ETV Bharat / state

ବିଳମ୍ବରେ ହେଲେ ବି ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ: ସମୀର ମହାନ୍ତି

author img

By ETV Bharat Odisha Team

Published : Feb 29, 2024, 9:13 PM IST

Samir Mohanty On Inventory Committee: ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ତାଲିକା ପ୍ରସ୍ତୁତିର ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। କମିଟିରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ ଅଧ୍ୟକ୍ଷ ରହିଛନ୍ତି । କମିଟି ଗଠନକୁ ବିଜେପି ସ୍ବାଗତ କରିଛି । ଅଧିକ ପଢନ୍ତୁ

ବିଜେପି ନେତା ସମୀର ମହାନ୍ତି
ବିଜେପି ନେତା ସମୀର ମହାନ୍ତି
ବିଳମ୍ବରେ ହେଲେ ବି ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତିକୁ ସ୍ବାଗତ କରୁଛି: ବିଜେପି ନେତା ସମୀର ମହାନ୍ତି

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ତାଲିକା ପ୍ରସ୍ତୁତିର ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। କମିଟିରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ ଅଧ୍ୟକ୍ଷ ରହିଛନ୍ତି । କମିଟିରେ ଅଧ୍ୟକ୍ଷଙ୍କ ସହ ମୋଟ ୧୨ ଜଣ ସଦସ୍ୟ ରହିଛନ୍ତି। ଏହାସହ ଏହି ଉଚ୍ଚସ୍ତରୀୟ କମିଟିରେ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡାଙ୍କୁ ରାଜ୍ୟ ସରକାର ଉପାଧ୍ୟକ୍ଷ ଦାୟିତ୍ବ ଦେଇଛନ୍ତି। ଏହି କମିଟି ଗଠନ ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ।

ସମୀର ମହାନ୍ତି କହିଛନ୍ତି, ‘‘ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା କମିଟି ଷାଠିଏ ଦିନ ମଧ୍ୟରେ ଗଠନ କରିବା ପାଇଁ। ହେଲେ ଶ୍ରୀମନ୍ଦିର ପରିଚାଳନା କମିଟି ମଧ୍ୟ ବହୁତ ଡେରି କରିଥିଲା। ରତ୍ନଭଣ୍ଡାର ଖୋଲିବାକୁ ମୁଁ ସ୍ବାଗତ କରୁଛି। ବିଳମ୍ବେ କାର୍ଯ୍ୟ ସିଦ୍ଧି ।’’ ସମୀର କହିଛନ୍ତି ରତ୍ନଭଣ୍ଡାର ଖୋଲିବାକୁ ମୁଁ ସ୍ବାଗତ କରୁଛି । ଯାହେଉ ବିଳମ୍ବ ହେଲେ ବି ସରକାର ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଲେ । ଜଗନ୍ନାଥ ପ୍ରେମୀ ମାନେ ଅନେଇ ବସିଛନ୍ତି କେବେ ଖୋଲିବ ରତ୍ନଭଣ୍ଡାର ।

ଅଧିକ ପଢନ୍ତୁ- ରତ୍ନଭଣ୍ଡାର ଅଳଙ୍କାର ତଦାରଖ ପାଇଁ କମିଟି ଗଠିତ; ଜଷ୍ଟିସ ଅରିଜିତ ପଶାୟତ ଅଧ୍ୟକ୍ଷ

ସୂଚନାଯୋଗ୍ୟଯେ ଆଜି ରାଜ୍ୟ ସରକାର ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ କମିଟି ଗଠନ କରିଛନ୍ତି । ଗଠନ ହୋଇଥିବା କମିଟିରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ ଅଧ୍ୟକ୍ଷ ରହିଛନ୍ତି । ସେହିପରି ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ଉପାଧ୍ୟକ୍ଷ ରହିଛନ୍ତି । କମିଟିରେ ଅଧ୍ୟକ୍ଷଙ୍କ ସହ ମୋଟ ୧୨ ଜଣ ସଦସ୍ୟ ରହିଛନ୍ତି । କମିଟିରେ ପୁରୀ ଗଜପତି ମହାରାଜ ଶ୍ରୀଦିବ୍ୟସିଂହ ଦେବଙ୍କ ପ୍ରତିନିଧି ଓ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି ମଧ୍ୟ କମିଟିର ସଦସ୍ୟ ରହିବେ । ଏଥିସହିତ ସେବକ ପ୍ରତିନିଧି ଭାବେ ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ଜଗନ୍ନାଥ କର ସଦସ୍ୟ ରହିବେ ।

ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରର ମୂଲ୍ୟବାନ ବସ୍ତୁ ଓ ଅଳଙ୍କାର ତାଲିକା ପ୍ରସ୍ତୁତି ପାଇଁ ତଦାରଖ ସମ୍ପର୍କିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକ ଆସନ୍ତା ୯ ତାରିଖ ଦିନ ପୁରୀରେ ଅନୁଷ୍ଠିତ ହେବ । କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.