ETV Bharat / state

ମୌସୁମୀ ବର୍ଷାରେ ବଢିବ ମଶା ଆତଙ୍କ; ମୁକାବିଲା ପାଇଁ ପ୍ରସ୍ତୁତ ଜନସ୍ବାସ୍ଥ୍ୟ ବିଭାଗ - Dengue and Malaria Precautionary

How Can Prevent Dengue and Malaria: ଆସୁଛି ମୌସୁମୀ । ତେବେ ବର୍ଷା ଦିନ ପୂର୍ବରୁ ବିଭିନ୍ନ ରୋଗକୁ ନେଇ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ । ବିଶେଷ ଭାବରେ ମ୍ୟାଲେରିଆ ଓ ଡେଙ୍ଗୁକୁ ନେଇ ସଜାଗ ସ୍ୱାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ,

ଆସୁଛି ମୌସୁମୀ ବର୍ଷା, ବଢିବ ମଶା ଆତଙ୍କ; ମୁକାବିଲା ପାଇଁ ପ୍ରସ୍ତୁତ ଜନସ୍ବାସ୍ଥ୍ୟ ବିଭାଗ
ଆସୁଛି ମୌସୁମୀ ବର୍ଷା, ବଢିବ ମଶା ଆତଙ୍କ; ମୁକାବିଲା ପାଇଁ ପ୍ରସ୍ତୁତ ଜନସ୍ବାସ୍ଥ୍ୟ ବିଭାଗ (ETV Bharat Odisha)
author img

By ETV Bharat Odisha Team

Published : Jun 9, 2024, 5:40 PM IST

ଭୁବନେଶ୍ୱର: ଆଗକୁ ଆସୁଛି ମୌସୁମୀ ବର୍ଷା । ଏବେଠାରୁ ମଶାଙ୍କ ଉତ୍ପାତ ବଢିବାରେ ଲାଗିଛି । ଲୋକମାନେ ଡେଙ୍ଗୁ, ମ୍ୟାଲେରିଆ ଓ ଚିକେନଗୁନିଆରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ଦେଖା ଦେବାର ସମ୍ଭାବନା ରହିଛି । ଏହାକୁ ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ପ୍ଲାନ ଆରମ୍ଭ କରିଛି ଜନସ୍ବାସ୍ଥ୍ୟ ବିଭାଗ । ରାଜ୍ୟବ୍ୟାପୀ ମଶା ବଂଶ ବଢ଼ିବା ସାମ୍ଭାବ୍ୟ ସ୍ଥାନକୁ ଚିହ୍ନଟ କରାଯାଇଛି । ପୂର୍ବ ବର୍ଷ ଅଭିଜ୍ଞତା ଆଧାରରେ ଯୋଜନା ପ୍ରସ୍ତୁତି କରାଯାଇଛି । ଏନେଇ ଏକ ଟିମ ଗଠନ କରାଯାଇଛି । ସେମାନେ ନିୟମିତ ମଶା ନିପାତ କାର୍ଯ୍ୟ ନେଇ ପଦକ୍ଷେପ ନେବେ ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆ ପ୍ରବଣ ଜିଲ୍ଲା ଗୁଡିକରେ ମଶାମାନଙ୍କର ନିପାତ ପାଇଁ ବିଭିନ୍ନ ସମୟରେ କାର୍ଯ୍ୟକ୍ରମ ଜାରି ରହିଛି । ତେବେ ବର୍ଷା ପୂର୍ବରୁ ବିଭିନ୍ନ ମଶା ଉତ୍ପାତ ଅଞ୍ଚଳକୁ ଚିହ୍ନଟ କରାଯାଉଛି । ଏନେଇ ଏକ ସ୍ବତନ୍ତ୍ର ଭାବରେ ଏକ ଟିମ୍ ଗଠନ କରାଯାଇଛି । ଏହି ଟିମ ନିୟମିତ ଭାବରେ ସ୍ଥିତି ଯାଞ୍ଚ କରାଯାଉଛି । ଆଗାମୀ ଦିନରେ ମଧ୍ୟ ଏହାର ସ୍ଥିତି ଯାଞ୍ଚ କରାଯାଉଛି । ଏନେଇ ବିଭାଗ କାର୍ଯ୍ୟ କରିବା ସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ଜନସାଧାରଣ । ଯାହା ବର୍ଷ ଦିନ ପୂର୍ବରୁ ସେମାନେ ସଚେତନ ରହିବା ଆବଶ୍ୟକ । ପ୍ରଥମ କରି ନିଜ ଘରେ ମଶା ବଂଶ ନଷ୍ଟ କରିବା ସହିତ ଘରର ଚାରି ପାଖରେ ମଶା ବଂଶ କୁ ନଷ୍ଟ କରିବାପ୍ରତି ଧ୍ୟାନ ଦେବା ଆବଶ୍ୟକ । ବହୁତ ଦିନ ଧରି ଘର ଚାରିପାଖରେ ସଫା ପାଣି ଜମିରହୁଥିବା ସ୍ଥାନ ଗୁଡିକକୁ ପରିଷ୍କାର ରଖିବାକୁ ପରାମର୍ଶ ଦିଆଯାଇଛି ।

ଏପଟେ ରାଜ୍ୟରେ ମେଲେରିଆ ଡେଙ୍ଗୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଦେଢ଼ କୋଟି ଔଷଧୀୟ ମଶାରୀ ମାଗିଛନ୍ତି । ହେଲେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟକୁ ଯୋଗାଇ ନାହାନ୍ତି । ଔଷଧୀୟ ମଶାରି ଆସିବାରେ ବିଳମ୍ବ ହେବାରୁ ବର୍ଷା ଦିନେ ମ୍ୟାଲେରିଆ ବଢ଼ିବା ଆଶଙ୍କା ଉପୁଜିବ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ରାଜ୍ୟରେ ୬ଟି ଜିଲ୍ଲା ଏବେ ମ୍ୟାଲେରିଆ ପ୍ରବଣ ଭାବରେ ନଜର ରଖାଯାଇଛି । ରାୟଗଡ଼ା, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ଗଜପତି ଏବଂ ମାଲକାନଗିରି ସର୍ବାଧିକ ମେଲେରିଆ ପ୍ରବଣ ଭାବେ ଆଗରେ ରହିଛି । ଏହି ସମସ୍ତ ଜିଲ୍ଲା ଗୁଡିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗତ ୧୦ ବର୍ଷର ବିବରଣୀ ଅନୁସାରେ ୨୦୧୪ ରୁ ୨୦୨୩ ମଧ୍ୟରେ ରାଜ୍ୟରେ ୭ କୋଟି ୧ ଲକ୍ଷ୍ୟ ୪ ହଜାର ୨୧୪ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ୧୮ ଲକ୍ଷ୍ୟ ୬୩ ହଜାର ୪୦୮ ଜଣ ମେଲେରିଆରେ ଆକ୍ରାନ୍ତ ହୋଇଛନ୍ତି । ଏହାଛଡା ମେଲେରିଆ ଜନିତ ମୃତ୍ୟୁ ୩୧୩ ରହିଛି। ସେହିପରି ୨୦୧୮ରୁ ମେଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଅଙ୍କୁଶ ଲାଗିପାରିଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୨୦୩୦ ସୁଦ୍ଧା ମେଲେରିଆ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ସେହି ଆଧାରରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି । ସେହିପରି ୨୦୨୭ ସୁଦ୍ଧା ମେଲେରିଆ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ରାଜ୍ୟକୁ ମେଲେରିଆ ମୁକ୍ତ କରିବା ପାଇଁ ଏବେ ଅଧିକ ପରୀକ୍ଷଣକୁ ଗୁରୁତ୍ବ ଦିଆଯାଉଛି ।

ଏହା ମଧ୍ୟ ପଢନ୍ତୁ: ମ୍ୟାଲେରିଆରୁ କେବେ ମିଳିବ ମୁକ୍ତି ! କେବଳ ରୋଗ ନୁହଁ, ମୃତ୍ୟୁର କାରଣ ବି ହୋଇପାରେ ମଶା !
ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.