ETV Bharat / state

ଡଙ୍ଗା ଛାଡି PMGରେ ଗର୍ଜିଲେ ମତ୍ସ୍ୟଜୀବୀ, ୬ ଦଫା ଦାବିରେ ଓଡ଼ିଶା ମତ୍ସ୍ୟଜୀବୀ ମହାସଂଘ - Bhubaneswar

Odisha Fisherman Association Protest: ଲୋୟର ପିଏମଜିର ମତ୍ସଜୀବୀ ସଂଗଠନ ଏକାଠି ହୋଇ ଦେଇଛନ୍ତି କଡ଼ା ଆହ୍ବାନ । ୬ ଦଫା ଦାବି ନେଇ ଗର୍ଜିଛନ୍ତି ଓଡ଼ିଶା ମତ୍ସ୍ୟଜୀବୀ ମହାସଂଘ । ଅଧିକ ପଢନ୍ତୁ

ଡଙ୍ଗା ଛାଡି PMG ରେ ଗର୍ଜିଲେ ମତ୍ସ୍ୟଜୀବୀ, ୬ ଦଫା ଦାବିରେ ଓଡ଼ିଶା ମତ୍ସ୍ୟଜୀବୀ ମହାସଂଘ

author img

By ETV Bharat Odisha Team

Published : Feb 27, 2024, 10:32 PM IST

Updated : Feb 28, 2024, 12:28 PM IST

ଡଙ୍ଗା ଛାଡି PMGରେ ଗର୍ଜିଲେ ମତ୍ସ୍ୟଜୀବୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ଘେରିଲେ ମତ୍ସ୍ୟଜୀବୀ ମହାସଂଘ । ବିଭିନ୍ନ ଦାବି ନେଇ ଲୋୟର ପିଏମଜିର ମତ୍ସଜୀବୀ ସଂଗଠନ ଏକାଠି ହୋଇ ଦେଇଛନ୍ତି କଡ଼ା ଆହ୍ବାନ । ଏନେଇ ୬ ଦଫା ଦାବି ନେଇ ଗର୍ଜିଛନ୍ତି ଓଡ଼ିଶା ମତ୍ସ୍ୟଜୀବୀ ମହାସଂଘ । ଓଡ଼ିଶା ମତ୍ସ୍ୟଜୀବୀ ମହାସଂଘର ସମ୍ପାଦକ ବୋଣ୍ଡା ଏଲେୟା କହିଛନ୍ତି ଯେ ରାସ୍ତାରେ ଚାଲିଲେ ଡିଜେଲ କିଣୁଥିବା ଲୋକ ୨୬ଟଙ୍କା ଟ୍ୟାକ୍ସ ଦେଉଛନ୍ତି । ଅଥଚ ସମୁଦ୍ରରେ ଚାଲିଲେ ତାହା ଛାଡ ହେବା କଥା । କାରଣ କେରଳ ,ଗୋଆ,ତାମିଲନାଡୁ ,ମହାରାଷ୍ଟ୍ର ଭଳି ଅନ୍ୟ ରାଜ୍ୟରେ ମତ୍ସ୍ୟଜୀବୀ ପାଇଁ ରାଜ୍ୟ ସରକାର ଡିଜେଲ କିଣା ଦରରେ କିଛି ପରିମାଣ ଛାଡ ରଖିଛନ୍ତି ହେଲେ ଏଠାରେ ମତ୍ସ୍ୟଜୀବୀଙ୍କ ପାଇଁ କିଛି ସୁବିଧା ନାହିଁ । ଏପରିକି ବନ୍ୟା ବାତ୍ୟା ସମୟରେ ନିଜ ଜୀବନକୁ ବାଜି ଲଗାଇ ବେଉସା ପାଇଁ ପାଣି ଛଡାଇ ମତ୍ସ୍ୟଜୀବୀ କାମ କରୁଛନ୍ତି । ଫିସ ଲ୍ୟାଣ୍ଡିଂ ସେଣ୍ଟରରେ ଖନନ ହେଉ ନାହିଁ । ମିନି ଫିସ ହାର୍ବର ଡ୍ରେଜିଂ କରାଯାଉ ନାହିଁ । ଗୋପାଳପୁର ଭଳି ମିନି ହାର୍ଵର ଅଛି କିନ୍ତୁ ସେ ସବୁ ଖନନ ହେଉନାହିଁ । ଏଣୁ ଏପ୍ରିଲ ଓ ମେ ମାସରେ ଖନନ କରାଯାଉ ।

ସେହିପରି ୭ମାସ ଧରି ନୋ ଫିସିଂ ଜୋନ ଘୋଷଣା କରି ଏକ ପ୍ରକାର ମାନସିକ ଯନ୍ତ୍ରଣା ଦେଉଛନ୍ତି ସରକାର । କଇଁଛ ସୁରକ୍ଷା ଆଳରେ ମତ୍ସ୍ୟଜୀବୀଙ୍କ ପେଟପାଟଣା ପ୍ରତି ଏକ ପ୍ରକାର ପ୍ରତିବନ୍ଧକ ଲଗାଉଛନ୍ତି । ବନ ବିଭାଗ କର୍ମଚାରୀ ଓ ତଟରକ୍ଷୀ ବାହିନୀ ନିର୍ଯ୍ୟାତନା ଦେବା ଭଳି କାମ କରୁଛନ୍ତି । ସରକାର ନଦୀ ତଟରୁ ୨୦କିମି ବ୍ୟାସାର୍ଦ୍ଧରେ ନିଷେଧ ଘୋଷଣାକୁ ୧୦କିମି କମାଇ ଦିଅନ୍ତୁ । ନଭେମ୍ବରରୁ ମେ ୧ତାରିଖ ଯାଏଁ ଯେଉଁ ପ୍ରତିବନ୍ଧକ ରଖିଛନ୍ତି ତାକୁ ଜାନୁଆରୀ ୩୧ ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ କରନ୍ତୁ । ଏବର୍ଷ ବଜେଟରେ ମତ୍ସ୍ୟଜୀବୀଙ୍କ ପାଇଁ କିଛି ଯୋଜନା ନାହିଁ । କଲ୍ୟାଣ ପାଣ୍ଠି ପାଇଁ ସଂଘ ଦାବି କରୁଛି । ଫଳରେ ମତ୍ସ୍ୟଜୀବୀ ପାଇଁ ଜାଲ ଛିଣ୍ଡିଗଲା ,ଡଙ୍ଗା ଭାଙ୍ଗିଗଲା କି ଅନ୍ୟାନ୍ୟ ଜୀବନ ପ୍ରତି ବିପଦ ଆଦି ଦିଗରେ ଏହା ଏକ ପ୍ରକାର ସହାୟତା ରାଶି ଭାବେ କାର୍ଯ୍ୟ କରିବ ।

ଏହା ମଧ୍ୟ ପଢନ୍ତୁ... ବାରବାଟୀ ଷ୍ଟାଡିୟମ ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ୬ଟି ଜିଲ୍ଲାର ୪୮୨ କିମି ସମୁଦ୍ର ଉପକୂଳବର୍ତୀ ଅଞ୍ଚଳରେ ମତ୍ସ୍ୟଜୀବୀମାନେ ନିର୍ଭରଶୀଳ ରହିଛନ୍ତି । ଓଡ଼ିଶା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିୟନ ଓ ଯନ୍ତ୍ର ଚାଳିତ ମେକାନାଇଜ ବୋଟ ୟୁନିୟନ ଆଦି ଦୁଇଟି ସଂଘ ପୂର୍ବରୁ ଅନେକ ବାର ଆନ୍ଦୋଳନ ଓ ପ୍ରତିବାଦ କରିଛି ହେଲେ ସରକାର ଏ ଦୃଷ୍ଟିପାତ କରୁନାହାନ୍ତି । ରାଜ୍ୟରେ ୧୭୧୪ଟି ଯନ୍ତ୍ରଚାଳିତ ମାଛଧରା ଡଙ୍ଗା ରହିଛି । ସେହିପରି ୧୦୩୫୯ଟି ମୋଟର ଚାଳିତ ଓ ୩୮୬୮ଟି ବିନା ମୋଟର ଚାଳିତ ଡଙ୍ଗା ପରିଚାଳିତ ହେଉଛି । ମତ୍ସ୍ୟଜୀବୀମାନଙ୍କୁ ୧୫ହଜାର ଟଙ୍କା ବଦଳରେ ୨୫ହଜାରଟଙ୍କା ପର୍ଯନ୍ତ ସହାୟତା ରାଶି ସହ ମତ୍ସ୍ୟଜୀବୀ କଲ୍ୟାଣ ପାଣ୍ଠି ଯୋଜନା ଲାଗୁ କରି ଫ୍ରି ଆକ୍ସିଡେଣ୍ଟାଲ ଫଣ୍ଡ ଓ ସଞ୍ଚୟ ସାହାର୍ଯ୍ୟ ଯୋଜନା ଆଳରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରିଛନ୍ତି ମତ୍ସ୍ୟଜୀବୀ ମହାସଂଘ । ଦାବି ପୂରଣ ନହେଲେ ଏହାର ପ୍ରଭାବ ନିର୍ବାଚନରେ ପଡିବ ବୋଲି ଚେତାବନୀ ଦେଇଛନ୍ତି ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 28, 2024, 12:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.