ETV Bharat / state

ମାଗଣା ଦିଆଯିବ 100 ୟୁନିଟ ବିଦ୍ୟୁତ, ବରଗଡ଼ରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ - no Electricity bill from July - NO ELECTRICITY BILL FROM JULY

NO ELECTRICITY BILL FROM JULY: ବରଗଡ଼ରେ ଡବଲ ଶଙ୍ଖ ପାଇଁ ଭୋଟ ମାଗି ମୋଦିଙ୍କୁ ଘେରିଲେ ନବୀନ ଏବଂ ପାଣ୍ଡିଆନ । ବିଜୟ ପରେ ବିଦ୍ୟୁତ ବିଲ୍ ଛାଡ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

NO ELECTRICITY BILL FROM JULY
NO ELECTRICITY BILL FROM JULY (ETVBharatOdisha)
author img

By ETV Bharat Odisha Team

Published : May 12, 2024, 11:03 PM IST

NO ELECTRICITY BILL FROM JULY (ETVBharatOdisha)

ବରଗଡ଼: ସଭା ମଞ୍ଚରୁ ବିଦ୍ୟୁତ ବିଲ୍ ଛାଡ ନେଇ ଘୋଷଣା କଲେ ନବୀନ । 2024 ସାଧାରଣ ନିର୍ବାଚନ ପାଇଁ ବିଜେଡି ଦଳର ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଆଜି ବରଗଡ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଥିବା ବେଳେ ବିଜେପି ଦଳ ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ । ଆଜି ବରଗଡ ଜର୍ଜ ହାଇସ୍କୁଲ ପଡିଆ ଠାରେ ଆୟୋଜିତ ବିରାଟ ସାଧାରଣ ସଭାରେ ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀର 7ଟି ବିଧାନସଭା ଆସନର ବିଜେଡି ବିଧାୟକ ପ୍ରାର୍ଥୀଙ୍କ ସହିତ ସାଂସଦ ପ୍ରାର୍ଥୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଉଦବୋଧନ ଦେବା ସହିତ ଏଥର ଡବଲ ଶଙ୍ଖରେ ଭୋଟ ଦେବାକୁ ଲୋକଙ୍କୁ ଅପିଲ କରିଥିଲେ ।

ଏଥର ନିର୍ବାଚନରେ ବିଜୟ ହେବାପରେ ଜୁଲାଇ ମାସରୁ ରାଜ୍ୟରେ ଜନସାଧାରଣଙ୍କୁ ବିଦ୍ୟୁତ ବିଲରେ 100 ୟୁନିଟ୍ ଛାଡ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଅନ୍ୟପଟେ ଗତକାଲି ପ୍ରଧାନମନ୍ତ୍ରୀ ବରଗଡ ଗସ୍ତରେ ଆସି ଯେଉଁ ଭଳିଆ ଚାଷୀଙ୍କ ଧାନ ମୂଲ୍ୟ 3100 ଟଙ୍କା କରିବେ ବୋଲି ଘୋଷଣା କରିଗଲେ ଏଠାକାର ଲୋକଙ୍କୁ ମୋଦି ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି କଟାକ୍ଷ କରିଥିଲେ ବିଜେଡି ନେତା ପାଣ୍ଡିଆନ । ପ୍ରାକାଶ ଯୋଗ୍ୟ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ ଗସ୍ତରେ ଆସି ବିରାଟ୍ ସମାବେଶରେ ଯୋଗ ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁରୁଣା ଇଞ୍ଜିନ କହିବା ସହିତ ଭିକେ ପଣ୍ଡିଆନଙ୍କୁ ରାଜ୍ୟ ବାହାର ଲୋକ ସୁପର CM ହୋଇଛନ୍ତି ବୋଲି କହିଥିଲେ ଓ ବିଜେଡିକୁ ଟାର୍ଗେଟ କରିଥିଲେ ।

ତେବେ ଆଜି ଠିକ୍ 24 ଘଣ୍ଟା ନ ପୁରୁଣୁ ବରଗଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ବିଜେପିକୁ ଏହାର ପାଲଟା ଜବାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଜନସାଧାରଣଙ୍କ ପାଇଁ କରାଯାଇଥିବା BSKY ଯୋଜନା , ମିଶନ ଶକ୍ତି ଯୋଜନା ,ଲକ୍ଷ୍ମୀ ବସ ଯୋଜନା ଏପରି ଅନେକ କଲ୍ୟାଣକାରୀ ଯୋଜନା ଗୁଡିକ କ'ଣ ଭୁଲ ବୋଲି ଜନସାଧାରଣଙ୍କୁ ପ୍ରଶ୍ନ କରେଇଥିଲେ ମୁଖ୍ୟମନ୍ତ୍ରୀ । ବିଜେପି ବିଜୟୀ ହେଲେ ଓଡିଶାରେ ଧାନ 3100 ଟଙ୍କାକୁ ବୃଦ୍ଧି କରାଯିବ ବୋଲି ପ୍ରଧାନମନ୍ତ୍ରୀ ଏବେ ନିର୍ବାଚନ ସମୟରେ ମିଥ୍ୟା ଘୋଷଣା କରିଛନ୍ତି ଏବଂ ଯଦି ଚାଷୀଙ୍କ ପ୍ରତି ଦରଦ ଅଛି ତେବେ 10 ବର୍ଷ ଶାସନ କାଳରେ କାହିଁକି କେନ୍ଦ୍ର ସରକାର MSP ବୃଦ୍ଧି କରିଲେ ନାହିଁ ଯେତେବେଳେ ବିଜେଡି ସରକାର 3 ଥର କେନ୍ଦ୍ରକୁ MSP ବୃଦ୍ଧି ପାଇଁ ଚିଠି ଲେଖିଥିଲେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦି ମିଛ କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି କହି ଏଥର ବିଜେଡ଼ିର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଅପିଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ......ପ୍ରଧାନମନ୍ତ୍ରୀ ମୋଦି ମିଛ କହୁଛନ୍ତି, ବିଜେପି ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ - NAVEEN TARGETS MODI

ସେହିପରି ଆଜି ବିଜେଡି ନେତା ଭିକେ ପାଣ୍ଡିଆନ ମଧ୍ୟ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡା ସମାଲୋଚନା କରିଥିଲେ । ଯେଉଁ ସରକାର ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କୁ ଅତ୍ୟାଚାର କରିଛି ପୋଲିସ ଲଗାଇ ମାଡ ମରିଛି ଏବଂ ନିଜ ହକର ଲଢେଇ ପାଇଁ ଶତାଧିକ ଚାଷୀ ନିଜ ଜୀବନ ହରାଇଛନ୍ତି ଏପରି ସରକାର ଆଜି ଚାଷୀଙ୍କୁ ବରଗଡରେ ଦିନବେଳା ଲଣ୍ଠନ ଦେଖାଉଛି ବୋଲି କହିଥିଲେ । ବିଜେପି ସରକାର 100 ୟୁନିଟ ବିଦ୍ୟୁତ୍ ମାଗଣା ଦେବ ବୋଲି ଘୋଷଣା କରୁଛି ମାତ୍ର ସୌରବିଦ୍ୟୁତ ବ୍ୟବସ୍ଥା କରି ରିହାତିରେ ସୋଲାର ସିଷ୍ଟମ କ୍ରୟ କରିବାକୁ ପଡିବ ଓ 50 ହଜାର ଟଙ୍କା ଦେବାକୁ ପଡିବ । ହେଲେ ବିଜେଡି ସରକାର 100 ୟୁନିଟ୍ ସିଧାସଳଖ ବିଦ୍ୟୁତ ବିଲରୁ ଛାଡ କରିବ ବୋଲି ଭିକେ ପଣ୍ଡିଆନ କହିଥିଲେ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.