ETV Bharat / state

ବର୍ଷାଋତୁରେ ସହରାଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ: ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର - Housing and Urban Development

author img

By ETV Bharat Odisha Team

Published : Jun 21, 2024, 10:03 PM IST

Housing and Urban Development Minister: ସହରାଞ୍ଚଳରେ କୃତ୍ରିମ ବନ୍ୟାକୁ ପ୍ରତିହତ କରିବା ସହିତ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି । ଅଧିକ ପଢ଼ନ୍ତୁ,

Housing and Urban Development Minister
Housing and Urban Development Minister (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି। ତେବେ ଗତକିଛି ଦିନ ତଳେ କଟକରେ ହୋଇଥିବା ଜଳବନ୍ଦୀ ସ୍ଥିତି ଉପୁଜିଥିଲା। ତେବେ ବର୍ଷାର ଆଗମନ ପୂର୍ବରୁ ସହରାଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର। ଏନେଇ ଆଜି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସହରାଞ୍ଚଳରେ କୁତ୍ରିମ ବନ୍ୟାକୁ ପ୍ରତିହତ କରିବା ସହିତ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଜି ମନ୍ତ୍ରୀ ସମୀକ୍ଷା କରିଛନ୍ତି । ସମୀକ୍ଷା ସମୟରେ ମନ୍ତ୍ରୀ ଏହି ମର୍ମରେ ସହରାଞ୍ଚଳ ବିକାଶ ଉପରେ ପ୍ରାଥମିକତା ଦେବାକୁ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ବିକଶିତ ଭାରତ ଲକ୍ଷ୍ୟରେ ବିକଶିତ ଓଡ଼ିଶା ପାଇଁ ମଧ୍ୟ ସହରାଞ୍ଚଳ ବିକାଶ ତାତ୍ପର୍ଯ୍ୟପୂର୍ଣ୍ଣ । ତେଣୁ ରାଜ୍ୟର ବିଭିନ୍ନ ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌରନିଗମ ଓ ମହାନଗର ନିଗମଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବାକୁ ହେବ । ଭୁବନେଶ୍ୱର ରାଜ୍ୟ ରାଜଧାନୀ ହୋଇଥିବା ଦୃଷ୍ଟିରୁ ଏହାକୁ ଏକ ବିଶ୍ୱସ୍ତରୀୟ ମଡେଲ ଭାବରେ ଗଢ଼ି ତୋଳିବାର ଆବଶ୍ୟକତା ରହିଛି । ଏହା ସହିତ ସମଗ୍ର ରାଜ୍ୟର ସହରାଞ୍ଚଳ ଗୁଡ଼ିକର ଭିତ୍ତିଭୂମି ଓ ପାର୍ଶ୍ୱଅଞ୍ଚଳ ଉନ୍ନତି ଉପରେ ଧ୍ୟାନ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିକାଶମୂଳକ କାର୍ଯ୍ୟ ସହିତ ଜନସାଧାରଣଙ୍କ କଲ୍ୟାଣ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଅଯଥା ବ୍ୟୟ ନକରି ଯଥାର୍ଥ ଭାବରେ ଅର୍ଥବ୍ୟୟ କରାଯିବ । ମେଟ୍ରୋ ପ୍ରକଳ୍ପକୁ ମଧ୍ୟ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବାକୁ ଉଦ୍ୟମ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥିଭାଥନନ ‘ସହରାଞ୍ଚଳ ବିକାଶରେ ସଫଳ ଯାତ୍ରା’ ସଂପର୍କରେ ଉପସ୍ଥାପନା କରିଛନ୍ତି । ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳତାର ବିବରଣୀ ଦେଇଛନ୍ତି ମାଥିଭାଥନନ । ବର୍ଜ୍ୟ ଆବର୍ଜନା ପରିଚାଳନା କ୍ଷେତ୍ରରେ ଓଡ଼ିଶାର ଜାତୀୟ ସ୍ୱୀକୃତି, ସ୍ୱଚ୍ଛ ସର୍ବେକ୍ଷଣ ସୂଚକାଙ୍କରେ ଓଡ଼ିଶାର ଜାତୀୟସ୍ତରରେ ଉତ୍ତମ ପ୍ରଦର୍ଶନ, ମେଟ୍ରୋ ରେଳପ୍ରକଳ୍ପର ଅଗ୍ରଗତି ଇତ୍ୟାଦି ସଂପର୍କରେ ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଡ୍ରିଙ୍କ ଫ୍ରର୍ମ ଟ୍ୟାପ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ । ସେହିପରି ୧୧୫ଟି ସହରାଞ୍ଚଳରେ ୧୭୯ଟି ଆହାର କେନ୍ଦ୍ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପରିଚାଳିତ ହେଉଛି । ମୁକ୍ତା ପ୍ରଭୃତି ଯୋଜନାରେ ମଧ୍ୟ ଅଭିନବତ୍ୱ ପାଇଁ ଓଡ଼ିଶାକୁ ବିଶ୍ୱସ୍ତରୀୟ ଆଦୃତି ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ.. ଶ୍ରମିକଙ୍କ ନିକଟରେ ପହଞ୍ଚିବ ସରକାରଙ୍କ ସୁବିଧା, ସୁଯୋଗ ଓ ସହାୟତା: ଶ୍ରମ ମନ୍ତ୍ରୀ - labour minister review meeting

ବର୍ଷାଋତୁରେ ଭୁବନେଶ୍ୱର ପରି ସହରରେ ପାଣି ଜମିବା, ଜଳ ନିଷ୍କାସନରେ ଅବ୍ୟବସ୍ଥା ପରି ସମସ୍ୟାକୁ ପ୍ରାଥମିକତା ଭିତ୍ତିରେ ଦୂର କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସହରାଞ୍ଚଳରେ ବର୍ଷା/ବନ୍ୟା ଜଳ ପରିଚାଳନା ସଂପର୍କରେ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ରାଜ୍ୟର ସମସ୍ତ ପୌର ଅଧିକାରୀଙ୍କୁ କଡ଼ାକଡ଼ି ଅନୁପାଳନ ନିମନ୍ତେ ପରାମର୍ଶ ଦିଆଯାଇଛି । ସଂପ୍ରତି ସମ୍ବଲପୁରରେ କାମଳ ରୋଗ ଦେଖା ଦେଇଛି । ସେଠିକାର ପାନୀୟ ଜଳର ଗୁଣବତ୍ତା ଆଦି ସମ୍ପର୍କରେ ତଦନ୍ତ କରିବାକୁ ୱାଟକୋର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ତଥା ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ, ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.