ETV Bharat / state

ଗୃହ-ଅର୍ଥ ବିଭାଗ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜାଣନ୍ତୁ ଆଉ କହାକୁ ମିଳିଲା କେଉଁ ବିଭାଗ - CM Mohan Majhi allocates portfolios - CM MOHAN MAJHI ALLOCATES PORTFOLIOS

Odisha Cabinet portfolios: ରାଜ୍ୟରେ ନୂଆ ସରକାରରେ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ହୋଇଛି । ଗୃହ, ଅର୍ଥ ବିଭାଗ ସମେତ 6ଟି ଗୁରୁତ୍ବପୂର୍ଣ୍ଣ ବିଭାଗ ନିଜ ହାତରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଜାଣନ୍ତୁ କେଉଁ ବିଭାଗ କାହାକୁ ମିଳିଲା...

Allotment of Portfolios
Allotment of Portfolios (ETV Bharat Odisha)
author img

By ETV Bharat Odisha Team

Published : Jun 15, 2024, 8:22 PM IST

Updated : Jun 15, 2024, 8:53 PM IST

ଭୁବନେଶ୍ବର: ରାଜ୍ୟରେ ନୂଆ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନଜ ହାତରେ ଗୃହ ବିଭାଗ ସମେତ ଅର୍ଥ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ, ଯୋଜନା ଓ ସଂଯୋଜନା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ରଖିଛନ୍ତି । ସେହିଭଳି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ସମେତ ଶକ୍ତି ବିଭାଗ ମିଳିଛି । ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳା ଓ ଶିଶୁ ବିକାଶ ସମେତ ମିଶନ ଶକ୍ତି ଓ ପର୍ଯ୍ୟଟନ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳିବେ ।

Odisha Cabinet portfolios
Odisha Cabinet portfolios (ETV Bharat Odisha)

ରାଜ୍ୟରେ ପ୍ରଥମ କରି ସରକାର ଗଢ଼ିଛି ବିଜେପି । ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ଗତ ୧୨ ତାରିଖରେ ଶପଥ ଗ୍ରହଣ କରିଥିଲେ । ଏମାନଙ୍କ ବ୍ୟତୀତ ୮ କ୍ୟାବିନେଟ ମନ୍ତ୍ରୀ ଓ ୫ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଶପଥ ଗ୍ରହଣ କରିସାରିଛନ୍ତି । ୧୨ ତାରିଖରୁ ଶପଥ ଗ୍ରହଣ ସରିଥିଲେ ବି ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନରେ ସାମାନ୍ୟ ବିଳମ୍ବ ଦେଖା ଦେଇଥିଲା । କାହାକୁ କେଉଁ ବିଭାଗ ମିଳିବ, ସେନେଇ ମନ୍ତ୍ରୀମାନେ ଅପେକ୍ଷା କରିଥିଲେ । ଅନ୍ୟପଟେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନରେ କାହିଁକି ବିଳମ୍ବ ହେଉଛି, ସେନେଇ ନାନା ଚର୍ଚ୍ଚା ଆଲୋଚନା ପ୍ରକାଶ ପାଇଥିଲା । ଏହାରି ଭିତରେ ଆଜି ବିଭାଗ ବଣ୍ଟନ ନେଇ ରାଜଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିମ୍ନରେ ନଜର ପକାନ୍ତୁ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିଛି,

ମୁଖ୍ୟମନ୍ତ୍ରୀ:-
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ଗୃହ, ଅର୍ଥ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ଆଦି ବିଭାଗ ରହିଛି । ଆବଣ୍ଟିତ ହୋଇନଥିବା ଅନ୍ୟ ବିଭାଗ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିବେ ।

ଉପମୁଖ୍ୟମନ୍ତ୍ରୀ:-
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ହାତରେ କୃଷି ଏବଂ କୃଷକ କଲ୍ୟାଣ ବିଭାଗ ଏବଂ ଶକ୍ତି ବିଭାଗ ରହିଛି ।

ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ହାତରେ ମହିଳା ଏବଂ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ଦିଆଯାଇଛି ।

କ୍ୟାବିନେଟ ମନ୍ତ୍ରୀ :-
କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀ- ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗରବି ନାରାୟଣ ନାୟକ- ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗନିତ୍ୟାନନ୍ଦ ଗଣ୍ଡ- ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଓ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୃଷ୍ଣଚନ୍ଦ୍ର ପାତ୍ର- ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ଓ ବିଜ୍ଞାନ ଏବଂ ବୈଷୟିକ ଶିକ୍ଷା ବିଭାଗପୃଥ୍ବୀରାଜ ହରିଚନ୍ଦନ- ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗଡଃ ମୁକେଶ ମହାଲିଙ୍ଗ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ ବିଭାଗବିଭୁତି ଭୂଷଣ ଜେନା- ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭଗଡଃ କୃଷ୍ଣଚନ୍ଦ୍ର ମହାପାତ୍ର- ଗୃହ ଓ ନଗର ଉନ୍ନୟନ ଏବଂ ସାଧାରଣ ଅଭିଯୋଗରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ):-ଗଣେଶ ରାମ ସିଂ ଖୁଣ୍ଟିଆ- ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି ରାଜ୍ୟ ବୀମାସୂର୍ଯ୍ୟବଂଶୀ ସୂରଜ- ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିପ୍ରଦୀପ ବଳସମାନ୍ତ- ସମବାୟ, ହସ୍ତତନ୍ତ୍ର, ବୟନଶିଳ୍ପ ଓ ହସ୍ତଶିଳ୍ପଗୋକୁଳାନନ୍ଦ ମଲ୍ଲିକ- ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଅତିକ୍ଷୁଦ୍ର ଓ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗସମ୍ପଦ ସ୍ୱାଇଁ- ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 15, 2024, 8:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.