ETV Bharat / state

ସରକାର ପ୍ରସ୍ତୁତ; ଗ୍ରାଉଣ୍ଡ ଜିରୋରେ ଅଛନ୍ତି ମନ୍ତ୍ରୀ ଓ ଅଧିକାରୀ କହିଲେ ରାଜସ୍ୱ ମନ୍ତ୍ରୀ

ବୁଧବାର ସନ୍ଧ୍ୟା ପୂର୍ବରୁ 10 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ରିଲିଫ କେନ୍ଦ୍ରରେ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

Revenue and Disaster Management  suresh pujari
Revenue and Disaster Management suresh pujari (ETV Bharat Odisha)
author img

By ETV Bharat Odisha Team

Published : 2 hours ago

ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ନିଜର ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି । ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସହ ଗ୍ରାଉଣ୍ଡରେ ଅଛନ୍ତି ମନ୍ତ୍ରୀ ଓ ଅଧିକାରୀ । ସାମ୍ଭାବ୍ୟ ବାତ୍ୟା ପରିସ୍ଥିତି ଉପରେ ନଜର ରଖାଯାଇଛି । ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ କୁମାର ପୂଜାରୀ ।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ପୂର୍ବ ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ପରଠାରୁ ବର୍ଷା ଆରମ୍ଭ ହେବ । ବିଭିନ୍ନ ଜିଲ୍ଲାରେ ଝିପଝିପ ବର୍ଷା ଆରମ୍ଭ ହୋଇଗଲାଣି । ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବାଦଲ ଅନୁଭୂତ ହୋଇଛି । ଯେଉଁ ଯେଉଁ ଜିଲ୍ଲାରେ ବାତ୍ୟା ନିଜର ଉପସ୍ଥିତ ଜାହିର କରିବାର ଅଛି, ସେ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି । ସନ୍ଧ୍ୟା ବେଳକୁ ବର୍ଷାର ମାତ୍ର ମଧ୍ୟ ବଢିବ । ଘୁର୍ଣ୍ଣିବାତ୍ୟା ଯେତେ ଆଗେଇବ ପାଣିପାଗ ସେତେ ବଦଳିବ । ଶେଷ ଆକଳନ ଅନୁସାରେ ଆମେ ଆମ ପୂର୍ବ ପ୍ରସ୍ତୁତିରେ କାଏମ ଅଛୁ ।"

cyclone update (ETV Bharat Odisha)

ସାମ୍ଭାବ୍ୟ ବାତ୍ୟାକୁ ନେଇ ଯାହା ପ୍ରସ୍ତୁତି ହୋଇଛି ସେ ବାବଦରେ ଏସଆରସି ରାଜ୍ୟ କ୍ୟାବିନେଟକୁ ଅବଗତ କରିଛନ୍ତି । ବାତ୍ୟା ପରିଚାଳନାରେ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ଭୂମିକା ଥାଏ । ସେ କାର୍ଯ୍ୟର ସମୀକ୍ଷା ହୋଇଛି । ରାଜସ୍ୱ ବିଭାଗର କଣ୍ଟ୍ରୋଲ ରୁମ ସହ ଭିନ୍ନ ଭିନ୍ନ ବିଭାଗ ମଧ୍ୟ ନିଜସ୍ଵ କଣ୍ଟ୍ରୋଲ ରୁମ ରହିବ । କୃଷି, ଶକ୍ତି, ସ୍ୱାସ୍ଥ୍ୟ, ଯୋଗାଣ, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସମ୍ପର୍କ ବିଭାଗର କଣ୍ଟ୍ରୋଲ ରୁମ ହୋଇଛି । ଜିଲ୍ଲାରେ ମଧ୍ୟ କଣ୍ଟ୍ରୋଲ ରୁମ ରହିବ । ଅସୁବିଧାରେ ଥିବା ଲୋକ ଯେଉଁ ବିଭାଗର ସହାୟତା ଚାହିଁବେ ଅଧିକାରୀ ମାନେ ସହାୟତା ଯୋଗାଇବେ । ମନ୍ତ୍ରୀ ଓ ଅଧିକାରୀ ମାନଙ୍କୁ ପ୍ରଭାବିତ ଜିଲ୍ଲା ଗୁଡ଼ିକର ଦାୟିତ୍ଵ ଦିଆଯାଇଛି ।

ଏହା ବି ପଢନ୍ତୁ - ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାତ୍ୟା ‘ଦାନା’ ସମୀକ୍ଷା, କେତେ ପ୍ରସ୍ତୁତ କଣ୍ଟ୍ରୋଲ ରୁମ ପରଖିବେ

ଏହା ବି ପଢନ୍ତୁ- ମାଡିଆସୁଛି ‘ଦାନା’, ମୁକାବିଲା ପାଇଁ 9 ମନ୍ତ୍ରୀଙ୍କୁ 9 ଜିଲ୍ଲା ଦାୟିତ୍ବ

ବାତ୍ୟା ଗଲା ପରେ କ୍ଷୟକ୍ଷତି ଆକଳନ କରିବେ । ଚାଷ ଫସଲ, ଘର ଭଙ୍ଗା ଓ ଥଇଥାନ ପର୍ଯ୍ୟନ୍ତ ତଦାରଖ କରିବେ । ଅଫିସର ମାନଙ୍କୁ ମଧ୍ୟ ଦାୟିତ୍ଵ ବଣ୍ଟା ଯାଇଛି । ସରକାରୀ ଅଧିକାରୀ ମାନେ ଗ୍ରାଉଣ୍ଡ ଜିରୋରେ ଅଛନ୍ତି । ସ୍ଥାନାନ୍ତରଣ ମଧ୍ୟ ଆରମ୍ଭ ହୋଇଯାଇଛି । ସନ୍ଧ୍ୟା ପୂର୍ବରୁ 10 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ରିଲିଫ କେନ୍ଦ୍ରରେ ସବୁ ସୁବିଧା ଯୋଗାଇ ଦିଆଯିବ । ଯେଉଁ ଜାଗାରେ ବାତ୍ୟା ପ୍ରଭାବ ରହିବ, ସେ ସବୁ ସ୍ଥାନରେ ଲୋକ ଘର ଛାଡି ରିଲିଫ କେନ୍ଦ୍ରକୁ ଆସନ୍ତୁ । ଘର ନିରାପତ୍ତା ପାଇଁ ଗାଁରେ ପୋଲିସ ଦାୟିତ୍ୱରେ ରହିବେ । ଧାମରା ପାଖାପାଖି ଲ୍ୟାଣ୍ଡ ଫଲ ହେବ । ଲୋକଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚିଛନ୍ତି ।"

ସ୍ଥଳଭାଗ ମୁହାଁ ବାତ୍ୟା-

  • ପାରାଦୀପରୁ ୪୬୦ କିମି ଦୂରରେ ବାତ୍ୟା
  • ଭିତର କନିକା ଓ ଧାମରା ମଧ୍ୟରେ ମାଡ଼ ହେବ
  • ବାତ୍ୟା ପ୍ରଭାବରେ ଧାମରା, କେନ୍ଦ୍ରାପଡ଼ାରେ ୫ ଘଣ୍ଟା ହେଲାଣି ବର୍ଷା
  • କେନ୍ଦ୍ରୀୟ ପୂର୍ବ ବଙ୍ଗୋପ ସାଗରରୁ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରୁଛି `ଦାନା'
  • ଧାମରାରୁ 490 କିମି ଦୂରରେ ବାତ୍ୟା `ଦାନା'
  • 24 ତାରିଖ ରାତି କିମ୍ବା 25 ତାରିଖ ସକାଳେ ଭିତରକନିକା- ଧାମରାରେ ଲ୍ୟାଣ୍ଡଫଲ କରିବ
  • ଲ୍ୟାଣ୍ଡଫଲ ସମୟରେ ପବନର ବେଗ 100ରୁ 110 କିମି ରହିବ

ସେହିପରି କିଛି ଅସାଧୁ ବ୍ୟବସାୟୀ ଏ ପରିସ୍ଥିତିର ଫାଇଦା ଉଠାଇବାକୁ ଉଦ୍ୟମ କରୁଛନ୍ତି । କେହି ଏଭଳି ଉଦ୍ୟମ ନକରିବା ପାଇଁ ଚେତାବନୀ ଦେଇଛନ୍ତି ମନ୍ତ୍ରୀ । ଯୋଗାଣ ବିଭାଗ ଅଧିକାରୀ ମାନେ ତୀକ୍ଷଣ ନଜର ରଖିଛନ୍ତି । ଯିଏ ଫାଇଦା ଉଠାଇବାକୁ ଚେଷ୍ଟା କରିବ ତାଙ୍କ ଉପରେ ଦୃଢ଼ କାର୍ଯାନୁଷ୍ଠାନ ନିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.