ETV Bharat / state

Bonda Boy: NEET ପାସ୍ ମଙ୍ଗଳାଙ୍କୁ ଲାପଟପ୍‌ ଉପହାର ଦେଲେ ମୁଖ୍ୟମନ୍ତ୍ରୀ, MBBS ପଢ଼ା ଖର୍ଚ୍ଚ ବହନ କରିବେ ସରକାର - Odisha CM FELICITATES MANGALA

author img

By ETV Bharat Odisha Team

Published : Aug 30, 2024, 8:15 AM IST

Updated : Aug 30, 2024, 9:56 AM IST

Odisha CM Mohan Charan Majhi Felicitates Bonda Boy Mangala Muduli: ଡାକ୍ତରୀ ପଢିବାକୁ ମନୋନୀତ ହୋଇଥିବା ମାଲକାନଗିରି ବଣ୍ଡାଘାଟି ଛାତ୍ର ମଙ୍ଗଳା ମୁଦୁଲିଙ୍କ ପାଠପଢାର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ମଙ୍ଗଳାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଲାପଟପ୍‌ ଉପହାର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଧିକ ପଢନ୍ତୁ

Mangala Muduli
Mangala Muduli (Etv Bharat)

ଭୁବନେଶ୍ବର: ନିଟ୍‌ (NEET) କୃତକାର୍ଯ୍ୟ ହୋଇ ଡାକ୍ତରୀ ପଢିବାକୁ ମନୋନୀତ ହୋଇଥିବା ବଣ୍ଡାଘାଟିର ପୁଅ ମଙ୍ଗଳା ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଙ୍ଗଳାଙ୍କୁ ଲାପଟପ୍‌ ଉପହାର କରିବା ସହ ମେଡିକାଲ ପାଠ୍ୟକ୍ରମ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥି ସହ ପାଠପଢା ପାଇଁ ମଙ୍ଗଳାଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଘୋଷଣା କରି ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Mangala Muduli (Etv Bharat)

ରାଜ୍ୟ ସରକାର ମଙ୍ଗଳାଙ୍କ ପାଠ ପଢ଼ାରେ କରିବେ ସହଯୋଗ:

ମୁଖ୍ୟମନ୍ତ୍ରୀ ମଙ୍ଗଳାଙ୍କୁ କହିଛନ୍ତି, "ବଣ୍ଡା ସମାଜର ପ୍ରଥମ ଡାକ୍ତର ଭାବେ ଭଲ ପାଠ ପଢି, ଭଲ ଡାକ୍ତର ହୋଇ ତୁମ ଅଞ୍ଚଳବାସୀଙ୍କର ସେବା କର । ଦୃଢ ଇଚ୍ଛା ଶକ୍ତି ଆଗରେ ଆର୍ଥିକ ଅନଟନ ଓ ଅଭାବ ଅସୁବିଧା ସବୁକିଛି ହାର ମାନିଥାଏ । ତାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ମଙ୍ଗଳା । ମଙ୍ଗଳାଙ୍କ ମେଡିକାଲ ପାଠ୍ୟକ୍ରମ ଜାରି ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ତାଙ୍କ ପରି ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଗରିବ କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସେମାନଙ୍କ ପାଠପଢା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହଯୋଗ ପ୍ରଦାନ କରାଯିବ । ''

ଏହା ମଧ୍ୟ ପଢନ୍ତୁ-Bonda Boy Cracks NEET: ମାଲକାନଗିରି ବଣ୍ଡା ଘାଟିରୁ ମେଡିକାଲ କ୍ୟାରିୟର, ନିଟ୍ ପରୀକ୍ଷା ପାସ୍ ମଙ୍ଗଳା ମୁଦୁଲି, ହେବେ ଡାକ୍ତର - Bonda youth will become a doctor

ଗତକାଲି ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମଙ୍ଗଳା ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଅନୁସୁଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଡାକ୍ତରୀ ପଢିବେ ବଣ୍ଡାଘାଟି ଛାତ୍ର ମଙ୍ଗଳା:

ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକରେ ରହିଛି ବଣ୍ଡାଘାଟି । ମଦୁଲିପଡା ପଞ୍ଚାୟତର ବଡବେଲ ଗ୍ରାମର ହାଡୁ ମୁଦୁଲିଙ୍କ ପୁଅ ମଙ୍ଗଳା ମୁଦିଲି । ମଙ୍ଗଳାଙ୍କ ପିତାମାତା ଦିନ ମଜୁରିଆ ହୋଇଥିବା ବେଳେ ଘରେ ଆର୍ଥିକ ଅନଟନ ରହିଛି । କିନ୍ତୁ ଏସବୁକୁ ପଛରେ ପକାଇ ନିଟ୍‌ ପରୀକ୍ଷା ପାସ କରିଛନ୍ତି ସେ । ମଙ୍ଗଳା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ମୁଦୁଲିପଡା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ । ଏହା ସହିତ ବୋଲଦିଆଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞାନରେ ପାସ କରିଛନ୍ତି । ସ୍କୁଲ ପଢିବା ସମୟରୁ ନିଜ ଅଞ୍ଚଳର ସ୍ବାସ୍ଥ୍ୟସେବା ଓ ସ୍ବାସ୍ଥ୍ୟଜନିତ ଅନ୍ୟାନ୍ୟ ସମସ୍ୟାକୁ ଅନୁଧ୍ୟାନ କରି ଭବିଷ୍ୟତରେ ଜଣେ ଡାକ୍ତର ହେବାପାଇଁ ପ୍ରେରଣା ପାଇଥିଲେ । ମଙ୍ଗଳା ବଣ୍ଡା ଜନଜାତି ବର୍ଗର ପ୍ରଥମ ଛାତ୍ର ଭାବରେ ଏମବିବିଏସ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 30, 2024, 9:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.