ETV Bharat / state

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ - Odisha Law Minister - ODISHA LAW MINISTER

Odisha Law Minister Prithiviraj Harichandan: ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧରି ଶରଣ ସିଂଙ୍କୁ ଭେଟିଛନ୍ତି ରାଜ୍ୟର ନୂଆ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଅଧିକ ପଢ଼ନ୍ତୁ

Odisha Law Minister
Odisha Law Minister (ETV Bharat Odisha)
author img

By ETV Bharat Odisha Team

Published : Jun 17, 2024, 5:03 PM IST

କଟକ: ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟିଛନ୍ତି ରାଜ୍ୟର ନୂଆ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧରି ଶରଣ ସିଂଙ୍କ ବାସଭବନରେ ଭେଟିଛନ୍ତି ନୂଆ ମନ୍ତ୍ରୀ । ଆଇନ ମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ଏହା ସୌଜନମୂଳକ ସାକ୍ଷାତକାର ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରାୟ ଦୀର୍ଘ ଅଧଘଣ୍ଟା ସମୟ ଧରି ମୁଖ୍ୟ ବିଚାରପତିଙ୍କୁ ସହ ଆଲୋଚନା କରିଥିଲେ ମନ୍ତ୍ରୀ ।

Odisha Law Minister (ETV Bharat Odisha)

ଏହି ଅବସରରେ ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ମନ୍ତ୍ରୀ । କଟକ ହିଁ ତାଙ୍କର ଜନ୍ମସ୍ଥାନ । ସେ ଐତିହାସିକ ସହରର ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି । ତାଙ୍କର କଟକ ପ୍ରତି ଅନେକ ଦାୟିତ୍ୱ ରହିଛି । ତାଙ୍କୁ ଯେଉଁ ଦାୟିତ୍ୱ ମିଳିଛି ସେ ସୁଚାରୁ ରୂପେ ତୁଲାଇବେ । ସେହିପରି ହାଇକୋର୍ଟରେ ବିଚାରାଧୀନ ମାମଲା ପେଣ୍ଡିଂ ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ । ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ହାଇକୋର୍ଟରେ କମ ବିଚାରାଧୀନ ମାମଲା ପଡି ରହିଛି । ମୁଖ୍ୟ ବିଚାରପତି ସେଥିପ୍ରତି ଅନେକ ପଦକ୍ଷେପ ନେଉଛନ୍ତି । ରାଜ୍ୟ ସରକାରଙ୍କର ଯେଉଁ ସବୁ ଦାୟିତ୍ୱ ସେଥିପ୍ରତି ରହିବ ତାହା ପୂରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଭୀମ ଭୋଇ ମେଡିକାଲ ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ, ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ - Mukesh Mahaling visits balangir

ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ମୁଁ ଆଇନ ମନ୍ତ୍ରୀ ହେବା ପରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଏକ ସୌଜନମୂଳକ ସାକ୍ଷାତକାରର ଆବଶ୍ୟକତା ଥିଲା । ସେଥିପାଇଁ ଆଜି ସାକ୍ଷାତକାର ପାଇଁ ଆସିଥିଲି । ମୁଖ୍ୟ ବିଚାରପତିଙ୍କ ସହ ଅନେକ ବିଷୟରେ ଆଲୋଚନା ହେଲା । କଟକ ହେଉଛି ମୋର ଜନ୍ମସ୍ଥାନ । ମୋର ନିର୍ବାଚନ ମଣ୍ଡଳୀ ଅନ୍ୟ କେଉଁଠି ଥାଇପାରେ ମାତ୍ର ମୋ ଜନ୍ମସ୍ଥାନ କଟକ ସହରର ଐତିହ୍ୟ ପାଇଁ ମୁଁ ଗର୍ବ କରେ । କଟକ ସହରର ଐତିହ୍ୟ ଓ ସଂସ୍କୃତିକୁ ସୁରକ୍ଷା ଦେବା ପାଇଁ ଯାହା ଆବଶ୍ୟକ ତାହା ଆମ ସରକାର କରିବ । ଏଥିରେ ମୁଁ ଏକ ପ୍ରମୁଖ ଭୂମିକା ନେବି ବୋଲି ନିଶ୍ଚିନ୍ତ ଅଛି । ଓଡିଶା ହାଇକୋର୍ଟକୁ ଯାହା ଆବଶ୍ୟକତା ଅଛି ତାହା ଆମ ସରକରା ପ୍ରାଥମିକତା ଦେବ । ଓଡିଶା ହାଇକୋର୍ଟରେ ମାମଲା ପେଣ୍ଡିଂ ସଂଖ୍ୟା ଦେଶର ଅନ୍ୟ ରାଜ୍ୟ ତୁଳନାରେ କମ୍‌ ଅଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.