାକୁ ପଡିଛି ।

ପୃଥ୍ଵୀ ବଲ୍ଲଭ ପଟ୍ଟନାୟକ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟପାଳ ସ୍ବର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ଵୀ ବଲ୍ଲଭ ପଟ୍ଟନାୟକଙ୍କ ଉପରେ ଚଳିତ ଥର ଆଶା ପ୍ରକଟ କରିଥିଲା କଂଗ୍ରେସ । ବେଗୁନିଆ ନିର୍ବାଚନ ମଣ୍ଡଳୀର ଗାଁ ଗାଁରେ ଜାନକୀ ପ୍ରେମୀ ରହିଥିବା ବେଳେ ପୃଥ୍ୱୀ ଏମାନଙ୍କୁ ଏକଜୁଟ କରି ମୈଦାନରେ ଜୋରଦାର ଲଢେଇ କରୁଥିଲେ । ହେଲେ ତାଙ୍କ ଭାଗରେ ହାର ପଟ ପଡିଥିଲା । 1995 ଏବଂ 2004 ମସିହାରେ ଦୁଇଥର ଗଡ ଦଖଲ କରିଥିଲେ ଜାନକୀ ବଲ୍ଲବ ପଟ୍ଟନାୟକ । ତେବେ ଚଳିତ ଥର ବେଗୁନିଆ ଗଡ ବିଜେଡି ଖାତାକୁ ଯାଇଛି । ପ୍ରଦୀପ ସାହୁ 90964 ଭୋଟ ପାଇଥିବା ବେଳେ ପୃଥ୍ୱୀ ମାତ୍ର 18144 ଭୋଟ ପାଇଛନ୍ତି । କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି ।

ଅମିତା ବିଶ୍ବାଳ: ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କ ଉପରେ ଆସ୍ଥା ଜନ୍ମାଇଥିଲା ଦଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅମିତା ବିଶ୍ବାଳଙ୍କୁ ଟିକେଟ ଦେଇଥିଲା କଂଗ୍ରେସ । ହେଲେ ବାପାଙ୍କ ରାଜନୈତିକ କ୍ୟାରିୟର ସମକକ୍ଷ ହୋଇପାରିଲେନି ଝିଅ । ବାପାଙ୍କ ଭଳି ବିଶ୍ବାସ କରିପାରିଲେନି ଜନତା । ଅମିତାଙ୍କୁ ମାତ୍ର 5775 ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ 91105 ଭୋଟ ପାଇ ବାଜି ମାରିଥିଲେ ।

ଚିନ୍ମୟାନନ୍ଦ ଶ୍ରୀରୂପଦେବ: ପୂର୍ବରୁ ଚିକିଟି ବିଧାନସଭା ଆସନରେ ବିଜେଡିର ଦବଦବା ରହିଥିଲା । ଚିକିଟି ରାଜପ୍ରସାଦର ରାଣୀ ତଥା ମନ୍ତ୍ରୀ ଉଷା ଦେବୀ ଗଡ ସମ୍ଭାଳୁଥିବା ବେଳେ ଚଳିତ ଥର ନିର୍ବାଚନରେ ସେ ମୈଦାନକୁ ଓହ୍ଲାଇ ନଥିଲେ । ସ୍ବାସ୍ଥ୍ୟବସ୍ଥା ଠିକନଥିବା କାରଣରୁ ସେ ତାଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପଦେବଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ । ହେଲେ ପୁଅ ନିର୍ବାଚନୀ ବୈତରଣୀ ପାର୍ ହେବାର ସଫଳ ହୋଇପାରିଲେ ନାହିଁ । ଚିକିଟିରେ ବାଜି ମାରିଛନ୍ତି ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ । ସେ 69839 ଭୋଟ ପାଇଥିବା ବେଳେ 63317 ଭୋଟ ପାଇ ପରାଜିତ ହୋଇଛନ୍ତି ।

ଦୀପାଳି ଦାସ: ଝାରସୁଗୁଡା ବିଧାନସଭା ଆସନରେ ହାରିଲେ ଦୀପାଳି ଦାସ । ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଠାରୁ ଦୀପାଳି ୧୩୨୨ ଖଣ୍ଡ ଭୋଟରେ ପରାଜୟ ହୋଇଛନ୍ତି । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଝିଅ ଦୀପାଳି ଉପନିର୍ବାଚନରେ ବିଜୟୀ ହୋଇ ବିଧାୟିକା ହୋଇଥିଲେ । ଉପନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଥିବା ଟଙ୍କଧର ତ୍ରିପାଠୀଙ୍କ ହରାଇଥିଲେ । ଚଳିତ ନିର୍ବାଚନରେ ପୁଣିଥରେ ବିଜେଡି ଦୀପାଳିଙ୍କ ଉପରେ ଭରସା କରିଥିଲା । ହେଲେ ଏଥର ଜନତାଙ୍କ ବିଶ୍ବାସ ଜିତିପାରି ନାହାନ୍ତି ଦୀପାଳି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ତାଙ୍କ ପରାଜିତ ହେବାକୁ ପଡିଛି ।

ଅଙ୍କିତ ଜେନା: ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା ଚଳିତ ଥର ନିର୍ବାଚନକୁ ଓହ୍ଲାଇନଥିବା ବେଳେ ତାଙ୍କ ପୁଅ ଅଙ୍କିତ ଜେନାଙ୍କୁ ପ୍ରାର୍ଥୀ କରିଥିଲା ଶାସକ ଦଳ । ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ଛନ୍ଦି ହୋଇ ତଦନ୍ତ ପରିସରରେ ଥିବା ପ୍ରତାପ ଏଥର ଦଳୀୟ ଟିକଟ ପାଇନଥିଲେ । ତେବେ ରାଜନୀତିରେ ଦବଦବା ରହିଥିବା ପ୍ରତାପଜେନାଙ୍କ ପୁଅଙ୍କ ଉପରେ ଆସ୍ଥା ପ୍ରକଟ କଲେନି ଜନତା । ବିଜେଡି ପ୍ରାର୍ଥୀ ଅଙ୍କିତ ଜେନା 81209 ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶୁମନ୍ତ କୁମାର ଘଢେଇ 19481 ଭୋଟ ପାଇଥିଲେ । ତେବେ ବିଜେଡି ବିଜେପି ରେସକୁ ଟପିଯାଇ ବିଜୟୀ ହୋଇଥିଲେ ସାରଦା ପ୍ରସାଦ ପ୍ରଧାନ । ସ୍ବାଧୀନ ପ୍ରାର୍ଥୀ 88632 ଭୋଟ୍ ପାଇ ବିଜୟୀ ହୋଇଥିଲେ ।

ରୁଦ୍ରପ୍ରତାପ ମହାରଥୀ: ଦିନେ ସମସ୍ତଙ୍କ ମୁହଁରେ ରହିଥିଲା ଶହେ ଘୋଡାକୁ ଶହେ ହାତୀ ଏକା ଲଢିବ ମହାରଥି । ତେବେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନ ହୋଇଥିଲା । ଏଥିରେ ତାଙ୍କ ପୁଅକୁ ଜିତାଇଥିଲେ ସାଧାରଣ ଜନତା । ହେଲେ ଚଳିତ ନିର୍ବାଚନରେ ଧାରା ପରିବର୍ତ୍ତନ ହୋଇଛି । ଚଳିତ ନିର୍ବାଚନରେ ସେ ପରାଜୟର ସ୍ବାଦ ଚାଖିଛନ୍ତି । ରୁଦ୍ରଙ୍କୁ 84148 ଭୋଟ ମିଳିଥିବା ବେଳେ ବିଜେପିର ଆଶ୍ରିତ ପଟ୍ଟନାୟକ 99310 ଭୋଟ ପାଇ ବିଜୟୀ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଏଥର ଦିଲ୍ଲୀ ଦରବାରରେ ଓଡିଶାକୁ ପ୍ରତିନିଧିତ୍ବ କରିବେ 4 ମହିଳା, ଜାଣନ୍ତୁ କେଉଁ ଦଳ କେତେ ମହିଳାଙ୍କୁ ଦେଇଥିଲା ଟିକଟ୍‌ - Lok Sabha Election 2024 Results

ବିପ୍ଳବ ପାତ୍ର: ପୂର୍ବତନ ମନ୍ତ୍ରୀ, ବାଚସ୍ପତି, ବିଧାୟକ ତଥା ଶାସକ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ସୁଯୋଗ୍ୟ ସନ୍ତାନ ହେଉଛନ୍ତି ବିପ୍ଲବ ପାତ୍ର । ଦିଗପହଣ୍ଡି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗଡ ହୋଇ ରହିଥିଲା । ତେବେ ବାପାଙ୍କ ଦେହାନ୍ତ ପରେ ମଙ୍ଗ ଧରିଥିଲେ ବିପ୍ଳବ ପାତ୍ର । ହେଲେ ଭୋଟରଙ୍କ ମନ ଜିଣିବାରେ ସେ ସମର୍ଥ ହୋଇପାରିଲେ ନାହିଁ । ବିଜୁ ଜନତା ଦଳର ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କୁ 56061 ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର 72908 ହଜାର ଭୋଟ ପାଇଥିଲେ । ବାପାଙ୍କ ଅଭେଦ୍ୟ ଗଡକୁ ବଞ୍ଚାଇ ପାରିନଥିଲା ପୁଅ ।

ସିଦ୍ଧାର୍ଥ ରାଉତରାୟ: ରାଜ୍ୟ ରାଜନୀତିରେ ସବୁବେଳେ ସକ୍ରିୟ ରହିଥାନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ । ସେ ଅନେକ ପ୍ରକାର ଦାୟିତ୍ବ ତୁଲାଇଥିବା ବେଳେ ଚଳିତ ଥର ସ୍ବାସ୍ଥ୍ୟବସ୍ଥା କାରଣରୁ ସେ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ । ତେବେ ତାଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ନିମାପଡାରୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ଗୋଟିଏ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ବର ପାଇଁ ବିଜେଡିରୁ ସାସଂଦ ପ୍ରାର୍ଥୀ ହୋଇଥିବା ବେଳେ ବାପାଙ୍କ ଦଳ ବଜାୟୀ ରଖିବା ପାଇଁ ସିଦ୍ଧାର୍ଥ ରାଉତରାୟ କଂଗ୍ରେସରୁ ନିର୍ବାଚନ ଲଢିଥିଲେ । ତେବେ ନିମାପଡାବାସୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରିନଥିଲେ । ତାଙ୍କୁ ମାତ୍ର 7066 ଭୋଟ ମିଳିଥିବା ବେଳେ ବିଜେପିର ପ୍ରଭାତି ପରିଡା 95430 ଭୋଟ ପାଇ ବିଜୟୀ ମୁକୁଟ ପିନ୍ଧିଥିଲେ ।

ମନ୍ମଥ ରାଉତରାୟ: ବାପାଙ୍କ କଥା ନମାନି ବିଜେଡିରେ ସାମିଲ ହୋଇଥିଲେ ସୁରଙ୍କ ପୁଅ ମନ୍ମଥ ରାଉତରାୟ । ଶଙ୍ଖ ଧରିବା ପରେ ତାଙ୍କୁ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରୁ ଟିକେଟ ଦେଇଥିଲା ବିଜେଡି । ବାପା ମଧ୍ୟ ପୁଅଙ୍କୁ ଜିତାଇବା ପାଇଁ ଜୋରଦାର ପ୍ରଚାର କରିଥିଲେ । ଫଳରେ ସେ ଦଳରୁ ବିଦା ମଧ୍ୟ ହୋଇଥିଲେ । ବିଜେପି ପ୍ରାର୍ଥୀ ତଥା ବର୍ତ୍ତମାନର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହିତ ତାଙ୍କର କଡା ଟକ୍କର ହୋଇଥିଲା । ହେଲେ ମନ୍ମଥଙ୍କୁ ମାତ୍ର 477367 ଭୋଟ ମିଳିଥିବା ବେଳେ ଅପରାଜିତ ବିପୁଳ ଭୋଟ 512519 ପାଇ ବିଜୟୀ ହୋଇଥିଲେ ।

ସମରେନ୍ଦ୍ର ମିଶ୍ର: କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ହେଉଛନ୍ତି ସମରେନ୍ଦ୍ର ମିଶ୍ର । ସେ କଂଗ୍ରେସରୁ ମୈଦାନକୁ ଓହ୍ଲାଇଥିବା ବେଳେ ରାଜ ପରିବାରର ପୁଅ କଳିକେଶ ନାରାୟଣ ସିଂ ଦେଓଙ୍କ ତାଙ୍କର କଡା ଟକ୍କର ହୋଇଥିଲା । କଳିକେଶ 85265 ଭୋଟ ପାଇଥିବା ବେଳେ ସମରେନ୍ଦ୍ର 71856 ଭୋଟ ପାଇ ପରାଜୟ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.