ETV Bharat / state

Bangladeshi infiltrators: ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ, ଜିଲ୍ଲାପାଳ-ଏସପିଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Identify Bangladeshi infiltrators

author img

By ETV Bharat Odisha Team

Published : Sep 2, 2024, 6:26 PM IST

Identify Bangladeshi infiltrators: ରାଜ୍ୟରେ ଚିହ୍ନଟ ହେବେ ବାଂଲାଦେଶ ଅନୁପ୍ରବେଶକାରୀ । ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଗୃହରେ ଲିଖିତ ଉତ୍ତରରେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ
ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ କରାଯିବ । ଏଥିପାଇଁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ବିଧାନସଭାରେ ବିଧାୟକ ଭାସ୍କର ମଢେଇଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତହସିଲ,ବ୍ଲକ, ଥାନା ସ୍ତରରେ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି କରି ଭୁବନେଶ୍ବର, କେନ୍ଦ୍ରାପଡା ଓ ପୁରୀରେ ଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ବିରୋଧି କହିଲେ ଚିହ୍ନଟ ନାଁରେ ଲୋକଙ୍କୁ ହଇରାଣ କରାନଯାଉ ।

ରାଜ୍ୟରେ କେତେ ଅଛନ୍ତି ଅନୁପ୍ରବେଶକାରୀ ?

ପ୍ରାପ୍ତ ସୂଚନା ଅନୁଯାୟୀ, ୨୦୨୧ ମସିହା ସୁଦ୍ଧା ରାଜ୍ୟରେ ସମୁଦାୟ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ବିଭିନ୍ନ ଜିଲ୍ଲା ଯଥା – ବରଗଡ- ୨, ଭଦ୍ରକ-୧୯୯, କେନ୍ଦ୍ରାପଡ଼ା-୧୬୪୯, ଭୁବନେଶ୍ଵର-୧୭, ଜଗତସିଂପୁର-୧୧୧୨. ମାଲକାନଗିରି-୬୫୫ ଓ ନବରଙ୍ଗପୁର ଜିଲ୍ଲାରେ ୧୦୬ ଜଣ ବସବାସ କରୁଛନ୍ତି।

ଏହା ମଧ୍ୟ ପଢନ୍ତୁ: ବାଂଲାଦେଶ ହିଂସା ଘଟଣା: କେମିତି ସୁରକ୍ଷିତ ଦେଶ ଛାଡିଲେ ଶେଖ ହସିନା, ହୋଇଥିଲା କି କିଛି ବୁଝାମଣା ?

କଣ କହିଲା ବିଜେଡି ?

ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ବିଧାୟିକା ସୁବାସିନୀ ଜେନା କହିଛନ୍ତି ,‘ଅନୁପ୍ରବେଶ କାରୀଙ୍କୁ ଚିହ୍ନଟ କରିବା ସରକାରଙ୍କ ନିର୍ଦ୍ଦେଶ ଆମେ ସ୍ବାଗତ କରୁଛୁ । କିନ୍ତୁ ଚିହ୍ନଟ ନାଁରେ ଲୋକଙ୍କୁ ହଇରାଣ କରାନଯାଉ। କାରଣ ପଶ୍ଚିମବଙ୍ଗରୁ ଅନେକ ଲୋକ ଆସି ବସବାସ କରୁଛନ୍ତି। ତାଙ୍କୁ ହଇରାଣ ଓ ମାଡିପିଟ କରା ନଯାଉ।’

ଏହା ମଧ୍ୟ ପଢନ୍ତୁ: ବାଂଲାଦେଶରେ ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ହିନ୍ଦୁ, ମାଗିଲେ ସୁରକ୍ଷା

କଣ କହିଲା ଶାସକ ଦଳ ?

ଏନେଇ ବିଜେପି ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ କହିଛନ୍ତି, ‘ନିଶ୍ଚିତ ଭାବରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ କରାଯିବ। ଯେଉଁମାନେ ଶରଣାର୍ଥୀ ସେମାନେ ଦୀର୍ଘଦିନ ହେଲା ରହିଛନ୍ତି, ସରକାର ତାଙ୍କୁ ସମସ୍ତ ସୁବିଧା ସୁଯୋଗ ଦେଇଛନ୍ତି। ସେମାନଙ୍କର କିଛି ଅସୁବିଧା ହେବ ନାହିଁ । ସେପଟେ କଂଗ୍ରେସ ଦଳର ମୁଖ୍ୟ ସଚେତକ କହିଲେ ଏନେଇ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍। ଆଇନର ପରିସର ଭିତରେ ସବୁ ହେବା ଦରକାର ।

ଏହା ମଧ୍ୟ ପଢନ୍ତୁ: ବାଂଲାଦେଶରେ ଅସ୍ଥିରତା: ଜଗତସିଂହପୁରରେ ଅନୁପ୍ରବେଶ ବଢିବା ଆଶଙ୍କା, ଚିନ୍ତାପ୍ରକଟ କଲେ ବୁଦ୍ଧିଜୀବୀ

ବାଂଲାଦେଶରେ ହିଂସା ପରେ ପଶି ଆସିଥିଲେ ଅନୁପ୍ରବେଶକାରୀ:

ବାଂଲାଦେଶରେ ସଂରକ୍ଷଣକୁ ନେଇ ଚାଲିଥିବା ଆନ୍ଦୋଳନ ହିଂସାର ରୂପ ଧାରଣ କରିଥିଲା । ହିଂସା ଏତେ ମାତ୍ରାରେ ବଢି ଯାଇଥିଲା ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେଇ ଦେଶ ଛାଡିବାକୁ ପଡିଥିଲା । ପରେ ନୂଆ ସରକାର ଦାୟିତ୍ବ ନେବା ପରେ ବି ଥମିନଥିଲା ହିଂସା । ହିନ୍ଦୁ ମାନଙ୍କୁ ଆକ୍ରମଣ କରାଯାଇଥିଲା । ଯାହାର ଅନେକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା । ବ୍ୟାପକ ମାତ୍ରାରେ ହିଂସା ପାଇଁ ଦେଶ ଛାଡି ପଡୋଶୀକୁ ପଳାୟନ କରିଥିଲେ ବାଂଲାଦେଶୀ । ଓଡ଼ିଶାରେ ବି ଅନୁପ୍ରବେଶ ଚିନ୍ତା ଘାରିଥିଲା ସରକାର । ଅନେକ ଜଳପଥ, ସ୍ଥଳପଥ ଦେଇ ରାଜ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜାଣିବା ପରେ ଆଲର୍ଟ ମୋଡରେ ଆସିଥିଲେ ରାଜ୍ୟ ସରକାର । ଏଥିପାଇଁ ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ଆଲର୍ଟ କରାଯାଇଥିଲା । ଏପରିକି କିଛି ସ୍ଥାନରେ ବାଂଲାଦେଶୀ ସନ୍ଦେହରେ ଲୋକଙ୍କୁ ଅଟକ ରଖି ହଇରାଣ କରାଯାଉଥିବା ଖବର ଆସିଥିଲା । ସେ ସମୟରେ ସରକାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ କରାଯିବା ନେଇ ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: INFILTRATION ALERT: ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶ ଟେନସନ, ୭ ଉପକୂଳ ଜିଲ୍ଲାରେ ହାଇଆଲର୍ଟ, ଆକ୍ସନ ମୋଡରେ ୧୮ ସାମୁଦ୍ରିକ ଥାନା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.