ETV Bharat / state

ଓଡ଼ିଶାରେ କମୁଛି କଲରାପତରିଆ, ମେ'ରୁ ରାଜ୍ୟ ସରକାରଙ୍କ ନିଜସ୍ବ ଗଣନା

author img

By ETV Bharat Odisha Team

Published : Mar 1, 2024, 6:32 PM IST

Independent Leopard Census: NTCA ରିପୋର୍ଟରେ ବାଘ ସଂଖ୍ୟା ହ୍ରାସ ପରେ ନିଷ୍ପତ୍ତି । ମେ ମାସରୁ ରାଜ୍ୟରେ ହେବ ନିଜସ୍ଵ କଲରାପତରିଆ ବାଘ ଗଣନା । ଅଧିକ ପଢନ୍ତୁ

Independent Leopard Census
Independent Leopard Census

ଭୁବନେଶ୍ବର: ରାଜ୍ୟରେ କମିଲା କଲରାପତରିଆ ବାଘ ସଂଖ୍ୟା । ପୁଣି ମେ'ରୁ ଗଣନା କରିବେ ରାଜ୍ୟ ସରକାର । ମେ ମାସରୁ ରାଜ୍ୟରେ ହେବ କଲରାପତରିଆ ବାଘ ଗଣନା। ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା କରିବେ ରାଜ୍ୟ ସରକାର । ରାଜ୍ୟର ସମସ୍ତ ଅଞ୍ଚଳରେ ହେବ କଲରାପତରିଆ ବାଘ ଗଣନା । ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ଗତକାଲି(ଗୁରୁବାର) ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(NTCA) ଦ୍ବାରା ପ୍ରକାଶିତ କଲରାପତରିଆ ବାଘ ଆକଳନ ରିପୋର୍ଟରେ ରାଜ୍ୟର କଲରାପତରିଆ ବାଘ ସଂଖ୍ୟା ୫୬୮କୁ ଖସି ଆସିଥିବା ତଥ୍ୟ ପ୍ରକାଶ ପରେ ଏହି ନିଷ୍ପତ୍ତି ନେଇଛି ବନ ବିଭାଗ ।

ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, "NTCA ରିପୋର୍ଟକୁ ତର୍ଜମା କରାଯାଉଛି । ତେବେ ସେଥିରେ କିଛି ତ୍ରୁଟି ଥିବା ଜଣାପଡ଼ୁଛି । ତେଣୁ ଏହାକୁ ରାଜ୍ୟ ସ୍ତରରେ ସଂଶୋଧନ କରାଯିବ । ପ୍ରଥମତଃ ଏହା NTCAର ଏକ ଆକଳନ ରିପୋର୍ଟ । ଦ୍ଵିତୀୟରେ ୨୦୨୨ରେ ସେମାନେ ମାତ୍ର ୩ଟି ସ୍ଥାନରେ କ୍ୟାମେରା ଟ୍ରାପ୍ ଲଗାଇଥିଲେ । ତେବେ ୨୦୧୮ ଆକଳନ ବେଳେ ୧୪ ଜାଗାରେ କ୍ୟାମେରା ଟ୍ରାପ ଲାଗିଥିଲା। ଯେଉଁଥିରୁ ସେମାନେ ୭୬୦ କଲରାପତରିଆ ଥିବା ଜାଣିବାକୁ ପାଇଥିଲେ । ତେବେ ୨୦୨୨ରେ NTCA କ୍ୟାମେରା ଟ୍ରାପ ଲଗାଇଥିବା ଶିମିଳିପାଳ ଓ ସାତକୋଶିଆରେ କଲରାପତରିଆ ସଂଖ୍ୟା ବଢ଼ିଥିବା ରାଜ୍ୟ ପାଇଁ ଖୁସି ଖବର । ଯଦି ଶିମିଳିପାଳ ଓ ସାତକୋଶିଆ ବଫର ଏରିଆରେ କ୍ୟାମେରା ଲାଗିଥାନ୍ତା, ତାହେଲେ ସଂଖ୍ୟା ଆହୁରି ବଢ଼ିଥାନ୍ତା । NTCA କଳରପତରିଆ ଆକଳନ ରିପୋର୍ଟ ଗ୍ରହଣୀୟ, କିନ୍ତୁ ସେମାନେ ବହୁତ କମ ଅଞ୍ଚଳ କଭର କରିଥିବାରୁ ଆକଳନ ଏକପାଖିଆ ହୋଇଯାଉଛି।"

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ କମୁଛି କଲରାପତରିଆ, ୪ ବର୍ଷରେ କମିଛନ୍ତି ୧୯୨

ସୂଚନା ଅନୁଯାୟୀ, କିଛି ଦିନ ତଳେ ରାଜ୍ୟରେ ବାଘ ଗଣନା କରାଯାଇଥିଲା। ଏଣିକି ପ୍ରତି ବର୍ଷ ହେବ ବାଘ ଗଣନା । କ୍ୟାମେରା ଟ୍ରାପ ଜରିଆରେ ବର୍ଷ ସାରା ମହାବଳ ବାଘଙ୍କ ସ୍ଥିତି ଉପରେ ନଜର ରଖାଯିବା ନେଇ ସୂଚନା ରହିଛି । ଗୁରୁବାର ପ୍ରକାଶ ପାଇଥିବା ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟରେ ରାଜ୍ୟରେ ୩୦ଟି ମହାବଳ ଓ ୮ଟି ଶାବକ ଥିବା ଜଣାପଡିଛି । ସେଥିରୁ ଶିମିଳିପାଳରେ ୨୭ଟି ମହାବଳ ବାଘ ସହ ୮ ଶାବକ ଥିବା ବେଳେ କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳଙ୍କ ଉପସ୍ଥିତି ସ୍ପଷ୍ଟ ହୋଇଛି । ତେବେ ରାଜ୍ୟରେ ବାଘଗଣନା ସମୟରେ ୧୪୩୨ ଟି କ୍ୟାମେରା ଟ୍ରାପ ଜଙ୍ଗଲ ମଧ୍ୟରେ ଲଗାଯାଇଥିଲା । ଏହି କ୍ୟାମେରା ଟ୍ରାପ୍ ୨୦୨୩ ଅକ୍ଟୋବର ୧୫ ତାରିଖରୁ ଆରମ୍ଭ କରାଯାଇ ୨୦୨୪ ଫେବୃଆରୀ ୧୦ ତାରିଖ ମଧ୍ୟରେ ଶେଷ କରାଯାଇଥିଲା । ତେବେ ରାଜ୍ୟରେ ଥିବା ୪୭ ଟି ଡିଭିଜନରେ ବାଘ ଗଣନା କରାଯାଇଥିଲା। କେବଳ ଭଦ୍ରକ, ରାଜନଗର, ପୁରୀ ଏବଂ ଚିଲିକାକୁ ଛାଡିଦେଲେ ବାକି ଡିଭିଜନରେ କ୍ୟାମେରା ଟ୍ରାପ ଲଗାଯାଇଥିଲା । ତେବେ ଏହାରି ମଧ୍ୟରେ ୫୬୭ ଟି ବାଘଙ୍କର ବିଭିନ୍ନ ଦିଗରୁ ଫଟୋ ଉଠାଯାଇଥିଲା। ତେବେ ଏହାରି ମଧ୍ୟରେ କଳାବାଘ ୪୦ ପ୍ରତିଶତ ରହିଥିବା ଜଣାପଡିଛି। କଳା ବାଘ କେବଳ ଶିମିଳିପାଳ ଡିଭିଜନରେ ୭ ଟି ବାଘୁଣୀ ଓ ୬ ଟି ବାଘ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.