ETV Bharat / state

ଖୋଲିବ କି ବଲାଙ୍ଗୀର ଚିନିକଳ ଭାଗ୍ୟ ? ମୋହନ ସରକାରଙ୍କ ସବୁଜ ସଂକେତ ପରେ ଆଶା ସଞ୍ଚାର, କାହିଁକି ଲାଗିଥିଲା ତାଲା ? - BALANGIR SUGAR MILL TO REOPEN

author img

By ETV Bharat Odisha Team

Published : Aug 12, 2024, 12:54 PM IST

Balangir Sugar mill to Reopen: ସଚଳ ହେବ କି ଅଚଳ ଚିନିକଳ ? ଦୀର୍ଘ 11 ବର୍ଷ ଧରି ବନ୍ଦ ରହିବା ପରେ ଖୋଲିବ କି ବଲାଙ୍ଗାର ଚିନିକଳର ଭାଗ୍ୟ ? ମୁଖ୍ୟମନ୍ତ୍ରୀ ମୋହନ ସରକାରଙ୍କ ସବୁଜ ସଂକେତ ପରେ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି । ଅଧିକ ପଢନ୍ତୁ

Balangir Sugar Factory
Balangir Sugar Factory (ETV Bharat Odisha)

ବଲାଙ୍ଗୀର: ସଚଳ ଥିବା ବେଳେ ଲୋକଙ୍କ ରୋଜଗାରର ମାଧ୍ୟମ ପାଲଟିଥିଲା ଚିନିକଳ । ଅଚଳ ହେବା ପରେ କର୍ମଚାରୀ ଓ ଚାଷୀଙ୍କ ପେଟରେ ଲାତ ମାରିଥିଲା । ରୋଜଗାର ହରାଇ ଦୁର୍ଦ୍ଦିନ ଦେଖିବାକୁ ପଡିଥିଲା । ଚିନିକଳ ଉପରେ ନିର୍ଭର କରୁଥିବା ଲୋକେ ଦାଦନ ଖଟିବାକୁ ବାଧ୍ୟ ହୋଇଥିଲେ । ଏବେ ପୁଣି ଥରେ ବିଜୟାନନ୍ଦ ସମବାୟ ଚିନିକଳ ଖୋଲିବା ପାଇଁ ସମ୍ଭାବନା ସୃଷ୍ଟି ହୋଇଛି । ବିରୋଧୀ ଦଳର ଦାବି ଏବଂ ସରକାରଙ୍କ ସବୁଜ ସଂକେତ ପରେ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଛି ।

ବିଜୟାନନ୍ଦ ସମବାୟ ଚିନିକଳ :

ଆମେ କହୁଛୁ ବଲାଙ୍ଗୀର ଦେଓଗାଁ ସାଗରପାଲିରେ ଥିବା ବିଜୟାନନ୍ଦ ସମବାୟ ଚିନିକଳର କଥା । ଦିନେ ଏଠାରେ ଚିନି ଉତ୍ପାଦନ ହୋଇ ରପ୍ତାନୀ ହୋଇଥିଲା । ଆଖୁ ଚାଷ କରି ଲାଭବାନ ହେଉଥିଲେ ଚାଷୀ । ହଠାତ୍‌ 2013 ମସିହାରେ ବିଭିନ୍ନ ଆଳ ଦେଖାଇ ସରକାର କାରଖାନାକୁ ବନ୍ଦ କରି ଦେଇଥିଲେ । ପେଟପାଟଣା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଲୋକେ । ଜୀବିକା ହରାଇ ରୋଜଗାର ଆଶାରେ କିଏ ଜିଲ୍ଲା ଛାଡିଲା ତ ଆଉ କିଏ ଛୋଟ ମୋଟ କାମ କରି ପରିବାର ଚଳାଇଲା। ସେବେଠାରୁ ଦୀର୍ଘ 11 ବର୍ଷ ହେଲା ତାଲା ଝୁଲୁଥିବା ଚିନିକଳ ଏବେ ଖୋଲିବାର ଆଶା ସଞ୍ଚାର ହୋଇଛି ।

ଚିନିକଳ ପୂର୍ବ କର୍ମଚାରୀ ଲଳିତ ମୋହନ ହୋତା କହିଛନ୍ତି, ''କାରଖାନା ବନ୍ଦ ହେବା ପରେ ପରିବାର ଚଳାଇବା ମୁସକିଲ ହୋଇପଡିଲା । ସମସ୍ତେ ବେକାର ହୋଇ ଘରେ ବସିଥିଲେ । ପ୍ରାୟ 500 ଲୋକ କାମ କରୁଥିଲେ । ରେଗୁଲାର 100ରୁ ଉର୍ଦ୍ଧ୍ବ ଲୋକ କାମ କରୁଥିଲେ । ଚାଷୀ ମାନେ ମଧ୍ୟ ହଇରାଣ ହେଉଛନ୍ତି । ଯଦି କାରଖାନା ଖୋଲନ୍ତା ତେବେ ଭଲ ହୁଅନ୍ତା । ଫ୍ୟାକ୍ଟ୍ରି ଚାଲିରେ ଚାଷୀ ମାନେ ପୁଣି ଆଖୁଚାଷ କରିବାକୁ କହୁଛନ୍ତି । ''

ଚିନିକଳ ପୂର୍ବ କର୍ମଚାରୀ ବିଜୟ ଶଙ୍କର ବେହେରାଙ୍କ କହିବା କଥା, '' ଚିନିକଳ ବନ୍ଦ ହେବା ପରେ ବହୁତ ଲୋକ ହଇରାଣ ହୋଇଛନ୍ତି । ସେଠାରେ କାମ କରୁଥିବା ପ୍ରାୟ 500 ଲୋକ ଏବଂ ସେମାନଙ୍କ ପରିବାର ନାହିଁ ନଥିବା ହଇରାଣ ହୋଇଛନ୍ତି । ଖାଇବା ପାଇଁ ମଧ୍ୟ ହରଇରାଣ ହେଉଥିଲେ । ଅବସ୍ଥା ଅତ୍ୟନ୍ତ ଖରାପ । ସରକାରଙ୍କୁ ନିବେଦନ କରୁଛୁ କାରଖାନା ଖୋଲାଯାଉ । ଏହା ଖୋଲିବା ଭାବରେ ପରୋକ୍ଷ ଭାବରେ ବଲାଙ୍ଗୀର ଜିଲ୍ଲା ଉପକୃତ ହେବ । ''

କାହିଁକି ବନ୍ଦ ହୋଇଥିଲା ଚିନିକଳ ?

ବଲାଙ୍ଗୀରରେ ଏକ ଘରୋଇ ସଂସ୍ଥା ଚିନିକଳର ସ୍ଥାପନ କରିଥିଲା । କିଛି ବର୍ଷ ଏହା ଚାଲିବା ପରେ ବନ୍ଦ ହୋଇଯାଇଥିଲା। ଓଡିଶା ସମବାୟ ବିଭାଗ ଦ୍ଵାରା ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା । ବିଜୟାନନ୍ଦ ସମବାୟ ସମିତି ଏହି ଚିନିକଳକୁ ପୁଣି ଚଳାଇ ଆସୁଥିଲା । ହେଲେ ଦୁର୍ନୀତି ଓ ଅନ୍ୟାନ୍ୟ ଅଭିଯୋଗରେ ତତ୍କାଳୀନ ସରକାର 2013 ରେ ପୁଣି ଏହାକୁ ବନ୍ଦ କରି ଦେଇଥିଲେ। ଯାହାକୁ ରାଜନୈତିକ ଉଦ୍ଦେଶ୍ୟରେ ବନ୍ଦ କରା ଯାଇଥିବା ଲୋକେ ଅଭିଯୋଗ ଆଣିଥିଲେ । ସେପଟେ ଲୋକଙ୍କ ତୀବ୍ର ଆନ୍ଦୋଳନ ଓ ଦାବି ପରେ ସରକାର ସେ ସମୟରେ ଏହାକୁ ନିଲାମ କରିବା ପାଇଁ ପ୍ରଚେଷ୍ଟା କରିଥିଲେ । ହେଲେ କେହି ନିଲାମରେ ଅଂଶ ଗ୍ରହଣ ମଧ୍ୟ କରି ନ ଥିଲେ । ସେହି ଦିନଠାରୁ ଆଜି ଯାଏଁ ଏହା ବନ୍ଦ ରହିଛି । ଏହି ଚିନିକଳ ଉପରେ ନିର୍ଭର କରୁଥିବା ସବୁ ଚାଷୀ ଓ କର୍ମଚାରୀ ପ୍ରଭାବିତ ହୋଇଛନ୍ତି।

ଅସ୍ତିତ୍ବ ଖୋଜୁଛି ଚିନିକଳ:

ଦିନେ ରୋଜଗାର ଯୋଗାଉଥିବା ଚିନିକଳ ଏବେ ନିଜର ଅସ୍ତିତ୍ବ ଖୋଜୁଛି । ସକାଳ ପାଇଲେ ବିଜୟାନନ୍ଦ ଚିନିକଳରେ ଲୋକଙ୍କ ଭିଡ ଜମୁଥିଲା । କଟର ମଟର ଶବ୍ଦରେ ଚିନି ଉତ୍ପାଦନ ହେଉଥିଲା । ଏବେ କିନ୍ତୁ ଏହି ଚିନି କଳ ଭୂତ କୋଠିରେ ପରିଣତ ହୋଇଛି । କାରଖାନା ଗେଟରେ ତାଲା ପଡିଥିବା ବେଳେ ଅନାବନା ଗଛରେ କାରଖାନା ଦୃଶ୍ୟମାନ ହେଉନାହିଁ । କେଉଁଠି ମେସିନ ଉପରେ ଗଛଲତା ମାଡି ଯାଇଚି ତ ଆଉ କେଉଁଠି କଳଙ୍କି ଲାଗିଯାଇଛି । ଫଳରେ ଏବେ ନିଜ ଅସ୍ତିତ୍ବ ଖୋଜୁଛୁ କାରଖାନା ।

ଏହା ମଧ୍ୟ ପଢନ୍ତୁ-୨୫ ବର୍ଷ ହେବ ବନ୍ଦ ପଡିଛି ଚିନି କଳ, ହତାଶ ଆଖୁ ଚାଷୀ

ଚିନିକଳ ଖୋଲିବାର ଆଶା ସଞ୍ଚାର:

ପଶ୍ଚିମ ଓଡ଼ିଶାର 2 ଚିନିକଳ ମଧ୍ୟରୁ ବଲାଙ୍ଗୀରର ଚିନିକଳ ଅନ୍ୟତମ । ଯାହାକୁ ଖୋଲିବାକୁ ଅନେକ ଥର ଲୋକେ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଛନ୍ତି । ଗତ ନିର୍ବାଚନରେ ବିଜେପି ସରକାର ଏହାକୁ ପ୍ରମୁଖ ମୁଦ୍ଦା କରି ସରକାର ଗଠନ କଲେ ଖୋଲିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ସେପଟେ ଏବେ ନୂଆ ସରକାର ଆସିବା ପରେ ପୁଣି ଲୋକଙ୍କ ମଧ୍ୟରେ ଏହି ଚିନି କଳ ଖୋଲିବାର ଦାବି ତେଜ ହୋଇଛି । ନିକଟରେ ବିଧାନସଭା ଅଧିବେଶନର ବିଧାୟକ କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗୀର ଚିନି କଳ ଖୋଲିବା ନେଇ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ସରକାର ପଦକ୍ଷେପ ନେଉଥିବା ସରକାରୀ ଦଳ ମତ ରଖିଥିଲା । ଏହାରି ମଧ୍ୟରେ ସରକାର ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକ ରିପୋର୍ଟ ତଲବ କରିଥିବା ଜଣାପଡିଛି। ଯାହା ଫଳରେ କାରାଖାନ ପୁଣି ଖୋଲିବା ନେଇ ଆସା ସଞ୍ଜାର ହୋଇଛି ।

ଚିନିକଳ ବନ୍ଦ ପରେ ଆଖୁଚାଷ ଛାଡିଲେ ଚାଷୀ:

କାର୍ଯ୍ୟକ୍ଷମ ସମୟରେ ବିଜୟାନନ୍ଦ ଚିନିକଳ ଚାଷୀଙ୍କୁ ରୋଜଗାରର ବାଟ ଦେଖାଇଥିଲା । କଳରେ ଆଖୁ ଯୋଗାଇ ଚାଷୀ ଭଲ ଦୁଇ ପଇସା ରୋଜଗାର କରୁଥିଲେ । ହେଲେ ଏହି ଚିନି କଲ ପରବର୍ତ୍ତୀ ସମୟରେ ରାଜନୀତିର ପଶା ପାଲିରେ ଛନ୍ଦି ହୋଇ ନିଜେ ବାଟ ଖୋଜୁଛି । ପଶ୍ଚିମ ଓଡ଼ିଶାର ଦୁଇଟି ଚିନି କଲ ମଧ୍ୟରୁ ଏହା ଅନ୍ୟତମ ଥିଲା। ଯାହା ଉପରେ ପାଞ୍ଚଟି ଜିଲ୍ଲାର ଆଖୁ ଚାଷୀ ନିର୍ଭର କରି ଆସୁଥିଲେ । ବଲାଙ୍ଗୀର ସମେତ ସୋନପୁର, କଳାହାଣ୍ଡି, ନୂଆପଡା, ବୌଦ୍ଧ ଓ ନବରଙ୍ଗପୁର ଜିଲ୍ଲାର ଆଖୁ ଚାଷୀ ଏଠି ଆଖୁ ବିକ୍ରି କରି ରୋଜଗାର କରି ଆସୁଥିଲେ । ହେଲେ 2013 ଫେବୃୟାରୀ ମାସରେ ଏହି କାରଖାନାକୁ ସରକାର ବନ୍ଦ କରି ଦେଇଥିଲେ । ଯାହାର ସିଧା ସଳଖ ପ୍ରଭାବ ଏଠିକାର ଆଖୁ ଚାଷୀଙ୍କ ଉପରେ ପଡିଥିଲା । ଏପରିକି ଏହି ଚିନି କାରଖାନା ବନ୍ଦ ହେବା ପରେ ଅନେକ ଚାଷୀ ଆଖୁ ଚାଷ କରିବା ମଧ୍ୟ ବନ୍ଦ କରି ଦେଇଛନ୍ତି । କିଛି ହାତ ଗଣତି ଚାଷୀ ନିଜ ବ୍ୟବାହର ପାଇଁ କିମ୍ବା କେବଲ ଗୁଡ ପାଇଁ ଅଳ୍ପ ମାତ୍ର ଆଖୁ ଚାଷ କରୁଛନ୍ତି।

ଚିନିକଳ କାର୍ଯ୍ୟକ୍ଷମ ପାଇଁ ବୈଠକ:

ଚିନିକଳ ପୂର୍ବତନ ପରିଚାଳକ ତଥା ବିଜୟା ନନ୍ଦ ସମବାୟ ସମିତି ସଭାପତି ତଥା ପୂର୍ବତନ ବିଧାୟକ ଯଜ୍ଞେଶ୍ୱର ବାବୁ କହିଛନ୍ତି, ''ନୂଆ ସରକାର ଏହାକୁ ଖୋଲିବା ପାଇଁ ପଦକ୍ଷେପ ସ୍ୱରୂପ ବୈଠକ ଆରମ୍ଭ କରିଛନ୍ତି। ଇଚ୍ଛା ଥିଲେ ବାଟ ନିହାତି ଫିଟିବ । ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳ ବୈଠକ ଡାକିଥିଲେ । ମୁଁ ବି ଏଥିରେ ସାମିଲ ହୋଇଥିଲି । ଯେଉଁଥିରେ ଆଇନ ଗତ ସମସ୍ୟା, ଟେକ୍ନିକାଲ ସମସ୍ୟା, ଅନୁଦାନ ସମସ୍ୟା ଓ ଚିନିକଳ କାର୍ଯ୍ୟକ୍ଷମ ହୋଇ ଚାଲି ପାରବି କି ନାହିଁ । ସେନେଇ ଆଲୋଚନା ହୋଇଥିଲା । ଗମେଣ୍ଟ ଅଫ ଇଣ୍ଡିଆର କାନପୁର ସୁଗାର ଇଷ୍ଟିଚ୍ୟୁଟକୁ ଏହା ଦିଆଗଲେ ସେମାନେ ଆସି ଏହାକୁ ରିଭାଇବ କରିବେ । କେତେ ଟଙ୍କା ଖର୍ଚ୍ଚ ହେବେ ଓ କେଉଁ ମେସିନ ଚାଲିବ କି ଚାଲିବନି ତାର ଗୋଟିଏ ଡିପିଆର ତିଆରି କରିବାକୁ ପଡିବ । ସରକାରୀ ସ୍ଥରରେ ଏହି ନିଷ୍ପତ୍ତି ହେବ । କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ପଦକ୍ଷପ ଯୋଗୁଁ ଧନ୍ୟବାଦ । ଆଗକୁ ତାଙ୍କ ନେତୃତ୍ବରେ ଏକ ମିଟିଂ ବସି ସ୍ଥିର ନିଷ୍ପତ୍ତି ହେବ ବୋଲି ଆଶା ରହିଛି ।''

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.