ETV Bharat / state

ଜନାଦେଶ 2024: 70 କେନ୍ଦ୍ରରେ ନିର୍ଦ୍ଧାରଣ ହେବ ଅଢେଇ କୋଟିଙ୍କ ମତ - Odisha Election Results 2024

author img

By ETV Bharat Odisha Team

Published : Jun 3, 2024, 9:55 PM IST

Updated : Jun 3, 2024, 10:05 PM IST

Odisha Loksabha and Assembly Election Results 2024: ରାତି ପାହିଲେ ଜନାଦେଶ 2024 । ରାଜ୍ୟର 70ଟି କେନ୍ଦ୍ରରେ ଭୋଟ ଗଣତି ହେବ । ଅଧିକ ପଢନ୍ତୁ

Odisha Election Result 2024
Odisha Election Result 2024 (ETV Bharat Odisha)

ଭୁବନେଶ୍ବର: ସାଧାରଣ ନିର୍ବାଚନ 2024 ଲାଗି ଆସନ୍ତାକାଲି (ମଙ୍ଗଳବାର) ଭୋଟ ଗଣତି ଓ ଫଳାଫଳ ପ୍ରକାଶ । ଏହିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । 70 କେନ୍ଦ୍ରରେ ଗଣତି ହେବ ଅଢେଇ କୋଟି ମତଦାତାଙ୍କ ମତ । ଭୋଟ ଗଣତି ସକାଳ 8ଟାରୁ ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ ଓ ଏହାର ଅଧ ଘଣ୍ଟା ପରେ ଇଭିଏମ ଗଣତି କରାଯିବ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ (ETV Bharat Odisha)

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ, 2024 ସାଧାରଣ ନିର୍ବାଚନରେ ଅଢେଇ କୋଟି ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି । ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରକୁ ମିଶାଇ 76 ହଜାରରୁ ଅଧିକ କଣ୍ଟ୍ରୋଲ ୟୁନିଟ ନିର୍ବାଚନରେ ବ୍ୟବହାର ହୋଇଛି । 70ଟି କେନ୍ଦ୍ରରେ ହେବ ଭୋଟ ଗଣତି । 69ଟି ସେଣ୍ଟରରେ ଇଭିଏମ ଓ ପୋଷ୍ଟାଲ ବାଲାଟ କାଉଣ୍ଟ ହେବ । ଗୋଟିଏ ସ୍ଥାନ ଛତ୍ରପୁରରେ କେବଳ ପୋଷ୍ଟାଲ ବାଲାଟ କାଉଣ୍ଟ ହେବ । ଛତ୍ରପୁରରେ ଥିବା ଇଭିଏମ ୱେୟାର ହାଉସ ଆସିକା ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପୋଷ୍ଟାଲ ବାଲାଟ କାଉଣ୍ଟ ହେବ ।

ବର୍ତ୍ତମାନ ସୁଦ୍ଧା ସଂସଦୀୟ କ୍ଷେତ୍ର ପାଇଁ ପ୍ରାୟ 1 ଲକ୍ଷ 47 ହଜାର ପୋଷ୍ଟାଲ ବାଲାଟ ଓ ବିଧାନସଭା ପାଇଁ ପ୍ରାୟ 1ଲକ୍ଷ 46ହଜାର ପୋଷ୍ଟାଲ ବାଲାଟ ହସ୍ତଗତ ହୋଇଛି । ପୋଷ୍ଟାଲ ବାଲାଟ ଗଣତି ପାଇଁ ପ୍ରତି ଟେବୁଲରେ ଜଣେ ଲେଖାଏଁ ARO କାଉଟିଂ ଲାଗି ରହିବେ । ପ୍ରତ୍ୟେକ ଟେବୁଲରେ 500ଟି ପୋଷ୍ଟାଲ ବାଲାଟ ଗଣତି ହେବ । ଇଭିଏମ ପାଇଁ ଟେବୁଲ ସଂଖ୍ୟା ହେଉଛି 3589 । ବିଧାନସଭା ପାଇଁ 1799 ଓ ସଂସଦୀୟ କ୍ଷେତ୍ର ଲାଗି 1790 କାଉଟିଂ ଟେବୁଲ ବ୍ୟବହାର ହେବ । 20 ଜିଲ୍ଲାପାଳ ହେଉଛନ୍ତି 20 ସଂସଦୀୟ କ୍ଷେତ୍ରର ରିଟର୍ଣ୍ଣିଂ ଅଫିସର । CDO ଜିଲ୍ଲା ପରିଷଦ ଗଞ୍ଜାମ ହେଉଛନ୍ତି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ରିଟର୍ଣ୍ଣିଂ ଅଫିସର । 131 ଜଣ ବିଧାନସଭା କ୍ଷେତ୍ର ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ସେମାନେ ମୁଖ୍ୟତଃ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ।

ସଂସଦୀୟ କ୍ଷେତ୍ର ଲାଗି 517 ଜଣ ଅତିରିକ୍ତ ARO ନିଯୁକ୍ତ ଅଛନ୍ତି । ବିଧାନସଭା କ୍ଷେତ୍ର ଲାଗି 712 ଅତିରିକ୍ତ ARO ନିଯୁକ୍ତ ହୋଇଛନ୍ତି । 60 ଟି ହଲରେ ଉଭୟ ସଂସଦୀୟ ଓ ବିଧାନସଭା କ୍ଷେତ୍ରର ଭୋଟ ଗଣତି କାର୍ଯ୍ୟ ହେବ । 87ଟି ହଲରେ ବିଧାନସଭା ଓ ସଂସଦୀୟ କ୍ଷେତ୍ର ଲାଗି ଅଲଗା ଅଲଗା ଗଣତି ହେବ । ଜାତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏଥିପାଇଁ 124 ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇଛନ୍ତି । ପ୍ରତ୍ୟେକ କାଉଟିଂ ଟେବୁଲରେ ଜଣେ କାଉଟିଂ ସୁପରଭାଇଜର, ଜଣେ କାଉଟିଂ ଆସିଷ୍ଟାଣ୍ଟ ଓ ଜଣେ ମାଇକ୍ରୋ ଅବଜରର୍ଭର ରହିବେ । 5077ଜଣ କାଉଟିଂ ସୁପରଭାଇଜର, 5233 ଜଣ କାଉଟିଂ ଆସିଷ୍ଟାଣ୍ଟ ଓ 5396 ଜଣ ମାଇକ୍ରୋ ଅବଜରର୍ଭରଙ୍କୁ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ସେମାନଙ୍କର ତାଲିମ ସରିଛି ।

ଏହା ବି ପଢନ୍ତୁ- ବିଜେପି ୨୦୧୯ରେ ଦ୍ବିତୀୟ, ୨୪ରେ ୧ ନମ୍ବର ଦଳ ହୋଇଛି: ସମୀର

8ଟି ବିଧାନସଭା କ୍ଷେତ୍ରରେ ରାଉଣ୍ଡ ସଂଖ୍ୟା 30 କିମ୍ବା ତାହା ଠାରୁ ଅଧିକ ରହିଛି । ଯେଉଁଠାରେ ଗଣତି ଲାଗି ଟିକେ ଅଧିକ ସମୟ ଲାଗିବ । ସେଗୁଡିକ ହେଉଛି ରାଇରଙ୍ଗପୁର, ସାରସକଣା, ଆଳି, ଚିତ୍ରକୁଣ୍ଡା, ପାଟକୁରା, ବିଷମକଟକ, ଲୋଇସିଙ୍ଗା ଓ ମୋହନା । ଅନ୍ୟ 139 ବିଧାନସଭା କ୍ଷେତ୍ରରେ 30ରୁ କମ ରାଉଣ୍ଡରେ ଗଣତି ଶେଷ ହେବ । ସମସ୍ତ କାଉଟିଂ ସେଣ୍ଟର ସିସିଟିଭି ସର୍ଭିଲାନ୍ସ ଓ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ହୋଇଛି । ଜେନେରେଟ ବ୍ୟବସ୍ଥା ସହ ଅଗ୍ନିଶମ ଦଳ ନିୟୋଜିତ ହେବେ । ପୋର୍ଟାଲ https://results.eci.gov.in/ରେ ଫଳାଫଳ ଦେଖି ହେବ । ସର୍ବସାଧାରଣଙ୍କର ଫଳାଫଳ ଜାଣିବା ଲାଗି ବ୍ୟବସ୍ଥା କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ କୁହାଯାଇଛି ।

ଗଣତି ଲାଗି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଇଭିଏମ ଷ୍ଟ୍ରଙ୍ଗ ରୁମର ସୁରକ୍ଷା ଲାଗି 60କମ୍ପାନୀ ଓ 1 ପ୍ଲାଟୁନ ସିଏପିଏଫ ମୁତୟନ ହୋଇଛନ୍ତି । ସେମାନଙ୍କ ସହିତ ରାଜ୍ୟ ସଶସ୍ତ୍ର ବଳ ମଧ୍ୟ ନିୟୋଜିତ ହୋଇଛନ୍ତି । ଆଉ 89 କମ୍ପାନୀ ଅଧିକ ସିଏପିଏଫ ମୁତୟନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ଏମାନେ ପ୍ରତ୍ୟେକ କାଉଟିଂ ହଲରେ ମୁତୟନ ହେବେ । କାଉଟିଂ ପରେ ପ୍ରସେସନ ବେଳେ ହେଉ କିମ୍ବା ଅନ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ଲାଗି ନିୟୋଜିତ ହେବେ । ଭୋଟ ଗଣତି ସକାଳ 8ଟାରୁ ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ ଓ ଏହା ପରେ ଇଭିଏମ ଗଣତି କରାଯିବ । ପୋଷ୍ଟାଲ ବାଲାଟ ଗଣତି 8ଟା ଓ ଏହାର ଅଧ ଘଣ୍ଟା ପରେ ଇଭିଏମ ଗଣତି ହେବ । ଭୋଟ ଗଣତି କେନ୍ଦ୍ରରେ ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇଛି । ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ରହିବେ ।

ଏହା ବି ପଢନ୍ତୁ- ରେଜଲ୍ଟ ପୂର୍ବରୁ ଭାଙ୍ଗିଲା ଓଡ଼ିଶା ବିଧାନସଭା, ରାଜ୍ୟ କ୍ୟାବିନେଟ ସୁପାରିଶ ଆଧାରରେ ଭଙ୍ଗ କଲେ ରାଜ୍ୟପାଳ

ରାଜ୍ୟରେ ଅନୁଷ୍ଠିତ 4ଟି ପର୍ଯ୍ୟାୟ ନିର୍ବାଚନରେ ଅଢେଇ କୋଟିରୁ ଅଧିକ ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି । ସବୁ ବର୍ଗର ଭୋଟର ମତଦାନରେ ସାମିଲ ହୋଇଛନ୍ତି । 2019 ତୁଳନାରେ 2024 ନିର୍ବାଚନରେ ବଢିଛି ମତଦାନ ହାର । 2019 ନିର୍ବାଚନରେ 73.09% ମତଦାନ ହୋଇଥିବାବେଳେ 2024ରେ ହୋଇଛି 74.44% ମତଦାନ । ମତଦାନରେ ପୁରୁଷଙ୍କ ଠାରୁ ଆଗରେ ଅଛନ୍ତି ମହିଳା । ରାଜ୍ୟରେ 73.37% ପୁରୁଷ ଓ 75.55 % ମହିଳା ମତଦାନ ସାବ୍ୟସ୍ତ କରିଛନ୍ତି । ରାଜ୍ୟର 16 ଲୋକସଭା କ୍ଷେତ୍ରରେ ମତଦାନ ହାର 2019 ତୁଳନାରେ ବଢିଛି । 5ଟି ସଂସଦୀୟ କ୍ଷେତ୍ରରେ ମତଦାନ ହାର 2019 ତୁଳନାରେ କମିଛି । ଭଦ୍ରକ, ବ୍ରହ୍ମପୁର, ମୟୂରଭଞ୍ଜ, କେନ୍ଦ୍ରାପଡା ଓ ଆସିକା ସଂସଦୀୟ କ୍ଷେତ୍ରରେ ଗତ ନିର୍ବାଚନ ତୁଳନାରେ ମତଦାନ କମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 3, 2024, 10:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.