ETV Bharat / state

ରାଜ୍ୟରେ ପ୍ରଥମ କୃଷି ନିଧି ଘୋଟାଲା: ଗିରଫ ହେଲା ଠକ, ବାଂଲାଦେଶ ଲିଙ୍କ୍ ସନ୍ଦେହ - Nidhi company Scam

author img

By ETV Bharat Odisha Team

Published : Jun 8, 2024, 10:58 PM IST

Nidhi company Scam: ରାଜ୍ୟର ପ୍ରଥମ କୃଷି ନିଧି ଠକେଇର ପର୍ଦ୍ଦାଫାସ କଲା ଇଓଡବ୍ଲୁ। କୋଲକାତାରୁ ଅଭିଯୁକ୍ତକୁ ବାନ୍ଧିଛି ପୋଲିସ । ପୁରା ଖବର ପଢନ୍ତୁ

Nidhi company Scam
Nidhi company Scam (ETV Bharat Odisha)

ଭୁବନେଶ୍ବର: କୃଷି ନିଧି ଆଳରେ ଚିଟଫଣ୍ଡ ଠକାମୀ। 'ହରିତ କୃଷି ନିଧି' ଆଳରେ ୧୨୩ କୋଟି ଟଙ୍କାର ଘୋଟାଲା ହୋଇଥିବା ଜଣାପଡ଼ିଛି । ରାଜ୍ୟର ପ୍ରଥମ କୃଷି ନିଧି ଠକେଇର ପର୍ଦ୍ଦାଫାସ କଲା ଇଓଡବ୍ଲୁ। କୋଲକାତାରୁ କମ୍ପାନୀର ମୁଖ୍ୟ ତୁସାର ଭଞ୍ଜୋକୁ ଗିରଫ ପରେ ଟ୍ରାନଜିଟ ରିମାଣ୍ଡରେ ଆଣି କଟକ ଓପିଆଡି କୋର୍ଟରେ ହାଜର କରାଯାଇଛି । EOW ଏସପି କହିଛନ୍ତି, "ଏହା ହେଉଛି ରାଜ୍ୟର ପ୍ରଥମ କୃଷି ନିଧି ଠକେଇ । ଏଭଳି କୃଷି ନିଧି କମ୍ପାନି ଖୋଲି ପୁଞ୍ଜି ନିବେଶ ଆଳରେ ଟଙ୍କା ନିବେଶ କରାଯାଏନାହିଁ । ଗିରଫ ଠକ ତୁଶାର ଭଞ୍ଜୋ ମାଟ୍ରିକ ଫେଲ । ସେ ଅତି ଚତୁରତାର ସହ ସୋସିଆଲ ମିଡିଆ ତଥା ହ୍ବାଟସଆପରେ ପ୍ରଚାର କରିଥିଲା । ୨୦୨୩ ରେ ପଶ୍ଚିମ ବଙ୍ଗ, ଛତିଶଗଡ଼, ଆସାମ, ତ୍ରିପୁରା, ମହାରାଷ୍ଟ୍ର ଓ ଓଡ଼ିଶା ଭଳି ରାଜ୍ୟରୁ ୩୪ ହଜାର ନିବେଶକଙ୍କଠାରୁ ୧୨୩ କୋଟି ଟଙ୍କା ଏମାନେ ଠକି ନେଇଛନ୍ତି ।"

Nidhi company Scam (ETV Bharat Odisha)

ପୋଲିସର ସୂଚନା ଅନୁସାରେ, ୧୧ ପ୍ରତିଶତ ସୁଧ ଓ ନୂଆ ମେମ୍ବର ଯୋଗଦାନ କରାଇଲେ ୪ରୁ ୫ପ୍ରତିଶତ ଅଧିକ ସୁଧ ୪ ଲକ୍ଷରୁ ୮ଲକ୍ଷ ପର୍ଯ୍ୟନ୍ତ ବିନିଯୋଗ କରାଇଲେ ମାସକୁ ୪ ହଜାର ଟଙ୍କା ଦରମା ହିସାବରେ ଦିଆଯିବାର ପ୍ରଲୋଭନ ଦେଖାଯାଇଥିଲା । ଟ୍ରାନସଭିଜନ ଡ୍ରିମ୍ସ ମଲ୍ଟି ଟ୍ରେଡ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ରେଜିଷ୍ଟ୍ରେସନ ସାର୍ଟିଫିକେଟ ଜରିଆରେ ଲୋକଙ୍କୁ ଏଭଳି ଠକାମୀ କରିଛନ୍ତି ଅଭିଯୁକ୍ତ । ମାମଲାର ତନାଘନା ଚଳାଇଛି ଅର୍ଥନୈତିକ ଅପରାଧ ଶାଖା EOW । ଠକେଇ ଟଙ୍କାକୁ ବାଂଲାଦେଶ ଓ ଚୀନକୁ ପଠାଯାଇଥିବାର ପ୍ରମାଣ ମଧ୍ୟ ଲାଗିଛି ଇଓଡବ୍ଲୁ ହାତରେ। ଏନେଇ ଠକେଇ ଟଙ୍କାରେ ଦୁବାଇ ଓ ବ୍ୟାଙ୍କକ୍ ଭ୍ରମଣ କରିଥିବା ମଧ୍ୟ ସୁରାକ ପାଇଛି ଇଓଡବ୍ଲୁ। ଏପରିକି ଦୁବାଇରେ ବ୍ୟବସାୟ ଓ ଟଙ୍କା ନିବେଶ ପାଇଁ ମଧ୍ୟ ଯୋଜନା ରହୁଥିବା ଜାଣିବାକୁ ପାଇଛି ଇଓଡବ୍ଲୁ ।

Nidhi company Scam
Nidhi company Scam (ETV Bharat Odisha)

ଏହା ବି ପଢନ୍ତୁ...ଗିରଫ ହେଲା WAY TO ADD pvt ltd ମାଲିକ, ଠକିଥିଲା ୫୦ କୋଟିରୁ ଉର୍ଦ୍ଧ୍ୱ - EOW Arrests WAY TO ADD Director

ନିଧି କମ୍ପାନି NBFC ଢାଞ୍ଚାରେ ଅପରେଟ ହୋଇଥାଏ। ନିୟମ ଅନୁଯାୟୀ, ଏଥିରେ ସର୍ବନିମ୍ନ ୩ ଜଣ ନିର୍ଦ୍ଦେଶକ ରହିବେ ୭ ଜଣ ସେୟାର ହୋଲଡର ରହିବେ । ସେହିପରି ୨୦୦ର ମେମ୍ବର ରହିବେ। ଯେଉଁମାନେ ଋଣ ଆକାରରେ ଟଙ୍କା ନେଣଦେଣ କରିବେ। ଏଥିରେ ନିବେଶ କରିବାର କୌଣସି ଅଧିକାର ବା ପ୍ରାବଧାନ ନହିଁ । ଏପରିକି ଡିପୋଜିଟ ସ୍କିମ ପାଇଁ କୌଣସି ଅନୁମତି ମଧ୍ୟ ନେଇ ନାହାନ୍ତି । ଏମାନେ କୋୖଣସି କରେଣ୍ଟ ଆକାଉଣ୍ଟ ଖୋଲିବେ ନାହିଁ । କେବଳ ସେଭିଂ ଆକାଉଣ୍ଟ ଖୋଲି କାରବାର କରିବାକୁ ଅନୁମତି ରହିଛି । ତେବେ ଅଭିଯୁକ୍ତମାନେ ନିଜ ପରିବାର ଓ ସମ୍ପର୍କୀୟଙ୍କ ନାଁରେ ଆକାଉଣ୍ଟ ଖୋଲି ଠକେଇ ଟଙ୍କା କୁ କାରବାର କରିଛନ୍ତି । ଏହାସହ କୋଲକାତାରେ ୨କୋଟିରେ ଘର ମଧ୍ୟ କରିଛନ୍ତି । ଏହି ଠକକୁ ଗିରଫ ପରେ କଟକ OPID କୋର୍ଟରେ ହାଜର କରାଯାଇଥିବା ଜଣାପଡ଼ିଛି । ଏନେଇ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣି ପଚରାଉଚରା କରିପାରେ ଇଓଡବ୍ଲୁ ଟିମ୍।
ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.