ETV Bharat / state

ଖୁବଶୀଘ୍ର ଓଡ଼ିଶା ବିଧାନସଭା ହେବ ପେପରଲେସ: ବାଚସ୍ପତି - PAPERLESS work in ODISHA ASSEMBLY

author img

By ETV Bharat Odisha Team

Published : Jun 29, 2024, 8:43 PM IST

PAPERLESS WORK IN ODISHA ASSEMBLY: ଓଡ଼ିଶା ବିଧାନସଭା ହେବ କାଗଜ ମୁକ୍ତ । ଯାହାଫଳରେ ସମସ୍ତ କାର୍ଯ୍ୟ ସମୟସାପେକ୍ଷ ଓ ସ୍ୱଚ୍ଛ ହୋଇପାରିବ ବୋଲି କହିଛନ୍ତି ବିଧାନସଭାର ସଚିବ ଦାଶରଥି ଶତପଥୀ । ଅଧିକ ପଢନ୍ତୁ

PAPERLESS WORK IN ODISHA ASSEMBLY
PAPERLESS WORK IN ODISHA ASSEMBLY (ETV Bharat Odisha)

ଭୁବନେଶ୍ବର: ଓଡ଼ିଶା ବିଧାନସଭା ସ୍ୱରୂପ ବଦଳିଛି । କାର୍ଯ୍ୟଧାରାରେ ବ୍ୟାପକ ପରିବର୍ତ୍ତନ ମଧ୍ୟ ହୋଇଛି । ସମସ୍ତ କାର୍ଯ୍ୟର ଡିଜିଟାଇଜେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡିଶା ବିଧାନସଭା କାର୍ଯ୍ୟକୁ କାଗଜବିହୀନ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହା ଫଳ ସ୍ୱରୂପ ଜାତୀୟ ଇନଫରମେଟିକ ସେଣ୍ଟର ବା ଏନଆଇସି ପକ୍ଷରୁ ରାଜ୍ୟ ବିଧାନସଭାରେ ନେଭା ନାମରେ ଇବିଧାନ ପ୍ରକଳ୍ପ ଆରମ୍ଭ ହୋଇଛି । ଏହା କହିଛନ୍ତି ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ।

ଓଡ଼ିଶା ବିଧାନସଭା ପରିସରରେ ରାଜ୍ୟସ୍ତରୀୟ ଇ-ବିଧାନ ତାଲିମ ଶିବିର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି । କାର୍ଯ୍ୟକ୍ରମକୁ ଉଦଘାଟନ କରି ବାଚସ୍ପତି କହିଛନ୍ତି ଯେ, ଖୁବଶୀଘ୍ର ଓଡିଶା ବିଧାନସଭା ହେବ କାଗଜମୁକ୍ତ । ଓଡିଶା ବିଧାନସଭାକୁ ପେପରଲେସ କରି ସମ୍ପୂର୍ଣ୍ଣ ଡିଜିଟାଲାଇଜ କରାଯିବ । ଏଥିପାଇଁ ଦାୟିତ୍ୱ ନେଇଛନ୍ତି ନେଭା । ବିଧାନସଭାର ସମସ୍ତ କାର୍ଯ୍ୟ କାଗଜମୁକ୍ତ ହେବା ଦ୍ୱାରା ପରିବେଶ ସନ୍ତୁଳନ ରକ୍ଷାରେ ଏହା ସହାୟକ ହେବ । ପୂର୍ବ ବିଧାନସଭାରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଚଳିତ ବିଧାନସଭାରେ ଏହା ସଂପୂର୍ଣ୍ଣ ହେବ । ବିଧାନସଭାର ସମସ୍ତ କାର୍ଯ୍ୟଧାରା, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ସମସ୍ତ ବିଲ ଓ ଆନୁଷଙ୍ଗିକ କାର୍ଯ୍ୟକଳାପ ନେଭା ମାଧ୍ୟମରେ ସହଜ ଓ ସରଳ ହୋଇପାରିବ । ଆସନ୍ତା ବର୍ଷେ କିମ୍ବା ଦୁଇ ବର୍ଷ ମଧ୍ୟ ଏହି ଲକ୍ଷ୍ୟ ହାସଲ କରିବୁ ବୋଲି ପ୍ରୟାସ କରୁଛୁ ।

ସେହିପରି ସମସ୍ତ ବିଧାୟକଙ୍କୁ ନେଭା ଜରିଆରେ ତାଲିମ ଦେବାକୁ ଯୋଜନା ରଖାଯାଇଛି । କିଛି ବିଧାୟକ ଏନେଇ ଅବଗତ ଅଛନ୍ତି । ଆଉ କିଛିଙ୍କୁ ତାଲିମ ଦିଆଯିବ । ବିଧାୟକମାନେ ଯେତେ ଜଲଦି ଏ ବାବଦରେ ଅବଗତ ହୋଇଯିବେ ଆମକୁ ସହଜ ହେବ । ବହୁ ପରିମାଣରେ ବିଧାନସଭା ପେପରଲେସ ହୋଇଛି । କୃତ୍ରିମ ବୁଦ୍ଧିମତ୍ତାର ପରିସର ଯେପରି ବ୍ୟାପକ ହେବାରେ ଲାଗିଛି । ଏହି ପ୍ରକଳ୍ପକୁ ଆମକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ପଡ଼ିବ । ନହେଲେ ବୈଷୟିକ ଦୃଷ୍ଟିରୁ ଆମେ ପଛରେ ପଡ଼ିଯିବା । ଆଗାମୀ ଦିନରେ ନେଭା କାର୍ଯ୍ୟକ୍ରମକୁ କାଗଜମୁକ୍ତ କରାଯିବା ଫଳରେ ଜୀବନ୍ତ ସଦନ, ଜୀବନ୍ତ ପ୍ରଜାତନ୍ତ୍ରର ଆଭିମୁଖ୍ୟ ହାସଲ ହୋଇପାରିବ ।

ବିଧାନସଭାର ସଚିବ ଦାଶରଥି ଶତପଥୀ କହିଛନ୍ତି ଯେ, ଗଣତାନ୍ତ୍ରିକ ପଦ୍ଧତିରେ ଚାଲୁଥିବା ବିଧାନସଭାର କାର୍ଯ୍ୟଧାରା କାଗଜମୁକ୍ତ ହୋଇପାରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହା ଫଳରେ ସମସ୍ତ କାର୍ଯ୍ୟ ସମୟସାପେକ୍ଷ ଓ ସ୍ୱଚ୍ଛ ହୋଇପାରିବ । ନେଭା ପ୍ରକଳ୍ପର ମୂଳ ଲକ୍ଷ୍ୟ ହେଉଛି କାଗଜମୁକ୍ତ ଯୋଜନାକୁ କାର୍ଯ୍ୟକାରୀ କରିବା । ଜିଲ୍ଲାସ୍ତରରେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀଙ୍କ ଭୂମିକା ଏ କ୍ଷେତ୍ରରେ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ।

ଏହା ମଧ୍ୟ ପଢନ୍ତୁ ....ରାଜ୍ୟ ସରକାର ଚାଷୀଙ୍କୁ କୌଣସି ସମସ୍ୟା ସମ୍ମୁଖିନ ହେବାକୁ ଦେବେ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର - Minister Krushna Ch Patra Review

ସେହିପରି ରାଜ୍ୟ ଉନଫରମେଟିକ ଅଫିସର ଡ. ଅଶୋକ କୁମାର ହୋତା କହିଛନ୍ତି ଯେ, ବିଧାନସଭାରେ କାଗଜମୁକ୍ତ କାର୍ଯ୍ୟକ୍ରମର ନେଭା ଆପ୍ଲିକେସନ ହେଉଛି ଏକ ଅଭିଯାନ । ଏହି ଯୋଜନା ମାଧ୍ୟମରେ ଜିଲ୍ଲାସ୍ତରରୁ ଆରମ୍ଭ କରି ସମସ୍ତ ବିଧାୟକମାନଙ୍କୁ ଆବଶ୍ୟକ ସୂଚନା ଯୋଗାଇ ଦିଆଯାଇପାରିବ । ବାଚସ୍ପତି ସମାପ୍ତ ହୋଇଥିବା ନିର୍ବାଚନ କାର୍ଯ୍ୟରେ ସଫଳତାର ସହ ଦାୟିତ୍ୱ ତୁଲାଇଥିବା ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀମାନଙ୍କ ସମ୍ବର୍ଦ୍ଧିତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.