ETV Bharat / state

ମନ୍ତ୍ରୀ ଦେଲେ ଡେଡଲାଇନ୍; ବିଲ୍ଡରଙ୍କ ଛାତି ଧଡଧଡ; ରାଜଧାନୀରେ ଠିଆ ହୋଇଛି 191 ବେଆଇନ ଆପାର୍ଟମେଣ୍ଟ, ବୁଲିବ ବୁଲଡୋଜର - illegal apartments to be demolished

Odisha government issued orders to demolish 191 illegal apartments and buildings in Bhubaneswar: ୧୯୧ ବେଆଇନ ଆପାର୍ଟମେଣ୍ଟ ନିର୍ମାଣ ପ୍ରସଙ୍ଗ । ସରକାର ଏଥିପ୍ରତି କଠୋର ଅଛନ୍ତି ବର୍ଷା ଋତୁ ପରେ ଭଙ୍ଗ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଲେ ନଗରଉନ୍ନୟନ ମନ୍ତ୍ରୀ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Sep 2, 2024, 1:55 PM IST

ଭୁବନେଶ୍ବର: ପାଳିତ ହୋଇଯାଇଛି ୪୨ ତମ ବିଡ଼ିଏ ପ୍ରତିଷ୍ଠା ଦିବସ । ଏହି ଦିବସରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରତିଷ୍ଠା ଦିବସର ଉଦ୍ଘାଟନ କରିଥିଲେ । ଏହି ଅବସରରେ ବିଡ଼ିଏ କର୍ମଚାରୀଙ୍କ ପେନସନ ଚର୍ଚ୍ଚା ଜୋର ଧରିଥିବା ବେଳେ ପେନସନ ପାଇବା ଅଧିକାରୀଙ୍କ ଅଧିକାର ଏନେଇ ବିଭିନ୍ନ ବିଭାଗ ସହ ଆଲୋଚନା କରିବା ପରେ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଥିଲେ । ଆଇନ ଓ ଅର୍ଥବିଭାଗ ସହ ଆଲୋଚନା କରାଯିବା ପରେ ନିଷ୍ପତ୍ତି ନିଆଯିବ । ସେହିପରି ବେଆଇନ୍ ଆପାର୍ଟମେଣ୍ଟ ନିର୍ମାଣ ପ୍ରସଙ୍ଗରେ କହିଛନ୍ତି ସରକାର ତା କଠୋର ଭାବେ ଏହି ପ୍ରସଙ୍ଗରେ ରହିଛନ୍ତି । ଯେଉଁ ମାନେ ଡ୍ରେନେଜ ଅବରୋଧ କରୁଛନ୍ତି ତା ଉପରେ ଆଲୋଚନା ପରେ ବିଚାର କରାଯିବ ଆଉ ଅବରୋଧକୁ ନେଇ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ବର୍ଷା ଋତୁ ପରେ ଏନେଇ ବିସ୍ତାରିତ କାର୍ଯ୍ୟ କରାଯିବ । ସବୁଠାରୁ ବଡ କଥା ହେଉଛି ୨୪ ବର୍ଷରେ ଯାହା ହୋଇନାହିଁ ୨୪ ମାସ ରେ ହେବା ସମ୍ଭବ ନୁହେଁ । ତଥାପି ଡବଲ ଇଞ୍ଜିନ ସରକାର ଡବଲ ସ୍ପିଡରେ କାର୍ଯ୍ୟ ହେବ । ଏଥିପାଇଁ ଅଧିକାରୀ କର୍ମଚାରୀ ଓ ଲୋକଙ୍କର ସହଯୋଗର ଆବଶ୍ୟକତା ରହିଛି । ଆଗକୁ ଅଧା ପଡିଥିବା କାର୍ଯ୍ୟକୁ ତ୍ଵରାନ୍ଵିତ କରିବା ସହ ନୂଆ ପ୍ରକଳ୍ପ ମଧ୍ୟ ସରକାର କରିବାର ସଂକଳ୍ପ ନେଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ବହୁତ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଉଛନ୍ତି । ରିଂ ରୋଡ଼, ନୂଆ ଯୋଜନା ରେ ନୂତନ ସହର କଳେବର ହେବ। ଯେଉଁଠି ଲୋକମାନଙ୍କ ମୌଳିକ ସୁବିଧା ସୁଯୋଗ ସହ ପ୍ଲାନିଂରେ କାର୍ଯ୍ୟ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଟଙ୍କା ଭଳି ମେସିନରୁ ବାହାରିବ ରାସନ ଚାଉଳ, ରାଜଧାନୀରେ ଖୋଲିଲା ଚାଉଳ ATM - rice ATM in Bhubaneswar

ବିଧାନସଭାରେ ସୂଚନା ଦେଇଥିଲେ ମନ୍ତ୍ରୀ-

ଗତ ମଙ୍ଗଳବାର 2 ପର୍ଯ୍ୟାୟ ଓଡିଶା ବିଧାନସଭା ବଜେଟ ଅଧିବେଶନରେ ନଗରଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ କି, ଭୁବନେଶ୍ବର ବିକାଶ ପରିଷଦ (ବିଡିଏ) ଅଧିନରେ 191ଟି ବେଆଇନ ନିର୍ମାଣାଧିନ ଆପାର୍ଟମେଣ୍ଟ ଚିହ୍ନଟ ହୋଇଛି । ସେସବୁ ଖୁବଶିଘ୍ର ଭଙ୍ଗାଯିବ ।

ସେହିପରି ଏହି ଅବସରରେ ମନ୍ତ୍ରୀ କହିଛନ୍ତି, "ଭୁବନେଶ୍ବରର ବଢ଼ୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରୀ ଯୋଜନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଭୁବନେଶ୍ବରକୁ ଏକ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ଲକ୍ଷ୍ୟରେ ସହରର ବିକାଶ, ସବୁଜିମା ବଜାୟ ରଖିବା ଏବଂ ସ୍ବେରେଜ୍ ଓ ଡ୍ରେନେଜ୍ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ କର୍ତ୍ତୃପକ୍ଷ ଓ ଜନସାଧାରଣଙ୍କ ସହଯୋଗ ନିଆଯିବ ।"

ସେହିପରି ମେୟର ସୁଲୋଚନା ଦାସ ଭୁବନେଶ୍ବରକୁ ଏକ ସମାବେଶୀ ସହର ରେ ପରିଣତ କରିବା ଏବଂ ଜଳବାୟୁ ପରିବର୍ତ୍ତନର ଆହ୍ୱାନର ମୁକାବିଲା ଦିଗରେ ବିଡିଏର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ସହରର ଦ୍ରୁତ ଅଭିବୃଦ୍ଧି ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସହରାଞ୍ଚଳ ବାସହୀନଙ୍କୁ ଆଶ୍ରୟ ପ୍ରଦାନ କରୁଥିବା ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ଦେବାକୁ ଏକାମ୍ର ବିଧାୟକ ବାବୁ ସିଂହ ବିଡିଏକୁ ଅନୁରୋଧ କରିଛନ୍ତି । ବିଡିଏ କର୍ମଚାରୀ ଇଉନାଇଟେଡ଼ ଫୋରମର ସଭାପତି ସମୀର ମହାନ୍ତି ବିଡିଏ କର୍ମଚାରୀଙ୍କ ପାଇଁ ପେନସନ୍ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି ଦୋହରାଇଛନ୍ତି । ଏହି ଅବସରରେ ମନ୍ତ୍ରୀ ବିଡିଏର ବାର୍ଷିକ ବିବରଣୀ ଉନ୍ମୋଚନ କରିବା ସହ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୭% ନମ୍ବର ରଖିଥିବାରୁ ବିଡିଏ କର୍ମଚାରୀ ସୁବାସିନୀ ପରିଡ଼ାଙ୍କ ପୁଅ ଅମ୍ଲାନ ସିଂଙ୍କୁ ସାର୍ଟିଫିକେଟ୍ ଓ ନଗଦ ୧୦ ହଜାର ଟଙ୍କା ସହ ସମ୍ମାନିତ କରିଥିଲେ ।

ତେବେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୨ତମ ପ୍ରତିଷ୍ଠା ଦିବସ ଜୟଦେବ ଭବନରେ ପାଳିତ ହୋଇଯାଇଛି । ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂହ, ବିଡିଏ ଉପାଧ୍ୟକ୍ଷ ଡ. ଏନ୍ ତିରୁମାଲା ନାୟକ, ବିଡିଏ ସଚିବ ସ୍ନିଗ୍ଧାରାଣୀ ଧଳ ଓ ବିଡିଏ କର୍ମଚାରୀ ଇଉନାଇଟେଡ଼ ଫୋରମର ସଭାପତି ସମୀର ମହାନ୍ତି ପ୍ରମୁଖ ମନ୍ତ୍ରୀ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.