ETV Bharat / state

ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର; ଅଭିଯୋଗ ଶୁଣି ସମାଧାନ କରିବେ ମୋହନ ସରକାର - CM TO HEAR PUBLIC GRIEVANCES

author img

By ETV Bharat Odisha Team

Published : Jun 29, 2024, 5:54 PM IST

CM TO HEAR PUBLIC GRIEVANCES: ଆସନ୍ତାକାଲିଠୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଜନସାଧାରଣଙ୍କ ଅଭିଯୋଗ ଶୁଣି ଏହାର ସମାଧାନ କରିବେ ମୋହନ ସରକାର । ଏଥିପାଇଁ ସକାଳ 9ରୁ 12ଟା ମଧ୍ୟରେ ପଞ୍ଜିକରଣ ସମୟ ରହିଛି । ଆସନ୍ତୁ ଜାଣିବା କେଉଁଠି ହେବ ଅଭିଯୋଗ ଶୁଣାଣି । ଅଧିକ ପଢନ୍ତୁ

CM Mohan Charan Majhi will regularly hold the hearing of public grievances in Bhubaneswar from July 1
CM Mohan Charan Majhi will regularly hold the hearing of public grievances in Bhubaneswar from July 1 (ETV Bharat Odisha)

ଭୁବନେଶ୍ବର: ଅଭିଯୋଗ ଶୁଣିବେ ମୋହନ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ସୋମବାରରୁ ଅଭିଯୋଗ ଶୁଣିବେ । ପୂର୍ବାହ୍ନ 11ରୁ ଅଭିଯୋଗ ଶୁଣି ସମାଧାନ କରିବେ ମୋହନ ସରକାର । ପୂର୍ବାହ୍ନ 9ରୁ 12 ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜିକରଣ କରି ଉପସ୍ଥିତ ରହିବାକୁ କୁହାଯାଇଛି । ଏନେଇ ଆଜି ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଆସନ୍ତା 1 ତାରିଖ ପୂର୍ବାହ୍ନ 11ରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ୟୁନିଟ୍- 5 ସ୍ଥିତ ଭୁବନେଶ୍ବରରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏହି ଅଭିଯୋଗ ଶୁଣାଣି ପାଇଁ ପଞ୍ଜିକରଣ ସେହିଦିନ ପୂର୍ବାହ୍ନ 9 ରୁ 12 ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ହେବ । ଏଣୁ ସମସ୍ତ ଜନସାଧାରଣମାନଙ୍କୁ ଜଣାଇଦିଆଯାଉଛି କି ଆଗ୍ରହୀ ବ୍ୟକ୍ତିମାନେ ଉକ୍ତ ଅଭିଯୋଗ ଶୁଣାଣି ସ୍ଥାନରେ ଉପରୋକ୍ତ ସମୟରେ ଉପସ୍ଥିତ ରହି ନିଜ ନିଜର ପଞ୍ଜିକରଣ କରାଇ ଅଭିଯୋଗ ଗୁଡିକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣେଇପାରିବେ ।

ସେହିପରି ଜିଲ୍ଲାପାଳ ମଧ୍ୟ ଜିଲ୍ଲାସ୍ତରରେ ପ୍ରତ୍ୟେକ ସୋମବାର ଲୋକଙ୍କ ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୋଗ ଶୁଣାଣି ପରେ ଏହାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ ଗତ ମାସ 21 ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଦିନ ଅଭିଯୋଗ ଶୁଣାଣି କରିବେ ବୋଲି ଘୋଷଣା ହୋଇଥିଲା । ପ୍ରତିଦିନ ଅପରାହ୍ନ 3ଟା ରୁ 5ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବେ ବୋଲି କୁହାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...'ଲୋକଙ୍କ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସରକାର'; ୫ ଦିନରେ ଭେଟିଲେଣି ଲକ୍ଷେ ଲୋକ - PEOPLE MEETS CM MOHAN MAJHI

ତେବେ ଆଜି ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । କେବଳ ସୋମବାର ନା ସବୁ ଦିନ ଶୁଣାଣି କରିବେ ତାହାର ସୂଚନା ଦିଆଯାଇନାହିଁ । ଚଳିତ ନିର୍ବାଚନରେ ବିଜେପି ଏକାକୀ ସରକାର ଗଢିବା ପରେ ଆକ୍ସନ ମୋଡରେ ଆସିଛନ୍ତି ମୋହନ ସରକାର । ଲୋକଙ୍କ ସହ ମିଶିବା ଏବଂ ସେମାନଙ୍କ ସମସ୍ୟା ସମାଧାନ ନେଇ ଅଧିକ ଗୁରୁତ୍ବ ଦିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.