ETV Bharat / state

୮ ହଜାରରୁ ଉର୍ଦ୍ଧ୍ୱ ମଠ ଓ ମନ୍ଦିରର ହେବ ଉନ୍ନତି, ସ୍ଵାଗତ କଲେ ମଠାଧୀଶ - DEBALAY YOJANA

ଦେବାଳୟ ପ୍ରକଳ୍ପରେ 8 ହଜାରରୁ ଅଧିକ ମଠ ଓ ମନ୍ଦିରର ହେବ ଉନ୍ନତି କରଣ । ଅବହେଳିତ ମଠ ମନ୍ଦିରଗୁଡିକର ଉନ୍ନତି ପାଇଁ ନୂଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ମୋହନ ସରକାର ।

Debalay Yojana
Debalay Yojana (ETV Bharat Odisha)
author img

By ETV Bharat Odisha Team

Published : Oct 29, 2024, 10:44 PM IST

ପୁରୀ: ରାଜ୍ୟରେ ସବୁ ମଠ ଓ ମନ୍ଦିର ଗୁଡିକର ସୁରକ୍ଷା ଓ ରକ୍ଷଣ ବେକ୍ଷଣ ପାଇଁ ନୂଆ ଯୋଜନା କରିଛନ୍ତି ରାଜ୍ୟ ସରକାର । ଦେବାଳୟ ପ୍ରକଳ୍ପ ମାଧ୍ୟମରେ ମଠ ଓ ମନ୍ଦୀରର ଉନ୍ନତୀ କରଣ କରାଯିବ । ଗୋଟିଏ ଓ୍ୱେବସାଇଟରେ ରାଜ୍ୟର ସବୁ ମଠ ଓ ମନ୍ଦିରର ସମ୍ପୂର୍ଣ୍ଣ ତଥ୍ୟ ରହିବ । ଅବହେଳିତ ହୋଇ ରହିଥିବା ମଠ ମନ୍ଦିରଗୁଡିକର ଉନ୍ନତୀ କରଣ ପାଇଁ ନୂଆ ବ୍ଲୁପ୍ରିଣ୍ଟ ତିଆରି କରୁଛନ୍ତି ସରକାର । ନିର୍ବାଚନ ପୂର୍ବରୁ ସଂକଳ୍ପ ପତ୍ରରେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହାକୁ ବିଜେପି ସରକାର ତାକୁ ପାଳନ କରିବାକୁ ଯାଉଛନ୍ତି ।

Debalay Yojana (ETV Bharat Odisha)

ଦେବାଳୟ ପ୍ରକଳ୍ପ:
ଯେଉଁ ମଠ ମନ୍ଦିର ଗୁଡିକ ମରାମତି, ରକ୍ଷଣାବେକ୍ଷଣ, ପରିଚାଳନା ସମସ୍ୟା ରହିଛି, ସେଗୁଡିକ ପ୍ରତି ଧ୍ୟାନ ଦିଆଯିବ । ରାଜ୍ୟରେ ଥିବା ସବୁ ମଠ ମନ୍ଦିରର ଡକୁମେଣ୍ଟେସନ କରାଯିବ । ଏହାପରେ ଗୋଟିଏ ଓ୍ୱେବସାଇଟରେ ରହିବ ସବୁ ମଠ ଓ ମନ୍ଦିରର ତଥ୍ୟ । ମଠମାନଙ୍କୁ ଜମି ଆବଣ୍ଟନ ସହ ମଠର ପୂର୍ବ ଗୌରବକୁ ପୁନରୁଦ୍ଧାର କରାଯିବ । ତେବେ ନୂଆ ଦେବାଳୟ ଯୋଜନାରେ ସ୍ଵତନ୍ତ୍ର ଫୋକସରେ ରହିଛି ଶ୍ରୀମନ୍ଦିର । ପରିକ୍ରମା ପ୍ରକଳ୍ପ ସମୟରେ ଉଚ୍ଛେଦ ହୋଇଥିବା ମଠଗୁଡିକ ପାଇଁ ଯଥେଷ୍ଟ କ୍ଷତିପୂରଣ ସହ ପୁନଃପ୍ରତିଷ୍ଠା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ । ପୂର୍ବ ବିଜେଡ଼ି ସରକାର ମଠ ମନ୍ଦିରର ମରାମତି ପାଇଁ ଅବଢ଼ା ଯୋଜନା କରିଥିଲେ। ତେବେ ବିଜେପି ସରକାର ମଠ ଓ ମନ୍ଦିର ପାଇଁ ନୂଆ ଯୋଜନା ଦେବାଳୟ ପ୍ରକଳ୍ପ କରିବାକୁ ଯାଉଛନ୍ତି । ଏହା ଧାର୍ମିକ ପର୍ଯ୍ୟଟନକୁ ଆହୁରି ଆଗକୁ ନେବ ବୋଲି ସରକାର ଆଶା ରଖିଛନ୍ତି ।

Debalay Yojana
Debalay Yojana (ETV Bharat Odisha)

ସ୍ଵାଗତ କଲେ ମଠାଧୀଶ:
ତେବେ ରାଜ୍ୟ ସରକାରଙ୍କ ନୂଆ ଦେବାଳୟ ପ୍ରକଳ୍ପକୁ ନେଇ ମତ ରଖିଛନ୍ତି ଶ୍ରୀମନ୍ଦିର ଉତ୍ତର ଦ୍ଵାର ସମ୍ମୁଖରେ ଥିବା ଉତ୍ତର ପାର୍ଶ୍ୱ ମଠ ମହନ୍ତ ନାରାୟଣ ରାମାନୁଜ ଦାଶ । ସେ କହିଛନ୍ତି," ଭାବରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଆମେ ସ୍ବାଗତ କରିବୁ । ଆମେ ଆଇନ ମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେବୁ । ପୁରୀ ଜିଲ୍ଲାରେ 34 ଶହ ମଠ ଅଛି । ଯଦି ଓଡ଼ିଶାକୁ ଆମେ ରଖିବା 8 ହଜାରରୁ 10 ହଜାର ମଠ ଓ ଦେବାଳୟ ରହିଛି । ଯଦି ଏହାର ପୁନରୁଦ୍ଧାର ସହ ଉନ୍ନତିକରଣ କରାଯାଏ , ତାହା ହେଲେ ଆମେ ସାଧୁ, ସନ୍ଥ, ଓ ଭକ୍ତ ବେଶ୍ ଆନନ୍ଦିତ ହେବୁ । ଗତ 24 ବର୍ଷ ଯେଉଁ ସରକାର ଥିଲେ, ସେମାନେ କିଛି ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ କିଛି ପୂର୍ଣ୍ଣାଙ୍ଗ କରିପାରିନାହାନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ 18ଟି ମଠ ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହେଇଛି । ତେବେ ଉଚ୍ଛେଦ ହୋଇଥିବା ମଠ ଗୁଡ଼ିକୁ ପୂର୍ବ ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ସାହାଯ୍ୟ ଦିଆଗଲା ନାହିଁ । ମଠର ବିକାଶ ପାଇଁ ଭୂମି ଦିଆଗଲା ନାହିଁ । ଆମ ମଠର ବିଜେସ୍ଥଳୀ ଆମେ କେଉଁଠୁ ରଖିବୁ । ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି । ତେବେ ଦେବାଳୟ ପ୍ରକଳ୍ପ ଯେଉଁ ଆସିଛି ଏହାକୁ ନେଇ ଆମ ମନରେ ଉତ୍ସାହ ପ୍ରକାଶ ପାଇଛି ।"

Debalay Yojana
Debalay Yojana (ETV Bharat Odisha)

ଏମିତି କହିଲେ ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି :
ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି," ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚାରି ପାଖରେ ଥିବା ସବୁ ମଠକୁ ଭାଙ୍ଗି ଧ୍ୱସଂ କରିଦିଆଗଲା । ତେବେ ଦୁଃଖର ବିଷୟ ଏହାର ଉନ୍ନତିକରଣ ପାଇଁ ଯେଉଁ ଯୋଜନା ହୋଇଥଲା ତାହା ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଛି । କୌଣସି କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଆଗେଇ ପାରିଲା ନାହିଁ । ତେଣୁ ଯଦି ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ମଠ ମନ୍ଦିରର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେଉଛନ୍ତି ଏହା ଦ୍ୱାରା ଭକ୍ତମାନେ ଖୁସି ହେବେ। ଏହି ପ୍ରୋଜେକ୍ଟକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି ।"

Debalay Yojana
Debalay Yojana (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ....ଶିଳ୍ପା ସେଟ୍ଟୀଙ୍କ ଲିଙ୍ଗରାଜ ମନ୍ଦିର ଫଟୋ ବିବାଦ, ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ

ଏହା ମଧ୍ୟ ପଢନ୍ତୁ...ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଆଇନମନ୍ତ୍ରୀଙ୍କ ହସ୍ତକ୍ଷେପ, 'ଇସ୍କନ ସହ କଥା ହେବ ଶ୍ରୀମନ୍ଦିର ପ୍ରଶାସନ'

'ମହାପ୍ରଭୁଙ୍କ ଲୀଳା କ୍ଷେତ୍ରର ମଧ୍ୟ ପୁନରୁଦ୍ଧାର ଆବଶ୍ୟକ ':
ଶ୍ରୀମନ୍ଦିରର ଚୂନରା ସେବାୟତ ଶରତ ମହାନ୍ତି କହିଛନ୍ତି," ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ମଠ ମାନଙ୍କର ଅବଦାନ ବହୁତ ରହିଛି । କେବଳ ମଠ, ମନ୍ଦିର କହିଲେ ଠିକ୍ ହେବ ନାହିଁ ମହାପ୍ରଭୁଙ୍କ ଅନେକ ଲୀଳା କ୍ଷେତ୍ର ରହିଛି । ଯେତେବେଳେ ବିଧର୍ମୀମାନେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ ମହାପ୍ରଭୁଙ୍କୁ ଗୋପନରେ ବିଭିନ୍ନ ସ୍ଥାନରେ ରଖାଯାଇଥିଲା । ମହାପ୍ରଭୁ ଚିଲିକାର ନଇରୀ, ଗୁରୁବାଇ, କାଙ୍କଣ ଶିଖରି, ବଡହନ୍ତୁଆଡ, ବାଣପୁର, ଗଞ୍ଜାମର ମାରଦା, ଖୋର୍ଦ୍ଧାରେ ଥିବା ଗଡ଼ ଆଦି ଅନେକ ସ୍ଥାନରେ ମହାପ୍ରଭୁ ଯାଇ ଲୀଳା କରିଥିଲେ।ମହାପ୍ରଭୁଙ୍କ ଲୀଳା କ୍ଷେତ୍ରର ମଧ୍ୟ ପୁନରୁଦ୍ଧାରର ଆବଶ୍ୟକତା ରହିଛି । "

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.