ETV Bharat / state

ବେଲଗାମ ପରିବା ଦର; ମୁଣ୍ଡରେ ହାତ ଦେଲେଣି ଗ୍ରାହକ, କେବେ ହେବ ନିୟନ୍ତ୍ରଣ ! - Rise In Vegetable Prices In Odisha

author img

By ETV Bharat Odisha Team

Published : Jun 19, 2024, 8:20 PM IST

Rise In Vegetable Prices : ସାଧାରଣ ଖାଉଟିର ହାଣ୍ଡିଶାଳ ଉପରେ ପଡିଛି ଚଡକ। ଆକାଶଛୁଆଁ ହୋଇ ଯାଇଛି କଞ୍ଚା ପରିବା ଦର । କୌଣସି ବି ପରିବା ୫୦ ଟଙ୍କା ତଳକୁ ନ ଥିବା ବେଳେ ଗରିବ ଓ ମଧ୍ୟବିତ୍ତ ପରିବାର କିପରି ଚଳିବେ ତାକୁ ନେଇ ସମସ୍ୟା ଦେଖାଦେଇଛି । ଅଧିକ ପଢନ୍ତୁ

Rise In Vegetable Prices
Rise In Vegetable Prices (ETV Bharat Odisha)

କଟକ: ନିୟନ୍ତ୍ରଣ ବାହାରେ ପରିବା ଦର । ସ୍ଥିତି ଏମିତିକି ଜଣେ ସାଧାରଣ ଲୋକ ପକ୍ଷେ ପରିବା କିଣିବା ସାତସପନ ହୋଇ ପଡିଛି । କେବଳ କଖାରୁକୁ ଛାଡି ଦେଲେ ଅନ୍ୟ କୌଣସି ପରିବା ଦର ୫୦ ଟଙ୍କା ତଳେ ନାହିଁ । ଆକାଶଛୁଆଁ ହୋଇ ଯାଇଛି କଞ୍ଚା ପରିବା ଦର । ବିନ୍ସ କଥା ନକହିବା ଭଲ । କିଲୋପ୍ରତି ୨୦୦ ଟଙ୍କା ଦରରେ ବିନ୍ସ ବିକ୍ରୟ ହେଉଛି । ବାଇଗଣ ସତେ ଯେମିତି ବଜାରରୁ ଉଭାନ ହୋଇ ଗଲାଣି ।

ବେଲଗାମ ପରିବା ଦର । ଯେଉଁ ପରିବା କିଣିଲେ କିଲୋ ପ୍ରତି ୫୦ ଟଙ୍କାରୁ କମ ନାହିଁ । ସ୍ଥିତି ଏମିତିକି ଜଣେ ସାଧାରଣ ଲୋକ ପକ୍ଷେ ପରିବା କିଣିବା ସମ୍ଭବ ହେଉ ନାହିଁ । ଅନେକ ପରିବା ଦର କିଲୋ ପ୍ରତି ୨୦ ରୁ ୩୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ବିନ୍ସ ଦର କିନ୍ତୁ କିଲୋପ୍ରତି ୨୦୦ ଟଙ୍କାରେ ପହଁଞ୍ଚିଛି ଯାହାକି ଖାଉଟିଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି । ଯାହାକୁ ନେଇ କେବଳ ଖାଉଟି କାହିଁକି ବରଂ ପରିବା ବ୍ୟବସାୟୀ ମାନେ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହେଉଛନ୍ତି ।

ପରିବା ଦର ଉପରେ ଆଉ ନିୟନ୍ତ୍ରଣ ନାହିଁ । ଆକାଶ ଛୁଆଁ ପରିବା ଦର। କିଛି ଦିନ ପୂର୍ବେ କାଙ୍କଡ଼ କିଲୋ ପ୍ରତି ୬୦ ଟଙ୍କା ରେ ବିକ୍ରୟ ହେଉଥିଲା ତାହା ଏବେ ୮୦ ଟଙ୍କା ରେ ବିକ୍ରୟ ହେଉଛି । ପୋଟଳ ବି ୫୦ ଟଙ୍କାରେ ବିକ୍ରୟ ହେଉଥିଲା ଏବେ ତାହ ୮୦ ଟଙ୍କା ରେ ବିକ୍ରୟ ହେଉଛି । ବିନ କିଲୋ ୧୮୦ ଟଙ୍କାରେ ବିକ୍ରୟ ହେଉଥିବା ବେଳେ ଏବେ ତାହା ୨୦୦ ଟଙ୍କାରେ ବିକ୍ରୟ ହେଉଛି । ବିଲାତି ମଧ୍ୟ ୩୦ ରୁ ୪୦ ରେ ବିକ୍ରୟ ହେଉଥିଲା । ଏବେ ୬୦ ରୁ ୭୦ ଟଙ୍କା ହୋଇଯାଇଛି । କଲରା ୫୦ ରେ ବିକ୍ରୟ ହେଉଥିଲା ଏବେ ୮୦ ଟଙ୍କାରେ ବିକ୍ରୟ ହେଉଛି ।

ଏହା ମଧ୍ୟ ପଢନ୍ତୁ... ଆକାଶ ଛୁଆଁ ପରିବା ଦର, ଚିନ୍ତାରେ ଖାଉଟି - VEGETABLE PRICE IN Rourkela

ଭେଣ୍ଡି କିଲୋ ୪୦ ଟଙ୍କାରେ ବିକ୍ରି ହେଉଥିଲା ଏବେ ତାହା କିଲୋ ପ୍ରତି ୭୦ ଟଙ୍କାରେ ବିକ୍ରି ହେଉଛି । ଜହ୍ନି ୪୦ ଟଙ୍କାରୁ ୭୦ ଟଙ୍କା ବୃଦ୍ଧି ପାଇଥିବା ବେଳେ କ୍ୟାପିସିକମ ୧୨୦ ଟଙ୍କାରୁ ୨୦୦ ଟଙ୍କା, ସଜନା ଛୁଇଁ ୬୦ ରୁ ୮୦ ଟଙ୍କା, ଅମୃତଭଣ୍ଡା ୨୫ ଟଙ୍କାରୁ ୩୫ ଟଙ୍କା, ବନ୍ଧା କୋବି ୩୦ ଟଙ୍କାରୁ ୫୦ ଟଙ୍କା, ଫୁଲକୋବି ଗୋଟା ୬୦ ଟଙ୍କା, ସାରୁ କିଲୋ ୫୦ ଟଙ୍କା ବୃଦ୍ଧି ପାଇଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଖାଉଟି ।

ପୂର୍ବରୁ ୨୦୦ ରୁ ୩୦୦ ଟଙ୍କାରେ ବ୍ୟାଗ ଭର୍ତ୍ତି ହୋଇ ଯାଉଥିଲା ଏବେ ୫୦୦ ଟଙ୍କାରେ ବି ବ୍ୟାଗଟେ ଭର୍ତ୍ତି ହେଉନାହିଁ । ସେହିପରି ବ୍ୟବସାୟୀ ମାନେ ମଧ୍ୟ ଏହାଦ୍ବାରା ପ୍ରଭାବିତ ହେଉଛନ୍ତି । କାରଣ ଖାଉଟି ମାନେ ଏକ କିଲୋ ବଦଳରେ ଅଢେଇଶହ ୫ ଶହ ନେଉଛନ୍ତି । ଫଳରେ ପରିବା ବ୍ୟବସାୟ ପ୍ରଭାବିତ ହେଉଥିବା ବ୍ୟବସାୟୀ କହିଛନ୍ତି ।

ସେହିପରି କ୍ରମାଗତ ଭାବରେ ପନିପରିବାର ଦର ବୃଦ୍ଧି ପାଇଁ ପାଣିପାଗକୁ ଦାୟୀ କରିଛି କଟକ ଛତ୍ରବଜାର ବ୍ୟବସାୟୀ ସଂଘ । ଅତ୍ୟଧିକ ରୌଦ୍ରତାପର ସିଧାସଳଖ ପ୍ରଭାବ ରାଜ୍ୟର ପରିବା ଚାଷ ଉପରେ ପଡିଛି । ରାଜ୍ୟରେ ପରିବା ଉତ୍ପାଦନ ଏକ ପ୍ରକାର ବନ୍ଦ ହୋଇଯିବା ଏବଂ ରାଜ୍ୟ ବାହାରର ମଣ୍ଡିରେ ପରିବା ଦର ବୃଦ୍ଧି ପାଇବା ଯୋଗୁଁ ପନିପରିବାର ଦର ବୃଦ୍ଧି ଘଟିଥିବା କହିଛନ୍ତି ବ୍ୟବସାୟୀ ସଂଘର ସମ୍ପାଦକ । କଞ୍ଚା ପରିବା ପାଇଁ ଏବେ ପଶ୍ଚିମବଙ୍ଗ, ରାଞ୍ଚି, ବିହାର, ବାଙ୍ଗାଲୋର ଉପରେ ନିର୍ଭର କରିବାକୁ ପଡୁଛି । ସେଠାରେ ମଧ୍ୟ ଏବେ ପରିବା ଦର ଉଚ୍ଚା ରହୁଛି । ଟିକେ ବର୍ଷା ହେଲେ ଲୋକାଲ ପରିବା ଅମଳ ହେଲେ ହିଁ ପରିବା ଦର ନିୟନ୍ତ୍ରଣ ହେବ ବୋଲି ଦେବେନ୍ଦ୍ର ସାହୁ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.