ETV Bharat / state

ବରମୁଣ୍ଡା ବସ୍ ଟର୍ମିନାଲର ନବକଳେବର: ମିଳିବ ଏୟାରପୋର୍ଟ ସୁବିଧା, ଆଜି ଲୋକାର୍ପଣ - ବରମୁଣ୍ଡା ବସ ଟର୍ମିନାଲ

Bhubaneswar Baramunda Bus Terminal: ଚମକୁଛି ବରମୁଣ୍ଡା ବସ୍ ଟର୍ମିନାଲ । ଆଜି ଲୋକର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Baramunda bus terminal
Baramunda bus terminal
author img

By ETV Bharat Odisha Team

Published : Mar 1, 2024, 10:01 AM IST

Updated : Mar 1, 2024, 10:13 AM IST

ଭୁବନେଶ୍ୱର: ନୂଆ ରୂପରେ ବରମୁଣ୍ଡା ବସଷ୍ଟାଣ୍ଡ । ଆଜି ବାବା ସାହେବ ଭୀମରାଓ ଆମ୍ବେଦକର ବସଷ୍ଟାଣ୍ଡକୁ ଲୋକର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ କରି ତିଆରି ହୋଇଥିବା ଏହି ବସ ଷ୍ଟାଣ୍ଡରେ ଏୟାରପୋର୍ଟ ଟର୍ମିନାଲ ଭଳି ସୁବିଧା ପାଇବେ ଯାତ୍ରୀ । ପ୍ରାୟ 211 କୋଟି ଟଙ୍କା ବ୍ୟୟରେ ଆଧୁନିକ ବସ ଟର୍ମିନାଲ ନିର୍ମାଣ କରାଯାଇଛି। ସନ୍ଧ୍ୟା 5ଟା 30 ସମୟରେ ଏହାର ଉଦଘାଟନ ହେବ ।

ଏହା ମଧ୍ୟ ପଢନ୍ତୁ-ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାଁରେ ନାମିତ ହେବ ISBT ବସଷ୍ଟାଣ୍ଡ

ବରମୁଣ୍ଡା ବସ୍ ଟର୍ମିନାଲ: 15.5 ଏକର ସ୍ଥାନରେ ପରିବ୍ୟାପ୍ତ ବରମୁଣ୍ଡା ବସ୍ ଟର୍ମିନାଲ ପ୍ରକଳ୍ପ ଯାତ୍ରୀଙ୍କୁ ଏକ ବିଶ୍ୱସ୍ତରୀୟ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବ । ଯେଉଁ ସୁବିଧା ବିମାନ ବନ୍ଦରରେ ଯାତ୍ରୀଙ୍କୁ ମିଳେ ସେହି ବ୍ୟବସ୍ଥା ବସଷ୍ଟାଣ୍ଡରେ ରହିଛି । ବସ ଷ୍ଟାଣ୍ଡରେ ଆହାର ସେଣ୍ଟର, ରେଷ୍ଟୁରାଣ୍ଟ, ବହୁମୁଖୀ କାର ପାର୍କିଂ, ପିକ୍ ଅପ / ଡ୍ରପ୍ ଅଫ ସୁବିଧା ରହିଛି ଯାତ୍ରୀଙ୍କ ପାଇଁ । ବସଷ୍ଟାଣ୍ଡରେ ପ୍ରି ପେଡ ଅଟୋ ଏବଂ ଟ୍ୟାକ୍ସି ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାତ୍ରୀଙ୍କ ସୁରକ୍ଷା, ଟର୍ମିନାଲ ଅପରେସନ ପରିଚାଳନା ପାଇଁ ପ୍ରଶାସନିକ ଭବନ, ଅଳିଆ ଆବର୍ଜନା ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ, ଯାତ୍ରୀମାନଙ୍କ ପାଇଁ ଶୌଚାଳୟ ସୁବିଧା, ବିଦ୍ୟୁତ ପାଇଁ ସୋଲାର ପ୍ୟାନେଲ, ଭିନ୍ନକ୍ଷମ ଯାତ୍ରୀଙ୍କ ସୁବିଧା ପାଇଁ ରାମ୍ପ ଏବଂ ଶିଶୁମାନଙ୍କ ସହିତ ଯାତ୍ରା କରୁଥିବା ମାଆମାନଙ୍କ ପାଇଁ ଶିଶୁ ଖାଇବା କକ୍ଷ ଓ ପୋଲିସ ସୁବିଧା କେନ୍ଦ୍ର ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ-ଫେବୃଆରୀରେ ବରମୁଣ୍ଡା ବସଷ୍ଟାଣ୍ଡ ଲୋକାର୍ପଣ! ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ପାଣ୍ଡିଆନ୍

ବେସମେଣ୍ଟ ପାର୍କିଂ: ବସ୍ ଟର୍ମିନାଲର ବେସମେଣ୍ଟରେ 115ଟି କାର ପାର୍କିଂ ପାଇଁ ସ୍ଥାନ ସଂରକ୍ଷିତ ରହିଛି । 50ଟି ବସ ବେସମେଣ୍ଟରେ ରହିବା ସହ 200 ଟି ବସ ରହଣି ପାଇଁ ପାର୍କିଂ ସ୍ପେସର ବ୍ୟବସ୍ଥା ହୋଇଛି । ଏହା ବ୍ୟତୀତ ବସ ବେସମେଣ୍ଟରେ କେବଳ ସିଟି ବସ ପାଇଁ ୫ଟି ସ୍ଥାନ ସଂରକ୍ଷିତ ରଖାଯିବାର ବ୍ୟବସ୍ଥା ହୋଇଛି । ଯାତ୍ରୀମାନଙ୍କ ଦୁଇଚକିଆ ଯାନ ରଖିବା ପାଇଁ ସ୍ଥାନ ରହିଛି । ପଥଚାରୀଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା ସହ ବସ ପ୍ରବେଶ ଓ ପ୍ରସ୍ଥାନ ଗେଟ ଅଲଗା ଅଲଗା କରାଯାଇଛି । ସେହିପରି ପିଲାଙ୍କ ଖେଳିବା ପାଇଁ ସ୍ଥାନ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅତିରିକ୍ତ ପାର୍କିଂ ପାଇଁ ସ୍ଥାନ ରହିଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Mar 1, 2024, 10:13 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.