ETV Bharat / state

‘ସ୍ଵୟମ’କୁ କାର୍ଯ୍ୟକ୍ଷମ କରିବା ପାଇଁ ବୁଝାମଣା ପତ୍ର ସ୍ଵାକ୍ଷର - ସ୍ଵୟମ ଯୋଜନା

Odisha Govt MoU with CGTMSE: ରାଜ୍ୟର ଯୁବଗୋଷ୍ଠୀଙ୍କୁ ସ୍ଵତନ୍ତ୍ର ଯୁବ ଉଦ୍ୟମୀରେ ପରିଣତ କରିବା ପାଇଁ ଓଡିଶା ରାଜ୍ୟ ସରକାରଙ୍କ ଆରମ୍ଭ କରିଛନ୍ତି ‘ସ୍ଵୟମ’ ଯୋଜନା । ସ୍ବୟମ ଯୋଜନାକୁ କାର୍ଯ୍ୟକ୍ଷମ କରିବା ପାଇଁ ଚୁକ୍ତି ନାମା ସ୍ବାକ୍ଷର ହୋଇଛି । ରାଜ୍ୟ ସରକାର ଓ CGTMSE ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି । ଅଧିକ ପଢନ୍ତୁ

‘ସ୍ଵୟମ’କୁ କାର୍ଯ୍ୟକ୍ଷମ କରିବା ପାଇଁ ବୁଝାମଣା ପତ୍ର ସ୍ଵାକ୍ଷର

author img

By ETV Bharat Odisha Team

Published : Feb 22, 2024, 10:25 PM IST

‘ସ୍ଵୟମ’କୁ କାର୍ଯ୍ୟକ୍ଷମ କରିବା ପାଇଁ ବୁଝାମଣା ପତ୍ର ସ୍ଵାକ୍ଷର

ଭୁବନେଶ୍ବର: ରାଜ୍ୟର ଯୁବଗୋଷ୍ଠୀଙ୍କୁ ସ୍ଵତନ୍ତ୍ର ଯୁବ ଉଦ୍ୟମୀରେ ପରିଣତ କରିବା ପାଇଁ ଓଡିଶା ରାଜ୍ୟ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଛି ‘ସ୍ଵୟମ’ ଯୋଜନା । ସ୍ବୟମ ଯୋଜନାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଚୁକ୍ତି ନାମା ସ୍ବାକ୍ଷର ହୋଇଛି । ରାଜ୍ୟ ସରକାର ଓ କ୍ରେଡିଟ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର ମାଇକ୍ରୋ ଆଣ୍ଡ ସ୍ମଲ ଏଣ୍ଟରପ୍ରାଇଜେସ ବା CGTMSE କର୍ତ୍ତୃପକ୍ଷଙ୍କ ସହ ଏକ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି । ଲୋକସେବା ଭବନର ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଏହି ଚୁକ୍ତିନାମା ସ୍ଵାକ୍ଷର ହୋଇଛି ।

ବୁଝାମଣା ପତ୍ରକୁ CGTMSEର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦିପ ବର୍ମାଙ୍କ ସହ ରାଜ୍ୟ ସରକାରଙ୍କ ତରଫରୁ ଅର୍ଥ ବିଭାଗ ନିର୍ଦ୍ଦେଶକ ଡଃ. ପ୍ରଜ୍ଞାସ୍ମିତା ସାହୁ ସ୍ଵାକ୍ଷର କରିଛନ୍ତି । ବୁଝାମଣା ପତ୍ର ଅନୁଯାୟୀ ସ୍ଵୟମ ଯୋଜନାରେ CGTMSE ସ୍ଵୟମ ଯୋଜନା ଋଣର ୮୫% ଅର୍ଥ ଗ୍ୟାରେଣ୍ଟି ଆକାରରେ ପ୍ରଦାନ କରିବେ । ରାଜ୍ୟ ସରକାର ଅବଶିଷ୍ଟ ୧୫% ଗ୍ୟାରେଣ୍ଟି ପ୍ରଦାନ କରିବେ । ଏଥିସହ CGTMSEର ଗ୍ୟାରେଣ୍ଟି ଅଂଶ ବାବଦ ବାର୍ଷିକ ଗ୍ୟାରେଣ୍ଟି ଦେୟ ଋଣ ଗ୍ରହିତାଙ୍କ ତରଫରୁ ରାଜ୍ୟ ସରକାର ବହନ କରିବେ ।

ଅଧିକ ପଢନ୍ତୁ- ଏକ ହଜାର ଲାଞ୍ଚ ଦେଇ ଓଡିଶାର ଦାରିଦ୍ର୍ୟ, ଦାଦନ କମାଇ ପାରିବ କି ବିଜେଡି: ବିଜେପି

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅଧ୍ୟକ୍ଷତା କରିଛନ୍ତି । ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥିଭାଥାନନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଓ ବିଭିନ୍ନ ବ୍ୟାଙ୍କର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଯୋଜନା ସମ୍ପର୍କରେ ରାଜ୍ୟର ସମସ୍ତ ବ୍ୟାଙ୍କ ଅଧିକାରୀମାନଙ୍କୁ ଅବଗତ କରାଇଛନ୍ତି । ଏହି ଯୋଜନାରେ ଋଣର ସମସ୍ତ ସୁଧଭାର ରାଜ୍ୟ ସରକାର ବହନ କରୁଥିବା ବିଷୟ ବ୍ୟାଙ୍କ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ସ୍ଵୟମ ଯୋଜନାରେ ୧୮ ରୁ ୩୫ ବର୍ଷ ବୟସ୍କ ଯୁବକ ଯୁବତୀଙ୍କୁ ନୂଆ କିମ୍ବା ଚାଲୁ ରହିଥିବା ବ୍ୟବସାୟକୁ ବଢାଇବା ନିମନ୍ତେ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ, ସହରାଞ୍ଚଳର କିନ୍ନରମାନଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୪୦ ବର୍ଷ ରହିଛି । ଏହି ଋଣ ନିମନ୍ତେ ଋଣ ଗ୍ରହିତାଙ୍କୁ ବ୍ୟାଙ୍କରେ କୌଣସି ବନ୍ଧକ ରଖିବାକୁ ପଡିବ ନାହିଁ । କିମ୍ବା ବ୍ୟାଙ୍କକୁ କୌଣସି ପ୍ରୋସେସିଂ ଦେୟ ଦେବାକୁ ପଡିବ ନାହିଁ । ଯୋଜନାର ଋଣ ପରିଶୋଧ ଅବଧି ୪ ବର୍ଷ ରଖାଯାଇଛି । ଯେଉଁଥିରେ ବ୍ୟାଙ୍କର ପ୍ରଚଳିତ ନିୟମ ଅନୁଯାୟୀ ୩ ରୁ ୬ ମାସ ପର୍ଯ୍ୟନ୍ତ ରିହାତି ଅବଧି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.