ETV Bharat / state

ଲୋକସଭା ନିର୍ବାଚନ 2024: ରାଜ୍ୟରେ 4ର୍ଥ ପର୍ଯ୍ୟାୟ ମତଦାନ, 66 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା - Phase 4 voting in Odisha - PHASE 4 VOTING IN ODISHA

PHASE 4 VOTING IN ODISHA: ଜୁନ 1 ଶନିବାର ରାଜ୍ୟରେ ଶେଷ ପର୍ଯ୍ୟାୟ ଲଢେଇ । ମୈଦାନରେ 66 ପ୍ରାର୍ଥୀ ଥିବା ବେଳେ 6 ଲୋକସଭା ଆସନରେ ହେବ ମତଦାନ । ଅଧିକ ପଢନ୍ତୁ

PHASE 4 VOTING IN ODISHA
PHASE 4 VOTING IN ODISHA (ETV Bharat Odisha)
author img

By ETV Bharat Odisha Team

Published : May 31, 2024, 9:39 PM IST

ଭୁବନେଶ୍ବର: ଦେଶରେ ଜାରି ରହିଛି ଲୋକସଭା ନିର୍ବାଚନ 2024 । ଜୁନ 1 ଶନିବାର ଦେଶରେ ସପ୍ତମ ପର୍ଯ୍ୟାୟ ମତଦାନ ଥିବା ବେଳେ ରାଜ୍ୟରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟ ସହ ଶେଷ ହେବାକୁ ଯାଉଛି ନିର୍ବାଚନ 2024 । ତେବେ ଶେଷ ପର୍ଯ୍ୟାୟ ଲଢେଇରେ ରାଜ୍ୟରେ 66 ସାଂସଦ ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ମତଦାନ ସାବ୍ୟସ୍ତ କରିବେ ଭୋଟର । ରାଜ୍ୟର 6ଟି ଲୋକସଭା ଆସନରେ ପଡ଼ିବ ଭୋଟ୍‌ । ଏହି ପର୍ଯ୍ୟାୟରେ ବହୁ ହେଭିୱେଟ ସାମିଲ ଅଛନ୍ତି । କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଠାରୁ ଆରମ୍ଭ କରି ବାଲେଶ୍ବର ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ମୈଦାନରେ ଅଛନ୍ତି ।

PHASE 4 VOTING IN ODISHA
PHASE 4 VOTING IN ODISHA (ETV Bharat Odisha)
PHASE 4 VOTING IN ODISHA
PHASE 4 VOTING IN ODISHA (ETV Bharat Odisha)
PHASE 4 VOTING IN ODISHA
PHASE 4 VOTING IN ODISHA (ETV Bharat Odisha)

ମୋଟ 66 ସାଂସଦ ପ୍ରାର୍ଥୀ:- ଶେଷ ପର୍ଯ୍ୟାୟ ଲଢେଇରେ 66 ସାଂସଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏମାନଙ୍କ ମଧ୍ୟରୁ 55ଜଣ ପୁରୁଷ ଥିବା ବେଳେ 11ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ମୋଟ 32ଟି ରାଜନୈତିକ ଦଳର ପ୍ରାର୍ଥୀ ଏହି ପର୍ଯ୍ୟାୟରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଗୋଟିଏ ଆସନରୁ ସର୍ବାଧିକ 13ଜଣ ସାଂସଦ ପ୍ରାର୍ଥୀ ଥିବା ବେଳେ ସର୍ବନିମ୍ନ 8ଜଣ ପ୍ରାର୍ଥୀ ଅଛନ୍ତି । ବାଲେଶ୍ବରରୁ 11ଜଣ ପ୍ରାର୍ଥୀ ଥିବା ବେଳେ ଭଦ୍ରକରୁ 8, ଜଗତସିଂହପୁରରୁ 11, ଯାଜପୁରରୁ 13, କେନ୍ଦ୍ରାପଡ଼ାରୁ 10 ଓ ମୟୂରଭଞ୍ଜରୁ 13 ପ୍ରାର୍ଥୀ ଅଛନ୍ତି ।

ମୋଟ କୋଟିପତି ପ୍ରାର୍ଥୀ:- ଚତୁର୍ଥ ପର୍ଯ୍ୟାୟରେ 66 ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ 20ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି । ମୁଖ୍ୟ 5 କୋଟିପତି ପ୍ରାର୍ଥୀ ତାଲିକାରେ 148କୋଟି ସମ୍ପତ୍ତି ସହ ଶୀର୍ଷରେ ରହିଛନ୍ତି କେନ୍ଦ୍ରାପଡ଼ା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଅନ୍ୟପଟେ 18କୋଟି ସମ୍ପତ୍ତି ସହ ଦ୍ବିତୀୟରେ ଅଛନ୍ତି କେନ୍ଦ୍ରାପଡ଼ା ସ୍ବାଧୀନ ପ୍ରାର୍ଥୀ ଶ୍ରୀରାମ ପାଣ୍ଡେ । 14କୋଟି ସମ୍ପତ୍ତି ସହ ଭଦ୍ରକ ବିଜେଡି ସାଂସଦ ପ୍ରାର୍ଥିନୀ ମଞ୍ଜୁଳତା ମଣ୍ଡଳ ତୃତୀୟରେ ଅଛନ୍ତି । 7କୋଟି ସମ୍ପତ୍ତି ସହ ତାଲିକାର ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି ଜଗତସିଂହପୁର ବିଜେଡି ସାଂସଦ ପ୍ରାର୍ଥିନୀ ଡ. ରାଜଶ୍ରୀ ମଲ୍ଲିକ ଓ ଭଦ୍ରକ ବିଜେପି ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ।

ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀ:- 66 ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ 15ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ମୟୂରଭଞ୍ଜ ବିଜେଡି ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡିଙ୍କ ନାଁରେ ସର୍ବାଧିକ ଅପରାଧିକ ମାମଲା ରହିଛି । ସେହିପରି ବାଲେଶ୍ବର ବିଜେଡି ସାଂସଦ ପ୍ରାର୍ଥିନୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ 9ଟି ଅପରାଧିକ ଓ 15ଟି ସଙ୍ଗୀନ ମାମଲା ରହିଛି । ବାଲେଶ୍ବର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିରୋଧରେ 9 ଅପରାଧିକ ମାମଲା ରହିଥିବା ବେଳେ ମୟୂରଭଞ୍ଜ ସ୍ବାଧୀନ ପ୍ରାର୍ଥୀ ବାଜୁନ ହାଂସଦାଙ୍କ ବିରୋଧରେ 3ଟି ଓ ଜଗତସିଂହପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ରବିନ୍ଦ୍ର କୁମାର ସେଠୀଙ୍କ ବିରୋଧରେ 2ଟି ଅପରାଧିକ ମାମଲା ରହିଛି ।

ଶିକ୍ଷାଗତ ଯୋଗ୍ୟତା:- 66 ସାଂସଦ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଦେଖିଲେ ଏମାନଙ୍କ ମଧ୍ୟରୁ ଶିକ୍ଷିତ କାଟେଗୋରିରେ 2ଜଣ ଯାଉଥିବା ବେଳେ ପଞ୍ଚମ ପାସ୍‌ 2ଜଣ, ଅଷ୍ଟମ ପାସ୍‌ ଜଣେ, ଦଶମ ପାସ୍‌ 7ଜଣ, ଦ୍ବାଦଶ ପାସ୍‌ 9ଜଣ, ସ୍ନାତକ 16ଜଣ, ବୃତ୍ତିଗତ ସ୍ନାତକ 6ଜଣ, ସ୍ନାତକୋତ୍ତର 18ଜଣ, ପିଏଚଡି 3 ଓ ଡିପ୍ଲୋମା ଡିଗ୍ରୀଧାରୀ 2 ଜଣ ରହିଛନ୍ତି ।

ପ୍ରମୁଖ ଆସନ ଓ ଚର୍ଚ୍ଚିତ ଚେହେରା:- ଶେଷ ପର୍ଯ୍ୟାୟ ମତଦାନରେ ଅନେକ ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଚର୍ଚ୍ଚିତ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ମୟୂରଭଞ୍ଜ ବିଜେଡି ପ୍ରାର୍ଥୀ ସୁଦାମ ମାର୍ଣ୍ଡି, ମୟୂରଭଞ୍ଜ ଜେଏମଏମ ପ୍ରାର୍ଥିନୀ ଅଞ୍ଜନି ସୋରେନ, ବାଲେଶ୍ବର କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ କୁମାର ଜେନା, କେନ୍ଦ୍ରାପଡ଼ା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ଜଗତସିଂହପୁର ବିଜେଡି ପ୍ରାର୍ଥିନୀ ଡ. ରାଜଶ୍ରୀ ମଲ୍ଲିକ । ସେହିପରି ପ୍ରମୁଖ ଲୋକସଭା ନିର୍ବାଚନମଣ୍ଡଳୀ ମଧ୍ୟରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ବର ରହିଛି ।

ପଢନ୍ତୁ ନିର୍ବାଚନ ସମ୍ପର୍କିତ ଅନ୍ୟ କିଛି ଖବର

ଓଡ଼ିଶା ବିଧାନସଭା ନିର୍ବାଚନ 2024; ଶନିବାର ଶେଷ ପର୍ଯ୍ୟାୟ ଲଢେଇ, ମୈଦାନରେ 394 ପ୍ରାର୍ଥୀ

ନିର୍ବାଚନ ଆସିଲେ ଚର୍ଚ୍ଚାକୁ ଆସେ ଏକଜିଟ୍‌ ପୋଲ ଓ ଓପିନିଅନ ପୋଲ, କଣ ଏହି ସର୍ଭେର ପୂରା କାହାଣୀ ? ଜାଣନ୍ତୁ

କାହାର ହେବ ଉତ୍ତର-ଉପକୂଳ : 2019ରେ 4-2 ଥିଲେ ବିଜେଡି-ବିଜେପି, ଏଥର ହେବ କି ଫଟୋ ଫିନିସ୍ ?

୨୪ର ଅନ୍ତିମ ଲଢ଼େଇ; ୪୨ ବିଧାନସଭା ଆସନରେ ୩୯୪ ପ୍ରାର୍ଥୀ, ବିଜେଡିର ଉପକୂଳ ଦୁର୍ଗ ଭେଦିବ କି ବିଜେପି, ନିର୍ଣ୍ଣାୟକ ହେବ କି କଂଗ୍ରେସ ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.