ETV Bharat / state

BSKY କାର୍ଡ ଚାଲୁ ରହିଛି, ହେଲ୍ପ ଲାଇନ ନମ୍ବର ଜାରି, ହସ୍ପିଟାଲଗୁଡିକ ଅବହେଳା କଲେ ହେବ କାର୍ଯ୍ୟାନୁଷ୍ଠାନ: ମୁଖ୍ୟ ଶାସନ ସଚିବ - BSKY card issue

author img

By ETV Bharat Odisha Team

Published : Jun 6, 2024, 11:46 AM IST

Updated : Jun 6, 2024, 2:14 PM IST

BSKY Card Issue: ରାଜ୍ୟରେ ବିଏସକେୱାଇ (BSKY) ଯୋଜନା ଜାରି ରହିଛି । ପୂର୍ବଭଳି କାର୍ଡଧାରୀଙ୍କୁ ଏହି ଯୋଜନାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ହସ୍ପିଟାଲଗୁଡିକୁ ନିର୍ଦ୍ଦେଶ ଦେଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

BSKY କାର୍ଡ ଗ୍ରହଣ କରିବାକୁ ହସ୍ପିଟାଲଗୁଡିକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
BSKY କାର୍ଡ ଗ୍ରହଣ କରିବାକୁ ହସ୍ପିଟାଲଗୁଡିକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ବିଏସକେୱାଇ (BSKY) କାର୍ଡକୁ ନେଇ ଥିବା ଦ୍ବନ୍ଦ ଦୂର କଲା ସ୍ବାସ୍ଥ୍ୟ ବିଭାଗ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ BSKY ଯୋଜନା ଜାରି ରହିଛି । BSKYକୁ ନେଇ ଘରୋଇ ହସ୍ପିଟାଲ ସହ ରାଜ୍ୟ ସରକାର କରିଥିବା ଏମଓୟୁ ଏବେ ବି ବଳବତ୍ତର ଅଛି । ଯାହାଦ୍ବାରା ହିତାଧିକାରୀ ପୂର୍ବଭଳି ଏହି ଯୋଜନାରେ ସ୍ବାସ୍ଥ୍ୟସେବା ପାଇପାରିବେ । ରାଜ୍ୟରେ କୌଣସି ରୋଗୀମାନେ ଯେଭଳି ଭାବରେ ସ୍ୱାସ୍ଥ୍ୟସେବା ପାଇବାରେ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେନେଇ ଡାକ୍ତରଖାନାଗୁଡିକ ଧ୍ୟାନ ଦେବେ । ବିଏସକେୱାଇ କାର୍ଡକୁ ନେଇ ଦ୍ବନ୍ଦ ଭିତରେ ଏମିତି ସ୍ପଷ୍ଟୀକରଣ ରଖିଛି ସ୍ବାସ୍ଥ୍ୟ ବିଭାଗ । ଏହି BSKY ସ୍ବାସ୍ଥ୍ୟ କାର୍ଡ ଗ୍ରହଣ କରିବାକୁ ହସ୍ପିଟାଲଗୁଡିକୁ ବିଭାଗ ନିର୍ଦ୍ଦେଶ ଦେଇଛି ।

ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି । ରାଜ୍ୟ ସରକାରଙ୍କ ପ୍ରଚଳିତ BSKY ଯୋଜନା ବର୍ତ୍ତମାନ ଚାଲୁ ରହିଛି । ଅନୁବନ୍ଧିତ ହସ୍ପିଟାଲରେ ରୋଗୀ ଚିକିତ୍ସା ଅବ୍ୟାହତ ରହିବ । ନୂତନ ସରକାରଙ୍କର ବିକଳ୍ପ ଯୋଜନା ନହେବା ପର୍ଯ୍ୟନ୍ତ BSKY ଯୋଜନା ବନ୍ଦ ହେବନାହିଁ । ଯେଉଁ ହସ୍ପିଟାଲରେ ଚିକିତ୍ସା ଅବହେଳା କରନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଯଦି କୌଣସି ହସ୍ପିଟାଲ ଏଥିରେ ସହଯୋଗ ନକରନ୍ତି ତେବେ ସ୍ୱାସ୍ଥ୍ୟ ବିଭାଗର ହେଲ୍ପ ଲାଇନରେ ଯୋଗାଯୋଗ କରନ୍ତୁ । ସ୍ୱାସ୍ଥ୍ୟ ବିଭାଗ ସହାୟତା ଟେଲିଫୋନ ନମ୍ବର ହେଉଛି ୧୦୪ । ରାଜ୍ୟ ସରକାର ହସ୍ପିଟାଲ ସହ ଆଲୋଚନା କରି ସମସ୍ତ କାର୍ଯ୍ୟକ୍ରମ ହାତକୁ ନେବେ । ଯଦି କୌଣସି ହସ୍ପିଟାଲ ଏଥିରେ ଅବହେଳା କରନ୍ତି, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ଯଦି ନୂତନ ସରକାର ଅନ୍ୟ କୌଣସି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଅନ୍ତି, ତାହାଲେ ରୋଗୀଙ୍କୁ ନୂତନ ବ୍ୟବସ୍ଥାରେ ପର୍ଯ୍ୟାପ୍ତ ସୁବିଧା ମିଳିବା ପର୍ଯ୍ୟନ୍ତ ଟ୍ରାନିସନ ପର୍ଯ୍ୟାୟରେ ରୋଗୀଙ୍କୁ ଚିକିତ୍ସା ସୁବିଧା ଦିଆଯିବ । ତେଣୁ ଜନସାଧାରଣଙ୍କ ମନରେ କୌଣସି ଆଶଙ୍କା ହେବା କଥା ନୁହେଁ । ଅଲଟରନେଟ ଯୋଜନା ନହେବା ପର୍ଯ୍ୟନ୍ତ BSKY ଯୋଜନା ବନ୍ଦ ହେବନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ରାଜ୍ୟରେ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରକୁ ମାଗଣାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ନବୀନ ସରକାର ୨୦୧୮ ଅଗଷ୍ଟ ୧୫ ତାରିଖରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ଆରମ୍ଭ କରିଥିଲେ । ଗତ ୪ ତାରିଖ ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳରେ ବିଜେଡି ସରକାର ପରାଜିତ ହେବା ପରେ ମଧ୍ୟାହ୍ନରୁ ହିଁ ରାଜ୍ୟର ବିଭିନ୍ନ ଘରୋଇ ହସ୍ପିଟାଲ BSKY ଯୋଜନାରେ ନୂଆ ରୋଗୀଙ୍କୁ ଭର୍ତ୍ତି କରୁନଥିବା ଏବଂ ପୂର୍ବରୁ ଚିକିତ୍ସିତ ରୋଗୀଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହୋଇଥିଲା । ଏପରିକି ଡାଏଲିସିସ୍‌, କେମୋ ପାଇଁ ଯାଇଥିବା ରୋଗୀଙ୍କୁ ମଧ୍ୟ ଫେରାଇ ଦିଆଯାଉଥିବା ଶୁଣିବାକୁ ମିଳୁଥିଲା ।

ଏହା ମଧ୍ୟ ପଢନ୍ତୁ: ବନ୍ଦ ହେବ BSKY, ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା: ମନମୋହନ - MANMOHAN SAMAL REACTION

ରାଜ୍ୟରେ ନୂଆ ସରକାର ଆସିବ । ତେଣୁ ଏହି କାର୍ଡ ଏବେ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଉଥିଲା । ବୁଧବାର ଦିନ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, ରାଜ୍ୟରେ ବିଜେପି ସରକାର ଶପଥ ନେବା ପରେ ଆମେ ଯାହା ପୂର୍ବରୁ କହିଥିଲୁ ତାହା କରିବୁ । ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ମନମୋହନଙ୍କ ଏହି ମନ୍ତବ୍ୟ BSKY କାର୍ଡ ଅଚଳ ଦ୍ବନ୍ଦକୁ ଆହୁରି ବଢାଇ ଦେଇଥିଲା ।

ଏହାପରେ ପୁଣି ମନମୋହନ ସ୍ପଷ୍ଟୀକରଣ ରଖିଥିଲେ ଯେ, ରୋଗୀ ଓ ରୋଗର କୌଣସି ଜାତି, ଧର୍ମ ଓ ଦଳ ନାହିଁ । ସାଧାରଣ ନାଗରିକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପ୍ରତ୍ୟେକ ସରକାରର ପ୍ରାଥମିକତା । ସରକାର ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା । ଏହି ଆଳରେ ଲୋକଙ୍କ ମନରେ ଦ୍ବନ୍ଦ ସୃଷ୍ଟି କରାଯାଇ ଚିକିତ୍ସା ସେବାରୁ ବଞ୍ଚିତ ରଖାଯିବା ଏକ ସାମାଜିକ ଏବଂ ବୈଧାନିକ ଅପରାଧ । ଏଭଳି ସାମାଜିକ ଅପରାଧରୁ କ୍ଷାନ୍ତ ରହି ରୋଗୀମାନଙ୍କୁ ଉପଯୁକ୍ତ ଏବଂ ଉନ୍ନତମାନର ସେବା ଓଡ଼ିଶାବାସୀଙ୍କୁ ଯୋଗାଇ ଦେବା ଉଚିତ ।

ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ଦେଇଛି । BSKY ଯୋଜନା ଜାରି ରହିଛି । ରାଜ୍ୟରେ ଥିବା ହସ୍ପିଟାଲଗୁଡିକ କାର୍ଡଧାରୀଙ୍କ ପାଇଁ ପୂର୍ବ ପରି ଚିକିତ୍ସା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହି କାର୍ଡ ଅଧିନରେ ଗତ 4 ତାରିଖରେ 5800 ରୋଗୀ ଚିକିତ୍ସା ପାଇଁ ପଞ୍ଜିକରଣ କରିଥିବା ବେଳେ ଗତକାଲି 5389 ଜଣ ରୋଗୀ ପଞ୍ଜିକରଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 6, 2024, 2:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.