ETV Bharat / state

ମୁଁ ବିଜେପିରେ ସାମିଲ ହୋଇନାହିଁ ଧର୍ମେନ୍ଦ୍ରଙ୍କ ପୋଷ୍ଟ ସଂପୂର୍ଣ୍ଣ ମିଛ: ମହେନ୍ଦ୍ର - mahendra targets dharmendra pradhan - MAHENDRA TARGETS DHARMENDRA PRADHAN

MAHENDRA TARGETS DHARMENDRA PRADHAN: ଗୋଣ୍ଡ ମହାସଭାର ସଭାପତି ମହେନ୍ଦ୍ର ନାୟକ ବିଜେପିରେ ସାମିଲ ହେବା ନେଇ ଧର୍ମେନ୍ଦ୍ର ପ୍ରଧାନ ନିଜ ସୋସିଆଲ ମିଡ଼ିଆରେ ପ୍ରଚାର କରିଥିଲେ । ହେଲେ ଏହାକୁ ଖଣ୍ଡନ କରିବା ଧର୍ମେନ୍ଦ୍ର କ୍ଷମା ପ୍ରାର୍ଥନା କରିବା ପାଇଁ ଦାବି କରିଛନ୍ତି ମହେନ୍ଦ୍ର । ଅଧିକ ପଢନ୍ତୁ

ମୁଁ ବିଜେପିରେ ସାମିଲ ହୋଇନାହିଁ ଧର୍ମେନ୍ଦ୍ରଙ୍କ ପୋଷ୍ଟ ସଂପୂର୍ଣ୍ଣ ମିଛ :ମହେନ୍ଦ୍ର
ମୁଁ ବିଜେପିରେ ସାମିଲ ହୋଇନାହିଁ ଧର୍ମେନ୍ଦ୍ରଙ୍କ ପୋଷ୍ଟ ସଂପୂର୍ଣ୍ଣ ମିଛ :ମହେନ୍ଦ୍ର (ETV BHARAT ODISHA)
author img

By ETV Bharat Odisha Team

Published : May 4, 2024, 9:57 PM IST

ମୁଁ ବିଜେପିରେ ସାମିଲ ହୋଇନାହିଁ ଧର୍ମେନ୍ଦ୍ରଙ୍କ ପୋଷ୍ଟ ସଂପୂର୍ଣ୍ଣ ମିଛ :ମହେନ୍ଦ୍ର (ETV BHARAT ODISHA)

ଝାରସୁଗୁଡ଼ା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡ଼ିଆ ମିଛ ପ୍ରଚାର କରୁଥିବା ଅଭିଯୋଗ ଆଣିଲେ ମହେନ୍ଦ୍ର ନାଏକ । ଓଡିଶା ଗୋଣ୍ଡ ମହାସଭାର ସଭାପତି ମହେନ୍ଦ୍ର ନାୟକ ବିଜେପିରେ ସାମିଲ ହେବା ନେଇ ଧର୍ମେନ୍ଦ୍ର ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ହେଲେ ଏହି ଘଟଣାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ମହେନ୍ଦ୍ର । ଏନେଇ ଆଜି ଗୋଣ୍ଡୱାନା ଭବନ କାପୁମାଲ ଠାରେ ସାମ୍ବାଦିକ ସମ୍ମିଳନୀ ଧର୍ମେନ୍ଦ୍ର ପ୍ରଧାନ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି ସେ ।

ସେ କହିଛନ୍ତି," ମୁଁ ବିଜେପିରେ ସାମିଲ ହୋଇଥିବା ନେଇ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଟ୍ୱିଟ୍ ସଂପୂର୍ଣ୍ଣ ମିଛ । ସେ କାହିଁକି ମୋତେ ନେଇ ଏଭଳି ଡାହା ମିଛ କହିଲେ ଜାଣିପାରୁନାହିଁ । ଲାଗୁଛି, ନିର୍ବାଚନ ହାରିବା ଭୟରେ ସେ ସଂପୂର୍ଣ୍ଣ ବ୍ୟତିବ୍ୟସ୍ତ ହୋଇଗଲେଣି । ମୁଁ କେବେ ବି ବିଜେପିରେ ନାହିଁ, କିମ୍ବା ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ନାହିଁ । ମୋତେ ନେଇ ଏଭଳି ଅପପ୍ରଚାର କରିଥିବାରୁ ସେ ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ।"ସେପଟେ ଧର୍ମେନ୍ଦ୍ର ପ୍ରଧାନ ନିଜର ସୋସିଆଲ ମିଡିଆରେ ସଂସୋଧନ କରିଥିବା ଦେଖିବାକୁ ମିଳିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜନୈତିକ ଦଳମାନେ ନିରିହ ଆଦିବାସୀଙ୍କୁ ଭୁଲେଇ ଭୋଟ ନେବା ପାଇଁ ବିଭିନ୍ନ ମିଛ ପ୍ରତିଶୃତି ଦେଇଥାନ୍ତି । ବର୍ତ୍ତମାନ ସାଧାରଣ ନିର୍ବାଚନରେ ମଧ୍ୟ ତାହା ପ୍ରତିଫଳନ ହେଉଥିବା ଦେଖାଯାଉଛି । ଝାରସୁଗୁଡା ଜିଲ୍ଲାର ଲଇକେରା ଓ କିର୍ମିରା ବ୍ଲକ ଦ୍ୱୟ ଆଇଟିଡିଏର ଅନ୍ତର୍ଭୁକ୍ତ ହେବା ପାଇଁ ୨୦୧୧ ମସିହା ଜନଗଣନା ଠାରୁ ବିଧି ଅନୁଯାଇ ହେବା କଥା । ହେଲେ ରାଜ୍ୟରେ ତିନୋଟି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ଦୁଇଟି ସାଧାରଣ ନିର୍ବାଚନ ସରିଯାଇଥିବା ବେଳେ ବର୍ତ୍ତମାନ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡ଼ିଶାର ବିଧାନସଭା ସହିତ ଲୋକସଭା ନିର୍ବାଚନ ହେଉଛି । ଏହି ସମୟରେ ନିରିହ ଆଦିବାସୀଙ୍କ ଭୋଟ ହାତେବାକୁ ବିଜେପିର ପ୍ରାର୍ଥୀ ବାରମ୍ବାର ମିଛ ପ୍ରତିଶୃତି ଦେଉଛନ୍ତି ।

ଲଇକେରା ଓ କିର୍ମିରା ବ୍ଲକର ବିଧିବଦ୍ଧ ପ୍ରସ୍ତାବ ରାଜ୍ୟ ସରକାର ୨୦୧୭ ମସିହା ନଭେମ୍ବର ୬ ତାରିଖରୁ କେନ୍ଦ୍ର ସରକାରଙ୍କୁ ପଠେଇ ଥିଲେ । ସମ୍ମିଳିତ ଆଦିବାସୀ ସମାଜର ପ୍ରତିନିଧି ମାନେ 10ରୁ 12 ଥର ଦିଲ୍ଲୀ ଆଇଟିଡିଏରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ଜଣାଇଥିଲେ । କେନ୍ଦ୍ରର ତତ୍କାଳୀନ ଆଦିବାସୀ ବ୍ୟାପାର ମନ୍ତ୍ରୀ ଓଡିଶା ରାଜ୍ୟରୁ ନିର୍ବାଚିତ ହୋଇଥିଲେ ମଧ୍ୟ ଜୁଏଲ ଓରାମ ରାଜ୍ୟର ପ୍ରସ୍ତାବକୁ ଅନୁମୋଦନ ନକରି ଏହି ଅଞ୍ଚଳର ଆଦିବାସୀ ମାନଙ୍କୁ ପ୍ରତାରଣା କରିଥିଲେ । ପରବର୍ତ୍ତୀ କେନ୍ଦ୍ର ସରକାରରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ରାଷ୍ଟ୍ରପତିଙ୍କୁ ବାରମ୍ବାର ସାକ୍ଷାତ କରି ଜଣେଇବା ସହିତ ଓଡ଼ିଶାର ସମସ୍ତ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ବାରମ୍ବାର ସାକ୍ଷାତ କରି ସମ୍ମିଳିତ ଆଦିବାସୀ ସମାଜ ଜଣାଇଥିଲା ହେଲେ କୌଣସି ସୁଫଳ ମିଳିନଥିଲା ।

ଶେଷରେ ସମ୍ମିଳିତ ଆଦିବାସୀ ସମାଜ ନିରାଶ ହୋଇ ଉଚ୍ଚତମ ନ୍ୟାୟାଳୟ କଟକ ସମ୍ବୁଖରେ WP(c) no- 22421/2022 ରେ ଏକ ରିଡ ପିଟିସନ ଦାଖଲ କରାଯାଇଥିଲା । ହେଲେ ୨ ସେପ୍ଟେମ୍ବର ୨୦୨୨ ତାରିଖ ଦିନ ଉଚ୍ଚତ୍ତମ ନ୍ୟାୟାଳୟର ଆଦେଶ ମତେ ବାଧ୍ୟ ହୋଇ କେନ୍ଦ୍ର ସରକାର ୨୪ ନଭେମ୍ବର ୨୦୨୨ ରେ ଲଇକେରା ଓ କିର୍ମିରା ବ୍ଲକ ଆଇଟିଡିଏରେ ଅନ୍ତର୍ଭୁକ୍ତ କରିବା ପାଇଁ ଅନୁମୋଦନ କରିଥିଲେ। କିନ୍ତୁ ଦେଢ଼ ବର୍ଷ ହେଲା କୌଣସି ପାଣ୍ଠି କେନ୍ଦ୍ର ସରକାର ନଦେବା ଆଦିବାସୀଙ୍କ ପ୍ରତି ବୈମାତୃକ ଭାବ ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ.....ଧର୍ମେନ୍ଦ୍ର ନିର୍ବାଚନ ଜିତିଲେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ପୁରା ବନ୍ଦ କରିଦେବେ: ପ୍ରଣବ - Pranab Criticizes Dharmendra

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଝାରସୁଗୁଡା ବିଧାନସଭାର ବେଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରମୁଖ ଲଇକେରା ଠାରେ ହୋଇଥିବା ସଭାରେ କହିଥିଲେ ଯେ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିରେ ଲଇକେରା ଓ କିର୍ମିରା ବ୍ଲକ ଆଇଟିଡିଏର ଅନ୍ତର୍ଭୂକ୍ତ ହୋଇଛି ।ଯାହା ଏହା ସମ୍ପୂର୍ଣ୍ଣ ମିଛ । ଦୟାକରି କେନ୍ଦ୍ର ମନ୍ତ୍ରୀ ସମ୍ପୃକ୍ତ ଫାଇଲ ଯାଞ୍ଚ କରନ୍ତୁ । ଏପରି ମିଥ୍ଯା ପ୍ରଚାରରୁ ନିବୃତ୍ତ ରୁହନ୍ତୁ । କୋଳାବିରା ବ୍ଲକର ପୁନଃ ଜନସଂଖ୍ୟା ସର୍ଭେ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ମାଗିଥିବା ୨୮ ଲକ୍ଷ ଟଙ୍କା ମଞ୍ଜୁର ନକରି ପ୍ରସ୍ତାବ ଫେରେଇ ଦେଇଥିଲେ । ଯାହା ଫଳରେ କୋଳାବିରା ବ୍ଲକକୁ ଆଇଟିଡିଏରେ ଅନ୍ତର୍ଭୁକ୍ତ କରିବା ଆଶା ମଉଳି ଯାଇଛି । ଅନ୍ୟ ପକ୍ଷରେ ସମ୍ବଲପୁର ଜିଲ୍ଲାର ଯୁଜୁମୁରା ବ୍ଲକକୁ ଆଇଟିଡିଏର ଅନ୍ତର୍ଭୁକ୍ତ କରିବା ପାଇଁ ବିଧିବଦ୍ଧ ପ୍ରସ୍ତାବ ରାଜ୍ୟ ସରକାର ୨୦୧୭ ମସିହା ନଭେମ୍ବର ମାସରୁ କେନ୍ଦ୍ର ସରକାରଙ୍କୁ ପଠେଇ ଥିଲେ ମଧ୍ୟ ଦୀର୍ଘ ୭ ବର୍ଷ ହେଲା କେନ୍ଦ୍ର ସରକାର ପାଖରେ ପଡିରହିଛି । ଏହି ବିଷୟରେ ବାରମ୍ବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇଲା ପରେ ଏକ ଚିଠି ଲେଖି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ଜଣେଇ ଥିଲେ । ହେଲେ ମଧ୍ୟ ତାହା ଫଳପ୍ରଦ ହୋଇନାହିଁ । ବର୍ତ୍ତମାନ ଏହି ପ୍ରସ୍ତାବ ଗୁଡିକୁ ଲୁଚେଇବା ପାଇଁ ନୂଆ ନୂଆ ମିଛ ପ୍ରତିଶୃତି ଦେଉଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.