ETV Bharat / state

ରାଜ୍ୟରେ ମାଡ଼ିଲାଣି ଡିପଥେରିଆ-ଜଣ୍ଡିସ-ଜେଇ ରୋଗ, ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ - Health Minister Meeting

author img

By ETV Bharat Odisha Team

Published : Jun 24, 2024, 1:37 PM IST

Updated : Jun 24, 2024, 4:04 PM IST

Health Minister Meeting With Collector: ରାଜ୍ୟରେ ମାଡିଲାଣି ଡିପଥେରିଆ, ଜଣ୍ଡିସ ଓ ଜାପାନିଜ ଏନସେଫାଲାଇଟିସ ରୋଗ । ଜଣଙ୍କ ପରେ ଜଣେ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଥିବା ବେଳେ ବର୍ତ୍ତମାନ ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ତିନି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଅଧିକ ପଢନ୍ତୁ

ରାଜ୍ୟରେ ମାଡ଼ିଲାଣି ଡିପଥେରିଆ-ଜଣ୍ଡିସ-ଜେଇ ରୋଗ, ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ରାଜ୍ୟରେ ମାଡ଼ିଲାଣି ଡିପଥେରିଆ-ଜଣ୍ଡିସ-ଜେଇ ରୋଗ, ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ (ETV Bharat Odisha)

ଭୁବନେଶ୍ୱର: ରାଜ୍ୟରେ ଏବେ ଡିପଥେରିଆ, ଜଣ୍ଡିସ ଓ ଜାପାନିଜ ଏନସେଫାଲାଇଟିସ ସଂକ୍ରମଣ ଭୟାବହତା ବଢିଚାଲିଛି । ଅନେକ ଜିଲ୍ଲାରେ ଏହି ରୋଗ ମାଡିଥିବା ବେଳେ ଅନେକଙ୍କ ଜୀବନ ଗଲାଣି । ଫଳରେ ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନେଇ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି । ଏଥିରେ ରୋକ ଲଗାଇବା ଏବେ ବିଭାଗ ପାଇଁ ଏହା ମୁଖ୍ୟ ଚାଲେଞ୍ଜ ପାଲଟିଛି । ଆଜି ଜାପାନିଜ୍ ଏନ୍‌ସେଫାଲାଇଟିସ୍, ଡିପ୍‌ଥେରିଆ ଓ ଜଣ୍ଡିସ୍ ମୁକାବିଲା ନେଇ ସ୍ବାସ୍ଥ୍ୟ ବିଭାଗରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହା ସମୀକ୍ଷା କରିଛନ୍ତି । ଏଥିରେ ଅନୁଗୋଳ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାପାଳଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।

ସମୀକ୍ଷା ବୈଠକରେ ସ୍ଵତନ୍ତ୍ର ସଚିବ ସରୋଜ କୁମାର ମିଶ୍ର, ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସମେତ ଭିଡିଓ କାନଫରେନ୍ସିଂରେ ଅନୁଗୋଳ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାପାଳ ଉପସ୍ଥିତ ରହିଥିଲେ। ସ୍ଵାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଅନୁଗୁଳ, ରାୟଗଡା ଓ ସମ୍ବଲପୁର ଜିଲ୍ଲପାଳଙ୍କ ସହ ଭିଡିଓ କନଫରଏନସିଂରେ କଥା ହେଲି । ସ୍ଥିତି ନିୟନ୍ତ୍ରଣରେ ଅଛି ।

ଅନୁଗୋଳରେ ଶିଶୁଙ୍କୁ ଜେଇ ରୋଗ ହୋଇଛି କି ନାହିଁ ପ୍ରମାଣ ହୋଇନି । ରିପୋର୍ଟକୁ ଅପେକ୍ଷା କରିଛୁ । ନୂଆ ମାମଲା ଆସିନି କି ସଂକ୍ରମଣ ହୋଇନି । ରାୟଗଡା, କୋରାପୁଟ ଓ କଳାହାଣ୍ଡିର ଚାରୋଟି ଗାଁ ଗୁଡିକରେ ଏହା ହୋଇଥିଲା । ଜିଲ୍ଲା ପ୍ରଶାସନକୁ ଘରକୁ ଘର ଯାଇ ପାନୀୟ ଜଳ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅପପୃଷ୍ଟି ସମସ୍ୟା ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ସହ ମିଶି କାମ କରୁଛୁ। ହେଲେ ରୋଗ ପ୍ରତିଷେଧକ କମିଲେ, ଏପରି ହୁଏ। ତାକୁ ନିୟନ୍ତ୍ରଣ କରିବାକୁ କାମ ଚାଲିଛି।

ସେ ଆହୁରି କହିଛନ୍ତି, ଡିପଥେରିଆ ନେଇ ଅପପୃଷ୍ଟି ଗୋଟେ କାରଣ। ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା କରିଛୁ। ଗୋଟେ ଡିପଥେରିଆ ମୃତ୍ୟୁ ହୋଇଥିବା ଶିଶୁକୁ ଟିକା ଦିଆଯାଇ ନଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଆମେ ସମ୍ପୂର୍ଣ୍ଣ ଟିକାକରଣ ସହ ସଚେତନତା ପାଇଁ ନିର୍ଦ୍ଦେଶ ଦେଇଛୁ। ସେପଟେ ସମ୍ବଲପୁରରେ ଜଣ୍ଡିସକୁ ନଜର ରଖିଛୁ। କୁମାରପଡା, କାଲିବାଡ଼ିର ସମସ୍ୟା ପାଇଁ WATCO କୁ ନିର୍ଦ୍ଦେଶ ଦିଆଯାଇଛି ସତ ଦିନ ଭିତରେ ପାଇପଲାଇନ ବଦଳି କରିବାକୁ। ସମ୍ବଲପୁର ମହାନଗର ନିଗମକୁ ନିର୍ଦ୍ଦେଶ ଦିଆଯାଇଛି ଘରକୁ ଘର ସ୍ୱଚ୍ଛ ଜଳ ଯୋଗାଣ ଦେବାକୁ। ନୂଆ DPR ପ୍ରସ୍ତୁତ କରି ସମ୍ବଲପୁର ପ୍ରଶାସନ ସ୍ୱାସ୍ଥ୍ୟ ବିଭାଗକୁ ଦେବ। ଆବଶ୍ୟକ ପଡିଲେ, ମୁଁ ନିଜେ ଯିବି ସମ୍ବଲପୁର ଓ ଘଟଣାର ସମୀକ୍ଷା କରିବି।

ଏହା ମଧ୍ୟ ପଢନ୍ତୁ: ଡିପଥେରିଆ-ଡେଙ୍ଗୁ-ଜଣ୍ଡିସ ନିୟନ୍ତ୍ରଣ ପାଇଁ ତର୍ଜମା କରୁଛୁ: ସ୍ବାସ୍ଥ୍ୟମନ୍ତ୍ରୀ

ସୂଚନା ଥାଉ କି, ପୂର୍ବରୁ ୨୦୧୨ରେ ମାଲକାନଗିରିରେ ଜେଇ (ଜାପାନିଜ ଏନସେଫାଲାଇଟିସ) ସଂକ୍ରମଣରେ ୨୪ ଶିଶୁଙ୍କ ମୃତ୍ୟୁ ହୋଇଥିଲା ଓ ୨ଶହରୁ ଊର୍ଦ୍ଧ୍ଵ ଆକ୍ରାନ୍ତ ହୋଇଥିଲେ । ଏହି ଭୟ ପୁଣି ସ୍ବାସ୍ଥ୍ୟ ବିଭାଗକୁ ଘାରିଛି । ସେହିପରି ଡିପ୍‌ଥେରିଆରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ଜୀବନ ଗଲାଣି। । ସେମାନଙ୍କ ମଧ୍ୟରୁ ୫ଜଣ କେବଳ ଶିଶୁ ଅଛନ୍ତି । କୋରାପୁଟ, ରାୟଗଡ଼ା ଓ କଳାହାଣ୍ଡିରେ ଯୁଦ୍ଧକାଳୀନ ଭିଭିରେ ଟିକାକରଣ, ସ୍କ୍ରିନିଂ ଓ ଚିକିତ୍ସା ଜାରି ରହିଛି । ସେହିପରି ସମ୍ବଲପୁରରେ ଶିଶୁଙ୍କୁ ଜଣ୍ଡିସ ଭୟ ଘାରିଛି । ଜଣ୍ଡିସରେ ୬୪ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ଭିତରେ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି । କିଭଳି ଓ କେଉଁ ପରିସ୍ଥିତିରେ ଜଣ୍ଡିସ୍ ବ୍ୟାପିଲା ତାହାକୁ ନେଇ ତନାଘନା ଆରମ୍ଭ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jun 24, 2024, 4:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.