ETV Bharat / state

ଭଦ୍ରକ ହିଂସା ନେଇ ପୋଲିସ ଡିଜିଙ୍କ ବଡ଼ ବୟାନ, 'ସୋସିଆଲ ମିଡିଆ ଗୁଜବକୁ ବିଶ୍ୱାସ କରନ୍ତୁନି' - DGP In Bhadrak

author img

By ETV Bharat Odisha Team

Published : 2 hours ago

Bhadrak Communal Tension: ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ଉତ୍ତେଜନା ଘଟଣା। ଆଜି ଭଦ୍ରକର ସ୍ଥିତି ସମୀକ୍ଷା କରିବା ସହ ପୋଲିସ ଡିଜି ୱାଇ ବି ଖୁରାନିଆ ଦେଇଛନ୍ତି ବଡ଼ ବୟାନ। ଅଧିକ ପଢନ୍ତୁ

Bhadrak Communal Tension
Bhadrak Communal Tension (ETV Bharat Odisha)

ଭଦ୍ରକ: ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ଉତ୍ତେଜନା ଘଟଣା। BNSS 163 ଧାରା ଜାରି ରହିଥ‌ିବାବେଳେ ଇଣ୍ଟରନେଟ ସେବା ବନ୍ଦ ରହିଛି। ଆଜି ଭଦ୍ରକ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ। ପୂର୍ବାଞ୍ଚଳ ଆଇଜିଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି ଡିଜିପି। ସୋସିଆଲ ମିଡିଆ ଗୁଜବଠୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ। ଭଦ୍ରକର ପ୍ରତି ଗଳିକନ୍ଦିରେ ପଇଁତରା ମାରୁଛି ପୋଲିସ। ଏହି ଫ୍ଲାଗ ମାର୍ଚ୍ଚରେ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ, ଜିଲାପାଳ ଦିଲ୍ଲୀପ ରାଉତରାୟ, ଏସପି ବରୁଣ ଗୁଣ୍ଟୁପାଲି ସାମିଲ ହେଉଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଉଦ୍ୟମ ଜାରି ରହିଛି ବୋଲି ପୂର୍ବାଞ୍ଚଳ ଡିଆଇଜି କହିଛନ୍ତି ।

ଗୁଜବରେ ବିଶ୍ୱାସ ନକରିବାକୁ ପୂର୍ବାଞ୍ଚଳ ଡିଜିପିଙ୍କ ଅପିଲ:

ଭଦ୍ରକରେ ପହଞ୍ଚି ପୂର୍ବାଞ୍ଚଳ ଆଇଜିଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ। ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି ଡିଜିପି। ଏହାସହ ସୋସିଆଲ ମିଡିଆ ଗୁଜବଠୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ।

ପୂର୍ବାଞ୍ଚଳ ଡିଆଇଜିଙ୍କ ପ୍ରତିକ୍ରିୟା:

ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ କହିଛନ୍ତି, "ବିବାଦୀୟ ପୋଷ୍ଟକୁ ନେଇ ସାମିଲ ଥିବା ଯୁବକମାନଙ୍କ ମଧ୍ୟରୁ 15 ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଗିରଫ ସଂଖ୍ୟା ଆଗକୁ ବଢ଼ିପାରେ । ଖବର ସୁଦ୍ଧା ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ଅବଧି ଆଉ 48 ଘଣ୍ଟାକୁ ବୃଦ୍ଧି କରାଯାଇଛି । ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଥ‌ିବାବେଳେ କେବଳ ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବ। ସୋସିଆଲ ମିଡିଆରେ ପ୍ରଚାର ହେୁଥିବା କୌଣସି ପ୍ରକାର ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ। ଶାନ୍ତି ବଜାୟ ରଖିବା ପାଇଁ ସହାୟତା କରନ୍ତୁ। "

ଏହା ବି ପଢନ୍ତୁ...ଜିଲ୍ଲାପାଳ-ଏସପିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡା ବାର୍ତ୍ତା; ‘ଆମ କାମ ୮ ଘଣ୍ଟାରେ ସରେନି, ୨୪ ଘଣ୍ଟା କାମ କର’ - Collector SP Conference

ସାଧାରଣଲୋକେ ପ୍ରଭାବିତ:

ଧାମନଗରରେ ସାମ୍ପ୍ରଦାୟିକ ଉତ୍ତେଜନା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବାବେଳେ ଇଣ୍ଟରନେଟ ସେବା ଏବଂ ଦୋକାନ ବଜାର ବନ୍ଦ ହେତୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଗତ 27 ତାରିଖ ରାତିରୁ ଧାମନଗର ଏବଂ ଦୋବଲ ଅଞ୍ଚଳର ମୁସ୍ତଫାପୁରରେ 163 ଧାରା ବଳବତ୍ତର ରହିଛି । ବିଭିନ୍ନ ଛକ, ସାହି ଏବଂ ବସ୍ତି ଆଦି ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଏହା ବି ପଢନ୍ତୁ....ଭଦ୍ରକରେ ଆଉ 48 ଘଣ୍ଟା ବଢିଲା ଇଣ୍ଟରନେଟ କଟକଣା, ଗିରଫ ସଂଖ୍ୟା 14କୁ ବୃଦ୍ଧି - Bhadrak Social Media Post Incident

ଏହା ମଧ୍ୟ ପଢ଼ନ୍ତୁ...ହିଂସା ପରେ ପୋଲିସ ବଳୟରେ ଭଦ୍ରକ: ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ, କର୍ଫ୍ୟୁ ଜାରି, 7 ଗିରଫ - Bhadrak Communal Tension

ଏହା ମଧ୍ୟ ପଢ଼ନ୍ତୁ...ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ହିଂସା: ବ୍ୟାପକ ଫୋର୍ସ ମୁତୟନ, କର୍ଫ୍ୟୁ ଜାରି - Communal violence

କାହିଁକି ଉପୁଜିଥିଲା ହିଂସା:

ପ୍ରକାଶ ଥାଉକି, ସାମାଜିକ ଗଣମାଧ୍ୟମରେ ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟ ବିରୋଧୀ ପୋଷ୍ଟ କରିଥିଲେ । ଯାହାକୁ ନେଇ ପୁରୁଣା ବଜାର ଥାନାରେ ଅଭିଯୋଗ ହୋଇଥିଲା । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଅନ୍ୟ ଏକ ସମ୍ପ୍ରଦାୟ ପକ୍ଷରୁ କରାଯାଉଥିବା ବେଆଇନ ରାଲିକୁ ଅଟକାଇବା ପାଇଁ ପୋଲିସ ପକ୍ଷରୁ ପ୍ରୟାସ ଆରମ୍ଭ ହେବା ପୂର୍ବରୁ ପୋଲିସ ଏବଂ ମାଜିଷ୍ଟ୍ରେଟ ଉକ୍ତ ଗୋଷ୍ଠୀର ଆକ୍ରମଣର ଶିକାର ହୋଇଥିଲେ । ଯାହାକୁ ନେଇ ପରବର୍ତ୍ତୀ ସମୟରେ ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.