ETV Bharat / state

PM-USHA: ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନର ଶୁଭାରମ୍ଭ, MoU ସ୍ବାକ୍ଷରିତ - PM Uchchatar Shiksha Abhiyan

PM Uchchatar Shiksha Abhiyan:ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ- ପିଏମ୍ ଉଷା ଯୋଜନା ଲାଗୁ ପାଇଁ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉପସ୍ଥିତିରେ MOU ସ୍ବାକ୍ଷରିତ ହୋଇଛି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Aug 31, 2024, 6:10 PM IST

PM-USHA
PM-USHA (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଶୁଭାରମ୍ଭ ହେଲା ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ତଥା ପିଏମ୍ ଉଷା । ଆଜି କୃଷି ଭବନ ଅଡିଟୋରିୟମଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା ପ୍ରଣୟନ ଜରିଆରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମିକୁ ସୁଦୃଢ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଗୁଣବତ୍ତା ଶିକ୍ଷା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି । ୨୦୨୫-୨୬ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ ।

PM-USHA (ETV Bharat Odisha)
ପିଏମ ଉଷା ଆମ ପାଇଁ ଅମୃତ ସମାନ:

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, "ଓଡିଶା ପାଇଁ ଆଜି ଏକ ବିଶେଷ ଦିନ । ପିଏମ -ଉଷା ଯୋଜନା ଆଜି କାଯ୍ୟକାରୀ ହେଉଛି । ଏହା ଏକ ଯୁଗାନ୍ତଜାରି ପଦକ୍ଷପ । ପୂର୍ବ ସରକାର ଏହି ଯୋଜନାକୁ ରାଜ୍ୟକୁ ସାମିଲ କରିନଥିଲେ । ସେଥିପାଇଁ ଆମେ ପଛରେ ପଡିଯାଇଛୁ । କମ ସମୟ ମଧ୍ୟରେ ଆମକୁ ଅଧିକ କାର୍ଯ୍ୟକ୍ରମ କରିବାକୁ ପଡିବ । ଦକ୍ଷତା କ୍ଷେତ୍ରରେ ବିକାଶ କରିବାକୁ ପଡିବ । ବିଳମ୍ବରେ ହେଉ ପଛେ ଏହି ଶିକ୍ଷା ନୀତିକୁ ରାଜ୍ୟ ସରକାର ଆପଣାଇବାକୁ ଯାଉଛନ୍ତି । ପିଏମ ଉଷା ଆମ ପାଇଁ ଅମୃତ ସମାନ ହେବ । ଶିକ୍ଷା ରାଜନୈତିକ ପରିସୀମା ଭିତରେ ରହିବା କଥା ନୁହେଁ । ଆଗରୁ ଏହାକୁ ସଂକୀର୍ଣ୍ଣ ମାନଭାବ ରଖି କାର୍ଯ୍ୟ କରାଯାଉ ନଥିଲା । ଏବେ କାଯ୍ୟକାରୀ ହେଲା । ଏହା ହେଉଛି ଡବଲ ଇଂଜିନ ସରକାରର କମାଲ ।"

ରାଜ୍ୟର ୧ କୋଟି ପିଲା ଫାଇଦା ପାଇବେ:

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଅଭିଭାଷଣରେ କହିଛନ୍ତି, ଆଜି ଏକ ସନ୍ତୋଷର ଦିନ । ରାଜ୍ୟରେ ପିଏମ ଉଷା କାଯ୍ୟକାରୀ ହେବା ଫଳରେ ଶିକ୍ଷାର ଉନ୍ନତି ହେବ । ରାଜ୍ୟରେ ମୋଟ ୮୦ ଲକ୍ଷ ବିଦ୍ୟାଳୟ ଛାତ୍ରଛାତ୍ରୀ ରହିଛନ୍ତି । ସେହିଭଳି ଉଚ୍ଚଶିକ୍ଷାରେ ୫ ଲକ୍ଷ ୭୦ ହଜାର ଛାତ୍ରଛାତ୍ରୀ, ଟେକ୍ନିକାଲରେ ୧୫ ଲକ୍ଷ ଛାତ୍ରଛାତ୍ରୀ ରହିଛନ୍ତି । ମୋଟ ରାଜ୍ୟରେ ପାଖାପାଖି ୧ କୋଟି ଛାତ୍ରଛାତ୍ରୀ ରହିଛନ୍ତି । ଛାତ୍ରଛାତ୍ରୀଙ୍କ କାନ୍ଧ ଉପରେ ହିଁ ରାଜ୍ୟ ଆଗକୁ ଯିବ । ତେଣୁ ରାଜ୍ୟର ବର୍ତ୍ତମାନ ଓ ଭବିଷ୍ୟତ ୧ କୋଟି ଛାତ୍ରଛାତ୍ରୀଙ୍କ ଉପରେ ନିର୍ଭର କରେ । ଏବେ ଗୋଟିଏ ଭଲ ଖବରଟେ ପାଇଲି ଯେ, ଜଣେ ବଣ୍ଡା ଅଞ୍ଚଳର ଛାତ୍ର NEETରେ ଉତୀର୍ଣ୍ଣ ହୋଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ତାକୁ କୁଣ୍ଢାଇ ଧରିଛନ୍ତି । ଏ ଚିତ୍ର ଆଗରୁ ଦେଖିବାକୁ ମିଳୁନଥିଲା । ଓଡ଼ିଶାର ପୁଞ୍ଜି ହେଉଛି ବୈଦ୍ଧିକ ଶକ୍ତି । ପିଏମ ଉଷା କାର୍ଯ୍ୟକାରୀ ହେବା ଫଳରେ ରାଜ୍ୟକୁ ୫୦୦ କୋଟି ଟଙ୍କା ମିଳିବ । ଏହା ଶିକ୍ଷାର ଉନ୍ନତିରେ ଲାଗିପାରିବ । ଯଦି ଏହି ନୀତି ୩ ବର୍ଷ ଆଗରୁ କାର୍ଯ୍ୟକାରୀ ହୋଇଥାନ୍ତା, ତେବେ ଛାତ୍ରଛାତ୍ରୀଙ୍କୁ ଅନେକ ସୁବିଧା ଆଣିଦେଇଥାନ୍ତା । କିନ୍ତୁ ପୂର୍ବ ସରକାର ଓଡ଼ିଆ ପିଲାଙ୍କୁ ଦିଗଭଷ୍ଟା ହେବାକୁ ଛାଡିଦେଲେ । ରାଜନୀତିକରଣ କରି ଏହି ଯୋଜନାକୁ ଲାଗୁ କରାଯାଇନଥିଲା ।"

ରାଜ୍ୟକୁ ୫୦୦ କୋଟି ଟଙ୍କା ମିଳିବ :

ସେହିପରି ପ୍ରତିକ୍ରିୟାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, "ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ହେଉଛି ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନର ତୃତୀୟ ସସ୍କରଣ । ବିଭିନ୍ନ ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ଏହି ଅଭିଯାନ ମାଧ୍ୟମରେ ଅର୍ଥ ପ୍ରଦାନ କରାଯାଏ । ଏଥିରେ କେନ୍ଦ୍ର ୬୦ ପ୍ରତିଶତ ଅର୍ଥ ହେଉଥିବା ବେଳେ ରାଜ୍ୟ ୪୦ ପ୍ରତିଶତ ଅର୍ଥ ଦେଇଥାଏ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ପିଏମ-ଉଷା ସ୍ଵାକ୍ଷର ହୋଇଛି । ଏହା କାର୍ଯ୍ୟକାରୀ ହେବା ଫଳରେ ରାଜ୍ୟକୁ ୫୦୦ କୋଟି ଟଙ୍କା ମିଳିବ । ରାଜ୍ୟରେ ଥିବା ଅନେକ ଉଚ୍ଚ ଶିକ୍ଷାନୁଷ୍ଠାନଙ୍କୁ ଆର୍ଥକ ଭାବରେ ସହାୟକ ହୋଇପାରିବ । ଏହି ଅଭିଯାନରେ କେନ୍ଦ୍ର ଏବଂ ରାଜ୍ୟ ଉଭୟଙ୍କର ସହଯୋଗ ଆବଶ୍ୟକ । କିନ୍ତୁ କେନ୍ଦ୍ର ସରକାର ରାଜ୍ୟରେ ଏହା ଲାଗୁ କରିବାକୁ ଚାହୁଁ ଥିଲେ ହିେ ପୂର୍ବ ସରକାର କୌଣସି ସହଯୋଗ କରିନଥିଲେ । ରାଜ୍ୟକୁ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନର ମାଧ୍ୟମରେ ପ୍ରଥମ ସସ୍କରଣ ଅର୍ଥ ବ୍ୟବହାର ହୋଇଛି । ମହାବିଦ୍ୟାଳୟ ହେବା ବଦଳରେ ସେଠାରେ ସିଲେଇ ଶିକ୍ଷା ଦିଆଯାଇଛି । ନ୍ୟାୟାଳୟ ଛାଟ ବାଜିବା ପରେ ପୂର୍ବତନ ସରକାର ସଚେତନ ହୋଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...Odisha Assembly: ନିମ୍ନମାନର ଛତୁଆ ନେଇ ଗୃହରେ ଉଦବେଗ, ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ, ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି - LOW QUALITY Chhatua

ଏମାନେ ଥିଲେ ଉପସ୍ଥିତ:

ଆଜି ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଶାସନ ସଚିବ ସୁନିଲ କୁମାର ବର୍ଣ୍ଣୱାଲ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.