ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝର ବିଜେପି ମେମ୍ବରରେ ଏକ ନମ୍ବର, ଆଜିଠୁ ସକ୍ରିୟ ସଦସ୍ୟତା ଅଭିଯାନ

ଆଜିଠୁ ବିଜେପିର ସକ୍ରିୟ ସଦସ୍ୟତା ଅଭିଯାନ । ଏହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜିଲ୍ଲା କେନ୍ଦୁଝର ସଦସ୍ୟ ଯୋଡ଼ିବାରେ ସବୁଠୁ ଆଗରେ ।

author img

By ETV Bharat Odisha Team

Published : 6 hours ago

ସକ୍ରିୟ ସଦସ୍ୟତା ଅଭିଯାନ
ସକ୍ରିୟ ସଦସ୍ୟତା ଅଭିଯାନ (@BJP4Odisha)

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହେଉଛି ବିଜେପିର ସକ୍ରିୟ ସଦସ୍ୟତା ସଂଗ୍ରହ ଅଭିଯାନ । ଯାହା ଆସନ୍ତା ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ସେପ୍ଟେମ୍ବର 2ରୁ ପ୍ରାଥମିକ ସଦସ୍ୟତା ଅଭିଯାନ । ଓଡ଼ିଶାର ଲୋକେ ସଦସ୍ୟତା ଗ୍ରହଣ ପାଇଁ ଅଧିକ ଆଗ୍ରହୀ ଥିବାରୁ ପ୍ରାଥମିକ ସଦସ୍ୟତା ଗ୍ରହଣ ଅଭିଯାନ ମଧ୍ୟ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କହିଛନ୍ତି ଦଳର ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ।

ଅନଲାଇନ ଓ ଅଫଲାଇନରେ ସଦସ୍ୟତା ଅଭିଯାନ:

ବିଜେପି ସକ୍ରିୟ ସଦସ୍ୟତା ଅଭିଯାନ ଜାରି ରହିବ । ଗତକାଲି(ମଙ୍ଗଳବାର) ରାଜ୍ୟ କାର୍ଯ୍ୟାଳୟରେ ସଭାପତିଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁ ମେମ୍ବର ମାନେ 100 ଜଣ ମେମ୍ବରସିପ କରିଥିଲେ । ସେମାନେ ଆଗକୁ କିପରି କାମ କରିବେ ସେମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ସଭାପତି । ତେବେ ଏହାକୁ ନେଇ ପ୍ରତିକ୍ରିୟାରେ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, ‘ଆଜି (16 ଅକ୍ଟୋବର) ଠାରୁ ଆରମ୍ଭ ହେବ ସକ୍ରିୟ ସଦସ୍ୟତା ସଂଗ୍ରହ ଅଭିଯାନ। ଏହି ଅଭିଯାନ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ସେପ୍ଟେମ୍ବର 2ରୁ ପ୍ରାଥମିକ ସଦସ୍ୟତା ଅଭିଯାନ ବନ୍ଦ ହେବ ନାହିଁ । ଓଡ଼ିଶାର ଲୋକମାନେ ସଦସ୍ୟତା ଗ୍ରହଣ ପାଇଁ ଅଧିକ ଆଗ୍ରହୀ ଥିବାରୁ ପ୍ରାଥମିକ ସଦସ୍ୟତା ଗ୍ରହଣ ଅଭିଯାନ ମଧ୍ୟ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ ଅନଲାଇନ ଓ ଅଫଲାଇନରେ ଏହି ପ୍ରକ୍ରିୟା ଚାଲିବ।

ସକ୍ରିୟ ସଦସ୍ୟତା ଅଭିଯାନ (ETV Bharat Odisha)

୨୧ ପରେ ସାଙ୍ଗଠନିକ ପ୍ରକ୍ରିୟା ନିଷ୍ପତ୍ତି:

ଆସନ୍ତା ୨୧ରେ କେନ୍ଦ୍ରୀୟ କମିଟିର ନିଷ୍ପତ୍ତି ପରେ ଆଗାମୀ ସାଙ୍ଗଠନିକ ପ୍ରକ୍ରିୟା କଣ ହେବ ତାହା ସ୍ଥିର କରାଯିବ । ସେପଟେ ଗତ ସୋମବାର ବିଜେପିର ସକ୍ରିୟ ସଦସ୍ୟତା କର୍ମଶାଳାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତିନି ଦିନିଆ କେନ୍ଦୁଝର ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସକ୍ରିୟ ସଦସ୍ୟତା କର୍ମଶାଳା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସଦସ୍ୟତା ଯୋଡିବାରେ ୧ ନମ୍ବର କେନ୍ଦୁଝର:

ସଦସ୍ୟତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝର ଏକ ନମ୍ବରରେ ରହିଛି । ବିଜେପି ଏ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଥମ ସ୍ଥାନରେ ରହି ୨,୦୦,୦୦୦ରୁ ଊର୍ଦ୍ଧ୍ବ ସଦସ୍ୟଙ୍କୁ ଯୋଡ଼ିବାରେ ସଫଳ ହୋଇ ପାରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ସାଂଗଠନିକ ଆଲୋଚନା କରିଥିଲେ । ରାଜ୍ୟରେ ଏକ କୋଟି ସଦସ୍ୟଙ୍କୁ ବିଜେପିରେ ସାମିଲ କରିବା ପାଇଁ ଦଳ ଟାର୍ଗେଟ ରଖିଛି । ଉଭୟ ଅନ ଲାଇନ ଏବଂ ଫିଜିକାଲି ଏହି ସଦସ୍ୟ ସଂଗ୍ରହ ଅଭିଯାନ କରୁଛି ବିଜେପି ।

ଏହା ମଧ୍ୟ ପଢନ୍ତୁ:

ପୂଜା ପେଣ୍ଡାଲରେ ନୂଆ ସଦସ୍ୟ ଖୋଜିବ ବିଜେପି, 1ରୁ ଦ୍ବିତୀୟ ପର୍ଯ୍ୟାୟ ଅଭିଯାନ - BJP YUVA MORCHA MEMBERSHIP DRIVE

Membership Drive: ସବୁ ୱାର୍ଡ ଓ ମେୟର ସିଟ୍ ଦଖଲ ଲକ୍ଷ୍ୟରେ ବିଜେପି, ୧ କୋଟି ସଦସ୍ୟ ସାମିଲ ଅଭିଯାନ - Muncipal Election Preparations

ବିଜେପିର ବଡ଼ ମିଶନ; ଆରମ୍ଭ କରିବ ସଦସ୍ୟତା ଅଭିଯାନ, କଣ ଏହା ଜାଣନ୍ତୁ.. - Odisha BJP Membership Campaign

BJP Membership Drive: ବିଜେପିର ପ୍ରଥମ ସଦସ୍ୟ ହେଲେ ମୁଖ୍ୟମନ୍ତ୍ରୀ ମୋହନ, ‘୧ କୋଟି ସଦସ୍ୟ ସଂଗ୍ରହ ପାଇଁ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଉଛି, ୫ବର୍ଷରେ ନୂଆ ଓଡ଼ିଶା ଗଢିବା’ - Sadasyata Abhiyaan 2024

ଆଗକୁ ବଢିପାରେ ବୁଥ ସଂଖ୍ୟା:

ଓଡ଼ିଶାରେ ପ୍ରଥମଥର ପାଇଁ ବିଜେପି ସରକାର କରିବା ପରେ ଆରମ୍ଭ ହୋଇଥିଲା ସଦସ୍ୟତା ଅଭିଯାନ । ରାଜ୍ୟରେ ପାର୍ଟିର ସାଙ୍ଗଠନିକ ସ୍ଥିତି ଏବଂ ଭୋଟ ପ୍ରତିଶତକୁ ଆହୁରି ସଙ୍ଗଠିତ ଏବଂ ମଜବୁତ କରିବା ଦଳ । ରାଜ୍ୟ ବିଜେପିର ୩୬ ସାଙ୍ଗଠନିକ ଜିଲ୍ଲାର ୩୬ ହଜାର ବୁଥରେ ଚାଲିଛି ସଦସ୍ୟତା ଅଭିଯାନ । ଆଗକୁ ବିଜେପିର ବୁଥ ସଂଖ୍ୟା ବଢିପାରେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.