ETV Bharat / state

ଆସିଲା ସୁଭଦ୍ରା SOP: କିଏ ପାଇବେ ଟଙ୍କା, କେମିତି କରିବେ ଆବେଦନ ? ସରକାରଙ୍କୁ ବିରୋଧିଙ୍କ ପ୍ରଶ୍ନ 5 ହଜାର ଟଙ୍କା ନେଇ କଣ କରିବେ ମହିଳା ? - SUBHADRA YOJANA SOP

author img

By ETV Bharat Odisha Team

Published : Aug 23, 2024, 4:55 PM IST

Subhadra Yojana SOP Released: ଆସିଲା ସୁଭଦ୍ରା ପାଇଁ SOP । ବିଧାନସଭାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜାଣନ୍ତୁ କେଉଁ ବୟୟର ମହିଳାଙ୍କୁ ମିଳିବ ଏହି ଆର୍ଥିକ ସହାୟତା । କେମିତି କରିବେ ଆବେଦନ । ସେପଟେ ଏହାକୁ ନେଇ ରାଜନୀତି ବି ସରଗରମ ହୋଇଛି । ବିଜେପିକୁ ପ୍ରଶ୍ନ ଘେରରେ ଛନ୍ଦିଛନ୍ତି ବିରୋଧୀ । ପଢନ୍ତୁ ପୂରା ଖବର ।

Subhadra Yojana SOP released
Subhadra Yojana SOP released (ETV Bharat Odisha)

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବହୁ ପ୍ରତିକ୍ଷିତ ସୁଭଦ୍ରା SOP(ଏସଓପି) ଜାରି ହୋଇଛି । ଗୃହରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନାର ଏସଓପି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । SOP ଅନୁସାରେ ମହିଳାଙ୍କୁ ବର୍ଷକୁ 10 ହଜାର ଟଙ୍କା ଦେବେ ରାଜ୍ୟ ସରକାର । ଦୁଇଟି କିସ୍ତି ଯଥା, ମହିଳା ଦିବସ ଓ ରାକ୍ଷୀ ପୂର୍ଣ୍ଣିମାରେ 5 ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବେ ରାଜ୍ୟ ସରକାର । ଏହି ଯୋଜନାର ଲାଭ ପାଇବେ 21ରୁ 60 ବର୍ଷର ମହିଳା । ମହିଳାଙ୍କୁ ଦିଆଯିବ ଆର୍ଥିକ ସହାୟତା । ଏନେଇ ଗତକାଲି କ୍ୟାବିନେଟ ଅନୁମୋଦନ ମିଳିଛି ।

SUBHADRA SOP RELEASED
SUBHADRA SOP RELEASED (ETV Bharat Odisha)

ସୁଭଦ୍ରା ଯୋଜନା SOPରେ କଣ କଣ ଅଛି ?

  • ୨୧ ବର୍ଷରୁ ୬୦ ବର୍ଷ ବୟସ ମଧ୍ୟରେ ମହିଳାଙ୍କୁ ମିଳିବ ଟଙ୍କା
  • ଡିବିଟି (DBT) ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା
  • ଏକ କୋଟିରୁ ଅଧିକ ମହିଳା ଏହା ଦ୍ବାରା ଲାଭବାନ ହେବେ
  • ପ୍ରତ୍ୟେକ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ଆଉଉଣ୍ଟକୁ ଯିବ ୫ ହଜାର ଟଙ୍କା
  • ୫ ବର୍ଷରେ ମହିଳାଙ୍କ ଆକାଉଣ୍ଟକୁ 10 ଥର ଯିବ ଟଙ୍କା
  • ସୁଭଦ୍ରା ଡେବିଟି କାର୍ଡ (DEBIT CARD)ରେ ପଠାଯିବ ଟଙ୍କା
  • ଏଥିପାଇଁ କଲ ସେଣ୍ଟର ଖୋଲାଯିବ
  • ଅଙ୍ଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ଜନସେବା କେନ୍ଦ୍ରରେ ଆବେଦନ କରି ପାରିବେ ମହିଳା
  • ସୁଭଦ୍ରା ଯୋଜନାର ଡେବିଟ କାର୍ଡକୁ ଯେଉଁ ହିତାଧିକାରୀ ଅଧିକ ଡ଼ିଜିଟାଲ ମାଧ୍ୟମରେ ବ୍ୟବହାର କରିବେ ସେମାନଙ୍କୁ ପୁରସ୍କୃତ କରାଯିବ
  • ପ୍ରତି ପଞ୍ଚାୟତର ୧୦୦ ଜଣ ଏଭଳି ହିତାଧିକାରୀଙ୍କୁ ପୁରସ୍କାର ଦିଆଯିବ

କେଉଁମାନେ ଯୋଜନାରୁ ହେବେ ବଞ୍ଚିତ ?

ହାତ ଖର୍ଚ୍ଚ ବାବଦକୁ ରାଜ୍ୟ ସରକାର ମହିଳାଙ୍କ ଆକାଉଣ୍ଟକୁ ପ୍ରତିବର୍ଷ 10 ହଜାର ଟଙ୍କା ପ୍ରଦାନ କରିବେ । 21ରୁ 60 ବର୍ଷର ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । କିନ୍ତୁ ଆର୍ଥିକ ସ୍ବଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳାଙ୍କୁ ଏହି ଯୋଜନାରୁ ବାଦ୍‌ ଦିଆଯାଇଛି । ସେହିପରି ଯଦି କୌଣସି ମହିଳା ମାସିକ ପନ୍ଦର ଶହ(1500) ଟଙ୍କା ଅବା ତଦୁର୍ଦ୍ଧ୍ବ ସହାୟତା ପାଉଥିବ କିମ୍ବା 18 ହଜାରରୁ ଅଧିକ ଟଙ୍କା ସହାୟତା ରାଶି ପାଉଥିବା ସେମାନେ ଏହି ଯୋଜନାର ଲାଭ ପାଇପାରିବେ ନାହିଁ ।

ଯୋଜନାରେ କେତେ ମହିଳା ହେବେ ଉପକୃତ ?

ମୋହନ ସରକାରଙ୍କ ସୁଭଦ୍ରା ଯୋଜନାର ଲାଭ ପାଇବେ ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ବ ମହିଳା । ଏସଓପି ଅନୁସାରେ ବର୍ଷକୁ ଏକ କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ପଠାଯିବ ସୁଭଦ୍ରା ଟଙ୍କା ।

କିପରି ପାଇବେ ଟଙ୍କା ?

ପେମେଣ୍ଟ ବ୍ରିଜ ସିଷ୍ଟମ ମାଧ୍ୟମରେ ଯୋଗ୍ୟ ମହିଳା ହିତାଧିକାରୀ ଡିବିଟି ବ୍ୟାଙ୍କ ଆକାଉଣ୍ଟକୁ ରାଶି ପ୍ରଦାନ କରାଯିବ । ଏଥିପାଇଁ ହିତାଧିକାରୀଙ୍କୁ ସୁଭଦ୍ରା ଡେବିଟ୍‌ କାର୍ଡ ପ୍ରଦାନ କରାଯିବ ।

କେଉଁଠି କରିବେ ଆବେଦନ ?

ଆପଣଙ୍କ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ଜନସେବା କେନ୍ଦ୍ରରେ ଆବେଦନ କରି ପାରିବେ ହିତାଧିକାରୀ ।

ମୋଟ କେତେ ଟଙ୍କା ପାଇବେ ମହିଳା ?

5 ବର୍ଷ ଧରି ଏହି ଯୋଜନା ଚାଲୁ ରହିବ । ଏଥିରେ 5 ବର୍ଷରେ ମୋଟ 50 ହଜାର ଟଙ୍କା ଦେବେ ରାଜ୍ୟ ସରକାର । ବର୍ଷକୁ ଦୁଇଟି କିସ୍ତି ହିସାବରେ ଟଙ୍କା ପାଇବେ ମହିଳା । ବର୍ଷକୁ 10 ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ।

ଆସିଲା ସୁଭଦ୍ରା SOP (ETV Bharat Odisha)

ବିଜେଡି ପଚାରିଲା 5 ହଜାର ଟଙ୍କାରେ କଣ କରିବେ ମହିଳା:

ନୂଆ ଏସଓପିକୁ ନେଇ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ଦୁଇ ବିରୋଧୀ । ରାଜ୍ୟ ସରକାର ମହିଳାଙ୍କୁ ପ୍ରତାରଣା କରାଯାଇଛି ବୋଲି ବିଜେଡି କହିଥିବା ବେଳେ କଂଗ୍ରେସ କହିଛି ଭୋଟ ବ୍ୟାଙ୍କ ପଲିଟିକ୍ସ । ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ବରିଷ୍ଠ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଏହି ଏସଓପିକୁ ନେଇ କହିଛନ୍ତି, ‘ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ମହିଳାଙ୍କୁ 50 ହଜାର ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଜି ଯେଉଁ ଏସଓପି ଆଣିଛନ୍ତି ସେଥିରୁ ବହୁ ନୀତିନିୟମ ରଖିଛନ୍ତି । ଏଥିରେ ବହୁ ମହିଳା ବଞ୍ଚିତ ହେବେ । ଏକ କୋଟି ମହିଳାଙ୍କୁ ଯେଉଁ ଟଙ୍କା ଦେବେ କହିଛନ୍ତି ବଜେଟରେ ପଇସା କାହିଁ । ବଜେଟରେ ପଇସା ନରଖି କେଉଁଠୁ ପଇସା ଆଣିକି ଏକ କୋଟି ମହିଳାଙ୍କୁ ଦେବେ । ମହିଳାଙ୍କୁ ଯେଉଁ 5 ହଜାର ଟଙ୍କା ଦେବେ ସେଥିରେ ଜଣେ ମହିଳା କଣ କାର୍ଯ୍ୟକ୍ରମ କରିପାରିବ । କେଉଁ ବିଜନେସ କରିପାରିବ । ଯେଉଁ ନିୟମ ହୋଇଛି ମହିଳା ମାନେ ଆର୍ଥିକ ସ୍ବାବଲମ୍ବୀ ହୋଇପାରିବେ ନାହିଁ । ଏହି ନିୟମରେ ବହୁତ ମହିଳା ବାଦ୍‌ ପଡିବେ । ମହିଳାଙ୍କୁ ଏହି ଆଶା ମଉଳି ଯାଇଛି । କେବଳ ଭୋଟ ହାତେଇବା ପାଇଁ ଏପରି ପ୍ରତିଶୃତି ଦେଇଥିଲେ । ମହିଳାଙ୍କୁ ପ୍ରତାରଣା କରାଯାଇଛି ।’

ଭୋଟ ବ୍ୟାଙ୍କ ପଲିଟିକ୍ସ କହିଲା କଂଗ୍ରେସ:

ନୂଆ ଏସଓପିଙ୍କୁ ନେଇ ବିଜେପି ସରକାର ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷ । ସେ କହିଛନ୍ତି, ‘ବିଜେପି ସରକାର ଖରାବେଳେ ମହିଳାଙ୍କୁ ଠକିଛନ୍ତି ସ୍ବପ୍ନ ଦେଖେଇକି । ଏହି ସରକାରଙ୍କ ମହିଳାଙ୍କୁ ନେଇ କିଛି ବି ଭିଜନ୍‌ ନାହିଁ । ପୂର୍ବରୁ ବିଜେଡି ସରକାର ଯେମିତି ଭୋଟ ବ୍ୟାଙ୍କ ପଲିଟିକ୍ସ କରୁଥିଲା । ଏହି ସରକାର ଆରମ୍ଭରୁ ଦେଖେଇଦେଲେ ଭୋଟ ବ୍ୟାଙ୍କ ପଲିଟିକ୍ସ । ମାତ୍ର ଭୋଟ ବ୍ୟାଙ୍କ ରଖିବା ପାଇଁ ଏହି ଯୋଜନା କରିଛନ୍ତି । ଏହି ଯୋଜନାରେ ଅଙ୍ଗନବାଡି ଦିଦି, ପାଚିକା, ସ୍ବଚ୍ଛସାଥୀ ଏମାନେ କେହି ବି ପାଇପାରିବେନି ଏହି ଯୋଜନା । ଯେଉଁମାନେ 1500 ଶହ ଟଙ୍କା ସହାୟତା ପାଉଛନ୍ତି ସେମାନେ ଏହି ଯୋଜନାରୁ ବଞ୍ଚିତ ହେବେ ତାହାଲେ ଏହା କିଭଳି ମହିଳା ସଶକ୍ତିକରଣ ହେଲା । ଆମେ 25 ଲକ୍ଷ ଲକ୍ଷପତି ଦିଦି କେମିତି ତିଆରି କରିପାରିବା ।

ଏହା ମଧ୍ୟ ପଢନ୍ତୁ: ETV Bharat Exclusive: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, ଭ୍ରମିତ ନହେବାକୁ ପରାମର୍ଶ ଦେଲେ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.