ETV Bharat / state

ଆହାର କେନ୍ଦ୍ର ବୁଲି ସମୀକ୍ଷା କଲେ, ଟୋକନ କାଟି ଖାଇଲେ ଭାତ-ଡାଲମା - UD Minister visits Aahar Kendra

author img

By ETV Bharat Odisha Team

Published : Jul 18, 2024, 9:41 PM IST

UD Minister visits Aahar Kendra: ଆହାର କେନ୍ଦ୍ରରେ ଭାତ ଡାଲମା ସହ ଯୋଡି ହୋଇପାରେ ଆଉ ଆଇଟମ୍‌ । ଆଜି ଆହାର କେନ୍ଦ୍ର ବୁଲିବା ପରେ ଏନେଇ ବିଭାଗ ସମୀକ୍ଷା କରିବ ବୋଲି ମନ୍ତ୍ରୀଙ୍କ ମତ । ଅଧିକ ପଢନ୍ତୁ

UD Minister visits Aahar Kendra
UD Minister visits Aahar Kendra (ETV Bharat Odisha)

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ର ବୁଲି ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ସ୍ଥିତି ଅନୁଧ୍ୟାନ କଲେ ଏବଂ ଟୋକନ୍ କାଟି ନିଜେ ଲୋକଙ୍କ ସହ ବସି ଆହାର କେନ୍ଦ୍ରରେ ଖାଇଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର । ଆଗକୁ ଆହାର କେନ୍ଦ୍ରରେ ଲୋକଙ୍କୁ ପରଷା ଯାଉଥିବା ଭାତ ଡାଲମା ସହ ଅନ୍ୟ ଆଇଟମ ମଧ୍ୟ ଯୋଡ଼ି ହୋଇପାରେ । ଏନେଇ ବିଭାଗ ସମୀକ୍ଷା କରିବ ବୋଲି ମନ୍ତ୍ରୀ କହିଛନ୍ତି ।

ଆହାର କେନ୍ଦ୍ର ବୁଲିଲେ ମନ୍ତ୍ରୀ (ETV Bharat Odisha)

ଖାଦ୍ୟରେ ପରିବା କମିଥିବା କଥା ସ୍ବୀକାର କରିଛନ୍ତି ମନ୍ତ୍ରୀ । ଏହାସହ ଖାଦ୍ୟ ଥାଳିରେ କ’ଣ ଅଧିକ ଯୋଡି ହେବ ତାକୁ ନେଇ ବିଭାଗ ସମୀକ୍ଷା କରିବ ବୋଲି ମନ୍ତ୍ରୀ ଆଶ୍ଵାସନା ଦେଇଛନ୍ତି । ସ୍ବଚ୍ଛ ଓ ଖୋଲା ପରିବେଶରେ ଖାଦ୍ୟ ପରଷିବା ସହ, ସେବା ମନୋବୃତ୍ତି ରଖି ଏସଏଚଜି ମହିଳାମାନେ ଖାଦ୍ୟ ପରଷିବାକୁ ମନ୍ତ୍ରୀ କହିଛନ୍ତି । ସେପଟେ ବନ୍ଦ ହେବନି ଆହାର ଯୋଜନା କହିଛନ୍ତି । ନାମ ପରିବର୍ତ୍ତନ ନେଇ ପରବର୍ତ୍ତୀ ସମୟରେ ସମୀକ୍ଷା କରାଯିବ । କ୍ୟାପିଟାଲ ହସ୍ପିଟାଲ ଆହାର ପରିଦର୍ଶନ ସମୟରେ ଏହି ମତ ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର ।

ଏହା ବି ପଢନ୍ତୁ- ଲକ୍ଷ୍ମୀ ବସରୁ ଗାଏବ ଲୋଗୋ, ଏଣେ ଆହାର କେନ୍ଦ୍ରକୁ ନେଇ ଆଶଙ୍କାରେ ଲୋକେ

ଆହାର କେନ୍ଦ୍ର ବୁଲିବା ପରେ ମନ୍ତ୍ରୀ କହିଛନ୍ତି, "ସୁସ୍ଥ ଓ ପରିଷ୍କାର ପରିସ୍ଥିତିରେ ଗରିବ ଲୋକଙ୍କୁ ପୁଷ୍ଟିକର ଖାଦ୍ୟକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର 23 ଟଙ୍କା ଓ ଲୋକ 5ଟଙ୍କା ଦେଉଛନ୍ତି । ଗରିବଙ୍କ ସେବା ଭାବି ଖାଦ୍ୟ ଯୋଗାଇଲେ ଆହୁରି ଭଲ ଖାଦ୍ୟ ମିଳିପାରିବ । ଏନେଇ ସ୍ବୟଂ ସହାୟକ ମାଆ ମାନଙ୍କ ସହ ଆଲୋଚନା କରାଯାଇଛି । ଏହା ସହିତ ଆଗକୁ ଉନ୍ନତମାନର ଖାଦ୍ୟ ଗରିବ ଲୋକଙ୍କୁ କେମିତି ମିଳିପାରିବ ତାକୁ ନେଇ ଆଲୋଚନା କରାଯିବ ।"

ମନ୍ତ୍ରୀ ଖାଇଲେ ଡାଲମା-ଭାତ:-

ସେହିପରି ଆହାର କେନ୍ଦ୍ର ବୁଲିବା ସମୟରେ ସେଠାରେ ଖାଉଥିବା ଲୋକମାନଙ୍କ ସହିତ ମନ୍ତ୍ରୀ କଥାବାର୍ତ୍ତା ହୋଇଛନ୍ତି । ଖାଦ୍ୟ ସମ୍ପର୍କରେ ସେମାନଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ମନ୍ତ୍ରୀ ନିଜେ ଟୋକନ କାଟି ଆହାର କେନ୍ଦ୍ରରେ ଡାଲମା-ଭାତ ଖାଇଛନ୍ତି । କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ପରିଦର୍ଶନ ଅବସରରେ ଭାତ ଡାଲମା ଖାଇ ଖାଦ୍ୟର ମାନ ପରୀକ୍ଷା କରିଥିଲେ ମନ୍ତ୍ରୀ ।

ବନ୍ଦ ହେବନି ଆହାର କେନ୍ଦ୍ର:-

ସୂଚନା ଥାଉ କି ଲକ୍ଷ୍ମୀ ବସରୁ ଲୋଗୋ ଗାଏବ ହେବା ପରେ ଆହାର କେନ୍ଦ୍ର ବନ୍ଦ ହେବା ନେଇ ଚର୍ଚ୍ଚା ହେଉଥିଲା । ଆହାର କେନ୍ଦ୍ର ବନ୍ଦ ହେଲେ ଲୋକଙ୍କ ସହିତ ଆହାର କେନ୍ଦ୍ରକୁ ଚଲାଉଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ ମଧ୍ୟ ହଇରାଣ ହେବେ । ଆହାର କେନ୍ଦ୍ର ଚଲାଇ ମାସିକ କିଛି ପଇସା ରୋଜଗାର ହେଉଥିବା ବେଳେ ଏହା ବନ୍ଦ ହେଲେ ଏହି କେନ୍ଦ୍ର ଚଲାଉଥିବା ମହିଳାଙ୍କ ପରିବାରରେ ପୁଣି ସମସ୍ୟା ଦେଖାଦେବ ବୋଲି ଆଲୋଚନା ଜୋର ଧରିଥିଲା । ମାତ୍ର ଆଜି ମନ୍ତ୍ରୀ ଏହି ଦ୍ବନ୍ଦ୍ବ ଦୂର କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.