ETV Bharat / state

ବାଲେଶ୍ବରରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ଡିଜିପି - DGP Review Election Preparedness

author img

By ETV Bharat Odisha Team

Published : Apr 28, 2024, 9:40 AM IST

DGP Review Election Preparedness: ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ବାଲେଶ୍ବର ଯାଇ ନିର୍ବାଚନ ପାଇଁ ଇଷ୍ଟର୍ଣ୍ଣ ରେଞ୍ଜର ଆଇନଶୃଙ୍ଖଳାର ସମୀକ୍ଷା କରିଛନ୍ତି । ପ୍ରତିଷେଧମୂଳକ ବ୍ୟବସ୍ଥା ଅନୁସାରେ ପୋଲିସ ଦ୍ବାରା ୧୦୭ ସିଆର୍‌ପିସି ଧାରାରେ ପ୍ରିଭେଣ୍ଟିଭ୍ ପ୍ରସିଡିଙ୍ଗ ଲଞ୍ଚ କରାଯାଇଛି ବୋଲି ସୂଚନା ଦେଲେ ଡିଜିପି । ଅଧିକ ପଢନ୍ତୁ

ବାଲେଶ୍ବରରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ଡିଜିପି, ପ୍ରତିଷେଧ ମୂଳକ ବ୍ୟବସ୍ଥାକୁ ନେଇ ଚର୍ଚ୍ଚା

ବାଲେଶ୍ବର: ଆଗାମୀ ନିର୍ବାଚନକୁ ନେଇ ଡିଜିପି ଅରୁଣ କୁମାର ଷଡ଼ଙ୍ଗୀଙ୍କ ବାଲେଶ୍ବର ଗସ୍ତ । ନିର୍ବାଚନ ପାଇଁ ଇଷ୍ଟର୍ଣ୍ଣ ରେଞ୍ଜର ଆଇନ ଶୃଙ୍ଖଳାର ସମୀକ୍ଷା କଲେ ଡିଜିପି । ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲା ଏସ୍‌ପିଙ୍କ ଉପସ୍ଥିତିରେ ଏହି ସମୀକ୍ଷା କରାଯାଇଥିଲା । ସମୀକ୍ଷା ବୈଠକରେ ଡାଇରେକ୍ଟର ଇଣ୍ଟେଲିଜେନ୍ସ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଏଡ଼ିଜି ଲ ଆଣ୍ଡ ଅର୍ଡ଼ର ସଞ୍ଜୟ କୁମାର, ଆଇଜି ଡ. ଦୀପକ କୁମାର, ଭଦ୍ରକ ଏସ୍‌ପି ବରୁଣ ଗୁଣ୍ଟୁପଲ୍ଲି, ମୟୂରଭଞ୍ଜ ଏସ୍‌ପି ଏସ୍‌. ସୁଶ୍ରୀ, ବାଲେଶ୍ୱର ଏସ୍‌ପି ସାଗରିକା ନାଥ ପ୍ରମୁଖ ଉପସ୍ଥିତ ଥିଲେ ।

ବିଶେଷକରି ନିର୍ବାଚନ ପାଇଁ ଜାନୁଆରୀ ପ୍ରଥମ ସପ୍ତାହରୁ ପ୍ରସ୍ତୁତି ଆରମ୍ଭ କରାଯାଇ ଯେତେସବୁ ପ୍ରତିଷେଧମୂଳକ ବ୍ୟବସ୍ଥା ନିଆଯାଇ ନିର୍ବାଚନ ପାଇଁ ତାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଡିଜିପି କହିଛନ୍ତି । ବିଭିନ୍ନ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ପୋଲିସ ତରଫରୁ ଗ୍ରହଣ କରାଯାଇଛି । ଗତ ୩ ମାସ ମଧ୍ୟରେ ସେମାନେ ତାଙ୍କର ବିଭିନ୍ନ ନିର୍ବାଚନୀ ପ୍ରସ୍ତୁତି ପାଇଁ ପ୍ରିଭେଣ୍ଟିଭ ନେଇଛନ୍ତି ତା’ ଉପରେ ସମୀକ୍ଷା କରାଯାଇଛି ।

ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଧାନସଭା କ୍ଷେତ୍ରଟି କେନ୍ଦୁଝର ଲୋକସଭା କ୍ଷେତ୍ରରେ ଥିବାରୁ ତାହା ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ ହେବ । ସପ୍ତମ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକର ଲୋକସଭା କ୍ଷେତ୍ରରେ ନିର୍ବାଚନ ହେବ । ତେଣୁ ଏହି ଦୁଇଟି ପର୍ଯ୍ୟାୟର ନିର୍ବାଚନ ପାଇଁ ପ୍ରସ୍ତୁତି, ଫୋର୍ସର ଆବଶ୍ୟକତା, ବିଭିନ୍ନ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳ ଏବଂ ସବୁପ୍ରକାର ପରିସ୍ଥିତିର ସମୀକ୍ଷା କରାଯାଇଛି । ବିଶେଷ କରି ଜିଲ୍ଲାରେ ଏହି ରେଞ୍ଜରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଠିକ୍ ଅଛି । କୌଣସି ପ୍ରକାର ସେମିତି ସ୍ଥିତି ନାହିଁ ଯାହାକି ଉଦ୍‌ବେଗଜନକ, ସାମ୍ପ୍ରଦାୟିକ ସ୍ଥିତି ଯଦିଓ ଅଛି, ଗତ ପର୍ବପର୍ବାଣି ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଥିବା କଥା ଡିଜିପି କହିଛନ୍ତି । ଏହି ରେଞ୍ଜରେ ସମୁଦାୟ ୫,୫୭୮ଟି ବୁଥ୍ ରହିଛି । ଜାନୁଆରୀ ପ୍ରଥମ ସପ୍ତାହରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୪ହଜାରରୁ ଊର୍ଦ୍ଧ୍ବ ୱାରେଣ୍ଟ ଏକ୍‌ଜିକ୍ୟୁସନ୍ ବିଭିନ୍ନ ଜିଲ୍ଲାରେ ହୋଇଛି ।

ଏହା ମଧ୍ୟ ପଢନ୍ତୁ... ରାଜ୍ୟରେ ମୁକ୍ତ ଓ ନିରପେକ୍ଷ ମତଦାନ ପାଇଁ ୧୬୫ କମ୍ପାନୀ ସିଏପିଏଫ ମୁତୟନ - CAPF Companies Deploy In Odisha

ଡିଜିପି କହିଛନ୍ତି ଯେ, ପ୍ରତିଷେଧମୂଳକ ବ୍ୟବସ୍ଥା ଅନୁସାରେ ଆମେ ୧୦୭ ସିଆର୍‌ପିସି ଧାରାରେ ପ୍ରିଭେଣ୍ଟିଭ୍ ପ୍ରସିଡିଙ୍ଗ ଲଞ୍ଚ କରାଯାଇଛି । ଯେଉଁମାନେ ନିର୍ବାଚନ ସମୟରେ ଗଣ୍ଡଗୋଳ କରିବେ ବୋଲି ଆଶା କରାଯାଏ ସେହି ହିସାବରେ ପ୍ରାୟ ୪,୩୦୦ଟି ୧୦୭ ସିଆର୍‌ପିସି ଧାରାରେ ପ୍ରସିକ୍ୟୁସନ୍ ରିପୋର୍ଟ ଦିଆଯାଇଛି । ପ୍ରାୟ ୨୨ହଜାର ଲୋକଙ୍କ ମଧ୍ୟରୁ ସେଥିରୁ ୭,୬୦୦ ଲୋକଙ୍କୁ ନୋଟିସ୍ ହୋଇଛି । ସେମାନଙ୍କ ଠାରୁ ବଣ୍ଡ ନିଆସରିଛି । ବାକି ମାଜିଷ୍ଟ୍ରେଟ୍ କୋର୍ଟ ବଣ୍ଡ ଜାରି କରିବେ । ସେମାନେ ଆଗାମୀ ଦିନରେ କୌଣସି ପ୍ରକାର ଗଣ୍ଡଗୋଳ କରିବେ ନାହିଁ ବୋଲି ବଣ୍ଡ ଦେଇଛନ୍ତି । ଏହାବ୍ୟତୀତ ଯେଉଁମାନେ ଅସାମାଜିକ ତତ୍ତ୍ବ ଅଛନ୍ତି ତାଙ୍କ ବିରୁଦ୍ଧରେ ସିଆର୍‌ପିସି ଧାରା ୧୧୦ ହିସାବରେ ପ୍ରସିକ୍ୟୁସନ୍ ରିପୋର୍ଟ ଦିଆଯାଇଛି ।

ସେହି ହିସାବରେ ୭୬୫ଟି ପ୍ରସିକ୍ୟୁସନ୍ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ କୋର୍ଟଙ୍କୁ ଦିଆଯାଇଛି ଏବଂ ସେଥିମଧ୍ୟରୁ ୨୭୫ ଜଣ ଅଦ୍ୟାବଧି ବଣ୍ଡ ଦେଇସାରିଲେଣି ଏବଂ ଅନ୍ୟମାନେ ବଣ୍ଡ ଦେବା ପାଇଁ ପ୍ରାବଧାନ ରହିଛି । ବିଶେଷ କରି ମାଦକଦ୍ରବ୍ୟ, ଗଞ୍ଜେଇ ଓ ବ୍ରାଉନ୍‌ସୁଗାର ବିରୁଦ୍ଧରେ ପଦକ୍ଷେପ ଜାରି ରହିଛି । ଗତ ଜାନୁଆରୀ ପ୍ରଥମ ସପ୍ତାହରୁ ଆଜି ପର୍ଯ୍ୟନ୍ତ ଏହି ରେଞ୍ଜରେ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ୨୩ଟି ମାମଲା ରୁଜୁ କରାଯାଇ ୩୧ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଦେଢ଼ କିଲୋର ବ୍ରାଉନ୍‌ସୁଗାର ମଧ୍ୟ ଜବତ ହୋଇଛି । ବିଶେଷ କରି ମାଦକଦ୍ରବ୍ୟ ବ୍ୟତୀତ ଯେଉଁ ଚୋରା ମଦ କାରବାର ହେଉଛି ତାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।

ବର୍ଡ଼ର ଚେକ୍ ପୋଷ୍ଟରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଆପତ୍ତିଜନକ ବସ୍ତୁ ଧରାପଡ଼ିଛି । ସମସ୍ତ ଗାଡ଼ିକୁ ଯାଞ୍ଚ କରାଯାଉଛି । ଯେମିତି କୌଣସି ଅପ୍ରୀତିକର ଘଟଣା ନଘଟେ । ଏହି ରେଞ୍ଜ ମଧ୍ୟରେ ୬୯ ଫ୍ଲାଇଙ୍ଗ ସ୍କ୍ବାର୍ଡ଼ ରହିଛି । ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଏହି ଫ୍ଲାଇଙ୍ଗ ସ୍କ୍ବାର୍ଡ଼ କାର୍ଯ୍ୟ କରୁଛନ୍ତି । ସାମଗ୍ରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହି ରେଞ୍ଜରେ ଆଇନଶୃଙ୍ଖଳା ଭଲ ରହିଛି । ଏହି ରେଞ୍ଜରେ ୩ଟି କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ବର୍ତ୍ତମାନ ମୁତୟନ କରାଯାଇଛି ଏବଂ ଆଗାମୀ ଦିନରେ ଆହୁରି ଅଧିକ ଅର୍ଦ୍ଧସାମରିକ ବାହିନୀ ମୁତୟନ ହେବେ । ଏହି ସମୟ ମଧ୍ୟରେ ୨୫୦ଟି ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରି ଲୋକଙ୍କ ସେନ୍ସ ଅଫ୍ ସିକ୍ୟୁରିଟି ବୃଦ୍ଧି କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.