ETV Bharat / state

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ 3 ସପ୍ତାହ ସମୟ ନେଲେ ସରକାର

author img

By ETV Bharat Odisha Team

Published : Mar 15, 2024, 2:27 PM IST

Updated : Mar 15, 2024, 2:32 PM IST

Ratna Bhandar Key Missing Issue: ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ୩ ସପ୍ତାହ ସମୟ ନେଲେ ରାଜ୍ୟ ସରକାର । ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଅଧିକ ପଢନ୍ତୁ

Ratna Bhandar Key Missing Issue
Ratna Bhandar Key Missing Issue
ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲା । ହାଇକୋର୍ଟରେ ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ତଥା ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ପୁଣି ସମୟ ନେଲେ ସରକାର । କମିଶନଙ୍କ ରିପୋର୍ଟ ପ୍ରସଙ୍ଗରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଦାଖଲ ପାଇଁ ୩ ସପ୍ତାହ ସମୟ ନେଇଛନ୍ତି ସରକାର । ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଚାବି ହଜିବା ଘଟଣାରେ ଗଠିତ ହୋଇ ଥିଲା ଜଷ୍ଟିସ ରଘୁବୀର ଦାସ କମିଶନ ।

ଆବେଦନକାରୀ କୋର୍ଟଙ୍କୁ ଜଣାଇଥିଲେ ଯେ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ କେବେ ସାର୍ବଜନୀନ କରାଯିବ ସେନେଇ କୌଣସି ଜବାବ ଦାଖଲ କରୁନାହାନ୍ତି । ସରକାର ବାରମ୍ବାର ସମୟ ମାଗୁଛନ୍ତି, ତେବେ କୋର୍ଟ ଏହି ମାମଲାର ଶୁଣାଣି କରି କେବେ ଏହାର ଜବାବ ରଖିବେ ସେନେଇ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଦିଲୀପ କୁମାର ବରାଳଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେକ୍ସନ 3(4) ତଦନ୍ତ କମିଶନ 1952 ଧାରାକୁ ପାଳନ କରିବା, ରତ୍ନଭଣ୍ଡାରରେ ଥିବା ସାମଗ୍ରୀ ଗୁଡିକର ଯାଞ୍ଚ କରିବା ଏବଂ ରତ୍ନଭଣ୍ଡାରର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ASIକୁ ଦାୟିତ୍ୱ ଦିଆଯାଉ । ଏହି ୩ଟି ପ୍ରସଙ୍ଗକୁ ନେଇ ଆବେଦନକାରୀ ହାଇକୋର୍ଟରେ ପାର୍ଥନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ରତ୍ନ ଭଣ୍ଡାର ଚାବି ହଜିବା ମାମଲା: ରିପୋର୍ଟ ସାର୍ବଜନୀନ ପାଇଁ ଆହୁରି ସମୟ ନେଲେ ସରକାର

ଆବେଦନକାରୀ ଆବେଦନରେ ଦର୍ଶାଇଛନ୍ତି ଯେ, 2018 ମସିହା ଜୁନ 6 ତାରିଖରେ ଜଷ୍ଟିସ ରଘୁବୀର ଦାସଙ୍କ କମିଶନ ଗଠନ କରାଯାଇଥିଲା । ୨୯ନଭେମ୍ବର, ୨୦୧୮ ତାରିଖରେ ତଦନ୍ତ କମିଶନଙ୍କ ରିପୋର୍ଟ ଦାଖଲ କରିଥିଲେ। ମାତ୍ର ଏହି ରିପୋର୍ଟ ସାର୍ବଜନୀନ ମଧ୍ୟ କରାଯାଇନାହିଁ । ସେକ୍ସନ ୩(୪)କୁ ରାଜ୍ୟ ସରକାର ଉଲଂଘନ କରିଛନ୍ତି ବୋଲି ଆବେଦନକାରୀ କୋର୍ଟଙ୍କୁ ଅବଗତ କରିଛନ୍ତି । ଏହି ନିୟମ ଅନୁଯାୟୀ ତଦନ୍ତ କମିଶନଙ୍କ ରିପୋର୍ଟ ଦାଖଲ ହେବାର ୬ ମାସ ମଧ୍ୟରେ ରାଜ୍ୟ ସରକାର ବିଧାନ ସଭାରେ ଉପସ୍ଥାପିତ କରିବା କଥା । ମାତ୍ର ଏହାକୁ ଉଲ୍ଲଘଂନ କରିଛନ୍ତି ସରକାର ।

ସେହିପରି ରତ୍ନଭଣ୍ଡାରର ସ୍ଥିତି କିପରି ରହିଛି, କେତେ ରତ୍ନ ରହିଛି ଏବଂ ସେଗୁଡିକ କେଉଁ ଅବସ୍ଥାରେ ରହିଛି ସେଗୁଡିକ ମଧ୍ୟ ଯାଞ୍ଚ କରାଯାଇନାହିଁ । ୧୯୭୮ ମସିହାରୁ ସେଗୁଡିକର ଯାଞ୍ଚ କରାଯାଇ ନଥିବା ବେଳେ ଯାଞ୍ଚ କରିବାକୁ ଆବେଦନକାରୀ ହାଇକୋର୍ଟରେ ପାର୍ଥନା କରିଛନ୍ତି । କେବଳ ସେତିକି ନୁହେଁ ରତ୍ନଭଣ୍ଡାରର ଅବସ୍ଥା ଅତି ଦୁର୍ବଳ ଅବସ୍ଥାରେ ରହିଛି । ଖରା ଦିନରେ ବି ସେଥିରୁ ପାଣି ଝରୁଛି । ତେବେ ତାହାର ରକ୍ଷଣାବେକ୍ଷଣ ପାଇଁ ASI କୁ ଦାୟିତ୍ୱ ଦିଆଯାଉ ବୋଲି ଆବେଦନକାରୀ ହାଇକୋର୍ଟରେ ପାର୍ଥନା କରିଛନ୍ତି।

ଇଟିଭି ଭାରତ, କଟକ

Last Updated : Mar 15, 2024, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.