ETV Bharat / state

୨୧ରେ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବୈଠକ, ୨୨ରୁ ବଜେଟ୍ ଅଧିବେଶନ - All Party Meeting

author img

By ETV Bharat Odisha Team

Published : Jul 19, 2024, 1:20 PM IST

All-Party Meeting for Assembly Budget Session: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ । ରାଜ୍ୟରେ ବିଜେପି ସରକାରର ଏହା ପ୍ରଥମ ଅଧିବେଶନ ହୋଇଥିବାବେଳେ ଏହାକୁ ସୁରୁଖୁରୁରେ ପରିଚାଳନା ଲାଗି ୨୧ରେ ସର୍ବଦଳୀୟ ବୈଠକ ଡାକିଲେ ମୋହନ ସରକାର । ଅଧିକ ପଢନ୍ତୁ

୨୧ରେ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବୈଠକ, ୨୨ରୁ ବଜେଟ୍ ଅଧିବେଶନ
୨୧ରେ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବୈଠକ, ୨୨ରୁ ବଜେଟ୍ ଅଧିବେଶନ (ETV Bharat Odisha)

ଭୁବନେଶ୍ବର: ଆସନ୍ତା 21ରେ ବସିବ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବୈଠକ । ପୂର୍ବାହ୍ନ 11ରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଆସନ୍ତା ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ସହଯୋଗ ଲୋଡିବେ ବାଚସ୍ପତି । ରାଜ୍ୟରେ ବିଜେପି ସରକାରର ଏହା ପ୍ରଥମ ଅଧିବେଶନ ହେବାକୁ ଥିବାବେଳେ ଏଥିପାଇଁ ପୁରା ତୟାର ଉଭୟ ବିରୋଧୀ ଓ ଶାସକ ଦଳ । ବିଜେଡି ଏଥର ପ୍ରଥମ ଥର ବିରୋଧୀ ଦଳ ଆସନରେ ଥିବାରୁ ଆସନ୍ତା ଅଧିବେଶନ ବେଶ୍ ରୋଚକ ହେବାର ଆଶା ରହିଛି ।

ତେବେ ସର୍ବଦଳୀୟ ବୈଠକ ପୂର୍ବରୁ ନିଯୁକ୍ତ ହେବେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକ । ସେହିପରି ଆସନ୍ତା 23 ତାରିଖରେ ଉପ ବାଚସ୍ପତି ପଦ ଲାଗି ନାମାଙ୍କନ । ସେହିଦିନ 12ଟା ସୁଦ୍ଧା ନାମାଙ୍କନ ଦାଖଲ । 24ରେ ଫଳାଫଳ ଘୋଷଣା କରାଯିବ ।

ଆସନ୍ତା 22 ତାରିଖରୁ ଆରମ୍ଭ ହେବ ଓଡିଶା ବିଧାନସଭାର ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଚାଲିବ । ଅଧିବେଶନରେ ମୋଟ 27ଟି କାର୍ଯ୍ୟ ଦିବସ ରହିଛି । ଜୁଲାଇ 25 ତାରିଖରେ 2024/25 ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ମୋହନ ସରକାର । ମୋହନ ସରକାରର ପ୍ରଥମ ବିଧାନସଭା ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇ ସେପ୍ଟେମ୍ବର 13 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ 27ଟି କାର୍ଯ୍ୟ ଧାର୍ଯ୍ୟ ହୋଇଛି । ଅଧିବେଶନକୁ ଶୃଙ୍ଖଳିତ କରିବା ଲାଗି ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ ।

ଏହା ମଧ୍ୟ ପଢନ୍ତୁ: 22ରୁ ବିଧାନସଭା; 25ରେ ମୋହନ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ - ODISHA BUDGET SESSION

ବୈଠକ ପୂର୍ବରୁ ଶାସକ ଦଳ ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକ ନିଯୁକ୍ତ ହେବେ । ବିରୋଧୀଙ୍କୁ ଚେକ ଦେବା ଲାଗି ବୈଠକ ପୂର୍ବରୁ ଉଭୟଙ୍କ ନିଯୁକ୍ତି ଜରୁରୀ । ସେହିପରି ଉପ-ବାଚସ୍ପତି ପଦ ଫାଙ୍କା ରହିଛି । ସେଥିପାଇଁ ଆସନ୍ତା 23 ତାରିଖରେ ଉପ ବାଚସ୍ପତି ପଦ ଲାଗି ନାମାଙ୍କନ ହେବ । ସେହିଦିନ 12ଟା ସୁଦ୍ଧା ନାମାଙ୍କନ ଦାଖଲ । ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଭରିବେ ଆଶାୟୀ । 24ରେ ଫଳାଫଳ ଘୋଷଣା ହେବ ବୋଲି ଜଣାପଡିଛି ।

ଜୁଲାଇ 22 ତାରିଖରେ ରାଜ୍ୟପାଳ ରଘୁବର ଦାସ ଦାସ ଗୃହରେ ଅଭିଭାଷଣ ରଖିବେ । ଧନ୍ୟବାଦ ପ୍ରସ୍ତାବକୁ ନେଇ ଜୁଲାଇ 23 ଓ 24 ତାରିଖ 2 ଦିନ ଧରି ସରଗରମ ଆଲୋଚନା ହେବ । 25 ତାରିଖରେ ମୋହନ ସରକାର 2024/25 ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.