ETV Bharat / state

ରାଜ୍ୟରେ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ - CM Mohan Majhi Review Meeting

CM Mohan Majhi Review Meeting: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳ୍ପ ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି । ରାଜ୍ୟର ଯୁବକଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଡିବ ବୋଲି କହିଛନ୍ତି ସିଏମ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 10, 2024, 1:56 PM IST

CM Mohan Majhi Review Meeting
CM Mohan Majhi Review Meeting (ETV Bharat Odisha)

ଭୁବନେଶ୍ୱର: 'ଓଡିଶାକୁ ଶିଳ୍ପ କ୍ଷେତ୍ରରେ ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ହେବ । ରାଜ୍ୟର ଯୁବକଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଡିବ ।' ମଙ୍ଗଳବାର ଦିନ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳ୍ପ ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ଏଭଳି ମନ୍ତବ୍ୟ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାରେ ଶିଳ୍ପାୟନକୁ ତ୍ବରାନ୍ବିତ କରିବାକୁ ପଡିବ । ରାଜ୍ୟର ଯୁବକଯୁବତୀ ମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବାକୁ ବ୍ୟାପକ ସୁଯୋଗ ରହିଛି । ଧାତୁ ଓ ଖଣିଭିତ୍ତିକ ଶିଳ୍ପ ସହିତ ବନ୍ଦରଭିତ୍ତିକ ଶିଳ୍ପ ଓ ଆଧୁନିକ ଯୁଗର ଶିଳ୍ପ ପ୍ରତିଷ୍ଠା ଦିଗରେ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଶିଳ୍ପ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବାକୁ ପଡିବ । ଏହା ସହିତ ସ୍ଥାନୀୟ ଅଞ୍ଚଳର ବିକାଶ ଉପରେ ମଧ୍ୟ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ବସିଲା କ୍ୟାବିନେଟ ବୈଠକ; ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିବ ମୋହର - Odisha Cabinet Meeting

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡିଶା ଉପରେ ସ୍ବତନ୍ତ୍ର ଫୋକସ ରହିଛି । ଆଗାମୀ ୨୫ ବର୍ଷରେ ଓଡିଶା ଦେଶର ବିକାଶର ଦ୍ବାର ହେବ । ତେଣୁ ଶିଳ୍ପାୟନ ପାଇଁ ଯାହା ଭିତ୍ତିଭୂମି ବିକାଶ ଆବଶ୍ୟକ ସେଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଓଡିଶାରେ ଅଧିକ ସଂଖ୍ୟାରେ ଶ୍ରମଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହେଲେ, ସ୍ଥାନୀୟ ଯୁବକଯୁବତୀ ନିଯୁକ୍ତି ପାଇପାରିବେ । MSME କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମୁଦ୍ରା, ସ୍ବ-ନିଧି ଓ ବିଶ୍ବକର୍ମା ପରି ଯୋଜନାର ସୁଯୋଗ ନୂତନ ଉଦ୍ୟାଗୀ ନେବା ଦରକାର । ସେଥିପାଇଁ ତା ଉପରେ ଗୁରୁତ୍ବ ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ବୈଠକରେ ଶିଳ୍ପ ବିଭାଗ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ଏବଂ MSME ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ MSME ବିଭାଗ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.